ଗରିବ ରୋଗୀଙ୍କୁ ମାଗଣା କାର୍ଡିଆକ ସର୍ଜରୀ, ଜେପି ହୃଦୟ ମିତ୍ର ଯୋଜନାରେ ମିଳିବ ଚିକିତ୍ସା

ରାଉରକେଲା: ସ୍ୱାସ୍ଥ୍ୟ ସେବାରେ ଆଉ ପାଦେ ଆଗରେ ଓଡ଼ିଶା  । ଏବେ ଗରୀବ ରୋଗୀ ପାଇବେ ବଡ ସୁବିଧା  । ସମସ୍ଥଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାକୁ ଯାଇ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି  ଜେପି ହସ୍ପିଟାଲ। ଗରିବ ଓ ଆର୍ଥିକ ଅନଗ୍ରସର ରୋଗୀଙ୍କୁ ମିଳିବ ମାଗଣା କାର୍ଡିଆକ ସର୍ଜରୀ ସେବା । ଆଜି ରାଉରକେଲା ଜୟ ପ୍ରକାଶ ହସ୍ପିଟାଲରେ ଉଦଘାଟିତ ହୋଇଛି ଜେପି ହୃଦୟ ମିତ୍ର ଯୋଜନା । ଏହାଦ୍ବାରା ମାଗଣାରେ କାର୍ଡିଆକ ଟ୍ରୀଟମେଣ୍ଟ, କାର୍ଡିଆକ ସର୍ଜରୀ, ଓପନହାର୍ଟ ସର୍ଜରୀ ଓ ଵାଇପାସ ସର୍ଜରୀ ମିଳିବ ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଏହାର ଉଦଘାଟନ କରିଛନ୍ତି । ୧୮ ହଜାରରୁ କମ ମାସିକ ଦରମା ପାଉଥିବା ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ମଧ୍ୟ ଏହି ସେବା ମାଗଣାରେ ଯୋଗାଇ ଦିଆଯିବ । ସର୍ବୋତ୍ତମ ଟ୍ରମା କେୟାର, ସର୍ବୋତ୍ତମ ଆଇସିୟୁ କେୟାର, ଅଭିଜ୍ଞ ଡାକ୍ତରୀଦଳ ଏହି ସେବା ଯୋଗାଇଦେବେ । ରାଉରକେଲା ସହରରେ ଓପନହାର୍ଟ ସର୍ଜରୀ ଅନେକଙ୍କ ପାଇଁ ସ୍ବପ୍ନ ଥିବାବେଳେ ଏହାକୁ ଜେପି ହସ୍ପିଟାଲ ସଫଳ କରିଥିବା ହସ୍ପିଟାଲ ପଷରୁ କୁହାଯାଇଛି ।

Leave a Reply