ବଦଳିବ ଆରଡ଼ି ପୀଠର ରୂପରେଖ: ଆରମ୍ଭ ହେଲା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ଆରଡ଼ି: ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ଆରଡିପୀଠର ଉନ୍ନତିକରଣ ପାଇଁ ଆରମ୍ଭ ହେଲା କାର୍ଯ୍ୟ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଏହି ପୀଠର ଉନ୍ନତି ସୌନ୍ଦର୍ଯ୍ୟକରଣ ପାଇଁ ଗତକାଲି ପୂର୍ଜାର୍ଚ୍ଚନା ଓ ବୈଷୟିକ ଟିମ ପକ୍ଷରୁ ଗର୍ଭଗୃହର ଯାଞ୍ଚ କରାଯିବା ପରେ ଆଜି ମନ୍ଦିର ବେଢା ଓ ୪ ଦ୍ୱାରର ସୌନ୍ଦର୍ଯ୍ୟକରଣ ପାଇଁ ବୁଲଡୋଜର ବୁଲିଛି । ପ୍ରଥମେ ମନ୍ଦିରର ପଶ୍ଚିମଦ୍ୱାର ଗୁମୁଟକୁ ଭଙ୍ଗାଯିବା ପରେ ମନ୍ଦିରର ପୁରାତନ ପ୍ରାଚେରୀକୁ ଭଙ୍ଗାଯିବ ବୋଲି ବୈଷୟିକ ଟିମ କହିଛନ୍ତି । ଏପରିକି ଦିନ ଓ ରାତିରେ ଅଧିକ ସଂଖ୍ୟକ କାରିଗର ନିୟୋଜିତ କରାଯାଇ କାର୍ଯ୍ୟ ଜାରି ହେବ ବୋଲି ଉପଜିଲାପାଳ କହିଛନ୍ତି।

ବାବା ଆଖଣ୍ଡଳମଣିଙ୍କ ପୀଠକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୀଠକୁ ସରସ ସୁନ୍ଦର କରିବା ପାଇଁ  ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନକୁ ରାଜ୍ୟ ସରକାର ମୋହର କରିଛନ୍ତି । ଏହାସହ ପ୍ରାଥମିକ ପର୍ଯ୍ୟାୟାରେ ଯୋଗାଇ ଦେଇଛନ୍ତି ୬କୋଟି ଟଙ୍କା । ଯାହାର କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ବେଶେଷକରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତଥା ମହାଶିବରାତ୍ରୀରେ ଲକ୍ଷାଧିକ ଭକ୍ତ ଏକକାଳୀନ ଯେପରି ବାବାଙ୍କର ମନ୍ଦିର ଚୂଡାକୁ ଉଠୁଥିବା ମହାଦୀପ୍ପର ଦର୍ଶନ ପାଇପାରିବେ ସେଥିପାଇଁ ମନ୍ଦିର ବେଢା ଓ ପୀଠର ମୁଖ୍ୟରାସ୍ତାକୁ ସମ୍ପ୍ରସାରଣ କରାଯାଉଛି। ତାହା ସହ ପୀଠର ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, କରାଯିବା ।

ଏଥିସହିତ ପଢ଼ନ୍ତୁ: ବିଭିନ୍ନ ସରକାରୀ ଯୋଜନାରେ ଟଙ୍କା ଆସିବ କହି ଟିପ ଚିହ୍ନ ନେଲେ, ଆଉ ତା’ ପରେ…

Leave a Reply