spot_img
Home Blog Page 5604

ତିନିଦିନ ତଳେ ଆଣ୍ଟିଗୁଆରୁ ଫେରାର୍ ମେହୁଲ ଚୋକସି ଡୋମିନିକାରୁ ଗିରଫ

ନୂଆଦିଲ୍ଲୀ: ପିଏନବି ଘୋଟାଲା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ମେହୁଲ ଚୋକସି ଗିରଫ । ଆଣ୍ଟିଗୁଆରୁ ଫେରାର୍ ହେବାର ୩ ଦିନ ପରେ ମେହୁଲ ଚୋକସି ଡୋମିନିକାରୁ ଧାର ପଡ଼ିଛି । ଡୋମିନିକା ପୋଲିସ ମେହୁଲ ଚୋକସିକୁ ହେପାଜତକୁ ନେଇଛି । ଆଣ୍ଟିଗୁଆ ପୋଲିସ ଡୋମିନିକା ପୋଲିସ ସହ ସମ୍ପର୍କରେ ରହିଛି ।

Mehul Chowksi Found In Dominica Police Custody PNB Scam Case Antigua

ରବିବାର ୨୩ ମାର୍ଚ୍ଚରେ ମେହୁଲ୍ ଚୋକସି ଫେରାର୍ ହୋଇଥିବା ଜଣାପଡ଼ିଥିଲା । ଆଣ୍ଟିଗୁଆ ପୋଲିସ ପକ୍ଷରୁ ଜାରି ବୟାନରେ କୁହାଯାଇଥିଲ, ଶେଷଥର ପାଇଁ ଚୋକସିଙ୍କୁ ରବିବାର ଦେଖିବାକୁ ମିଳିଥିଲା । ପୋଲିସ ଚୋକସିଙ୍କ କାରକୁ ଜବତ କରିଥିବା ବେଳେ ଚୋକସିଙ୍କ ଖୋଜ ଖବର ମିଳିନଥିଲା ।

ଆଣ୍ଟିଗୁଆରୁ ଫେରାର୍ ପରେ ଭାରତୀୟ ଦୂତାବାସ ଅଧିକାରୀ ଅନେକ ଜାଗାରେ ଚୋକସିଙ୍କୁ ଖୋଜିଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କାର ଘୋଟାଲାରେ ସମ୍ପୃକ୍ତ ମେହୁଲ ଚୋକସି । ୨୦୧୮ ମସିହାରେ ଚୋକସି ଭାରତ ଛାଡ଼ି ଯିବା ପୂର୍ବରୁ କ୍ୟାରିଆନର ଦ୍ୱୀପ ଦେଶ ଆଣ୍ଟିଗୁଆ ଏବଂ ବାରବୁଡ଼ାର ନାଗରିକତା ଗ୍ରହଣ କରିଥିଲା । ମେହୁଲ ଚୋକସି ଓ ନୀରବ ମୋଦି ମିଳିମିଶି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ ହଜାର ୫୦୦ କୋଟି ଟଙ୍କାର ଘୋଟାଲାରେ ସାମିଲ୍ ଥିଲେ । ନୀର ମୋଦି ଏବେ ଲଣ୍ଡନର ଏକ ଜେଲରେ ଥିବାବେଳେ ଚୋକସି ଡୋମିନିକାରୁ ଧରାପଡ଼ିଛନ୍ତି ।

