spot_img
Home Blog Page 5592

ଓଡ଼ିଶା କରୋନା ପିକ୍ ଅତିକ୍ରମ କରି ସାରିଛି,ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମିବା ସହିତ ସୁସ୍ଥତା ହାର ବଢିବାରେ ଲାଗିଛି । କରୋନା ସଂକ୍ରମଣ ହାର କମ୍‌କରିବା ପାଇଁ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରତ୍ୟେକ ସହରରେ ନିୟମ କଡ଼ାକଡ଼ି କରାଯାଇଛି । ତେବେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ରଙ୍କ କହିବା ହେଉଛି ବର୍ତ୍ତମାନ ଆମେ ପିକ ପାସ କରି ସାରିଛୁ। କେବଳ ଟେଷ୍ଟିଂ ବଢ଼ୁଛି ବୋଲି ସକ୍ରିୟ ମାମଲା ମଧ୍ୟ ବଢୁଛି । ସକ୍ରିୟ ହାର ୧୪.୪ ହ୍ରାସ ହୋଇଛି । ବାତ୍ୟା ପାଇଁ ଟେଷ୍ଟ କମ୍‌ ହୋଇଥିବାରୁ ସକ୍ରିୟ ମାମଲା କମ ଆସିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ଟେଷ୍ଟିଂ ବଢିଥିଲେ ବି ସକ୍ରିୟ ମାମଲା କମିଛି। ତେଣୁ ଏଥିରେ ଆଗକୁ ମଧ୍ୟ ହ୍ରାସ ଘଟିବ । ତେବେ  ସକ୍ରିୟ ମାମଲା ହ୍ରାସ ହୋଇ ୫ ପ୍ରତିଶତରେ ପହଂଚିବାକୁ ଆହୁରି ୩ ସପ୍ତାହ ଲାଗିଯାଇପାରେ। ୫ ପ୍ରତିଶତ ତଳକୁ ଆସିଲେ କଟକଣା ହଟେଇବା ସହଜ ହୋଇଯିବ ଏବଂ ଏହାକୁ ନେଇ ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ସ୍ଥିତିରେ ଅଧିକ ଗହଳି,ବନ୍ଦ କୋଠରୀ ରେ କାର୍ଯ୍ୟକ୍ରମ ,ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବ୍ୟାନ କରିବାକୁ ପଡିବ। ଦିନକୁ ଦିନ ନୂଆ ମ୍ୟୁଟାଣ୍ଟ ଆସୁଛନ୍ତି । ଯାହାକି ଅଧିକ ଘାତକ ପ୍ରମାଣିତ ହୋଇପାରେ । ଏପରି ସ୍ଥିତିରେ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରିବାକୁ ପଡିବ। ଲକଡାଉନ ସକ୍ରିୟ ମାମଲା ବଢିବ । ଅତିକମରେ ଦୁଇ ସପ୍ତାହ ଲାକଡାଉନ କରି ସ୍ଥିତି ଦେଖି ସରକାର ବିଚାର କରିବା ଉଚିତ ବୋଲି କହିଛନ୍ତି ନିରଜ ମିଶ୍ର ।

ରାଉରକେଲାରେ ସଟ୍‌ଡାଉନ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୪ ଦୋକାନ ସିଲ୍

ଭୁବନେଶ୍ୱର:   ରାଉରକେଲାରେ ଉଲ୍ଲଂଘନ  ହୋଇଛି  ସଟ୍‌ଡାଉନ୍‌ ନିୟମ  । ସଟ୍‌ଡାଉନ୍‌ ସମୟରେ ଦୋକାନ ଖୋଲିବାକୁ ନେଇ ୪ଟି ଦୋକାନ ସିଲ୍ କରାଯାଇଛି । ଟ୍ରାଫିକ ମାର୍କେଟରେ ଏକ ଢାବାକୁ ସିଲ୍‌ କରାଯାଇଥିବା ବେଳେ ଡେଲି ମାର୍କେଟର ଗୋଟିଏ ମାଛ ଦୋକାନ ସିଲ୍ କରାଯାଇଛି ।

ମାଛ ଦୋକାନରୁ ୨୦  କେଜିରୁ ଅଧିକ ପଚାମାଛ ଜବତ କରାଯାଇଛି । ସେହିପରି ସହରର ଭାଟିରୋଡରେ ଗୋଟିଏ ମାଂସ ଦୋକାନ ଓ ଗୋଟିଏ ଚିକେନ ଦୋକାନକୁ ସିଲ୍ କରିଛି ପୋଲିସ । ତେବେ ସଟଡାଉନ ସମୟରେ ଦୋକାନ ଖୋଲାଯାଇଥିବାରୁ ପୋଲିସ ଓ ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇଥିଲା ।

ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ହାର ବଢୁଥିବାରୁ ଏଥିରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟ ସରକାର  ସାରା ରାଜ୍ୟରେ ଲକଡାଉନ ଜାରି କରିଥିଲେ । ଲକଡାଉନ ହେତୁ ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହାର ମଧ୍ୟ କମ୍‌ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସହରରେ ସଟଡାଉନରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ଏଭଳି ସ୍ଥିତିରେ ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ୍‌ ।

Lockdown Update: କେଉଁଠି ବଢିଲା ଲକଡାଉନ୍ ଓ କେଉଁ ରାଜ୍ୟରେ ଆରମ୍ଭ ହେଲା ଅନଲକିଂ ? ଜାଣନ୍ତୁ

ଭୁବନେଶ୍ୱର: କେରଳ,ମହାରାଷ୍ଟ୍ର,ଗୋଆ,ତାମିଲନାଡୁ,ପୁଡୁଚେରି ଭଳି ରାଜ୍ୟ ନିଜ ନିଜ ଅଂଚଳରେ ଲକଡାଉନ୍ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆସାମ,ଅରୁଣାଚଳ ପ୍ରଦେଶ ଓ ମଣିପୁରକୁ ଛାଡି ଦେଶର ବାକି ପ୍ରାୟ ସମସ୍ତ ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ହ୍ରାସ ପରିଲକ୍ଷିତ ହେଉଛି । ଏହା ସତ୍ୱେ ରାଜ୍ୟ ସରକାର ଗୁଡିକ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହାନ୍ତି ।

ରାଜଧାନୀ ଦିଲ୍ଲୀରେ ମଧ୍ୟ ଲକଡାଉନ୍ କଟକଣାକୁ ୭ ଜୁନ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହା ସହିତ ଦିଲ୍ଲୀ ସରକାର ଅନଲକ୍ ଦିଗରେ କିଛି ପଦକ୍ଷେପ ମଧ୍ୟ ନେଇଛନ୍ତି । ମଧ୍ୟପ୍ରଦେଶ,ହିମାଚଳ ପ୍ରଦେଶ ମଧ୍ୟ ଲକଡାଉନରେ ଅଳ୍ପ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ହରିଆନା ଲକଡାଉନକୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବଢାଇଛି । ।

ଦିଲ୍ଲୀରେ ଲକଡାଉନ୍ ସହ ଅନଲକ ପ୍ରକ୍ରିୟା ଆରମ୍ଭ

ଦିଲ୍ଲୀରେ ସୋମବାରଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଦିଲ୍ଲୀ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ କରୋନା କର୍ଫ୍ୟୁକୁ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ସକାଳ ୫ଟା ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଦିଲ୍ଲୀ ସରକାର ସୋମବାରଠାରୁ ମ୍ୟାନୁଫେକ୍ଚରିଂ ପାଇଁ ଅନୁମତି ଦେଇଛନ୍ତି । ଉତ୍ପାଦନ ଗତିବିଧି ସହ ଜଡିତ ବ୍ୟକ୍ତିଙ୍କୁ ଇ-ପାସ୍ ନେବାକୁ ପଡିବ । କର୍ମଚାରୀଙ୍କ ପାଇଁ ମାଲିକ,ଠିକାଦର ଇ-ପାସ୍ ପାଇଁ ଆବେଦନ କରିବାକୁ ପଡିବ ।

କେରଳ ସରକାର ସପ୍ତାହକ ପାଇଁ ବଢାଇଲେ ଲକଡାଉନ୍

କେରଳ ସରକାର ଆହୁରି ଏକ ସପ୍ତାହ ପାଇଁ ଲକଡାଉନକୁ ବଢାଇ ଦେଇଛନ୍ତି । ଲକଡାଉନ୍ ୯ ଜୁନ୍ ପର୍ଯ୍ୟନ୍ତ ଜାରି ରହିବ । ତେବେ ଜରୁରୀକାଳିନ ସେବାକୁ ଏହି ସମୟରେ କାମ କରିବାକୁ ଅନୁମତି ମିଳିବ ।ଟେଷ୍ଟ୍ ପଜିଟିଭ୍ ରେଟ୍ କ୍ରମାଗତ ଭାବେ ତିନିଦିନ ୧୫ ପ୍ରତିଶତରୁ କମ ରହିଲେ ଲକଡାଉନ୍ ହଟିବ ବୋଲି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହି ସାରିଛନ୍ତି । ତେବେ ସରକାର ରାଜ୍ୟରେ ତିନି ଦିନ ପାଇଁ ଅଳଙ୍କାର,ଲୁଗା ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଏହାସହିତ ବ୍ୟାଙ୍କ ମଧ୍ୟ ତିନି ଦିନ ପାଇଁ ଖୋଲିବ । ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ୟୁନିଟକୁ ୫୦ ପ୍ରତିଶତ କ୍ଷମତା ସହିତ କାମ କରିବାକୁ ଅନୁମତି ମିଳିଛି ।

