୪୦ ବର୍ଷ ପରେ ଜନ୍ମ ମାଟିକୁ ଫେରିଲେ, ମଧ୍ୟପ୍ରଦେଶରେ ସୀମାଞ୍ଚଳ ଫସି ଯାଇଥିଲେ

1 min read

ଗଞ୍ଜାମ: ବର୍ଷେ କି ଦୁଇ ବର୍ଷ ନୁହେଁ ୪୦ ବର୍ଷ ପରେ ମା ମାଟିକୁ ଫେରିଲେ ସୀମାଞ୍ଚଳ । ଦୀର୍ଘ ବର୍ଷ ପରେ ସୀମାଞ୍ଚଳ ଘରକୁ ଫେରିଥିବାରୁ ଘର ଲୋକଙ୍କ ଖୁସିର ସୀମା କହିଲେ ନସରେ । NGO ଏବଂ ଜିଲ୍ଲାପାଳଙ୍କ ସାହାଯ୍ୟରେ ଘରକୁ ଫେରିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ ଟିକରପଡା ଗାଁର ସୀମାଞ୍ଚଳ । ୧୯୭୦ ମସିହାରେ ବିବାହ କରିଥିବା ସୀମାଞ୍ଚର ବାହାଘରର ଦୁଇ ବର୍ଷ ପରେ କାମଧନ୍ଦା ପାଇଁ ମୁମ୍ବାଇ ଯାଇଥିଲେ । ହେଲେ ସେଠାରେ ସେ ଶୋଷଣର ଶିକାର ହୋଇଥିଲେ ।

ଟ୍ରେନରେ ଘରକୁ ଆସିବାକୁ ମନବଳାଇ ଭୁଲବସତଃ ମଧ୍ୟପ୍ରଦେଶ ଚାଲିଯାଇଥିଲେ । ଓଡ଼ିଆ ବ୍ୟତୀତ ଅନ୍ୟ କୌଣସି ଭାଷା ଜାଣିନଥିବା ସୀମଞ୍ଚଳ ସମୟର ଚକ୍ରବ୍ୟୁହରେ ମଧ୍ୟପ୍ରଦେଶରେ ଫସି ରହିଗଲେ । ଏଭଳିକି ତାଙ୍କୁ ଗିରଫ କରାଯାଇଥିଲା । ତେବେ ବୁରହାନପୁରରେ ଭୂମିହୀନ ଏବଂ ଭୋକିଲା ଲୋକଙ୍କୁ ଖାଇବାକୁ ଦେଉଥିବା ରୋଟି ବ୍ୟାଙ୍କର ସଞ୍ଜୟ ସିନ୍ଦେ ଗତ ବର୍ଷ ଜାନୁଆରୀରେ ତାଙ୍କ ହ୍ବାଟସଆପ୍ ଗ୍ରୁପ୍‌ରୁ ଓଡିଶାର ସୀମାଞ୍ଚଳଙ୍କ ବିଷୟରେ ଜାଣିଥିଲେ ।

ଏହାପରେ ସୀମାଞ୍ଚଳର ଘରକୁ ଫେରିବାର ବାଟ ଫିଟିଥିଲା । ୪୦ ବର୍ଷ ପରେ ସୀମାଞ୍ଚଳ ଫେରିଛନ୍ତି ସତ ହେଲେ ଆଉ ନାହାଁନ୍ତି ତାଙ୍କ ପତ୍ନୀ ଏବଂ ଝିଅ । ଯଦିଓ ପରିବାରର ସମସ୍ତେ ଏବଂ ତାଙ୍କ ପିଲାଦିନର ବନ୍ଧୁମାନେ ଆନନ୍ଦିତ ହୁଅନ୍ତି, ତଥାପି ସୀମାଞ୍ଚଳଙ୍କ ଏଭଳି ଅବସ୍ଥା ଦେଖି ସମସ୍ତେ ଚିନ୍ତାର ପଡିଯାଇଛନ୍ତି । ପୂର୍ବପରି ସୀମାଞ୍ଚଳ ଆଉ ଭଲ ଭାବେ ଚାଲିପାରୁ ନାହିଁନ୍ତି କି କିଛି କରିବାକୁ ଯୁ ପାଉନି ।

Leave a Reply