spot_img
Home Blog Page 5566

୧୦ ରୁ ୧୪ ତାରିଖ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ଆସନ୍ତା ୧୦ ରୁ ୧୪ ତାରିଖ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆସନ୍ତା କାଲି ଠାରୁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖିର ପ୍ରଭାବ କମିବ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡିଦେଲେ ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ।

ପୁଣି ୮ତାରିଖରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ। ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବର୍ଷାର ପରିମାଣ ବଢିବ। ୯ ତାରିଖରେ କାଳବୈଶାଖି ବର୍ଷା ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ମୌସୁମୀ ବାୟୁ କେରଳ ଛୁଇଁଥିବାବେଳେ ଓଡ଼ିଶା ଛୁଇଁବାକୁ ପ୍ରାୟ ୧୦ ଦିନ ଲାଗିପାରେ  । ମୌସୁମୀ ବାୟୁ ପ୍ରବାଭରେ ବର୍ତ୍ତମାନ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଢ୍ଚଳିକ ପାଣିପାଗ ବିଭାଗ  । ବର୍ତ୍ତମାନ ମୌସୁମୀ ପ୍ରଭାବରେ ବର୍ଷା ହେଉଥିବାବେଳେ ମୌସୁମୀ ବାୟୁ ଆସିଲେ ବର୍ଷାର ପରିଣାମ ଅଧିକ ହୋଇପାରେ   । ଫଳରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ମଧ୍ୟ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ  ।

ଖୁବ୍ ଶୀଘ୍ର ବଜାରକୁ ଆସିବ 5G JioPhone ! ଏତେ ଶସ୍ତା ଯେ, ସହଜରେ କିଣି ପାରିବେ ସାଧାରଣ ଜନତା

ନୂଆଦିଲ୍ଲୀ:   ବିଳମ୍ବରେ ଆସିପାରେ ବହୁ ପ୍ରତିକ୍ଷିତ 5G JioPhone । ପୂର୍ବରୁ କୁହାଯାଉଥିଲା ଯେ, 5G JioPhone ସ୍ମାର୍ଟଫୋନ୍ ରିଲାଏନ୍ସ ଜିଓର AGM 2021ରେ ଲଞ୍ଚ କରାଯିବ । କିନ୍ତୁ ଏଥିରେ କିଛି ପରିବର୍ତ୍ତନ ଆସିଥିବାର ନଜର ଆସିଛି । ଜୁନ ୨୪ରେ ଏହା ବଜାରକୁ ଆସିବାର ଥିଲା କିନ୍ତୁ ନିକଟରେ ହୋଇଥିବା ସୂଚନା ଅନୁସାରେ କିଛି ଭିନ୍ନ ସୂଚନା ଦିଆଯାଇଛି । ନୂଆ ରିପୋର୍ଟରୁ ଜଣାପଡିଛି ଯେ ଚଳିତ ବର୍ଷ ଦୀପାବଳିରେ 5G JioPhone ଲଞ୍ଚ ହେବାକୁ ଯାଉଛି । ତେଣୁ ଯଦି ଆପଣ ଭାବୁଛନ୍ତି ଯେ Google-Jio 5G Smartphoneକୁ ଆପଣ ଶିଘ୍ର କିଣିପାରିବେ ତେବେ, ଆପଣଙ୍କୁ ଏଥିପାଇଁ ସାମାନ୍ୟ ଅପେକ୍ଷା କରିବାକୁ ପଡିବ।

ଅକ୍ଟୋବର-ନଭେମ୍ବର ମଧ୍ୟରେ ଲଞ୍ଚ କରାଯାଇପାରେ ଫୋନ୍

ନିକଟରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଥିଲେ ଯେ, ସେ ରିଲାଏନ୍ସ ଜିଓ ସହଭାଗୀତାରେ ଭାରତରେ 5G ସ୍ମାର୍ଟଫୋନ୍ ଲଞ୍ଚ କରିବା ଉପରେ କାର୍ଯ୍ୟ କରୁଛନ୍ତି। ଯଦିଓ ପିଚାଇ ଫୋନର କୌଣସି ଲଞ୍ଚ ତାରିଖ ଘୋଷଣା କରିନାହାଁନ୍ତି କି ଏନେଇ ରିଲାଏନ୍ସ ଜିଓ କିଛି ସୂଚନା ଦେଇ ନାହାଁନ୍ତି । ସଦ୍ୟ ରିପୋର୍ଟ ଅନୁଯାୟୀ, ଆଗାମୀ Google-Jio 5G Smartphone, ଯାହା 5G JioPhone ନାମରେ ଜଣାଶୁଣା, ତାହା ଅକ୍ଟୋବର-ନଭେମ୍ବର ମଧ୍ୟରେ ଲଞ୍ଚ ହୋଇପାରେ।

ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରିଲାଏନ୍ସ କିମ୍ବା ଜିଓ ଏନେଇ ସୂଚନା ଦିଆଯିବା ଆବଶ୍ୟକ । ଏହାସହ ଯେଉଁମାନେ ଜିଓ କିମ୍ବା ରିଲାଏନ୍ସ ସହ ଜଡିତ ଅଛନ୍ତି ସେମାନେ କହିଛନ୍ତି ଯେ Jio Phone 5G ସ୍ମାର୍ଟଫୋନ୍ ଗବେଷଣା ଏବଂ ବିକାଶ ପର୍ଯ୍ୟାୟ ଅତିକ୍ରମ କରିସାରିଛି । ତେଣୁ ଏହା ଖୁବ ଶୀଘ୍ର ବଜାରକୁ ଆସିପାରେ ।

ଏହା ବ୍ୟତୀତ ଫୋନର ମୂଲ୍ୟ ସମ୍ପର୍କରେ ସାମାନ୍ୟ ସୂଚନା ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଆଗାମୀ Google Jio 5G ସ୍ମାର୍ଟଫୋନର ମୂଲ୍ୟ ୫୦ ଡଲାରରୁ କମ୍ ହୋଇପାରେ, ଯାହା ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୩୬୫୦ ଟଙ୍କା ହୋଇପାରେ। ତେଣୁ ଆମେ ଅନୁମାନ ଲଗାଇପାରିବା ଯେ, Google Jio 5G ମୂଲ୍ୟ ୩୫୦୦ ଟଙ୍କା ପାଖାପାଖି ହେବ । ଏହା ମଧ୍ୟ ଜାଣିବାକୁ ମିଳୁଛି ଯେ 5G JioPhone ର ପ୍ରି-ବୁକିଂ ମଧ୍ୟ ଶୀଘ୍ର ଆରମ୍ଭ ହୋଇପାରେ । ଯଦିଓ ଏସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ ।

ଟ୍ୱିଟରକୁ ଶେଷ ସୁଯୋଗ, ନିୟମ ମାନିନିଅ ନଚେତ୍‌ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ:  ନୂଆ ଆଇଟି ରୁଲ୍ସକୁ ନେଇ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ କମୁନାହିଁ ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ଟ୍ୱିଟରକୁ ଫାଇନାଲ ନୋଟିସ୍‌ ଜାରି ହୋଇଛି ।  ଏହି ନୋଟିସରେ ଟ୍ୱିଟରକୁ  କଡ଼ା ଚେତାବନୀ ଦେଇ କୁହାଯାଇଛିଯେ, ନିୟମ ମାନ ନଚେତ୍‌ ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ ।

ବାସ୍ତବରେ ୨୫ ଫେବୃୟାରୀରେ ହୋଇଥିବା ନୂଆ ଆଇଟି ରୁଲ୍ସରେ ସରକାର ସଫା ସଫା କହି ଦେଇଥିଲେ, ଯେଉଁ ସୋସିଅଲ ମିଡିଆ ପ୍ଲାଟଫର୍ମରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଥିବେ, ତାଙ୍କୁ ଭାରତରେ  ଅଭିଯୋଗ ଅଧିକାରୀ ନିଯୁକ୍ତ କରିବାକୁ ପଡ଼ିବ ।  ଏଥିପାଇଁ ସମୟସୀମା ଥିଲା ତିନି ମାସ ।  କିନ୍ତୁ ୨୫ ମଇକୁ ଏହାର ଅବଧି ଶେଷ ହୋଇଯାଇଛି । ଗତ ସପ୍ତାହରେ  ଟ୍ୱିଟର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଥିଲାଯେ,  ୨୮ ମଇକୁ ସେ ଅଭିଯୋଗ ଅଧିକାରୀ ନିଯୁକ୍ତ କରି ସାରିଛନ୍ତି । କିନ୍ତୁ  ସରକାର ଏଥିରେ ସନ୍ତୁଷ୍ଟ ନାହାଁନ୍ତି ।

