କଟକର ତାରକାସି ସାମଗ୍ରୀକୁ ମିଳିବ GI ଟ୍ୟାଗ୍: ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର 

କଟକ: କଟକରେ ଆହୁରି ଚମକିବ ତାରକସି ସାମଗ୍ରୀ । ଖୁବଶୀଘ୍ର ମିଳିପାରେ ଜିଆଇ ଟ୍ୟାଗ୍ । ବିଶ୍ବ ବଜାରରେ ବଢିବ ଚାହିଦା । ବିଦ୍ଧିବଦ୍ଧ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ଏଣିକି ବିଶ୍ବ ବଜାରରେ ମିଳିବ କଟକର ନିଖୁଣ କାରିଗରୀ । ଉପକୃତ ହେବେ କାରୀଗର, ବଢିବ ରୋଜଗାର । କାରଣ ତାରକସି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମାନ୍ୟତା ପାଇଁ ବିଧିବଦ୍ଧ ଭାବରେ ଆବେଦନ କରିଛି ଓଏସଆଇସି । ସରକାରଙ୍କ ଏଭଳି ଉଦ୍ୟମକୁ ସ୍ବାଗତ କରିଛନ୍ତି ତାରକସି କାରିଗର ।

ତାରକସି କାରିଗରଙ୍କ ପାଇଁ କଟକରେ ସ୍ବତନ୍ତ୍ର ମାର୍କେଟ କରିବାକୁ ସରକାର ଯୋଜନା କରିଛନ୍ତି । ତେବେ ଏହି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିଲେ ବିଶ୍ବର ସୁବୁ ସ୍ଥାନରେ ଏକାକୁ ବିକ୍ରି କରାଯାଇପାରିବ । ଏଭଳି ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ଏହା ସହିତ କଟକ ବାରବାଟି ବିଧାୟକ ମଧ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

କାରିଗର କୁଳର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ତାରକସି କାମକୁ ଜିଆଇ ମାନ୍ୟତା ପାଇଁ ସରକାରଙ୍କ ତତ୍ପରତା ଏହାକୁ ପ୍ରମାଣିତ କରୁଛି ।

Leave a Reply