ହ୍ୱାଟ୍ସଆପକୁ କେନ୍ଦ୍ର ସରକାରଙ୍କ ଜବାବ, ଗମ୍ଭୀର ମାମଲାରେ ଦେବାକୁ ହେବ ସୂଚନା

ନୂଆଦିଲ୍ଲୀ: ଫେସବୁକ୍ ମାଲିକାନାରେ ଥିବା ମେସେଜିଂ ଆପ୍ ହ୍ୱାଟ୍ସଆପ୍ କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ବିରୋଧ କରି ଅଦାଲତର ଦ୍ୱାରସ୍ଥ ହୋଇଛି । ହ୍ବାଟ୍ସଆପ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଜବାବ ରଖିଛନ୍ତି କେନ୍ଦ୍ର ସରକାର । ନୂଆ ନିୟମରେ ୟୁଜରଙ୍କ ଗୋପନୀୟତା ପ୍ରଭାବିତ ହେବ ବୋଲି ହ୍ବାଟସଆପ୍ ଅଭିଯୋଗ କରିଥିବା ବେଳେ ସବୁ ମେସେଜର ଅରିଜିନ୍ ଟ୍ରେସ୍ କରାଯିବ ନାହିଁ ବୋଲି ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଲାଗି କେନ୍ଦ୍ର ସରକାର ଜାରି କରିଥିବା ନୂତନ ମାର୍ଗଦର୍ଶିକା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ହ୍ୱାଟ୍ସଆପ୍ । ଦିଲ୍ଲୀ ହାଇକୋର୍ଟରେ ଭାରତ ସରକାରଙ୍କ ମାର୍ଗଦର୍ଶିକାକୁ ଚ୍ୟାଲେଞ୍ଜ କରି ହ୍ୱାଟ୍ସଆପ୍ ପିଟିସନ ଦାଏର କରିଥିଲା । ନୂଆ ମାର୍ଗଦର୍ଶିକା ଲାଗୁ କରାଯିବା ଉପରେ ରୋକ ଲଗାଇବାକୁ ହ୍ୱାଟ୍ସଆପ୍ ଦାବି କରିଛି । ନୂଆ ନିୟମରେ ୟୁଜରଙ୍କ ରାଇଟ ଟୁ ପ୍ରାଇଭେସୀ କ୍ଷୂର୍ଣ୍ଣ ହେବ । ନୂଆ ନିୟମ ଅନୁସାରେ ଚାର୍ଟକୁ ଟ୍ରେସ୍ କରିବାକୁ ପଡ଼ିବ ।

ଫଳରେ ୟୁଜରଙ୍କ ପ୍ରାଇଭେସୀ ପ୍ରଭାବିତ ହେବ ବୋଲି ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଥିଲା । ସେପଟେ କେନ୍ଦ୍ର ସରକାର ନୂଆ ନିୟମ ମାନିବାକୁ ସମ୍ମତି ଜଣାଇଛି ଫେସବୁକ୍ । ଡିଜିଟାଲ କଣ୍ଟେଣ୍ଟକୁ ନେଇ କରାଯାଇଥିବା ନୂଆ ନିୟମ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରିବା ପରେ ନିୟମ ଲାଗୁ କରାଯିବ ବୋଲି ଫେସବୁକ୍ କହିଛି ।

ଶିମିଳିପାଳରେ ବର୍ଷା, ବୁଢ଼ାବଳଙ୍ଗ ନଦୀରେ ବଢ଼ୁଛି ଜଳସ୍ତର

ବାରିପଦା: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଝାଡ଼ଖଣ୍ଡ ମୁହାଁ ହୋଇଛି । ଉତ୍ତର ଓଡ଼ିଶାରେ ୨ ଦିନ ଧରି ହେଉଥିବା ବର୍ଷା ଥମିଛି । ତାଜା ଖବର ଅନୁସାରେ ରାତି ୯ଟା ସୁଦ୍ଧା ମୟୂରଭଞ୍ଜରେ ବୁଢାବଳଙ୍ଗ ନଦୀର ଜଳସ୍ତର ୨୫ ଦଶମିକ ୦୩ ମିଲିମିଟର ରହିଛି । ବୁଢ଼ାବଳଙ୍ଗ ନଦୀର ସତର୍କ ସ୍ତର ୨୯ ଦଶମିକ ୦୭ ମିଲିମିଟର ରହିଛି । ଶିମିଳିପାଳ ଅଭୟାରଣ୍ୟ ଭିତରେ ଦିନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ରାତିରେ ଆଉ ଅଧିକ ପରିମାଣରେ ବର୍ଷା ହେଲେ ନଦୀର ଜଳସ୍ତର ବୃଦ୍ଧି ପାଇବା ସ୍ୱାଭାବିକ ।

Rain In Similipal, Water Level Of Budhabalanga Increasing Gradually

ଏହାକୁ ଦୃଷ୍ଟିରେ ରଖି ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା ବାରିପଦା ସହରର ତଳି ଅଞ୍ଚଳରେ ରହୁଥିବା ୩୬୦୦ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି । ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି । ବୁଢ଼ାବଳଙ୍ଗ ନଦୀକୁ ବାଦ୍ ଦେଲେ ଜିଲ୍ଲାର ଅନ୍ୟ କୌଣସି ନଦୀରେ ଜଳସ୍ତର ବୃଦ୍ଧି ପାଇନାହିଁ ।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।

ଚାଲିଛି ‘ୟାସ୍’ କ୍ଷୟକ୍ଷତି ଆକଳନ, ଗୁରୁବାର ସକାଳେ ଜଣାପଡ଼ିବ ବିଦ୍ୟୁତ୍ କ୍ଷୟକ୍ଷତି: SRC

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ପ୍ରଭାବ ଓ ପରବର୍ତ୍ତୀ ସ୍ଥିତିର ପରିଚାଳନା ନେଇ ସୂଚନା ଦେଇଛନ୍ତି ଏସଆରସି । ବିଦ୍ୟୁତ୍ ନଥିବା ସ୍ଥାନରେ ଜେନେରେଟର ସେଟ୍ ସହ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ପଞ୍ଚାୟତ ଓ ସହରାଞ୍ଚଳରେ ଜଳ ଯୋଗାଣ ଜାରି ରହିଛି । ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଅଧିକାଂଶ ରାସ୍ତା ଅବରୋଧ ହଟାଇ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଆଜି ରାତିରେ କ୍ଷୟକ୍ଷତି ହୋଇପାରେ । ସକାଳେ କ୍ଷୟକ୍ଷତି ଆକଳନ କରାଯିବ ।

