spot_img
Home Blog Page 5603

ବାତ୍ୟା ପରେ ବୈତରଣୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, ସ୍ଥିତି ସ୍ପଷ୍ଟ କଲେ ଏସଆରସି,

ଭୁବନେଶ୍ୱର: ବାତ୍ୟା ପରେ ଚାଲିଛି ତ୍ୱରିତ ପୁନରୁଦ୍ଧାର  । ଆବଶ୍ୟକ ସେବା ଯୋଗାଇବାରେ ନ୍ୟସ୍ତ କର୍ମଚାରୀ  । ବାତ୍ୟା ପରେ କଣ ରହିଛି ସ୍ଥିତି, ସରକାରଙ୍କ ଆଗାମୀ ପଦକ୍ଷେପ କଣ । ସେନେଇ ସାମ୍ୱାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା  । ବାତ୍ୟା ପରେ ବୈତରଣୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ବିପଦ ଓଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀରେ ବନ୍ୟାଜଳ । ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇଛି । ବୁଢାବଳଙ୍ଗରେ ଫ୍ଲାସ୍ ଫ୍ଲଡ୍ ସମ୍ଭାବନା ଥିଲା, କିନ୍ତୁ ବନ୍ୟା ସ୍ଥିତି ଟଳିଯାଇଛି ବୋଲି କହିଛନ୍ତି ଏସଆରସି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବନ୍ୟା ସ୍ଥିତି ନାହିଁ । କେନ୍ଦୁଝର ଜିଲ୍ଲାରେ 27 ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ରେ 113 ମିମି, ଅନୁଗୁଳରେ 58ମିମି, କେନ୍ଦୁଝର ଯୋଡାରେ 269ମିମି ବର୍ଷା ହୋଇଛି । 8ଟି ବ୍ଲକରେ 2ଶହ ମିମି ବର୍ଷା ହୋଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ସାଢେ 6 ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାରୁ 3ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ଏସଆରସି  ।

ବାଲେଶ୍ୱରରୁ ସର୍ବାଧିକ ଲକ୍ଷେ 90ହଜାର ଲୋକ ସ୍ଥାନାନ୍ତର ହୋଇଥିଲେ । ତେବେ ବାତ୍ୟା ସମୟରେ କିଛି ସ୍ଥାନରେ ଲୋକେ ରାସ୍ତା କାଟି ଦେଇଛନ୍ତି । ଏହି ରାସ୍ତାକୁ ସନ୍ଧ୍ୟା ସୁଦ୍ଧା ମରାମତି କରାଯିବ । ପାଣି ଛାଡିଲା ପରେ ଆବଶ୍ୟକତା ଅନୁସାରେ ମରାମତି ହେବ । ପାଣି ସମସ୍ୟା ନହେବା ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଅତିରିକ୍ତ ପାଣି ଟ୍ୟାଙ୍କର ପଠାଯାଉଛି । ପ୍ରଭାବିତ ଅଞ୍ଚଳରେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ମିଳିବ ବୋଲି କହିଛନ୍ତି ଏସଆରସି ।

ବାତ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ, ଆକାଶରୁ ଆକଳନ କଲେ କ୍ଷୟକ୍ଷତି

ଭୁବନେଶ୍ୱର: ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି ଦେଖୁଛନ୍ତି । ଆଜି 12.30 ସମୟରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଉଡାଣ ଭରିଥିଲେ । ପରେ ବାତ୍ୟାଞ୍ଚଳ ପରିଦର୍ଶନ ଜାରି ରଖିଛନ୍ତି ।

ଗତକାଲି ମଧ୍ୟ ବାତ୍ୟା ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଆଜି ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିବା ନେଇ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଥିଲା । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ପୁନରୁଦ୍ଧାର, କ୍ଷୟକ୍ଷତି ଆକଳନ ପାଇଁ ତ୍ୱରତି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି । ଆଉ ଆଜି ବାତ୍ୟାଞ୍ଚଳ ପରିଦର୍ଶନ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚାହୁଁ ଚାହୁଁ ଭୁଶୁଡ଼ି ପଡିଲା ତିନି ମହଲା କୋଠା…

