ସ୍ମାର୍ଟ ସୁନ୍ଦରୀଙ୍କ ସ୍ମାର୍ଟ କାରନାମା, 6 ଘଣ୍ଟାର ଶେଷ ହେଲା ହାଇଡ୍ରାମା

1 min read

ଭୁବନେଶ୍ୱର: ସ୍ମାର୍ଟ ସୁନ୍ଦରୀଙ୍କ ସ୍ମାର୍ଟ କାରନାମା। 6 ଘଣ୍ଟାର ଶେଷ ହେଲା ହାଇଡ୍ରାମା ।୧ଲକ୍ଷ ୪୦ ହଜାର ଟଙ୍କାର ମୋବାଇଲ ଚୋରି ନେଇ ସହିଦ ନଗର ଥାନାରେ ହୋଇଥିଲା ଅଭିଯୋଗ । ପୋଲିସ ର ତଦନ୍ତ ପରେ ଉକ୍ତ ଯୁବତୀ ଚୋରି କରିଥିବା iphone ର ଦାମ ଦେଇ ମାମଲାର ରଫା ଦଫା କରିଥିଲେ । ପୋଲିସ ସହାୟତାରେ ମୋବାଇଲ ଦୋକାନ ମାଲିକ ୧ ଲକ୍ଷ ୪୩ ହଜାର ଟଙ୍କା ଫେରି ପାଇଛନ୍ତି । ନଗଦ50 ହଜାର ଦେଇଥିବା ବେଳେ କର୍ଡ଼ରେ 90 ହଜାର ଦେଇଥିଲେ। swip ମେସିନ ବବଦକୁ 3 ହଜାର ଦେଲେ ଯୁବତୀ  ।

ଆଜି ସକାଳ ସମୟରେ ସହିଦନଗରର ଏକ ମୋବାଇଲ ଦୋକାନରୁ ଆଇଫୋନ ମୋବାଇଲ କିଣି ନେଇ ଛୁ ମାରିଥିଲେ ଯୁବତୀ । ଦୋକାନରୁ ଆଇ ଫୋନ କିଣିବା ପରେ ଯୁବତୀ ଘରୁ ଟଙ୍କା ଆଣିବେ କହି ଯୁବତୀ ନିଜ କାର ଓ ଦୋକାନୀର କର୍ମଚାରୀ ମାନେ ମିଶି ଘର ପର୍ଯ୍ୟନ୍ତ ଯାଇଥିଲେ । ହେଲେ ଘରକୁ ଯିବାକୁ କହି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇବାକୁ କହି କାରରେ ଫେରାର ହୋଇଯାଇଥିଲା ।

ଏତିକିରେ ତାଙ୍କ ପିଛା କରି ଘର ପର୍ଯ୍ୟନ୍ତ ପହଞ୍ଚିଥିଲେ ଦୋକାନ କର୍ମଚାରୀ । ହେଲେ ଘରେ ପହଂଚିବା ପରେ ଯୁବତୀ ଜଣଙ୍କ ଆଉ ଫୋନ ନେଇନଥିବା କହି ବଚସା କରିଥିଲେ । ଏହାପରେ ଦୋକାନ ମାଲିକ ଏନେଇ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନିକଟରେ ସମସ୍ତ ମାମଲାର ଟଙ୍କା ଦେଇ ରଫା ଦଫା କରିଛନ୍ତି।

Leave a Reply