Road Will Repair Within Two Days Assured SRC Cyclone YaasRoad Will Repair Within Two Days Assured SRC Cyclone Yaas

ପାଣି ଜମିଥିବା ସ୍ଥାନରେ ରାସ୍ତା କଟା ଯାଇଛି । ଦିନେ ଦୁଇଦିନ ଭିତରେ ସେସବୁ ରାସ୍ତା ମରାମତି କରାଯିବ । ଶିମିଳିପାଳରେ ଅଧିକ ବର୍ଷା ହୋଇଥିଲେ ବି ବନ୍ୟା ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାର ସ୍ଥିତି ନେଇ ପଚାରି ବୁଝିଛନ୍ତି । କାଲି ସକାଳ ସୁଦ୍ଧା ବିଦ୍ୟୁତ୍ ସେବା କେତେ କ୍ଷତିଗ୍ରସ୍ତ ହୋଇଛି ଜଣାପଡ଼ିଯିବ । ବାତ୍ୟା ସମୟରେ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ ।

ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟାରେ ଜଳବନ୍ଦୀ ୧୨୮ ଗାଁକୁ ୭ ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ୍

ପ୍ରାଥମିକ କ୍ଷୟକ୍ଷତି ଆକଳନ ପାଇଁ ୪୮ରୁ ୭୨ ଘଣ୍ଟା ଆବଶ୍ୟକ । ସମୁଦ୍ର ଜୁଆର ଆସିବା ଫଳରେ କିଛି ସ୍ଥାନରେ ବନ୍ଧ ନଷ୍ଟ ହୋଇଛି । ଜଳ ସମ୍ପଦ ବିଭାଗର ଅଧିକାରୀ କ୍ଷୟକ୍ଷତି ଆକଳନ କରୁଛନ୍ତି । ଡ୍ରିଙ୍କିଂ ୱାଟର ପଏଣ୍ଟରେ କିଛି ଅସୁବିଧା ହୋଇନାହିଁ, ବିଦ୍ୟୁତ୍ ଆସିଲେ କାର୍ଯ୍ୟକ୍ଷମ ହେବ । ଭଦ୍ରକ ଜିଲ୍ଲାରେ ପ୍ରାୟ ୪୪ଟି ଗାଁ, ବାଲେଶ୍ୱର ଜିଲ୍ଲାର ପାଖାପାଖି ୮୪ଟି ଗାଁରେ ଏମିତି ୧୨୦ଟି ଗାଁରେ ସମୁଦ୍ର ପାଣି ପଶିଛି । ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉଛି ।

Road Will Repair Within Two Days Assured SRC Cyclone YaasRoad Will Repair Within Two Days Assured SRC Cyclone Yaas

ବାଲେଶ୍ୱରରେ ଜଣଙ୍କର ମୃତ୍ୟୁ ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଜଣେ ବ୍ୟକ୍ତି ଘର କେମିତି ଅଛି ଦେଖିବାକୁ ଯାଇ ଫେରି ଆସିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାରେ ଗଛ ପଡ଼ି ଜଣେ ପୂଜକଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ରିପୋର୍ଟ ଆସିନାହିଁ । ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ସବୁ ଜିଲ୍ଲାରେ ପଲିଥିନ୍ ଗଚ୍ଛିତ ଅଛି, ଯୋଗାଇ ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟାରେ ଜଳବନ୍ଦୀ ୧୨୮ ଗାଁକୁ ୭ ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ୍

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ପରବର୍ତ୍ତୀ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁ ଜଳବନ୍ଦୀ ହୋଇ ରହିଛି । ଜଳବନ୍ଦୀ ହୋଇ ରହିଥିବା ୧୨୮ ଗାଁର ସମସ୍ତ ପରିବାରକୁ ୭ ଦିନ ଲାଗି ରିଲିଫ୍ ଯୋଗାଇ ଦିଆଯିବ । ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Announces 7 days relief for all families of 128 marooned villages

ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରମୁଖ ରାସ୍ତା ଗୁଡ଼ିକ ୨୪ ଘଣ୍ଟାରେ ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟୁତ୍ ସରବରାହ ୨୪ ଘଣ୍ଟାରେ ଦିଆଯିବ । ବାତ୍ୟାର ସଫଳ ମୁକାବିଲା ଓ ପ୍ରଭାବୀ ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ପ୍ରତନିଧି, ଜିଲ୍ଲା ପ୍ରଶାସନ, ପୋଲିସ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବାତ୍ୟା ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟ ସେବା ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମହାମାରୀରେ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ରାମଦେବ, ଲାଗୁ ହେଉ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ବିବାଦରେ ବାବା ରାମଦେବ । ଏଲୋପାଥି ଏବଂ କୋଭିଡ ଭ୍ୟାକ୍ସିନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଏବେ ବାବାଙ୍କୁ ଘେରିଛି ଭାରତୀୟ ମେଡିକାଲ ଆସୋସିଏସନ (IMA) । ପ୍ରଧାନମନ୍ତ୍ରୀଙ୍କୁ ଆସୋସିଏସନ ଚିଠି ଲେଖିବା ସହ ଯୋଗଗୁରୁ ବାବା ରାମଦେବଙ୍କ ଉପରେ ଦେଶଦ୍ରୋହ ମାମଲା ଲଗାଇବାକୁ ଦାବି କରିଛନ୍ତି । ସମଗ୍ର ଦେଶବାସୀ କୋଭିଡକୁ ନେଇ ଅସହ୍ୟ ଯନ୍ତ୍ରଣା ପାଉଥିବାବେଳେ ଅନେକ ଏହି ମହାମାରୀରେ ପରିଜନଙ୍କୁ ହରାଇଲଣି । କିନ୍ତୁ ଭ୍ୟାକ୍ସିନ ଉପରେ ଭରସା କରୁନଥିବା ବାବା ରାମଦେବ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି । ଏବଂ ମୃତ୍ୟୁ ଆଡକୁ ପାଛୋଟି ନେବାର ପ୍ରୟାସ କରୁଥିବା ଅଭିଯୋଗ ଆଣିଛି IMA ।

କିଛିଦିନ ହେବ ଯୋଗଗୁରୁ ବାବା ରାମଦେବ ଏବଂ ଭାରତୀୟ ମେଡିକାଲ ଆସୋସିଏସନ ମଧ୍ୟରେ ଲାଗି ରହିଛି ବାର୍ତ୍ତା ଯୁଦ୍ଧ । ଏଥିରେ କେବଳ ଆଇଏମଏ ନୁହେଁ ଦେଶର ଅଧିକାଂଶ ଡାକ୍ତର ମଧ୍ୟ ସାମିଲ ହୋଇଛନ୍ତି ଏଂବଂ ବାବାଙ୍କ ବୟାନକୁ ବିରୋଧ କରିଛନ୍ତି । କୋଭିଡ ସମୟରେ ନିଜ ଜୀବନକୁ ପଛ କରି ସମସ୍ତ ଡାକ୍ତର ଦେଶର ସେବାରେ ଲାଗିଛନ୍ତି । କୋଭିଡ ରୋଗୀଙ୍କ ଚିକିତ୍ସାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଏପରି ସମୟରେ ମେଡିକାଲ ସାଇନ୍ସ ପ୍ରତି ବାବା ରାମଦେବଙ୍କୁ ବୟାନ ସେମାନଙ୍କ ମନୋବଳକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ବାବ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ କରିବା ସହ ଭ୍ୟକ୍ସିନ ଏବଂ ଭେଣ୍ଟିଲେଟରକୁ ନେଇ ଦେଇଥିଲେ ନକରାତ୍ମକ ବୟାନ । କୋଭିଡ ରୋଗୀଙ୍କ ଶରୀରରେ ଭେଣ୍ଟିଲେଟର ଲଗାଇବାର ଆବଶ୍ୟକ ନାହିଁ । ଯଦି ରୋଗୀମାନେ ଯୋଗ କରିବେ ତେବେ ଅକ୍ସିଜେନ ତୁରନ୍ତ କାର୍ଯ୍ୟକ୍ଷମ ହେବ । ବାବା ନିଜେ ଅକ୍ସିଜେନ କମିଯାଉଥିବା ରୋଗୀମାନଙ୍କର ଅକ୍ସିଜେନ ଲେଭଲ ବଢାଇଦେଉଥିବା କହିଥିଲେ । ସେହିପରି ବାବା ଏକଥା ମଧ୍ୟ କହିଥିଲେ, ଏକ ହଜାର ଡାକ୍ତର କୋଭିଡ ଭ୍ୟାକ୍ସିନ ନେବା ସ୍ବତେ ମୃତ୍ୟୁ ବରଣ କରିଛନ୍ତି । ରାମଦେବଙ୍କ ଏପରି ବୟାନ ଡାକ୍ତର ଏବଂ ରୋଗୀଙ୍କ ମନବୋଳକୁ ହ୍ରାସ ଘଟାଇଛି । ମାହାମାରୀ ସମୟରେ ବାବା ଭ୍ରମିତ କରାଉଛନ୍ତି । ତେଣୁ ବାବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଆଇଏମଏ ।