ପାଟନା: ଚାହୁଁ ଚାହୁଁ ଭୁଷୁଡ଼ି ପଡିଲା ତିନି ମହଲା କୋଠା । ଜହାନବାଦ ଜିଲ୍ଲା ମଖଦୁମପୁର ବଜାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗୋଟେପଟେ କୋଭିଡ ପାଇଁ ଲକଡାଉନ ସାରା ବଜାର । ରାସ୍ତା ଘାଟ ଖାଁ ଖାଁ । ଅନ୍ୟପଟେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ଯାହା ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚାଇ ଦେଇଛି । ମଖଦୁମପୁର ବଜାରରର ଏନଏଚ ୮୩ ପାର୍ଶ୍ୱରେ ଥିବା ଏହି ତିନି ମହଲା ବିଶିଷ୍ଟ କୋଠା ଭୁଷୁଡିବା ଆରମ୍ଭ କରିଥିଲା । ଏବଂ କିଛି ସେକେଣ୍ଟ ମଧ୍ୟରେ ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଥିଲା ଏହି କୋଠା ।

ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଏହି ଭିଡିଓ । ରାସ୍ତାରେ କୌଣସି ବ୍ୟକ୍ତି ଯା ଆସ କରୁନଥିବାରୁ କେହି ମୃତାହତ ହୋଇନଥିବା ଜଣାପଡିଛି । ସେପଟେ କୋଠା ନିର୍ମାଣରେଲ ତ୍ରୁଟି ଏବଂ ଦୁର୍ବଳ କାର୍ଯ୍ୟ କରାଯାଇଥିବାରୁ କୋଠାଟି ଭୁଷୁଡ଼ି ପଡିଥିବା କହିଛନ୍ତି ଯନ୍ତ୍ରୀ । ଅନ୍ୟପଟେ ଏତେବଡ଼ ବିଲଡିଂ ରାସ୍ତା ଉପରେ ପଡି ରହିଥିବାରୁ ଗାଡି ଚାଳଚଳାରେ ବାଧାପ୍ରାପ୍ତ ହୋଇଥିଲା । ଏ ବିଷୟରେ ଖବର ପାଇ ନିକଟସ୍ଥ ଥାନା ଅଧିକାରୀ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହିଁଛି ରାସ୍ତା ସଫା କରିଥିଲେ ।

ରାଜ୍ୟରେ ବାତ୍ୟା ପରେ ନାହିଁ ବନ୍ୟା ସ୍ଥିତି, ବିପଦ ସଂକେତ ଉପରେ ବୈତରଣୀ

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି । ବର୍ତ୍ତମାନ 38.36 ମିଟର ସହ ବିପଦ ସଙ୍କେତ ଉପରେ ରହିଛି । ଆଗକୁ ଏହି ଠାରେ 40.85 ମିଟର ରେ ଜଳ ପ୍ରଭାହିତ ହେବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ସେହିପରି ଜ୍ୟୋତିର୍ମୟ ରଥ କହିଛନ୍ତି, ଆଖୁଆପଦା ଠାରେ ଜଳସ୍ତର ବଢ଼ିବ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି । ସାଳନ୍ଦୀ ରେ ବି ଜଳସ୍ତର କମ ରହିଛି ।  ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ ଡ୍ୟାମେଜ ହୋଇଛି । ଆମେ ତାର ଆକଳନ କରୁଛୁ । କେନ୍ଦ୍ରାପଡା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି ।

ୟାସ ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ତିନୋଟି ଜିଲ୍ଲା ସମ୍ବନ୍ଧରେ ସୂଚନା ଦେଇଛନ୍ତି ଜ୍ୟୋତିର୍ମୟ ରଥ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ସମୁଦ୍ର ପାଣି ମାଡିଯିବା ଯୋଗୁଁ ଅନେକ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ତାହାର ଆକଳନ ଚାଲିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିବା ସହ ପରିଦର୍ଶନ କରିବେ ।

