ପଦ ପାଇଁ ବିଧାନ ପରିଷଦ; ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଷ୍ଟ୍ରାଟେଜୀ

କୋଲକାତା: ବିଧାନସଭା ନହେଲେ ବି ବିଧାନ ପରିଷଦ ଦେଇ ମୁଖ୍ୟମନ୍ତ୍ରୀ ରହିବେ ମମତା ବାନାର୍ଜୀ । ଏନେଇ ସବୁ ପ୍ରସ୍ତୁତି ସମୟ ଥାଉ ଥାଉ ଆରମ୍ଭ ହୋଇଯାଇଛି । ଆଜି ବିଧାନସଭାରେ ୧୯୬ ଜଣ ସଦସ୍ୟଙ୍କ ସମର୍ଥନରେ ବିଧାନ ପରିଷଦକୁ ନେଇ ପ୍ରସ୍ତାବ ପାରିତ କରିଛନ୍ତି ରାଜ୍ୟ ସରକାର । ୬୯ ଜଣ ସଦସ୍ୟ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ଉତ୍ତରାଖଣ୍ଡ ସ୍ଥିତି ପରେ ଏବେ ଦିଦି ପଶ୍ଚିମବଙ୍ଗରେ ବିଧାନପରିଷଦ କାର୍ଯ୍ୟକ୍ଷମ କରିବାକୁ ଅଣ୍ଟା ଭିଡିଛନ୍ତି । ତଥାପି ଦିଦିଙ୍କର ସମସ୍ୟା ଏବେ ବି ଯାଇନି । କାରଣ ଏଥିପାଇଁ ସଂସଦର ମଧ୍ୟ ଅନୁମତି ଆବଶ୍ୟକ ।

ଲୋକସଭାରେ ବିଜେପିର ବହୁମତ ଥିବା ଦିଦିଙ୍କ ଏହି ପ୍ଲାନ ମଧ୍ୟ ଏତେ ଶିଘ୍ର ସଫଳ ହେବ ନାହିଁ ବୋଲି କୁହାଯାଉଛି । ନନ୍ଦିଗ୍ରାମ ଆସନରୁ ବିଧାନସଭା ନିର୍ବାଚନ ହାରିବା ପରେ ଦିଦି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି । ତାଙ୍କ ପାଖରେ ନଭେମ୍ବର ୫ ପର୍ଯ୍ୟନ୍ତ ସମୟ ଅଛି । ତାରି ଭିତରେ ଦିଦି ଉପ ନିର୍ବାଚନ ଜିତିବା ନିହାତି ଆବଶ୍ୟକ । କିନ୍ତୁ ବର୍ତ୍ତମାନର କୋଭିଡ ସ୍ଥିତି ଯୋଗୁଁ ଉପନିର୍ବାଚନ ଏଡାଇ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ନିର୍ବାଚନ ନହୁଏ, ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇ ରହିବେ ବୋଲି ଦିଦି ଯୋଜନା କରିଛନ୍ତି ।

Leave a Reply