spot_img
Home Blog Page 5560

ଦିନକରେ ପାଖାପାଖି ୯ଶହ କମିଲା ସଂକ୍ରମଣ ସଂଖ୍ୟା: ୧୦ ଦିନ ମଧ୍ୟରେ ଆହୁରି କମିବ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଅନଲକ୍ ମୁହାଁ ହେଉଛି ଓଡ଼ିଶା । ଗତକାଲି ୭ ହଜାର ଉପରେ ପଜିଟିଭ୍ ଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୮ ଆକ୍ରାନ୍ତ । ତେବେ ଆଗାମୀ ସପ୍ତାହ କିମ୍ବା ୧୦ ଦିନ ଭିତରେ ସଂକ୍ରମଣ ଆହୁରି କମିଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରହୁଛି । ବର୍ତ୍ତମାନ ଟିକାକରଣରେ ଦ୍ଵିତୀୟ ଡୋଜ୍‌କୁ ଗୁରୁତ୍ୱ ଦିଆଯାଉଛି । ୧୮ରୁ ୪୪ ବର୍ଷର, ଯେଉଁମାନେ ପ୍ରଥମ ଡୋଜ୍‌ ନେଇ ଦ୍ଵିତୀୟ ଡୋଜ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୨୨ଟି ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି । କୋଭିଡ ମେଡିସିନ ପାଇଁ ଜାତୀୟ ଟାସ୍କ ଫୋର୍ସ ଯାହା ଅନୁମୋଦନ କରୁଛନ୍ତି, ମଧ୍ୟ ତାହା ବ୍ୟବହାର କରାଯାଉଛି । ଅକ୍ସିଜେନ, ପାରାସିଟାମଲ ଓ ଷ୍ଟେରଏଡ୍‌ ଉପରେ ଗୁରୁତ୍ୱ ଦିଆଗଲେ, ରାଜ୍ୟରେ ମଧ୍ୟ ତର୍ଜମା କରି ସେହି ଔଷଧ ବ୍ୟବହାର କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୬ହଜାର ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଅନଲକ ଦିଲ୍ଲୀ; ଅଡ୍-ଇଭିନରେ ଦୋକାନ ଖୋଲିଛି , ମେଟ୍ରୋ ଗଡୁଛି

ନୂଆଦିଲ୍ଲୀ: ଖୋଲିଛି ଦିଲ୍ଲୀ, ଚାଲୁଛି ଗାଡ଼ି  । ଲକଡାଉନ ହଟିବା ପରେ ଏବେ  ସାମାନ୍ୟ ସ୍ୱଭାବିକ ହୋଇଛି ଦେଶର ରାଜଧାନୀ  । କୋଭିଡର ଦ୍ବୀତୀୟ ଲହର ଯୋଗଁ ବନ୍ଦ ଥିଲା ସବୁକିଛି  । ନିସ୍ତବ୍ଦ ସହରରେ ଆଜି ଠୁ ଗଡ଼ିବା ଆରମ୍ଭ କରିଛି ଗାଡ଼ି  ।  ମହାମାରୀ ସ୍ଥିତି ସୁଧୁରୁ ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ । ଜୁନ୍ ୧୪ ଯାଏଁ ଲକ୍‌ଡାଉନ ରହିଥିବା ବେଳେ କେତେକ କ୍ଷେତ୍ରରେ କଟକଣା କୋହଳ କରାଯାଇଛି  । କଟକଣା ହଟିଛି କିନ୍ତୁ ଭୟବହତା ଏବେ ମଧ୍ୟ ହଟିନି  । ଯେଉଁଥିପାଇଁ ଦିଲ୍ଲୀ ସରକାର ଅନେକ ଗାଇଡଲାନ ଜାରି କରିଛନ୍ତି  ।