ମହାରାଷ୍ଟ୍ରରେ ୧୪ ଦିନ ପାଇଁ ବଢିଲା ଲକଡାଉନ୍

ମହାରାଷ୍ଟ୍ର ସରକାର ଜୁନ୍ ୧ ତାରିଖରେ ଶେଷ ହେବାକୁ ଥିବା ଲକଡାଉନକୁ ଆହୁରି ୧୫ ଦିନ ପାଇଁ ବଢାଇ ଦେଇଛନ୍ତି । ରାଜ୍ୟରେ ଏପ୍ରିଲ ୧୪ ଏପ୍ରିଲ ଠାରୁ ଲକଡାଉନ୍ ରହିଛି ।ଜୁନ୍ ୧ ତାରିଖ ଦିନ ନୂଆ ମାର୍ଗଦର୍ଶିକ ଜାରି କରିବେ ମହାରାଷ୍ଟ୍ର ସରକାର । ଯେଉଁ କ୍ଷେତ୍ରରେ ସ୍ଥିତି ସୁଧୁରିଛି ସେହି କ୍ଷେତ୍ରକୁ ରିହାତି ମିଳିବା ସମ୍ଭାବନା ରହିଛି ।

ଗୋଆରେ ୭ ଜୁନ୍ ପର୍ଯ୍ୟନ୍ତ ବଢିଲା କରୋନା କର୍ଫ୍ୟୁ

ଗୋଆରେ କରୋନା କର୍ଫ୍ୟୁକୁ ଜୁନ୍ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତିଯେ, କରୋନା ସଂକ୍ରମଣ ହାର କମିକରି ୨୧ ପ୍ରତିଶତ ହୋଇଯାଇଛି । ଏହାକୁ ଆହୁରି କମାଇବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି । ଖାଦ୍ୟସାମଗ୍ରୀ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ସକାଳ ୭ରୁ ଦି’ପହର ୧ ଯାଏଁ ଖୋଲିବ

ମଧ୍ୟପ୍ରଦେଶରେ ଜିଲ୍ଲା ନେବେ ନିଷ୍ପତ୍ତି

ମଧ୍ୟପ୍ରଦେଶରେ ଅନଲକ୍ ପ୍ରକ୍ରିୟା ଆଡକୁ ଗତି କରୁଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଶନିବାର ଦିନ କହିଥିଲେ ଯେ, ରାଜ୍ୟ ସରକାର ଯାହା ବି ଗାଇଡଲାଇନ୍ ଜାରି କରନ୍ତି ଅନ୍ତିମ ନିର୍ଣ୍ଣୟ ଜିଲ୍ଲା ସ୍ତରରେ କ୍ରାଇସିସ୍ ମ୍ୟାନେଜମେଣ୍ଟ୍ ଗ୍ରୁପକୁ ନେବାକୁ ପଡିବ । ଯେଉଁଠାରେ ପଜିଟିଭ୍ ହାର ୫ ପ୍ରତିଶତରୁ ଅଧିକ ସେଠାକାର ସ୍ଥାନୀୟ ପ୍ରଶାସନକୁ କ’ଣ ଖୋଲା ଯିବ,କ’ଣ ବନ୍ଦ ରହିବ ତ’ର ନିଷ୍ପତ୍ତି ନେବାକୁ ପଡିବ । ଅର୍ଥାତ ରାଜ୍ୟରେ ଲକଡାଉନ୍ ସମ୍ବନ୍ଧିତ ନିଷ୍ପତ୍ତି ଜିଲ୍ଲା ପ୍ରଶାସନକୁ ନିଜ ଜିଲ୍ଲାର ସ୍ଥିତିକୁ ନେଇ ନିଷ୍ପତ୍ତି ନେବାକୁ ପଡିବ ।
ୟୁପି,ବିବାର ଏବଂ ଓଡ଼ିଶା : ଏବେ ଲକଡାଉନ୍ ବୃଦ୍ଧି ଉପରେ ନେଇ ନାହାନ୍ତି ନିଷ୍ପତ୍ତି