ଆଇଟି ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମକୁ ନେଇ  ୨୬ ମଇରେ ପ୍ରଥମ ଥର ଟ୍ୱିଟରକୁ ନୋଟିସ୍‌ ପଠାଯାଇଥିଲା ।  ଏହାପରେ ୨୮ ମଇ ଏବଂ ୨ ଜୁନରେ ମଧ୍ୟ ନୋଟିସ୍‌ ଜାରି ହୋଇଥିଲା ।  ଏବେ ଶନିବାର ଶେଷ ନୋଟିସ୍‌ ପଠାଯାଇଥିଲା । ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଲେଖା ଯାଇଥିବା ନୋଟିସରେ ଲେଖାଅଛିଯେ, ସରକାର ଟ୍ୱିଟର ଜବାବରେ ସନ୍ତୁଷ୍ଟ ନାହାଁନ୍ତି ।  ଟ୍ୱିଟର ପକ୍ଷରୁ ଭାରତରେ ଯେଉଁ ଅଧିକାରୀ ଏବଂ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ସେମାନେ ଟ୍ୱିଟରର କର୍ମଚାରୀ ମଧ୍ୟ ନୁହଁନ୍ତି ।

ନୋଟିସରେ ଲେଖାଅଛିଯେ, ଭାରତ ହେଉଛି ସବୁଠାରୁ ବୃହତ୍‌ ଗଣତନ୍ତ୍ର ।  ଟ୍ୱିଟରକୁ ଏଠାରେ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଗଲା । କିନ୍ତୁ ୧୦ ବର୍ଷ କାମ କରିବା ପରେ ମଧ୍ୟ ଟ୍ୱିଟର ଏଭଳି କୌଣସି ମେକାନିଜମ ତିଆରି କରିପାରିନାହିଁ, ଯେଉଁଥିରେ ଭାରତୀୟ ଲୋକଙ୍କ ଅଭିଯୋଗର ସମସ୍ୟାର ସମାଧାନ ହୋଇପାରିବ । ଯେଉଁ ଲୋକଙ୍କୁ ଟ୍ୱିଟର ପ୍ଲାଟଫର୍ମରେ ଅପଶବ୍ଦର ସାମ୍ନା କରିବାକୁ ପଡ଼ୁଛି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜ୍ଞାନ କୌଶଳର ଆବଶ୍ୟକତା ରହିଛି । ୨୬ ମଇ ୨୦୨୧ ଠାରୁ ଟ୍ୱିଟରକୁ  ନିୟମ ମାନିବାକୁ ପଡ଼ିବ ।

Abusive Content Supreme Court Issues Notice To Centre And Twitter

ଏହା ସହିତ ଲେଖାଯାଇଛିଯେ,  ସଦଭାବନାକୁ ନଜରରେ ରଖି ନୂଆ ଆଇଟି ନିୟମର ପାଳନର ଏକ ଶେଷ ସୁଯୋଗ ଟ୍ୱିଟରକୁ ଦିଆଯାଉଛି ।  ଯଦି ନିୟମ ପାଳନ ନ ହୁଏ ତେବେ ଆଇଟି କାନୁନ ଧାରା ୭୯ ଅନୁସାରେ ଟ୍ୱିଟର ଦାୟୀତ୍ୱ ପ୍ରତ୍ୟାହାର କରିବ । ଏହା ସହିତ ପରିଣାମ ଭୋଗିବାକୁ ପଡ଼ିବ ।

ଜୁନ ୧୭ ତାରିଖ ପରେ ହୋଇପାରେ ଅନଲକ୍, କମୁଛି ସଂକ୍ରମଣ

ଭୁବନେଶ୍ୱର: ଜୁନ ୧୭ ତାରିଖ ପରେ ଆଉ ଲକ୍‌ଡାଉନ୍‌ର ଆବଶ୍ୟକତା ପଡ଼ିବ ନାହିଁ । କିନ୍ତୁ, ଲୋକମାନେ ଅଧିକ ସର୍ତକ ଓ ସଚେତନ ରହିବା ଆବଶ୍ୟକତା ରହିଛି । ସଂକ୍ରମଣ କମୁଥିବାବେଳେ ଏପରି ଏକ ଆସ୍ୱସ୍ତିକର ଖବର ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ବର୍ତ୍ତମାନ ରାଜ୍ୟରେ ଦୈନିକ ୧୦ପ୍ରତିଶତ କରୋନା ପଜିଟିଭ ହାର ରହିଛି । ଜୁନ୍ ୧୭ ବେଳକୁ ଏହି ହାର ୫ପ୍ରତିଶତ ତଳକୁ ଖସିଯାଇଥିବ । ତେଣୁ ଆଉ ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମତପ୍ରକାଶ କରିଛନ୍ତି ସ୍ବାସ୍ତ୍ୟ ବିଶେଷଜ୍ଞ।