ବାତ୍ୟା ରାତିରେ କଟକରେ ଜନ୍ମ ନେଲା ‘ୟାସ୍’

କଟକ: ଅତି ଭୀଷଣ ବାତ୍ୟା ‘ୟାସ୍’ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ବେଳେ ମେଡିକାଲ୍ ବେଡରେ ଶୁଭିଥିଲା କୁଆଁ କୁଆଁ ସ୍ୱର । କଟକର ଏକ ଘରୋଇ ନର୍ସିଂ ହୋମରେ ବାତ୍ୟା ରାତିରେ ଜନ୍ମ ନେଇଛି ‘ୟାସ୍’ । କଟକ ଶିଖରପୁର ତଳସାହି ଅଞ୍ଚଳର ସୋମ୍ୟ ରଞ୍ଜନ ପ୍ରଧାନ ଓ ପତ୍ନ ସ୍ୱାଗତିକା ପୁଅର ନାଁ ‘ୟାସ୍’ ରଖିଛନ୍ତି ।

ସ୍ୱାଗତିକାଙ୍କୁ ଜୁଲାଇ ୧ରେ ପ୍ରସବ ପାଇଁ ଡାକ୍ତର ତାରିଖ ଦେଇଥିଲେ । ମାତ୍ର ମଙ୍ଗଳବାର ରାତିରେ ଆରମ୍ଭ ହୋଇଥିଲା ପ୍ରସବ ଯନ୍ତ୍ରଣା । ଝଡ଼ ବର୍ଷା ରାତିରେ ପରିବାର ଲୋକେ ସ୍ୱାଗତିକାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ସ୍ୱାଗତିକା ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ ।

ଜନ୍ମ ପରେ ପିଲାର ନାଁ ‘ୟାସ୍’ ଦେବାକୁ ଡାକ୍ତର ମାନେ ଅନୁରୋଧ କରିଥିଲେ । ଯାହାକୁ ପରିବାର ଲୋକେ ଗ୍ରହଣ କରିବା ସହିତ ନବଜାତକର ନାଁ ‘ୟାସ୍’ ରଖିଛନ୍ତି । ବାତ୍ୟା ରାତିରେ ଜନ୍ମ ହେଉଥିବାରୁ ସ୍ମୃତିକୁ ମନେ ରଖିବା ପାଇଁ ‘ୟାସ୍’ ନାମକରଣ କରି ପରିବାରର ସମସ୍ତେ ଖୁସିଥିବା କହିଛନ୍ତି ସୌମ୍ୟ ରଞ୍ଜନ ।

ବାତ୍ୟା ପରର ବିଭୀଷିକା, ଭଦ୍ରକ ଓ ବାଲେଶ୍ୱରର ତଳିଆ ଅଞ୍ଚଳରେ ଘରେ ପଶିଲା ପାଣି

ଭୁବନେଶ୍ୱର: ବାତ୍ୟା ପରର ବିଭୀଷିକା ଦେଖା ଦେଇଛି । ଭଦ୍ରକରୁ ବାଲେଶ୍ୱର ସବୁଠୁ ‘ୟାସ୍’ ତାଣ୍ଡବ ପରର ଚିତ୍ର ଦେଖିବାକୁ ମିଳିଛି । ‘ୟାସ୍’ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଘରଦ୍ବାର ଭାଙ୍ଗିବା ସହିତ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । କଚ୍ଚାଘର ଭାଙ୍ଗିବା ସହିତ ଗାଡ଼ି ଭସାଇ ନେଇଛି ବାତ୍ୟା । ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡ଼ି ବ୍ଲକରେ ଅଧିକ କ୍ଷତି କରିଛି ବାତ୍ୟା ‘ୟାସ୍’ । ଜିଲ୍ଲାର ୭ଟି ବ୍ଲକର ତଳିଆ ଅଞ୍ଚଳରେ ବର୍ଷା ପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