ଉତ୍ତର ପ୍ରଦେଶରେ ଆଂଶିକ କର୍ଫ୍ୟୁ ୩୧ ମେ ସକାଳ ୭ ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟରେ ପ୍ରତିବନ୍ଧକ ଜାରି ରହିବ କି ନାହିଁ ତାହା ଉପରେ ନିଷ୍ପତି ଆଜି(ରବିବାର) ସଂଧ୍ୟା ବେଳକୁ ସରକାର ନେବେ । ଅନ୍ୟପକ୍ଷରେ ଓଡ଼ିଶା,ଉତ୍ତରାଖଣ୍ଡ,ବିହାର ଭଳି ରାଜ୍ୟ ଲକଡାଉନ୍ ବଢାଇବାକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ତିନୋଟି ରାଜ୍ୟ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ରହିଛନ୍ତି

କରୋନା ଭୂତାଣୁକୁ ନେଇ ଚୀନ୍‌ ସହରରେ ଉତ୍ତେଜନା

ନୂଆଦିଲ୍ଲୀ:  ଦକ୍ଷୀଣ ଚୀନର ଗୁଆଙ୍ଗଝୁ ପ୍ରଦେଶର କିଛି ଅଂଚଳରେ କରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିବା ପରେ ସେଠାରେ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ଶନିବାର ଦିନ ସ୍ଥାନୀୟ ପ୍ରଶାସନ ଅନେକ ଗତିବିଧିର ଉପରେ ପ୍ରତିବନ୍ଧକ ଲାଗୁ କରିଛି । ଲୋକଙ୍କୁ ନିଜ ଘରେ ରହିବାକୁ ପ୍ରଶାସନ କହିଛି ।

ହଂକଂର ଉତ୍ତରରେ ଅବସ୍ଥିତି ଦେଢ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ବାଣିଜ୍ୟକ ଓ ଶିଳ୍ପାଞ୍ଚଳରେ ଗତ ସପ୍ତାହରେ କରୋନା ସଂକ୍ରମଣର ୨୦ ମାମଲା ସାମ୍ନାକୁ ଆସିଥିଲା । ଭାରତ ତୁଳନାରେ ଏହି ସଂଖ୍ୟା ଢେର କମ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ରିସ୍କ୍ ନେବାକୁ ଚାହୁଁ ନାହିଁ । ତେଣୁ ସେଠାରେ କଠୋର କଟକଣା ଲାଗୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ଚୀନର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୁଆଙ୍ଗଝୁର ଲିବାନ ଜିଲ୍ଲାର ୫ ଅଞ୍ଚଳରେ ଲୋକଙ୍କ ସ୍କ୍ରିନିଂ କରାଯାଉଛି । ବଜାର ସମେତ ସିନେମା ହଲ,ଷ୍ଟାଡିୟମ ଭଳି ଭିଡଭାଡ ସ୍ଥାନକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାର ୪ ଟି ଅଂଚଳର ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି ।


ସୂଚନାଯୋଗ୍ୟ ଯେ, ଏବେ ଚୀନରେ କରୋନା ସଂକ୍ରମଣର ୯୧ ହଜାର ୬୧ ମାମଲା ସାମ୍ନାକୁ ଆସିଥିବା ବେଳେ ୪ ହଜାର ୬୩୬ଜଣଙ୍କ ମୃତ୍ୟୁ ହୋଇଛି । ଅଧିକାରୀଙ୍କ ମାନିବା ହେଉଛି ଯେ, ବିଦେଶରୁ ଆସୁଥିବା ଲୋକଙ୍କ ହିଁ ଅଧିକ ସଂକ୍ରମିତ ହେଉଛନ୍ତି । ସ୍ଥାନୀୟ ସ୍ତରରେ ସଂକ୍ରମଣ ହାର ଢେର କମ ବୋଲି ସରକାରୀ ସୂତ୍ର କହୁଛି ।

 

ଗୋଟିଏ ବିଦ୍ୟାଳୟରୁ ୨୧୫ ଶିଶୁଙ୍କ ମୃତଦେହ ଉଦ୍ଧାର !

