ସୀମା ସେପଟେ ପେଟ୍ରୋଲ ୨୫ କମ୍, ଏପଟେ ବିକିବାକୁ ବ୍ୟାକୁଳ ଦଲାଲ୍

1 min read

ନନ୍ଦିଘୋଷ ବ୍ୟୁରୋ: କନ୍ଦାଇଲାଣି ପେଟ୍ରୋଲ  । ଗାଡ଼ି ଧରିବାକୁ ବି ଅଧେ ଡରିଲେଣି  । ଦେଶର ଅଧିକାଂଶ ସ୍ଥାନରେ  ଶହେ ପାର କଲାଣି ପେଟ୍ରୋଲ ଓ ଡିଜେଲ  ଦର । ଏମିତି ବି ସ୍ଥିତି ହେଲାଣି ରାଜ୍ୟରେ ଏବେ ବି ୧୧ ସହରରେ ଲିଟର ପିଛା ଶହେ ଟଙ୍କାରୁ ଅଧିକ ଦରରେ ମିଳୁଛି ପେଟ୍ରୋଲ  ।  କିନ୍ତୁ ଭାରତରେ ତୈଳ ଦରର ଅହେତୁକ ବୃଦ୍ଧିରେ ଫାଇଦା ନେଉଛନ୍ତି ନେପାଳୀ oil smuggler  । ସୀମାନ୍ତ ରାଜ୍ୟ ଗୁଡ଼ିକରେ ଚଳାଇଛନ୍ତି ନେଟୱାର୍କ  । ଯଥେଷ୍ଟ କମ ଟଙ୍କାରେ ପେଟ୍ରୋଲ ଓ ଡିଜେଲ କ୍ରୟ କରି ଭାରତୀୟ ବଜାରରେ କରୁଛନ୍ତି ବିକ୍ରୟ  । ଆଉ ହେଉଛନ୍ତି ମାଲାମାଲ  ।

ନେପାଳରେ ପେଟ୍ରୋଲ ଲିଟର ପିଛା ଭାରତ ମାର୍କେଟରୁ ଯଥେଷ୍ଟ କମ ଦରରେ ବିକ୍ରୟ ହେଉଛି  । ଯାହାର ଫାଇଦା ଉଠାଉଛନ୍ତି କିଛି ଅନ୍ତ୍ରରାଷ୍ଟ୍ରୀୟ ବର୍ଡର ଚୋରାଚାଲାଣକାରୀ  । ଇଣ୍ଡିଆ-ନେପାଳ ସୀମାରେ କିଛି ଏଭଳି ଗୁପ୍ତ ସ୍ଥାନ ରହିଛି  । ଯେଉଁବାଟେ ଏହି smuggler ଗ୍ୟାଙ୍ଗ ବେପାର ଚଳାଇଛନ୍ତି  ।  ଅର୍ଥାତ ନେପାଳ ମାର୍କେଟରୁ ପେଟ୍ରୋଲ କିଣି ଭାରତ ମାର୍କେଟରେ ବେଆଇନ ଭାବେ ବିକ୍ରି କରୁଛନ୍ତି  । ନେପାଳରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ଥିବାବେଳେ  ଡିଜେଲ ଲିଟର ପିଛା ରହିଛି ୬୮ ଟଙ୍କା  । ଏବଂ ଭାରତ ମାର୍କେଟରେ ୨୫ ରୁ ୩୦ ଟଙ୍କା ଅଧିକ ପେଟ୍ରୋଲ ଦର ରହିଥିବାବେଳେ ଡିଜେଲ ଦର ମଧ୍ୟ ୨୦ରୁ ୨୫ ଟଙ୍କା ଚଢା ରହିଛି  । ସୀମାନ୍ତରେ କିଛି ଗଳିଆ ଯାଗା ଦେଖି ଏଭଳି ଗୋଲକଧନ୍ଧା ଚଳାଇଛନ୍ତି Smuggler  ।