Cyclone Yaas, Rain Water Entered In Houses Of Bhadrak And Balasore

୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ସମସ୍ତ ଥାନାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେହିଭଳି ୧୦ଟି ଏନଡିଆର୍ଏଫ ଟିମ୍‌, ୩ ଓଡ୍ରାଫ୍ ଟିମ୍‌ ଓ ୨୦ଟି ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସଫା କରୁଛନ୍ତି । ବିଦ୍ୟୁତ୍ ସରବରାହ ପାଇଁ ବିଭାଗ ବିଦ୍ୟୁତ୍ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ପାଣି ଜମିଥିବା ସ୍ଥାନରୁ ବର୍ଷାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ପିଇବା ପାଣି ଯୋଗାଇବା ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳରେ ଜେନେରେଟର ଓ ଅନ୍ୟ ବିକଳ୍ପ ବ୍ୟବସ୍ଥା କରି ଅଲୋକୀକରଣ ପାଇଁ ଉଦ୍ୟମ ଜାରି ରହିଛି ।

Cyclone Yaas, Rain Water Entered In Houses Of Bhadrak And Balasore

ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ପାଇଁ ଜିଲ୍ଲାରେ କୌଣସି ଜୀବନ ହାନି ହୋଇ ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରି ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ଏହା ସହିତ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ତେବେ କ୍ଷୟକ୍ଷତି ଆକଳନ ପରେ ଜିଲ୍ଲାରେ କେତେ ମାତ୍ରରେ କ୍ଷତି ହୋଇଛି ତାହା ସ୍ପଷ୍ଟ ହେବ ।

Cyclone Yaas, Rain Water Entered In Houses Of Bhadrak And Balasore

ଅନ୍ୟପଟେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗାଁରେ ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ପଶିଛି । ଘରେ ପାଣି ଲହଡ଼ି ମାରୁଥିବା ବେଳେ ଆସବାବପତ୍ର ସବୁ ପାଣିରେ ଭାସୁଥିବା ଦେଖାଯାଇଛି । ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ବାରିଙ୍ଗିଆ ଶାସନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଏଥିସହ ପଢ଼ନ୍ତୁ- ‘ୟାସ୍’ ଓ ‘ତଉତେ’କୁ ତୁଳନା କରି କଣ କହିଲେ IMD ଡିଜି…

ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି ।  ଗଙ୍ଗାଧରପାଲି ଅଞ୍ଚଳର କେତେକଙ୍କ ଘରେ ବର୍ଷାଜଳ ପ୍ରବେଶ କରିଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଡ୍ରେନ୍ କାମ ଚାଲିଥିବାରୁ ବର୍ଷା ପାଣି ଘରେ ପଶିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଘଟଣାସ୍ଥଳରେ ପହଞ୍ଚି ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା କରାଇଛନ୍ତି । ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡ଼ା, କୋଇଡ଼ା ଏବଂ ଗୁରୁଣ୍ଡିଆ ଆଦି ବ୍ଲକ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆଶ୍ରୟସ୍ଥଳରେ ଲୋକମାନଙ୍କୁ  ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।

‘ୟାସ୍’ ଓ ‘ତଉତେ’କୁ ତୁଳନା କରି କଣ କହିଲେ IMD ଡିଜି…

ଭୁବନେଶ୍ୱର (ସୁଶାନ୍ତ କୁମାର ସାହୁ): ୨ ସପ୍ତାହରେ ୨ଟି ବାତ୍ୟା । ୧୫ ଦିନ ମଧ୍ୟରେ ଦେଶରେ ୨ଟି ବାତ୍ୟା ‘ତଉତେ’ ଓ ‘ୟାସ୍’ ଆସିଛି । ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମେ ୧୭ରେ ‘ତଉତେ’ ଗୁଜରାଟ ଉପକୂଳରେ ମାଡ଼ ହୋଇଥିଲା । ୧୬୦ରୁ ୧୭୦ କିଲୋମିଟର ଘଣ୍ଟାପ୍ରତି ବେଗରେ ‘ତଉତେ’ ତାଣ୍ଡବ ରଚିଥିଲା । ‘ତଉତେ’ ଗୁଜରାଟ ଉପକୂଳ ପାର୍ କରିବା ବେଳେ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଏହା ସହ ମିଶିଥିଲା । ଫଳରେ ଉଭୟ ଉଭୟଙ୍କୁ ପ୍ରଭାବିତ କରିବା ପରେ ତୌଉତେ ଗୁଜରାଟ ଉପକୂଳ ପାର୍ ହେବା ପର ଦୁର୍ବଳ ନହୋଇ ୩୩ ଘଣ୍ଟା ଯାଏ ବାତ୍ୟା ଭଳି ରୂପ ଧାରଣ କରିଥିଲା । ଏହି ବାତ୍ୟା ଲାକ୍ଷାଦ୍ୱୀପରେ ସୃଷ୍ଟି ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ‘ତଉତେ’ ପଶ୍ଚିମ ଉପକୂଳର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଭାବିତ କରିଥିଲା ।