କମଲୁପ୍ସ: ଗୋଟିଏ ବିଦ୍ୟାଳୟରୁ ୨୧୫ ଶିଶୁଙ୍କ ମୃତଦେହ ଉଦ୍ଧାର । ଏହି ଶିଶୁଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ପ୍ରାୟ ତିନି ବର୍ଷ । ତେବେ ଘଟଣାଟି ହେଉଛି କାନାଡାର ଏକ ବିଦ୍ୟାଳୟର । ଏହି ବିଦ୍ୟାଳୟଟି କେବେ କାନାଡାର ସବୁଠାରୁ ବଡ ଆବାସିକ ବିଦ୍ୟାଳୟରେ ଗଣା ଯାଉଥିଲା ।  ଭୂମି ତଳର ବସ୍ତୁମାନଙ୍କ ତର୍ଜମା କରୁଥିବା ଏକ ଯନ୍ତ୍ର ରାଡାର ସାହାଯ୍ୟରେ ଏହି ମୃତଦେହ ଗୁଡ଼ିକ ମିଳିଥିବା ବ୍ରିଟିଶ କଲମ୍ବିଆର ପ୍ରଥମ ରାଷ୍ଟ୍ରର ମୁଖ୍ୟ ରୋସେନ କୈସମିର ଏକ ଖବର ପ୍ରକାଶ କରି କହିଛନ୍ତି ।

ଶୁକ୍ରବାର ଦିନ କୈସମିର କହିଛି ଯେ, ଏଠାରୁ ଆହୁରି ମଧ୍ୟ ମୃତଦେହ ମିଳିବାର ସମ୍ଭାବନା ରହିଛି । କାରଣ  ବିଦ୍ୟାଳୟ ପରିସରରେ ଅଧିକ ଅଞ୍ଚଳ ଖୋଜାଖୋଜି କଲେ ତାହ ଜଣାପଡ଼ିବ । ସେ କହିଛନ୍ତି ଯେ ଏହି ମୃତ ଶରୀର ହେଉଛି ଏକ କ୍ଷତି ଯାହା କଳ୍ପନା କରାଯାଇପାରିବ ନାହିଁ ଏବଂ କମଲୁପ୍ସ ଇଣ୍ଡିଆନ୍ ସ୍କୁଲର ଦସ୍ତାବିଜରେ ଏନେଇ କୌଣସି ଉଲ୍ଲେଖ କରାଯାଇନାହିଁ ।

ଉଲ୍ଲେଖନୀୟ ବିଷୟ ହେଉଛି, ଊନବିଂଶ ଶତାବ୍ଦୀରୁ ୧୯୭୦ ଦଶକ ମଧ୍ୟରେ ଦେଢ ଲକ୍ଷରୁ ଅଧିକ ପିଲାମାନଙ୍କୁ କାନାଡିୟ ସମାଜ ଭାଷା ସଂସ୍କୃତିକୁ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିଲା । ଏବଂ ସେମାନଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯିବା ସହ ସେମାନଙ୍କୁ ମାତୃଭାଷା କହିବାକୁ ଅନୁମତି ଦିଆଯାଇନଥିଲା। ଏହିଧାରାରେ ଅନେକ ପିଲାଙ୍କୁ ମାଡ ମଧ୍ୟ ଦିଆଯାଉଥିଲା ଏବଂ ନିର୍ଯାତନା ଦିଆଯାଉଥିଲା  । ଆଉ ସେହି ସମୟରେ ପାଖାପାଖି ୬ହଜାର ପିଲାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

କାନାଡାର ଏକ ସମନ୍ୱୟ ଆୟୋଗ ପାଞ୍ଚ ବର୍ଷ ପୂର୍ବେ ଅନୁଷ୍ଠାନର ପିଲାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। କୁହାଯାଇଥିଲା ଯେ ଅତ୍ୟାଚାର ଏବଂ ଅବହେଳା ଯୋଗୁଁ ଅତି କମରେ ୩୨୦୦ ପିଲାଙ୍କର ମୃତ୍ୟୁ ହୋଇଛି। ତେବେ କୁହାଯାଇଥିଲା ଯେ ୧୯୧୫ ରୁ ୧୯୬୩ ମଧ୍ୟରେ କମଲୁପ୍ସ ସ୍କୁଲରେ ଅତି କମରେ ୫୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହାକୁ ନେଇ  ୨୦୦୮ରେ କାନାଡା ସରକାର ସଂସଦରେ କ୍ଷମା ମାଗିଥିଲେ ଏବଂ ବିଦ୍ୟାଳୟରେ ଶାରୀରିକ ତଥା ଯୌନ ଶୋଷଣକୁ ସ୍ୱୀକାର କରିଥିଲେ। ବ୍ରିଟିଶ କଲମ୍ବିଆର ଅଗ୍ରଣୀ ନେତା ଜନ୍ ହୋର୍ଗାନ୍ କହିଛନ୍ତି ଯେ ଏହି ଶବଗୁଡ଼ିକ ମିଳିବା ଅତ୍ୟନ୍ତ ‘ହୃଦୟ ବିଦାରକ’ । ତେବେ ଏହି କମଲୁପ୍ସ ସ୍କୁଲ ୧୮୯୦ ରୁ ୧୯୬୯ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲା । ଏହା ପରେ କେନ୍ଦ୍ର ସରକାର ଏହି ସ୍କୁଲକୁ ନିଜ ଅଧିନରେ ନେଇ ୧୯୭୮ରେ ବନ୍ଦ କରିଦେଇଥିଲେ ।

