ଡେଲ୍ଟା ଠାରୁ ଅଧିକ ଘାତକ କରୋନାର ଲାମ୍ବଡ଼ା ଭାରିଆଣ୍ଟ

Corona Lambda Variant Is More Dangerous Than Delta Malaysia Warns

କ୍ୱାଲଲାମପୁର: କରୋନା ଭୂତାଣୁ ସଂକ୍ରମଣରେ ଡେଲ୍ଟା ପରେ ଅଧିକ ଘାତକ ଲାମ୍ବଡ଼ା ଭାରିଆଣ୍ଟ ବୋଲି ଦାବି କରାଯାଇଛି । ମାଲେସିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲାମ୍ବଡ଼ାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କହିବା ସହ ଡେଲ୍ଟାଠୁ ଅଧିକ ଘାତକ ବୋଲି କହିଛି । ମାଲେସିଆର ଦାବି ଅନୁସାରେ, ବିଗତ ୪ ସପ୍ତାହରେ ୩୦ରୁ ଅଧିକ ଦେଶରେ ଲାମ୍ବଡ଼ା ଭାରିଆଣ୍ଟ ମିଳିଛି । ପ୍ରଥମେ ଲାମ୍ବଡ଼ା ଷ୍ଟ୍ରେନ୍ ପେରୁରେ ମିଳିଥିଲା । ଏହି ଷ୍ଟ୍ରେନରେ ଦୁନିଆରେ ସବୁଠୁ ଅଧିକ ମୃତ୍ୟୁ ହେଉଛି ବୋଲି କହିଛି ମାଲେସିଆ ।

ଲାମ୍ବଡ଼ାକୁ ନେଇ ଅଧିକ ଅଧ୍ୟୟନ ହୋଇନଥିବା ବେଳେ ଡେଲ୍ଟା ତୁଳନାରେ ଅଧିକ ସଂକ୍ରାମକ କୁହାଯାଉଛି । ପେରୁରେ ମେ ଓ ଜୁନରେ ମୋଟ ନମୁନାରୁ ୮୨ ପ୍ରତିଶତ ଲାମ୍ବଡ଼ା ଭାରିଆଣ୍ଟ ମିଳିଥିବା ଜଣାପଡ଼ିଛି । ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ମେ ଓ ଜୁନରେ ୩୧ ପ୍ରତିଶତରୁ ଅଧିକ ନମୁନା ଲାମ୍ବଡ଼ା ଷ୍ଟେନର ଥିଲା ।

ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାମ୍ବଡ଼ାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ଘୋଷିତ କରିଛି । ଡବ୍ଲୁଏଚଓ ଅନୁସାରେ, ଲାମ୍ବଡ଼ା ଅଧିକ ସଂକ୍ରାମକ ଏବଂ ଏହା ଆଣ୍ଟିବଡି ଉପରେ ଆକ୍ରମଣ କରୁଛି । ଏହାରି ଭିତରେ ଇଂଲଣ୍ଡ ଲାମ୍ବଡ଼ାକୁ ଭାରିଏଣ୍ଚ ଅଫ୍ ଇନଭେଷ୍ଟିଗେସନ୍ ଲିଷ୍ଟରେ ରଖିଛି । ପିଏଚଇ ଅନୁସାରେ, ଏଯାବତ୍ ବ୍ରିଟେନରେ ଲାମ୍ବଡ଼ାର ୬ଟି ମାମଲା ମିଳିଛି ।

Leave a Reply