ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ବୟାନ ରେକର୍ଡ କରୁଛି ପାରଳାଖେମୁଣ୍ଡି ପୋଲିସ

1 min read

ଭୁବନେଶ୍ୱର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ପରିବାର ଓ ଅନ୍ତରଙ୍ଗ ବନ୍ଧୁଙ୍କ ବୟାନ ରେକର୍ଡ କରୁଛି ପାରଳାଖେମୁଣ୍ଡି ପୋଲିସ । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛି । ଏହାସହ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ତଦନ୍ତରେ ଆଗକୁ ବଢିଛି ପୋଲିସ । ଜଣ ଜଣ କରି ସମସ୍ତଙ୍କ ବୟାନ ରେକର୍ଡ କରିବା ପରେ ତଦନ୍ତର ଦିଗ କେଉଁ ଆଡକୁ ଯିବ ତାହା ଜଣାପଡ଼ିବ ।

ସେପଟେ ଏସଡିପିଓଙ୍କ ନେତୃତ୍ୱରେ ୪ ଜଣିଆ ସ୍ବତନ୍ତ୍ର ଦଳ ତଦନ୍ତ କରୁଛି । ସୌମ୍ୟଙ୍କ ସହ ଲିଙ୍କରେ ଥିବା କିଛି କର୍ମଚାରୀଙ୍କ ସହ ଆଲୋଚନା କରୁଛି ତଦନ୍ତକାରୀ ଟିମ୍ । ଏହାଛଡ଼ା ପଡିଶା ଏବଂ ଅନ୍ୟ କିଛି କମର୍ଚାରୀ ବି ତଦନ୍ତ ପରିସରଭୁକ୍ତ ହେବେ । ସେପଟେ ଘରର ରୋଷେୟା ମନ୍ମଥ କୁମ୍ଭ ହିଁ ମୃତ୍ୟୁ ରହସ୍ୟର କରିପାରିବ ଖୁଲାସା । ଏନେଇ ଆଇନଜୀବୀଙ୍କ ସହ ସୌମ୍ୟଙ୍କ ପରିବାର ପାରଳାଖେମୁଣ୍ଡିରେ ପହଞ୍ଚି ପୋଲିସ ସହ ଆଲୋଚନା କରିଛନ୍ତି ।

ଅନ୍ୟପଟେ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଅନ୍ୟ କିଛି ଅଭିଯୋଗ ଆଣୁନ୍ତି  । ଡିଏଫ୍ଓ ଏବଂ ବୋହୂଙ୍କ ମଧ୍ୟରେ ପରକୀୟା ପ୍ରୀତିକୁ ନେଇ ସୌମ୍ୟ ମାନସିକ ଅବସାଦରେ ଥିବା ତାଙ୍କ ପରିବାର ଲୋକ ଆରୋପ ଆଣିଥିଲେ । ପୂର୍ବରୁ ଏନେଇ ଡିଏଫଓ ସଂଗ୍ରାମ କେଶରୀ ବେହେରା, ସ୍ତ୍ରୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ମାମଲା ରୁଜୁ ହୋଇଛି । ହତ୍ୟା ଓ ହତ୍ୟା ଷଡ଼ଯନ୍ତ୍ର ନେଇ ମାମଲା ରୁଜୁ କରିଛି ପୋଲିସ ।

Leave a Reply