ପାଣିଗ୍ରାହୀଙ୍କ ନାଁରେ ପୁଣି ଏତଲା: ଜେଲରେ ଅଛନ୍ତି, ମୋବାଇଲ ଛାଡୁ ନାହାଁନ୍ତି

ଭୁବନେଶ୍ୱର: ଜେଲରେ ଅଛନ୍ତି, ମୋବାଇଲ ଛାଡୁ ନାହାଁନ୍ତି । କର୍ତ୍ତୃପକ୍ଷଙ୍କ ଅଗୋଚରରେ ମୋବାଇଲ ବ୍ୟବହାର କରୁଛନ୍ତି ବିଚରାଧିନ କଏଦୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯେଉଁଥିପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା। ଝାରପଡା ଜେଲରେ ବିଚାରାଧୀନ ବନ୍ଦୀ ହିସାବରେ ରହି ମୋବାଇଲ ବ୍ୟବହାର କରୁଥିବାରୁ ତାଙ୍କ ବିରୋଧରେ ଗତକାଲି ଏତଲା କରିଥିଲେ ଝାରପଡା ଜେଲ କର୍ତ୍ତୃପକ୍ଷ ।

ଏକ ଆଣ୍ଡ୍ରୋଏଡ଼ ଫୋନରେ ନିଜ ପରିବାର ବର୍ଗ ଓ ନିକଟ ସମ୍ପର୍କୀୟଙ୍କୁ ଭିଡିଓ କଲ କରୁଥିଲେ ପ୍ରଦୀପ । ଏ ନେଇ ଜେଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ 5ଟି ଅଧୀନରେ ଜେଲ ବିଭାଗ ଆସିବା ପରେ ‘ଅପରେସନ କ୍ଲିନ୍‌ ଅପ’କୁ ବ୍ୟାପକ କରାଯାଇଛି । ପ୍ରତ୍ୟେକ ଦିନ ସ୍ପେଶାଲ ଟିମ ବିଭିନ୍ନ ଜେଲରେ ଚଢ଼ାଉ କରୁଛନ୍ତି ।

ଚାଲିଗଲେ ସଙ୍ଗୀତକାର ଶାନ୍ତିରାଜ, କୋଭିଡରେ ଥିଲେ ସଂକ୍ରମିତ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଗାୟକ ଓ ସଙ୍ଗୀତକାର ଶାନ୍ତିରାଜ ଖୋସଲାଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ଥିଲେ ଶାନ୍ତିରାଜ । ହଠାତ୍ ନିଶ୍ୱାସ- ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ମେଡିକାଲକୁ ଯାଉଥିଲେ । ଏହି ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ଶାନ୍ତିରାଜ ଖୋସଲା ବହୁ ଆଲବମ୍ ଓ ଫିଲ୍ମରେ ତାଙ୍କ ସଙ୍ଗୀତର ଯାଦୁ ଛାଡିଯାଇଛନ୍ତି । ଧନରେ ରଖିବୁ ଶପଥ ମୋର ହେଉ ବା ମୋତେ ଆଣିଦେଲୁ ଲକ୍ଷେ ଫଗୁଣ, ବାଇଶି ପାହାଚେ ଖେଳିବ ମୀନ ହେଉ କି ତୋର ମୋର ଯୋଡି ସୁନ୍ଦର  । ସବୁଥିରେ ତାଙ୍କ ସଙ୍ଗୀତ ଶ୍ରୋତାଙ୍କୁ କରିଛି ଆନ୍ଦୋଳିତ । ଶାନ୍ତିରାଜଙ୍କ ପରଲୋକ ଓଡିଆ ଫିଲ୍ମ ଓ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ସେପଟେ ଶାନ୍ତିରାଜଙ୍କ ଦେହାନ୍ତରେ ସଙ୍ଗୀତ ଜଗତ ଶୋକପ୍ରକାଶ କରିଛନ୍ତି  ।

୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୬ହଜାର ୭୩୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 34ଜଣଙ୍କ ଜୀବନ ନେଇଛି କିଲର କରୋନା । କ୍ବାରେଣ୍ଟାଇନରୁ ୩ହଜାର ୭୭୪, ଲୋକାଲ କେସ୍ ୨ହଜାର ୯୬୨ । ଖୋର୍ଦ୍ଧାରେ ଖସିଛି ସଂକ୍ରମଣ । ଅନୁଗୁଳରୁ ସର୍ବାଧିକ ୭୮୮, ସୁନ୍ଦରଗଡ଼ରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୫୧୭, ବରଗଡ଼ରୁ ୪୦୫, ଯାଜପୁରରୁ ୩୭୪, କଟକରୁ ୩୬୨, ସମ୍ବଲପୁରରୁ ୩୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୨୮୨, ପୁରୀରୁ ୨୬୫, ବୌଦ୍ଧରୁ ୨୬୨, କଳାହାଣ୍ଡିରୁ 241, କୋରାପୁଟରୁ 219, ନୟାଗଡ଼ରୁ ୨୦୭, ଭଦ୍ରକରୁ 206 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୯୬, ଢେଙ୍କାନାଳରୁ ୧୭୮, ବଲାଙ୍ଗୀରରୁ ୧୪୪, ରାୟଗଡ଼ାରୁ ୧୨୩, ଝାରସୁଗୁଡାରୁ ୧୨୦, ଜଗତସିଂହପୁରରୁ ୧୦୬, ଷ୍ଟେଟପୁଲରୁ ୧୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମାଲକାନିଗିରିରୁ ୯୮, କେନ୍ଦ୍ରାପଡାରୁ ୮୫, ସୋନପୁରରୁ ୮୨, ଗଜପତିରୁ ୮୦, ବାଲେଶ୍ବରରୁ ୭୧, ଡେଓଗଡ଼ରୁ ୬୪, ନୂଆପଡାରୁ ୪୮, ମୟୂରଭ଼୍ଜରୁ ୩୪, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୨୪ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୧୦ହଜାର ୬୩୫ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୨୩ହଜାର ୬୨୮ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୩୨ହଜାର ୭୩୯ରେ ପହଁଚିଛି  ।

ବାତ୍ୟା ପ୍ରଭାବିତ ଅଞ୍ଚଳ ଯିବେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ କରିବେ ଦେଖିବେ ସ୍ଥିତି

ଭୁବନେଶ୍ୱର: ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ । ସୂଚନା ମୁତାବକ 12.30 ସମୟରେ ମୁଖ୍ୟମନ୍ତ୍ରୀ ଏହି କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ବାହାରିବେ ।

ଗତକାଲି ବାତ୍ୟା ସମୀକ୍ଷା ବେଳେ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଲରେ ଯୋଗାଯୋଗ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ଅଞ୍ଚଳରେ ବିଜୁଳି ଯୋଗାଣ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୭ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇବାକୁ ଗୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ବାତ୍ୟା ୟାସରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା । ବାଲେଶ୍ୱରରେ ସ୍ଥଳଭାଗ ଛୁଇଁଥିବାବେଳେ ବ୍ୟାପକ ପବନ ଏବଂ ଲଗାଣ ବର୍ଷା ଯୋଗୁଁ ଅନେକ ଘର ଏବଂ ଗଛ ଭାଙ୍ଗିଛି । ସେପଟେ ଅଧିକାଂଶ ଚାଷ ଜମିରେ ସମୁଦ୍ର ପାଣି ମାଡିଯିବା ହେତୁ ବ୍ୟାପକ କ୍ଷତି ଘଟିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଗୁଆ ନିଷ୍ପତି ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଧନଜୀବନ କ୍ଷତି ଘଟିନାହିଁ ।

କିନ୍ତୁ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ତ୍ୱରିତ ନିଷ୍ପତି ଏବଂ ଆଗୁଆ ପଦକ୍ଷେପ ଯୋଗୁଁ ବାତ୍ୟାକୁ ସଫଳ ଭାବେ ମୁକାବିଲା କରାଯାଇପାରିଛି ।