ଏହାପରେ ସ୍ଥିତିରେ ସୁଧାର ଆସିବ । ଏହି ସ୍ଥିତିରେ ଲକଡାଉନ ନୁହେଁ କେବଳ କିଛି କଟକଣା ମଧ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଉପଲବଧ୍ ନଥିଲେ, କୋଭିସିଲ୍ଡ ଟିକା ଲୋକଙ୍କୁ ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ପରାମର୍ଶ ଦେଇଛନ୍ତି । ହେଲେ କାହାକୁ ମିକ୍ସଡ୍ ଡୋଜ ଦିଆନଯାଉ କହିଛନ୍ତେ ସେ ।

ପ୍ରଥମ ଡୋଜ୍ ଯେଉଁ ଟିକା ନେଇଥିବେଦ୍ବିତୀୟ ଡୋଜ୍ ମଧ୍ୟ ସେହି ଟିକା ନେବା ଜରୁରୀ ରହିଛି । କୋଭିଡ ସମୁଦାୟ ଭାବେ ହଟିନି ତଥାପି ଆମକୁ ସତର୍କ ଏବଂ ସଚେତନ ରହିବା ଆବଶ୍ୟକ । କିନ୍ତୁ ଆଗକୁ ଅର୍ଥାତ ଜୁନ ୧୭ ପରେ ସ୍ଥିତିରେ ସୁଧାର ଆସିବାରେ ଲାଗିବ । ସେହି ସ୍ଥିତିରେ ଆଉ ଲକଡାଉନ ନୁହେଁ ବଂର ଅନଲକ ହୋଇଯିବ ବୋଲି ଆକଳନ କରିଛନ୍ତି ନିରୋଜ ମିଶ୍ର ।

ପର୍ଲ ବି ପୁରୀଙ୍କୁ ମିଳିଲାନି ଜାମିନ୍‌, ଦୁଷ୍କର୍ମ ଅଭିଯୋଗରେ ୧୪ ଦିନର ନ୍ୟାୟିକ ହେପାଜତ

ମୁମ୍ବାଇ: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଟିଭି ଆକ୍ଟର ପର୍ଲ ବି ପୁରୀଙ୍କ ସମସ୍ୟା ଅଧିକ ଜଟିଳ ହୋଇଯାଇଛି । ପର୍ଲଙ୍କୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇ ସାରିଛନ୍ତି । ଏହା ପୂର୍ବରୁ ପର୍ଲଙ୍କ କଥିତ ଏକ୍ସ ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀ କରିସ୍ମା ତନ୍ନା ପର୍ଲଙ୍କୁ ଜାମିନ୍‌ମିଳି ସାରିଥିବା କଥା ସୋସିଅଲ ମିଡିଆରେ ଶେୟାର କରିଥିଲେ । କିନ୍ତୁ ବର୍ତ୍ତମାନ ଆସିଥିବା ଖବର ଅନୁସାରେ ପର୍ଲଙ୍କୁ ଜାମିନ୍‌ମିଳିନାହିଁ, ବରଂ ତାଙ୍କ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।

 

 

View this post on Instagram

 

A post shared by Karishma Tanna (@karishmaktanna)

ପର୍ଲ ବି ଦୁଷ୍କର୍ମ ମାମଲାରେ ଗିରଫ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କରିସ୍ମା ତନ୍ନାଙ୍କ ସମେତ ଏକାଧିକ ସେଲିବ୍ରିଟି ପର୍ଲଙ୍କ ସମର୍ଥନରେ ଆସିଛନ୍ତି । କରିସ୍ମା ପର୍ଲଙ୍କ ସହିତ ଏକ ଫଟୋ ଶେୟାର କରି ଲେଖିଛନ୍ତି, ସତ୍ୟମେବ ଜୟତେ । ଅନ୍ୟପଟେ ପର୍ଲଙ୍କ କୋ-ଷ୍ଟାର ଅନୀତା ହସନନ୍ଦନୀ ମଧ୍ୟ ଏକ ପୋଷ୍ଟ ଶେୟାର କରି ପର୍ଲ ବି ପୁରୀଙ୍କୁ ସମର୍ଥନ କରିଛନ୍ତି । ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଏକତା କପୂରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ପର୍ଲଙ୍କ ଉପରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ପୀଡ଼ିତାଙ୍କ ବୟାନ ପରେ ପର୍ଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହାପରେ ପର୍ଲଙ୍କୁ ଗିରଫ କରାଯାଇଛି ।

ପର୍ଲ ନାଗିନ୍‌ବ୍ୟତୀତ ଦିଲ କି ନଜର ସେ ଖୁବସୁରତ ଏବଂ ଫିର ଭି ନା ମାନେ ବତମିଜ ଦିଲ ଭଳି ଏକାଧିକ ଟିଭି ଶୋ’ରେ ନଜର ଆସିଛନ୍ତି ।