Know Differences Between Cyclone Tauktae And Yaas

ବାତ୍ୟା ‘ତଉତେ’ ସରୁ ସରୁ ଆଉ ଏକ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା । ୨୨ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ ଅତି ଭୀଷଣ ବାତ୍ୟାର ରୂପ ନେଇଥିଲା । ଆଜି ଏହା ଉପକୂଳ ଛୁଇଁଛି । ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିଥିଲା । ‘ୟାସ୍’ର ପ୍ରଭାବ ଆଜି ଓ ଆସନ୍ତାକାଲି ଝାଡ଼ଖଣ୍ଡରେ ରହିବ । ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଉତ୍ତରଓଡ଼ିଶା ସହ ପଶ୍ଚିମବଙ୍ଗରେ ଅଧିକ ବର୍ଷା ହୋଇଛି ।

୨ଟି ଯାକ ବାତ୍ୟା ଆରବ ସାଗରରେ ସୃଷ୍ଟି ହୋଇଥିଲା । ୟାସ୍ ଯଦିଓ ଟିକିଏ ଦୁର୍ବଳ ଥିଲା ତଥାପି ‘ତଉତେ’ ଅପେକ୍ଷା ୟାସ୍ ପ୍ରଭାବରେ ଅଧିକ ବର୍ଷା ହୋଇଛି । ୟାସ୍ ପ୍ରଭାବରେ ସର୍ବାଧିକ ୨୯ ସେଣ୍ଟିମିଟର ବର୍ଷା ହୋଇଥିବା ବେଳେ ତୌଉତେ ପ୍ରଭାବରେ ୨୩ ସେଣ୍ଟିମିଟର ବର୍ଷା ହୋଇଥିଲା । ୟାସ୍ ଯୋଗୁଁ ସମୁଦ୍ରରେ ୪ ମିଟର ଉଚ୍ଚ ଜୁଆର ଆସିଥିଲା । ବାତ୍ୟା ୟାସ୍ ୧ ହଜାର କିଲୋମିଟର ଅଞ୍ଚଳରେ ପ୍ରଭାବ ପକାଇଥିବା ବେଳେ ତୌଉତେ ୧୮୦୦ କିଲୋମିଟର ବ୍ୟାପିଥିଲା । ୟାସ୍ ଆଗାମୀ ୩ ଘଣ୍ଟାରେ ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ସକାଳ ସୁଦ୍ଧା ୟାସ୍ ଅବପାତର ରୂପ ନେଇ ଝାଡ଼ଖଣ୍ଡ ଚାଲିଯିବ ।

ୟାସ୍ କାହିଁକି ହେଲା ଦୁର୍ବଳ ?

‘ତଉତେ’ ବାତ୍ୟା ଉପକୂଳ ଛୁଇଁବା ବେଳେ ତାର ଘଣ୍ଟାପ୍ରତି ବେଗ ୧୫ କିଲୋମିଟର ଥିଲା । ୟାସ୍ ଉପକୂଳ ପାର୍ କରିବା ବେଳେ ତାର ବେଗ ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଅତିକ୍ରମ କରିଥିଲା । ଫଳରେ ‘ତଉତେ’ ତୁଳନାରେ ୟାସ୍ କମ୍ କ୍ଷତି ଘଟାଇଥିଲା । ସେହିଭଳି କୌଣସି ବାତ୍ୟା ଅଧିକ ସମୟ ସ୍ଥଳଭାଗରେ ରହିଲେ ଅଧିକ କ୍ଷୟକ୍ଷତି ହୋଇଥାଏ । ୟାସ୍ ବହୁତ ଶୀଘ୍ର ଦୁର୍ବଳ ହୋଇଛି । ଉପକୂଳ ପାର୍ ପରେ ୟାସ୍ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇଥିବା ବେଳେ କିଛି ଘଣ୍ଟା ପରେ ବାତ୍ୟାରେ ପରିଣତ ହେବ ।

କାହିଁକି ଆସୁଛି ବାରମ୍ବାର ବାତ୍ୟା ?

