ଦିଲୀପ କୁମାରଙ୍କ ଦେହାନ୍ତରେ ସବୁଠି ଶୋକ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

2 min read
Dilip Kumar Passed Away Political Personalities Expressed Grief

ନୂଆଦିଲ୍ଲୀ: ମହାନ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଛି । ହିନ୍ଦୀ ସିନେମାର ଏହି ଭେଟରାନଙ୍କୁ ହରାଇ ଭାଙ୍ଗି ପଡ଼ିଛି ବଲିଉଡ୍ । ଟ୍ରାଜେଡି କିଙ୍ଗଙ୍କ ଦେହାନ୍ତରେ ଅଭିନେତା, ନେତା ସମସ୍ତେ ସ୍ତବ୍ଧ । ଦିଲୀପଙ୍କ ପରଲୋକଙ୍କ ନିରବୀ ଯାଇଛି ସବୁକିଛି ।

ଦିଲୀପ କୁମାରଙ୍କ ନିଧନ ଖବର ଶୁଣି ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲୀପଙ୍କ ପତ୍ନୀ ସାୟରା ବାନୋଙ୍କ ସହ ଫୋନରେ କଥା ହୋଇ ଆଶ୍ୱାସନା ଦେଇଛନ୍ତି । ଏଥିସହ ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଦୀଲିପ କୁମାରଙ୍କ ଦେହାନ୍ତ ଆମ ସାଂସ୍କୃତିକ ଦୁନିଆ ପାଇଁ ଏକ ବଡ଼ କ୍ଷତି ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । ନବୀନ ଲେଖିଛନ୍ତି, ଭାରତୀୟ ସିନେମାରେ ଜଣେ ଅଗ୍ରଣୀ ମନୋରଞ୍ଜନକାରୀ ଥିଲେ ଦିଲୀପ । ସିନେମା ପ୍ରେମୀ ତାଙ୍କୁ ସବୁଦିନ ତାଙ୍କ ଅମୂଲ୍ୟ ଯୋଗଦାନ ପାଇଁ ମନେ ରଖିବେ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମ୍ବେଦନା ଜଣାଇଛନ୍ତି ନବୀନ ।

ବିଗ୍ ବି ଅମିତାଭ ବଚ୍ଚନ ଲେଖିଛନ୍ତି, ଏକ ସଂସ୍ଥା ଚାଲିଯାଇଛି । ଯେତେବେଳେ ଭାରତୀୟ ସିନେମାର ଇତିହାସ ଲେଖା ହେବ ତ ଏହା ପର ଓ ପୂର୍ବରେ ଦିଲୀପ କୁମାର ହିଁ ରହିବେ ।

ଏଥିସହ ପଢ଼ନ୍ତୁ: ଚାଲିଗଲେ ଦିଲୀପ କୁମାର, ୯୮ ବର୍ଷ ବୟସରେ ଦେହାନ୍ତ

Leave a Reply