ଲକଡାଉନ୍ ଓ ସଟଡାଉନ୍ ଯୋଗୁ କମିଛି କରୋନା, ଭୁବନେଶ୍ୱରରେ ବେଡ୍ ଖାଲି

ଭୁବନେଶ୍ୱର: ରାଜଧାନୀରେ ହ୍ରାସ ପାଇଛି କରୋନା ପଜିଟିଭିଟି ରେଟ । ଲକଡାଉନ୍ ଓ ସଟଡାଉନ୍ ପାଇଁ ସଫଳ ହୋଇପାରିଛି । ଏଥି ପାଇଁ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ବିଏମସି ଅଞ୍ଚଳରେ ମାର୍କେଟ ଏରିଆରେ ଗହଳି ସ୍ଥାନରେ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ଗହଳି ସ୍ଥାନରେ ମୋବାଇଲ ଭ୍ୟାନ ଜରିଆରେ ବାଧ୍ୟତାମୂଳକ ଟେଷ୍ଟିଂ କରାଯିବ । ସେପଟେ ଭୁବନେଶ୍ୱର ହସ୍ପିଟାଲରେ ବେଡ ଉପରୁ ଚାପ ହ୍ରାସ ପାଇଥିବା କହିଛନ୍ତି କମିଶନର ।

ବର୍ତ୍ତମାନ ୨ହଜାରରୁ ଅଧିକ ବେଡ ଖାଲି ରହିଛି । ୭୫ରୁ ଅଧିକ ଆଇସିୟୁ ବେଡ ମଧ୍ୟ ଖାଲି ରହୁଛି । ବିଏମସିକୁ ସରକାର ୧୦୦ ଟି ଅକ୍ସିଜେନ କନସେନଟ୍ରେଟର ଦେଇଛନ୍ତି । ଏଥିପାଇଁ ଏକ ଆପ ପ୍ରସ୍ତୁତ କରାଯାଇଛି । ଲୋକେ ଫୋନ କରି ବୁକ କଲେ ବିଏମସି ତରଫରୁ ଘରେ ଅକ୍ସିଜେନ କନସେନଟ୍ରେଟର ଯୋଗାଇଦିଆଯିବ । ଦୈନିକ ୪ହଜାରରୁ ଅଧିକ ଟେଷ୍ଟ ହେଉଛି । ୬୦ ବର୍ଷରୁ ଅଧିକ, ଗର୍ଭବତୀ ଓ ଭିନ୍ନକ୍ଷମଙ୍କୁ ଡୋର ଷ୍ଟେପ ଟେଷ୍ଟିଂ ଚାଲୁଛି । ଜୁନ୍ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଟିକା ଦିଆସରିଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।

ବୟସ୍କ ଲୋକଙ୍କ ଟିକାକରଣ ପାଇଁ ପିକ୍ ଅପ୍ ବ୍ୟବସ୍ଥା କାର୍ଯ୍ୟ କରୁଛି । ବିଦେଶରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୯୨୯ରେ ପଂଜିକରଣ କରାଯିବ । ଏହି ଛାତ୍ରଛାତ୍ରୀମାନେ ବିଦେଶକୁ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ତାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏହି ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବା ନେଇ ପଦକ୍ଷେପ ନେଇଛି ବିଏମସି ।

ସମସ୍ୟା ପିଛା ଛାଡ଼ୁନଥିଲେ ଘରର ଏହି ସ୍ଥାନରେ ରଖନ୍ତୁ ବଂଶୀ

ଫେଙ୍ଗସୁଇ, ବାସ୍ତୁ ଶାସ୍ତ୍ର ଏବଂ ଅନ୍ୟାନ୍ୟ ଧର୍ମଗ୍ରନ୍ଥରେ ବଂଶୀର ରହିଛଇ ଏକ ଖାସ୍‌ମହତ୍ୱ । ଏହାକୁ ଶୁଭ ବୋଲି ବିବେଚନା କରାଯାଏ । ଘରେ ଏହାକୁ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଘରେ ବଂଶୀ ରଖିବା ଦ୍ୱାରା ପରସ୍ପର ମଧ୍ୟରେ ପ୍ରେମ, ଧନ,ଶାନ୍ତି ବଢିଥାଏ ବୋଲି କୁହାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରର କୌଣସି ସ୍ଥାନରେ ଯଦି ନକରାତ୍ମକ ଶକ୍ତି ଥିବଭଳି ମନେ ହୁଏ, ତେବେ ସେହି ସ୍ଥାନରେ ବଂଶୀ ରଖାଯାଏ । କେବଳ ସେତିକି ନୁହେଁ ଏହା ମଣିଷର ଚିନ୍ତାଧାରାରେ ପରିବର୍ତ୍ତନ ଆଣି ମାନସିକ ଶାନ୍ତି ପ୍ରଦାନ କରେ ।

  • ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଅଛି ତେବେ ପ୍ରଥମେ ଦେଖନ୍ତୁ ଆପଣଙ୍କ ବେଡ୍‌ରୁମ୍‌ର ଛାତରେ ବିମ୍‌ ଅଛି କି ନାହିଁ। ଯଦି ହଁ ତେବେ ବାସ୍ତୁଦୋଷ ଦୂର କରିବା ଲାଗି ବିମ୍‌ର ଦୁଇ ପାର୍ଶ୍ୱରେ ଲାଲ୍‌ଫିତା ସାହାଯ୍ୟରେ ବଂଶୀ ବାନ୍ଧି ଦିଅନ୍ତୁ। ମନେ ରଖନ୍ତୁ ବଂଶୀର ମୁହଁ ଯେପରି ଆପଣଙ୍କ ବେଡ୍‌ଆଡ଼କୁ ରହିବ।
  • ଘରେ ଧନର ଅଭାବ ଦେଖାଦେଲେ ଏକ ଚାନ୍ଦିର ବଂଶୀକୁ ଠାକୁର ଘରେ ରଖନ୍ତୁ। ଏହା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ ଓ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ।
  • ଯେଉଁ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଚାକିରି ପାଇନଥାନ୍ତି, ତାଙ୍କ ପାଇଁ ବଂଶୀ ଅତ୍ୟନ୍ତ ଉପଯୋଗୀ ଅଟେ। ବାଉଁଶରେ ତିଆରି ଏକ ବଂଶୀ ପାଖରେ ରଖିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ନିଜ ଘରର କବାଟ ବା ମୁଖ୍ୟ ଦ୍ଵାର ପାଖରେ ହଳଦିଆ ରଙ୍ଗର ବଂଶୀ ଟାଙ୍ଗିଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ।
  • ଯଦି କୌଣସି ଯୁବତୀଙ୍କର ବାହାଘର ବାରମ୍ବାର ଭାଙ୍ଗିଯାଉଥାଏ ବା ବାହାଘର ହେବାରେ ବିଳମ୍ବ ହୋଇଥାଏ ତେବେ ବେଡ୍ ପାଖରେ ଅବା ତକିଆ ତଳେ ଲାଲ୍‌ରଙ୍ଗର ବଂଶୀ ରଖନ୍ତୁ। ଖୁବ୍‌ଶୀଘ୍ର ମନ ପସନ୍ଦର ଜୀବନ ସାଥୀ ମିଳିବେ।

ଜୁନ ୧୦ରେ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୧୦ ତାରିଖରେ ଦେଖାଦେବ ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ । ସୂର୍ଯ୍ୟ ଚାରିପଟେ ପୃଥିବୀ କିମ୍ବା ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଧିଷ୍ଠ କକ୍ଷ ପଥରେ ବୁଲୁଛନ୍ତି । ବେଳେବେଳେ ତିନୋଟି ପିଣ୍ଡ ଏକ ସରଳ ରେଖାରେ ରହିଥାନ୍ତି । ଯାହା ଫଳରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ପରାଗ ଘଟିଥାଏ । ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ରହିଥାଏ । ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳରେ ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ । ଫଳରେ ପରାଗ ସୃଷ୍ଟି ହୋଇଥାଏ । ଏବଂ ଏହା କେବଳ ଆମାବାସ୍ୟା ଦିନ ହିଁ ସୃଷ୍ଟି ହୋଇଥାଏ ।

ପରାଗ ସମୟୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତିକୁ ଦୃଷ୍ଟିରେ ରଖି ତିନି ପର୍କାର ପରାଗ ସୃଷ୍ଟି ହୋଇଥାଏ । ଯାହାକୁ ଆଂଶିକ, ପୂର୍ଣ୍ଣ ଓ ବଳୟ ବୋଲି କୁହାଯାଏ । ଆସନ୍ତା ଜୁନ ୧୦ ତାରିଖରେ ଏହି ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଉତ୍ତର କାନାଡ଼ା, ରୁଷିଆ ଏବଂ ଗ୍ରୀନଲ୍ୟାଣ୍ଡର କିଛି ଅଢ୍ଚଳରେ ଦୃଶ୍ୟମାନ ହେବ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନୋଟୋରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