ଭିଏତନାମ୍‌ରେ ହାଇବ୍ରିଡ୍ କରୋନା ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ:  କରୋନାର ନୂଆ ଭୂତାଣୁ ଚିହ୍ନଟ । ଭିଏତନାମ୍‌ରେ ହାଇବ୍ରିଡ୍ କରୋନା ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ହାଇବ୍ରିଡ୍ ଷ୍ଟ୍ରେନ୍ ଅର୍ଥାତ୍ ବ୍ରିଟେନ୍ ଓ ଭାରତ ଷ୍ଟେନ୍ ମିଶି ନୂଆ ଷ୍ଟ୍ରେନ୍ ଆସିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

74 Deaths At Goa's Biggest Covid Hospital Fighting Oxygen Crisis

ବିଶେଷଜ୍ଞଙ୍କ କହିବା କଥା ହେଉଛି ଏହି ଷ୍ଟ୍ରେନ୍ ଅଧିକ ମାରାତ୍ମକ । ତେଣୁ ଅଧିକ ସତର୍କ ହେବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ  ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ଦେଶକୁ ଷ୍ଟ୍ରେନ୍ ଆସିବା ପୂର୍ବରୁ ପଦକ୍ଷେପ ନେବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ   ବିଶେଷଜ୍ଞ ।

ଭାରତରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆତଙ୍କ ସୃଷ୍ଟି କରିଛି । ଏଥିରୁ ବଞ୍ଚିବା ପାଇଁ ଲୋକ ଅହରହ ସଂଘର୍ଷ କରୁଛନ୍ତି । ଦୈନିକ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଜୀବନ ଯାଉଛି । ଅନ୍ୟପଟେ ଟୀକାକରଣ କେନ୍ଦ୍ରରେ ଟିକା ନେବାପାଇଁ ଲୋକଙ୍କ ଭିଡ଼ ଜମୁଛି । ଅକ୍ସିଜେନ ଅଭାବ ଆଉ ଏକ ବିରାଟ ସମସ୍ୟା ସୃଷ୍ଟି କରିଛି । ଏଭଳି ସ୍ଥିତିରେ କରୋନାର ନୂଆ ଭୂତାଣୁ ଚିହ୍ନଟ ହେବା ଘଟଣା ନିହାତି ଭାବରେ ଲୋକଙ୍କୁ ଡରାଇବା ଆରମ୍ଭ କରିଛି ।

ହୋଟେଲଙ୍କ ସହିତ ମିଶି ଟୀକାକରଣ କରୁଥିବା ଡାକ୍ତରଖାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ଆଦେଶ

ନୂଆଦିଲ୍ଲୀ: କରୋନା ଟିକାକରଣର ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଙ୍କୁ ଆଦେଶ ଦେଇଛନ୍ତି । କିଛି ଘରୋଇ ହସ୍ପିଟାଲ ଗାଇଡ୍ ଲାଇନ୍ ଉଲ୍ଲଂଘନ କରି ହୋଟେଲଙ୍କ ସହିତ ବୁଝାମଣା କରି କୋଭିଡ୍ ଟିକାକରଣ ପ୍ୟାକେଜ୍ ଦେଉଥିବା ନଜରକୁ ଆସିବା ପରେ କେନ୍ଦ୍ର ଏଭଳି ଆଦେଶ ଦେଇଛି ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏନେଇ ପତ୍ର ଲେଖା ଯାଇଛି । ପତ୍ରରେ କୁହଯାଇଛି ଯେ, କିଛି ଘରୋଇ ହସ୍ପିଟାଲ ହୋଟେଲଙ୍କ ସହିତ ମିଶି କୋଭିଡ୍ ଟୀକାକରଣ ପ୍ୟାକେଜ୍ ଦେଉଥିବା ଘଟଣା ନଜରକୁ ଆସିଛି । ଯାହା ଜାତୀୟ ଟିକାକରଣ ଗାଇଡଲାଇନର ଉଲ୍ଲଂଘନ ଅଟେ ।