ବିଗତ ୫ ବର୍ଷ ମଧ୍ୟରେ ଅଧିକାଂଶ ଅତି ଭୀଷଣ ବାତ୍ୟା ଆରବ ସାଗରରେ ସୃଷ୍ଟି ହୋଇଛି । ବିଶ୍ଲେଷଣରୁ ଜଣାପଡ଼ିଛି ବଙ୍ଗୋପସାଗରରେ ଯେତିକି ବଡ଼ ବାତ୍ୟା ଆସିଛି ସେଥିରେ କୌଣସି ପରିବର୍ତ୍ତନ ଆସିନାହିଁ । ୧୯୯୦ ପର ଠାରୁ ଆରବ ସାଗରରେ ବଡ଼ ବାତ୍ୟା ସଂଖ୍ୟା ବଢ଼ିଛି । ଆରବ ସାଗରରେ ସୃଷ୍ଟି ହେଉଥିବା ବଡ଼ ବାତ୍ୟା ପଛରେ ପାଣିପାଗ ପରିବର୍ତ୍ତନ ବଡ଼ କାରଣ ନୁହେଁ । ଯେତେବେଳେ ବି ବାତ୍ୟା ଉପକୂଳ ଛୁଏଁ ଗତି କମି ଯାଏ । ବାତ୍ୟା ଉପକୂଳରେ ଧିରେ ଗତି କରିବା ଫଳରେ ଅଧିକ ପ୍ରଭାବ ପଡ଼େ । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଅବପାତ ଓ ବାତ୍ୟାରେ ବର୍ଷାର ପରିମାଣ ବଢ଼ିଛି । ବାତ୍ୟା ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଫେଲ୍ ହେଉଛି ଟେଣ୍ଡର ପ୍ରକ୍ରିୟା, ରାଜ୍ୟ ଉପରେ ଟିକା ଭାର ଲଦି ଖସିଯାଉଛି କେନ୍ଦ୍ର

ନୂଆଦିଲ୍ଲୀ: କୋରାନ ସଙ୍କଟରେ ଦିଲ୍ଲୀରେ ଆରମ୍ଭ ହୋଇଛି ଡ୍ରାଇଭ ଥ୍ର୍ୟୁ ଭ୍ୟାକ୍ସିନେସନ । ସମଗ୍ର ରାଜ୍ୟବାସୀଙ୍କୁ ଟିକାକରଣରେ ସାମିଲ କରିବାକୁ ତ୍ୱରାନିତ ହୋଇଛି କାର୍ଯ୍ୟକ୍ରମ । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି । ସାଧାରଣ ଲୋକେ ଗାଡିରେ ଯାତାୟତ କରୁଥିବା ସମୟରେ ମଧ୍ୟ ଟିକା ନେଇପାରିବେ । ଚିକା କେନ୍ଦ୍ରରେ ଭିଡ ହଟାଇବା ଏବଂ ସମସ୍ତ ରାଜ୍ୟବାସୀଙ୍କୁ ଭ୍ୟାକ୍ସିନେସନ ପକ୍ରିୟାରେ ସାମିଲ କରିବା ଡ୍ରାଇଭ ଥ୍ର୍ୟୁ ଭ୍ୟାକ୍ସନେସନର ମୂଳ ଉଦେଶ୍ୟ ବୋଲି କହୁଛନ୍ତି ଦିଲ୍ଲୀ ସରକାର ।

ସେପଟେ ଯଦି ମାର୍ଚ୍ଚ ମାସ ସୁଦ୍ଧା ସମଗ୍ର ଦେଶବାସୀଙ୍କୁ ଟିକାକରଣରେ ସାମିଲ କରାଯାଇଥାନ୍ତା । ଅର୍ଥାତ ସଭିଙ୍କୁ ଟିକା ପ୍ରଦାନ କରାଯାଇ ହୋଇପାରିଥାନ୍ତା, ତେବେ କୋଭିଡ ସ୍ଥିତି ଏତେ ଭୟଙ୍କର ହୋଇନଥାନ୍ତା । ଟିକା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଏପରି ସ୍ଥିତି ଘଟିଥିବା ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ସେପଟେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଉପରେ ବର୍ଷିଛନ୍ତି । କେନ୍ଦ୍ର ସରକାର ନିଜ ନିଜ ରାଜ୍ୟର ସ୍ଥିତି ବୁଝିବାକୁ ଛାଡିଦେଇଛନ୍ତି । ଟିକାକରଣକୁ ନେଇ ଏପର୍ଯ୍ୟନ୍ତ ମଧ୍ୟ କୌଣସି ରାଜ୍ୟ ତ୍ୱରିତ ଭାବେ କାର୍ଯ୍ୟ କରିପାରୁନାହାଁନ୍ତି । ଦେଶରେ ଟିକା ଅଭାବ ଥିବାରୁ କିପରି ଟିକାକରଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି କେଜ୍ରିୱାଲ କହିଛନ୍ତି, ଯଦି ପାକିସ୍ତାନ ସୀମାରେ ଯୁଦ୍ଧ ହୁଏ, ତେବେ ଟ୍ୟାଙ୍କର କିଣିବା ଦାୟିତୱ କେହାର ? କଣ ନିଜ ନିଜ ସୀମା ଜଗିବାକୁ ରାଜ୍ୟ ମାନେ ଟ୍ୟାଙ୍କର କିଣିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।