ସେହିପରି ଭାରତୀୟ ସମୟ ପ୍ରାୟ ମଧ୍ୟାହ୍ନ ୧.୪୨ରେ ଆରମ୍ଭ ହୋଇ ସନ୍ଧ୍ୟା ୬. ୪୧ ବେଳକୁ ଶେଷ ହେବ ଓ ସର୍ବାଧିକ ଘଟିବ ପ୍ରାୟ ଅପରାହ୍ନ ୪.୧୧ ସମୟରେ । ସେହିପରି ପଠାଣି ସାମନ୍ତ ପ୍ଲାନୋଟୋରିୟମ ପକ୍ଷରୁ କୁହାଯାଇଛି କି, ସୂର୍ଯ୍ୟ ପରାଗର ଆରମ୍ଭ ଏବଂ ଶେଷ ସମୟ ବିଭିନ୍ନ ସ୍ଥାନରେ ପ୍ରାର୍ଥ୍ୟକ ରହିବ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିପାରେ ବୋଲି କହିଛନ୍ତି ଶୁଭେନ୍ଦୁ ପଟ୍ଟନାୟକ ।

ସୁଶାନ୍ତ ସିଂ ରାଜପୂତ ହେଲେ ମୋଷ୍ଟ ଡିଜାୟରେବଲ ମ୍ୟାନ୍‌ ଅଫ୍‌ ୨୦୨୦, ଦେଖନ୍ତୁ ପୂରା ତାଲିକା

ମୁମ୍ବାଇ: ପ୍ରତିବର୍ଷ ଦ ଟାଇମ୍ସ ୫୦ ଡିଜାୟରେବଲ ମ୍ୟାନଙ୍କ ତାଲିକା ଜାରି କରେ । ଏହି ତାଲିକାରେ ସାମିଲ ଥାନ୍ତି ଭିନ୍ନ ଭିନ୍ନ କ୍ଷେତ୍ରର ୪୦ ବର୍ଷରୁ କମ୍‌ବୟସ୍କ । ୨୦୨୦ ତାଲିକାରେ ଟପରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୂତ ସ୍ଥାନ ନେଇ ସାରିଛନ୍ତି । ଏହି ର୍ୟାଙ୍କିଂ ଅନଲାଇନ ଭୋଟ୍ସ ଏବଂ ଆଭ୍ୟନ୍ତରୀଣ ଜୁରିଙ୍କ ନିର୍ଣ୍ଣୟ ଉପରେ ଆଧାରିତ ।

 

ଗତବର୍ଷ ୧୪ ଜୁନରେ ସୁଶାନ୍ତ ସବୁଦିନ ପାଇଁ ଆଖି ବୁଜିଲେ । ଜଣେ ଅଭିନେତା ସହିତ ଏକ ଫିଲୋସଫର ମଧ୍ୟ ଥିଲେ । ସୁଶାନ୍ତଙ୍କର ଏଷ୍ଟ୍ରନମି ଏବଂ ଏଷ୍ଟ୍ରଫିଜିକ୍ସର ଖୁବ୍‌ଆଗ୍ରହ ଥିଲା । ବିଜ୍ଞାନରେ ରୁଚି ଥିବାରୁ ସେ ଆମେରିକାରେ ନାସା ଏବଂ ୟୁରୋପିଆନ ନ୍ୟୁକ୍ଲିୟର ରିସର୍ଚ ସର୍ନ ମଧ୍ୟ ପରିଦର୍ଶନ କରି ସାରିଥିଲେ ।

ଦ ଟାଇମ୍ସ ମୋଷ୍ଟ ଡିଜାୟରେବଲ ୨୦୨୦ ତାଲିକାରେ ଟପ୍‌୧୦ରେ ସୁଶାନ୍ତଙ୍କ ପରେ ଅଛନ୍ତି ବିଜୟ ଦେବରକୋଣ୍ଡା, ଆଦିତ୍ୟ ରୟ କପୂର,ଭିକ୍କି କୌଶଲ,ଦୁଲକର ସଲମାନ,ବିରାଟ କୋହଲି,ଟାଇଗର ସ୍ରଫ୍‌,ରଣବୀର ସିଂ,ଗୁରଫତେହ ସିଂ ପରିଜାଦା ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ନାମ ସାମିଲ ରହିଛି । ଅନ୍ୟ ନାଁ ମଧ୍ୟରେ ସିଦ୍ଧାର୍ଥ ଶୁକ୍ଳା,କାର୍ତ୍ତିକ ଆର୍ୟନ ଏବଂ ରଣବୀର କପୂର ଭଳି ସେଲିବ୍ରିଟିଙ୍କ ନାମ ସାମିଲ ରହିଛି ।

 

 