ଗାଇଡଲାଇନ୍ ଅନୁସାରେ ସରକାରୀ ଟୀକାକରଣ କେନ୍ଦ୍ର ଓ ଘରୋଇ ହସ୍ପିଟାଲ ଟିକାକେନ୍ଦ୍ର, କାର୍ଯ୍ୟସ୍ଥଳ,ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଘର ନିକଟରେ ଟୀକାକରଣ କେନ୍ଦ୍ର ବ୍ୟତୀତ ଅନ୍ୟ କୌଣସି ଠାରେ ଟୀକାକରଣ ହୋଇ ପାରିବ ନାହିଁ । ତେଣୁ ହୋଟେଲରେ ଟିକାକରଣ ଗାଇଡଲାଇନର ଉଲ୍ଲଂଘନ ଅଟେ । ଏହାକୁ ତୁରନ୍ତ ରୋକିବାକୁ ପତ୍ରରେ କୁହାଯାଇଛି ।

ମେହୁଲ ଚୋକସିଙ୍କୁ ଅପହରଣ କରାଯାଇଥିବା ପଛରେ କୌଣସି ସତ୍ୟତା ନାହିଁ !

ଆଣ୍ଟିଗୁଆ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ନେଇ ଆଣ୍ଟିଗୁଆ ଓ ବାରବୁଡା ପୋଲିସର ବଡ଼ ବୟାନ । ପୋଲିସ ମୁଖ୍ୟ ଏଟଲି ରୋଡନୀଙ୍କ ବୟାନ ପରେ ଏବେ ଏହା ରାଜନୈତିକ ପ୍ରସଙ୍କ ପଲଟିଛି । ପୋଲିସ ମୁଖ୍ୟ ଏଟଲି ରୋଡନୀ, ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ ଆଣ୍ଟିଗୁଆରୁ ହିଁ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଅପହରଣ କରାଯାଇଛି । ଯଦିଓ ମେହୁଲ ଚୋକସିଙ୍କ ଓକିଲ ଦାବି କରିଥିଲେ ଯେ ଚୋକସିଙ୍କୁ ଆଣ୍ଟିଗୁଆରୁ ଡୋମିନିକାକୁ ଜବରଦସ୍ତ ଅଣାଯାଇଥିଲା। ଏବଂ ଏମିତି କରିବା ପଛରେ ବୋଧହୁଏ ସେହିମାନଙ୍କର ହାତ ଥିଲା ଯେଉଁମାନେ ଭାରତ ଏବଂ ଆଣ୍ଟିଗୁଆ ପାଇଁ କାମ କରୁଛନ୍ତି ।
ତେବେ ଓକିଲଙ୍କ ଏହି ସମସ୍ତ ଦାବିକୁ ଖଣ୍ଡନ କରିଛି ଆଣ୍ଟିଗୁଆ ଏବଂ ବାରବୁଡା ପୋଲିସ ମୁଖ୍ୟ ଏଟଲି ରୋଡନୀ । ସେ କହିଛନ୍ତି ଯେ, ତାଙ୍କ ପାଖରେ ସେମିତି କିଛି ବି ପ୍ରମାଣ ନାହିଁ ଯେଉଁଥିରେ ସ୍ପଷ୍ଟ ହେବ ଯେ ଚୋକସିଙ୍କୁ ଆଣ୍ଟିଗୁଆରୁ ଜବରଦସ୍ତ ନିଆଯାଇଛି । କେବଳ ମେହୁଲ ଚୋକସିଙ୍କ ଓକିଲ ଏହା କହୁଛନ୍ତି। ଡୋମିନିକା ପୋଲିସ ମଧ୍ୟ ଓକିଲଙ୍କ ଏହି ଦାବିକୁ ସ୍ପଷ୍ଟ କରିନାହିଁ ।
ସୂଚନା ଯୋଗ୍ୟ ଯେ, ଡୋମିନିକାରେ ଧରାପଡ଼ିଥିବା ପିଏନବି ସ୍କାମର ଅଭିଯୁକ୍ତ ମେହୁଲ ଚୋକସିଙ୍କ ମାମଲା ବର୍ତ୍ତମାନ କୋର୍ଟରେ । ହୀରା ବ୍ୟବସାୟୀ ମେହୁଲର ଓକିଲ ହିବିୟସ୍ କର୍ପସ କୋର୍ଟରେ ନିଜର ପକ୍ଷ ରଖି ଆବେଦନ ମଧ୍ୟ କରିଛନ୍ତି । ଏହି ଆବେଦନରେ ମେହୁଲଙ୍କ ଓକିଲ ଦାବି କରିଛନ୍ତି ଯେ, ମେହୁଲ ଚୋକସିର ଶରୀରରେ ‘ନିର୍ଯାତନାର ଚିହ୍ନ’ ରହିଛି। ଓକିଲ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ମେହୁଲ ଚୋକସୀଙ୍କୁ ତାଙ୍କ ବିନା ଅନୁମତିରେ ଆଣ୍ଟିଗୁଆ ଏବଂ ବାରବୁଡାରୁ ଜବରଦସ୍ତ ଉଠାଇ ନିଆଯାଇଥିଲା ।