ଭାରତ ନେପାଳ ମଧ୍ୟରେ ସମୁଦାୟ ୧୭୫୦ କିଲୋମିଟରର ସୀମାବର୍ତ୍ତୀ ଇଲାକା ରହିଛି  । ଯାହା ମଧ୍ୟରୁ ସିଦ୍ଧାର୍ଥନଗରର ଜନପଦ ଅଞ୍ଚଳରେ ରହିଛି ୬୮ କିଲୋମିଟର ବ୍ୟାପ୍ତ ଖୋଲା ସୀମା  । ସେପଟେ ଦୁଇ ଦେଶ ମଧ୍ୟରେ ୭୦ଟି ବୋର୍ଡର ପୋଷ୍ଟ ମଧ୍ୟ ରହିଛି  । ଯେଉଁବାଟେ ହିଁ ଦୁଇ ଦେଶ ମଧ୍ୟରେ ଛୋଟମୋଟ ଗାଡି ଚଳାଚଳ କରିଥାଏ  । ଆଉ ଯେଉଁ ୬୮ କିଲୋମିଟରର ଖୋଲା ସୀମା ପଡିଛି, ସେହିସୀମାରେ ରହିଛି ବଢନି, ଖୁନୱା, ଅଲିଗଢୱା ଏବଂ କକରହବା ବର୍ଡର  । କିନ୍ତୁ ୭୦ଟି ପୋଷ୍ଟକୁ ଛାଡିଦେଲେ ଏମିତି ଅନେକ ଛୋଟମୋଟ ରାସ୍ତା ରହିଛି  ଯେଉଁପଟେ ବେଧଡ଼କ ଭାବେ ଯିବା ଆସିବା କରିଥାନ୍ତି ସୀମାନ୍ତ ଲୋକେ  । କିନ୍ତୁ ବେଆଇନ ପେଟ୍ରୋଲ ବିକ୍ରି ସମ୍ବନ୍ଧରେ ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ପୋଲିସ ହାତରେ ପଡିଥିଲେ ଏହି ଚୋରାଚାଲାଣକାରୀ ଏବଂ ପେଟ୍ରୋଲଭର୍ତ୍ତୀ ଗାଡ଼ି  । ଜାଣନ୍ତୁ କେମିତି ଜାଣିଲା ବର୍ଡର ପୋଲିସ  ।

ଗତ ରବିବାର  । ଲୋଟନ ପୋଲିସ ହାତରେ ଲାଗେ ପ୍ରଥମ କେସ  । ୧୦୦ ଲିଟର ଡିଜଲ ସହ ଧରାପଡ଼େ ଜଣେ ନେପାଳୀ ନାଗରିକ  । ।  ଏହାପରେ ଠୋଠେରା ବର୍ଜରରେ ଗିରଫ ହୁଏ ଏହି ବ୍ୟକ୍ତି  । ଆଉ ଏହି ଡିଜେଲ ନେପାଳରୁ ହିଁ ଭାରତକୁ ଅବୈଦ୍ଧ ଭାବେ ଚାଲାଣ ହେଉଥିବା ଜଣାପଡ଼େ  । ଏବଂ ସୀମାନ୍ତ ମାର୍କେଟରେ ଭାରତୀୟ ଦର ହିସାବରେ ବିକ୍ରି କରିବାକୁ ଆଣିଥିବା ନେଇ ସ୍ପଷ୍ଟ କରେ ଗିରଫ ହୋଇଥିବା ବ୍ୟକ୍ତି  ।

ସେହିପରି ଦ୍ୱିତୀୟ କେସ ମଧ୍ୟ ସୀମାନ୍ତ ଆଲିଗଡ ବର୍ଡରରୁ ଆସିଛି  । ୫୦ ଲିଟର ଡିଜେଲ ଭର୍ତି ହୋଇଥିବା ଏକ ଗାଡିକୁ SSB ଅର୍ଥାତ ସଶସ୍ତ୍ର ସୀମା ବଳ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୁଏ  । ଏବଂ ଗିରଫ ହୋଇଥିବା ବ୍ୟକ୍ତି ନେପାଳ ସୀମାନ୍ତ ଚାକରଚୌଡ଼ା ଗ୍ରାମର ବାସୀନ୍ଦା ହୋଇଥିବା ମଧ୍ୟ ପୋଲିସ ଖବର ପାଏ  । କିନ୍ତୁ ସବୁଠାରୁ ବଡ କଥା ହେଉଛି ସୀମାନ୍ତରେ ଗୋଲକଧନ୍ଧା ଚଳାଇଥିବା ଏହି ଗ୍ୟାଙ୍ଗ ପେଟ୍ରୋକଳାବଜାରୀ ଛାଡ଼ିବାକୁ ନାରାଜ  । ଏଥିରୁ ଯଥେଷ୍ଟ ଲାଭ ହେଉଥିବାବେଳେ ବିନା ଦ୍ୱିଧାରେ ମାଲାମାଲ ହେଉଛନ୍ତି ସ୍ମଗଲର  । ଅନ୍ୟପଟେ ଏଭଳି ଖବର ପାଇବା ପରେ ସିଦ୍ଧାର୍ଥନଗର ଏସପି ସୀମାନ୍ତରେ ପୋଟ୍ରୋଲିଙ୍ଗ ବଢାଇଥିବା କହିଛନ୍ତି  ।

Leave a Reply