ବାତ୍ୟା ୟାସରେ ମୃତ୍ୟୁ ଘଟିଥିବା ପରିବାରକୁ ଆର୍ଥିକ ସହାୟତା, ମିଳିବ ୪ଲକ୍ଷ

ଭୁବନେଶ୍ୱର: ବାତ୍ୟା ୟାସରେ ମୃତାହତ ହୋଇଥିବା ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି । ସୂଚନା ମୁତାବକ ଲଗାଣ ବର୍ଷା ପବନ ଯୋଗୁଁ ଘର କାନ୍ଥ ଧସି ଯିବାରୁ ପ୍ରାଣ ହରାଇଛନ୍ତି ପଳାଶମୁଣ୍ଡୁଳି ପଞ୍ଚାୟତ କୁସୁମକୁଟି ଗ୍ରାମର ବୁଧୁନି ସିଂ(୭୦)। ତେବେ ବ୍ଲକ୍ ପ୍ରଶାସନ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ସ୍ଥାନାନ୍ତର କାର୍ଯ୍ୟ କରିଥିଲେ ବି ବୃଦ୍ଧା ଜଣକ କେମିତି ବିପଦସଙ୍କୁଳ ଘରେ ରହିଲେ ଏ ନେଇ ଆରମ୍ଭ ହୋଇଛି ତଦନ୍ତ।

ସେପଟେ ବୃଦ୍ଧାଙ୍କର ମୃତ୍ୟୁ ଘଟିବା ପରେ ସଙ୍ଗେ ସଙ୍ଗେ ସହାୟତା ଘୋଷଣା କରିଛନ୍ତି ସରକାର। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ତହସିଲଦାର ଅନନ୍ତ କୁମାର ହାଁସଦା। ମୋରଡ଼ା ବିଧାୟକ ରାଜକିଶୋର ଦାଶ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ ବୃଦ୍ଧା ଜଣକ ଶୋଇଥିବା ବେଳେ ଗତକାଲି ରାତିରେ ତାଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଓଡିଶା ଛାଡ଼ିଛି ୟାସ, ଝାଡଖଣ୍ଡରେ ଜାରି ରହିଛି ବର୍ଷା-ପବନ

ଭୁବନେଶ୍ୱର: ଉତ୍ତର ଓଡିଶାରେ ବିଭିଷୀକା ରଚିବା ପରେ ଏବେ ପଡୋଶୀ ରାଜ୍ୟରେ ପହଁଚିଛି ବାତ୍ୟା ‘ୟାସ’। ଭଦ୍ରକ, ବାଲେଶ୍ୱରରେ ବିଶେଷ କ୍ଷୟକ୍ଷତି ଘଟିଥିବାବେଳେ ଏବେ ମଧ୍ୟ ଅନେକ ଅଞ୍ଚଳରୁ ବିଛିନ୍ନ ଲୋକେ । ସେପଟେ ରାଜ୍ୟ ସରକାର ଜାରି ରଖିଛନ୍ତି କ୍ଷୟକ୍ଷତି ଆକଳନ । ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ବାତ୍ୟା ୟାସ ଓଡିଶା ସୀମା ଅତିକ୍ରମ କରିବା ପରେ ଝାଡ଼ଖଣ୍ଡରେ ପହଁଚିଛି ।

ଝାଡଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ବାତ୍ୟାର ପ୍ରକୋପ ଜାରି ରହିଛି । ପବନର ଗତି ସେତେ ପ୍ରଭାବଶାଳୀ ନଥିଲେ ସୁଦ୍ଧା କିଛି ଲୋକେ କ୍ଷତି ହୋଇଛନ୍ତି । ଆସନ୍ତା ୬ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟା ୟାସର ପ୍ରଭାବ ଜାରି ରହିବ । ସେପଟେ ବାଲେଶ୍ବରରେ ସ୍ଥଳ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ପବନର ଗତି ।