ଆଳୁ ଖୋଳୁ ଖୋଳୁ ମହାଦେବ: ଅପହରଣ ଅଭିଯୋଗରେ ସାଙ୍ଘାତିକ ଠକେଇ ଲିଙ୍କ୍

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପହରଣ ମାମଲାର ତଦନ୍ତ କରୁ କରୁ ବଡ ଠକେଇ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ଠକେଇ ଅର୍ଥ ଫେରି ପାଇବା ପାଇଁ ଅପହରଣ କରି ବନ୍ଧା ହୋଇଛନ୍ତି ଯୁବକ । ଟଙ୍କା ଠକିବା ଓ ଅପହରଣ ଭଳି ଦୁଇଟି ଭିନ୍ନ ମାମଲାରେ ୭ ଜଣକୁ ଗିରଫ କରିଛି ପୋଲିସ । ରେଳ ବିଭାଗରେ ଚାକିରି କରେଇ ଦେବାକୁ କହି ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା ଓ ଭିଣେଇକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ।

ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଦୁଇ ଜଣ ହେଲେ ସମରଜିତ୍ ରାଉତ ଓ ସୌମ୍ୟରଞ୍ଜନ ରାଉତ । ସେହିଭଳି ଟଙ୍କା ଫେରିପାଇବା ପାଇଁ ଶଳାକୁ ଅପହରଣ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୫ ଜଣ । ଏନେଇ ଚନ୍ଦ୍ରଶେଖରପୁର ଓ ତମାଣ୍ଡ ଥାନାରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି । କ୍ୟାମେରା ଆଗରେ କିଛି ନ ଜାଣିଲା ପରି ଛିଡା ହୋଇଥିବା ଦୁଇଜଣ ହେଲେ 420 ଠକ ଶଳା -ଭିଣୋଇ । ଉଭୟ ନିଜକୁ ରେଳବାଇର ଅଧିକାରୀ କହି 5 ଜଣଙ୍କୁ ଠକିଥିଲେ 21 ଲକ୍ଷ ଟଙ୍କା  । ହେଲେ ଟଙ୍କା କି ଚାକିରୀ ନ ମିଳିବାରୁ ଶଳା ଭିଣୋଇଙ୍କୁ ଅପହଣର କରିଥିଲେ ଟଙ୍କା ଦେଇଥିବା 5 ଯୁବକ। ସମରଜିତ ଙ୍କ ପତ୍ନୀ ଅପହରଣ ନେଇ ତମାଣ୍ଡ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ କରୁ କରୁ ପୋଲିସ ସାମ୍ନାକୁ ଆସିଥିଲା ଠକେଇର ଲିଙ୍କ୍।

ସେପଟେ ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ଭଳି ଅଭିଯୋଗ ଆସିବା ପରେ ପୋଲିସ ହାତରେ ଲାଗିଛି ସମସ୍ତ ଘଟଣା  । ଅପହରଣ ଅଭିଯୋଗରେ ପୋଲିସ ୫ଜଣ ଯୁବକଙ୍କୁ ଗିରଫ କରିଥିବାବେଳେ, ଉଭୟ ଶଳା- ଭିଣେଇଙ୍କୁ ମଧ୍ୟ ବାନ୍ଧିଛି ପୋଲିସ  । ରେଲୱେ ଠକେଇ ଲିଂକ ମିଳିବା ପରେ ଜୋରଦାର ତନାଘନା କରିଛି ପୋଲିସ। ରେଲୱେରେ ପାଇଲଟ ପାଇଁ ସାଲାରୀ  27,  500 , ଟିକେଟ ସମଗ୍ରହ ପାଇଁ 32 ହଜାର ଓ କିରାଣୀ ପାଇଁ  32 ହଜାର ଦରମା ଥିବା କହି ଶଳା ଭିଣେଇ ସମସ୍ତ ଯୁବକଙ୍କୁ ଠାରୁ ଠକିନେଇଥିଲେ ଲକ୍ଷାଧିକ ଟଙ୍କା ।

ତମାଣ୍ଡୋ ଥାନାରେ ଅଭିଯୋଗ ପରେ ସାମ୍ନାକୁ ଆସିଥିଲା ଏହି ବଡ ଧରଣର ଠକେଇର ଚେର । ତେବେ ଏହି ଘଟଣାରେ ଫେକ ଅଫରଲେଟର, ରେଲୱେ ଆଇଡି କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ପୋଲିସ।ଏହା ପଛରେ ରେଲୱେ କର୍ମଚାରୀ ଙ୍କ ହାତ ଥିବା ପୋଲିସ ସନ୍ଧେହ କରିଛି।  ଏହି ଗ୍ୟାଙ୍ଗରେ କେବଳ ଶଳା ଭିଣେଇ ଥିଲେ ନା ଅନ୍ୟ କେହି  । ଏନେଇ ଛାନଭିନ ଆରମ୍ଭ କରିଛି ପୋଲିସ  । ସମସ୍ତ ଘଟଣାକୁ ଦୃଷ୍ଟିରେ ପୋଲିସ ଉଭୟ ଠକଙ୍କୁ ରିମାଣ୍ଡରେ ଆଣିବା ନେଇ ପ୍ରସ୍ତୁତି ଚଳାଇଛି  ।

Leave a Reply