ଟପ୍‌୫୦ର ଏହି ତାଲିକା ବ୍ୟତୀତ ଫରଏଭର ଡିଜାୟରେବଲ ମ୍ୟାନଙ୍କର ଆଉ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ସଲମାନ ଖାନ୍‌, ଶାହରୁଖ ଖାନ୍‌, ଅକ୍ଷୟ କୁମାର, ଆମିର ଖାନ୍‌, ରିତିକ୍‌ରୋଶନ ଏବଂ ମହେଶ ବାବୁଙ୍କ ନାଁ ସାମିଲ ରହିଛି । ଏହି ତାଲିକା ଶନିବାର ଜାରି କରାଯାଇଛି ।

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କୁ ଘେରିଲେ ଦଳୀୟ କର୍ମୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ପଦା ପଡ଼ିବାରେ ଲାଗିଛି । ଦଳର ସାଂଗଠନିକ ବୈଠକ ନେଇ ପଶ୍ଚିମବଙ୍ଗରେ ପହଞ୍ଚିଥିବା ଦଳର ମୁଖ୍ୟ ଦିଲ୍ଲୀପ ଘୋଷଙ୍କୁ ଘେରିଥିଲେ ବୁଥ୍‌ସ୍ତରର କର୍ମକର୍ତ୍ତା । ହୁଗଳିର ଚୁଚୁରାରେ ବିଜେପି କର୍ମକର୍ତ୍ତାମାନେ ଦିଲ୍ଲୀପ ଘୋଷଙ୍କୁ ଘେରାଉ କରିଥିଲେ । ସେମାନେ ଯଥାଶୀଘ୍ର ଜିଲ୍ଲା କମିଟି ଭଙ୍ଗିବା ସହ ଜିଳ୍ଲା ଅଧ୍ୟକ୍ଷ ଗୌତମ ଚାଟାର୍ଜୀଙ୍କୁ ହଟାଇବାକୁ ଦାବି କରିଥିଲେ ।  ବିଜେପି ସମର୍ଥକଙ୍କ ବିରୋଧ ପ୍ରଦର୍ଶନ ନେଇ ଚାଟାର୍ଜୀ କହିଛନ୍ତି ଯେ, ବରିଷ୍ଠ ନେତାଙ୍କୁ ନିଜ ଅଭିଯୋଗ କରିବା ନେଇ ସମ୍ପୂର୍ଣ୍ଣ ଅଧିକାର ରହିଛି । ସେ ବୁଥ୍‌ ସ୍ତରର ନେତାଙ୍କୁ ଏହା ମଧ୍ୟ ମନେ ପକାଇଛନ୍ତି ଯେ, ଅନୁଶାସନ ନେଇ ଦଳ ମଧ୍ୟରେ କୌଣସି ସାଲିସ କରାଯିବନାହିଁ । ଅପରପକ୍ଷରେ ଏଭଳି ଗଣ୍ଡଗୋଳ ନେଇ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଦାୟୀ କରିଛି ବିଜେପି । ସେମାନେ ଭିଡ଼ ମଧ୍ୟରେ ପଶି ଗଣ୍ଡଗୋଳ କରିଥିବା ଅଭିଯୋଗ କରିଛନ୍ତି । ଟିଏମ୍‌ସି ହୁଗୁଳି ଜିଲ୍ଲା ଅଧ୍ୟକ୍ଷ ଅନ୍ୟ ଉପରେ ଅଭିଯୋଗ କରିବା ପୂର୍ବରୁ ବିଜେପି ନିଜ ଆତ୍ମସମୀକ୍ଷା କରୁ । ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟନ ନେଇ ଏବଂ ନିର୍ବାଚନ ଫଳାଫଳ ପରେ ବିଜେପିର ଅଭ୍ୟନ୍ତରୀଣ କନ୍ଦଳ କାହାକୁ ଅଛପ ନୁହଁ । ଟିଏମ୍‌ସି ହୁଗୁଳିର ଜିଲ୍ଲା ଅଧ୍ୟକ୍ଷ ଅଭିଯୋଗ ଆଣିଛନ୍ତି ଯେ, ବିଜେପି ନେତା ଏବଂ ତାଙ୍କ  ନେତୃତ୍ୱ ଏହି ଆଭ୍ୟନ୍ତରୀଣ କନ୍ଦଳ ଉପରେ ପରଦା ଢ଼ାଳିବାକୁ ରାଜନୈତିକ ହିଂସାର ମିଛ ପ୍ରଳାପ କରୁଛନ୍ତି । ସେ ରାଜନୈତିକ ହିଂସାର ଅଭିଯୋଗକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭାରତଠାରୁ ବିଷ ଆମଦାନୀ କରିବାକୁ ଚାହୁଁଛି ଅଷ୍ଟ୍ରେଲିଆ: ଜାଣନ୍ତୁ କାହିଁକି