ଅନ୍ୟପକ୍ଷରେ, ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ଆଣ୍ଟିଗୁଆରେ ଏକ ରାଜନୈତିକ ପ୍ରସଙ୍ଗ ହୋଇଯାଇଛି । ଆଣ୍ଟିଗୁଆରେ ବିରୋଧୀ ଦଳର ନେତା କହିଛନ୍ତି ଯେ, ଚୋକସି ଆଣ୍ଟିଗୁଆର ନାଗରିକ ଏବଂ ତାଙ୍କ ନାଗରିକଙ୍କୁ ଅନ୍ୟ କୌଣସି ଦେଶକୁ ହସ୍ତାନ୍ତର କରାଯିବନାହିଁ। କାରଣ ଡୋମିନିକାରେ ଚୋକସି ଗିରଫ ହେବା ପରେ ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେହୁଲ ଚୋକସିଙ୍କୁ ସିଧାସଳଖ ଭାରତକୁ ହସ୍ତାନ୍ତର କରାଯିବା ଉଚିତ।

ଚୀନରୁ ଆସିଲା ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଫ୍ଲାଇଟ୍

ଭୁବନେଶ୍ୱର:   ଚୀନରୁ ଆସିଲା ଅକ୍ସିଜେନ୍ ସିଲିଣ୍ଡର । ସିଧାସଳଖ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଫ୍ଲାଇଟ୍ । ଟ୍ୱିଟ କରି ସୂଚନା ଦେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ।

ଅକ୍ସିଜେନ ଅଭାବରୁ କୌଣସି ରୋଗୀ ଯେମିତି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଟ୍ୱିଟ କରି ଲେଖିଛନ୍ତି ଅସିତ୍ ତ୍ରିପାଠୀ । ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ । ଅତି ଶୀଘ୍ର ରାଜ୍ୟର ସବୁ ମେଡିକାଲକୁ ଯୋଗାଇ ଦିଆଯିବ ସିଲିଣ୍ଡର ।

ସୂଚନାଯୋଗ୍ୟ  କରୋନାର ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଅମ୍ଳଜାନ ଅଭାବରୁ ଦୈନିକ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଏଥିରୁ ବର୍ତ୍ତିବା ପାଇଁ ସରକାର ନୂଆ ଯୋଜନାମାନ କରୁଛନ୍ତି ।

ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ମାଧବନ ରାଜୀବନ୍

ବିପର୍ଯ୍ୟୟ ମୁକାବିଲାରେ ସବୁଠି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ୍ ମଧ୍ୟ ଓଡିଶା ସରକାରଙ୍କ ବିପର୍ଯ୍ୟୟ  ମୁକାବିଲା ପଦକ୍ଷେପର ପ୍ରଶଂସାରେ ଶତମୁଖ । ୧୯୯୯ ମହାବାତ୍ୟାରେ ବହୁତ କିଛି ହରାଇଥିଲା ରାଜ୍ୟ ଓଡିଶା ।

CM Naveen Patnaik Nods Special Covid Hospital For Jajpur

 

ପରବର୍ତ୍ତୀ ସମୟରେ ବିପର୍ଯ୍ୟ ମୁକାବିଲାକୁ ଜୋରଦାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଏବେ ଅନ୍ୟ ରାଜ୍ୟମାନେ ଅନୁକରଣ କରିବାରେ ଲାଗିଛନ୍ତି ବୋଲି ଟ୍ବିଟ୍ କରି କହିଛନ୍ତି ମାଧବନ୍ । ମାଧବନଙ୍କ ଟ୍ବିଟର ଉତ୍ତର ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଓଡିଶାର ଏ ସଫଳତା ଗୋଟେ ରାତିରେ ମିଳିନି ବରଂ ୨୦ବର୍ଷ ଧରି ଓଡିଶା ଯେଉଁ ଅସାଧାରଣ ସଫଳତା ହାସଲ କରିଛି ତାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ । ଦୂରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀଙ୍କ ନେୃତ୍ବରେ ଆଜି ଓଡିଶା ସଫଳତା ଓ ପ୍ରଶଂସାର ପାତ୍ର ହୋଇପାରିଛି ବୋଲି କହିଛନ୍ତି ଅମର ପଟ୍ଟନାୟକ ।