ସାମାନ୍ୟ ଗାଡ଼ି ମଟର ଚଳାଚଳ କରୁଥିବାବେଳେ ସବୁ କିଛି ଅଡ ଇଭିନ ହିସାବରେ ଜାରି ରହିଛି  । ଏମିତିକି ଦୋକାନ ବଜାର ମଧ୍ୟ ଅଡ-ଇଭିନ୍ ହିସାବରେ ଖୋଲୁଛି  । ସକାଳ ୧୦ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର । ସେହିପରି ଆଜିଠୁ ଦିଲ୍ଲୀରେ ଗଡ଼ିବା ଆରମ୍ଭ କରିଛି ମେଟ୍ରୋ  ।  ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ମେଟ୍ରୋ ଚାଲିବା ସଙ୍ଗେ ସଙ୍ଗେ  ଘରୋଇ ଅଫିସ୍ ମଧ୍ୟ ଚାଲିବ । ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ଏହାକୁ ଆଖି ଆଗରେ ରଖି ଲକ୍‌ଡାଉନ ନିୟମକୁ କୋହଳ କରିଛନ୍ତି ଦିଲ୍ଲୀ ସରକାର । ସେହିପରି ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାର୍‌, ସିନେମା ହଲ୍, ଜିମ୍, ସ୍ପା ସେଣ୍ଟର, ସେଲୁନ ଓ ବୁଟି ପାର୍ଲର ଆଦି ବନ୍ଦ ରହିବ ।

ସେହିପରି ମିଳିଥିବା ସୂଚନା ମୁତାବକ ଆଜିଠାରୁ ରାଜଧାନୀରେ ସମସ୍ତ ମଦ ଦୋକାନ ମଧ୍ୟ ଖୋଲା ରହିବ । ଗତ କିଛିଦିନ ହେବ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ତଳମୁହାଁ ହୋଇଛି । ପୂର୍ବରୁ ୨୦ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ଏବେ ୫ଶହ ତଳେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଅସ୍ତବ୍ୟସ୍ତ ଥିବା ଧନଜୀବନ ସ୍ୱଭାବିକ ହେବାପରେ ଦିଲ୍ଲୀ ସରକାର ମଧ୍ୟ ସାମାନ୍ୟ କୋହଳ ଉଠାଇଛନ୍ତି  । ଫଳରେ ଆଜିଠୁ ରାଜଧାନୀରେ ଗଡିବା ଆରମ୍ଭ କରିଛି ଗାଡି , ଖୋଲିଛି ଦୋକାନ ବଜାର  ।

ବ୍ରିଟିସ ରାଜ ପରିବାରକୁ ଆସିଲା ରାଜକନ୍ୟା

ଲସଆଞ୍ଜେଲସ୍: ବ୍ରିଟିସ ରାଜ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି ଜଣେ କନ୍ୟା ସନ୍ତାନ। ଜୁନ୍ ୪ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ମେଘନ ମାର୍କେଲ । କ୍ୱିନ୍ ଏଲିଜାବେଥ୍ ଓ ପ୍ରିନ୍ସେସ ଡାଏନାଙ୍କ ନାମ ଅନୁସାରେ ଝିଅର ନାଁ ଲିଲିବେଟ୍ ଡାଏନା ରଖାଯାଇଛି।

ଝିଅ ଜନ୍ମ ନେଇ ବ୍ରିଟେନର ଡ୍ୟୁକ୍ ପ୍ରିନ୍ସ ହ୍ୟାରୀଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। କାଲିଫର୍ନିଆର ସେଣ୍ଟା ବାରବରା ହସ୍ପିଟାଲରେ ମେଘନ ଝିଅକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ହ୍ୟାରୀ ଓ ମେଘନଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଶିଶୁକନ୍ୟାର ଜନ୍ମ ନେଇ ଘୋଷଣା କରାଯାଇଥିଲେ ବି ଏ ଯାଏଁ କୌଣସି ଫଟୋ ଜାରି କରାଯାଇନାହିଁ । ଗତ କିଛିଦିନ ହେବ ରାଜପରିବାର ସହ ହ୍ୟାରୀ ଓ ମେଘନଙ୍କ ସମ୍ପର୍କ ଭଲ ନଥିବା ବେଳେ ମେଘନ ଏକ ସାକ୍ଷାତକାରରେ ରାଜପରିବାରକୁ ନେଇ କେତେକ ବୟାନ ଦେଇଥିଲେ । ଯାହା ପରେ ସାହି ପରିବାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଥିଲା।

କମୁଛି କରୋନା ଗ୍ରାଫ୍, ଦେଶରେ ଦିନକରେ ୧ ଲକ୍ଷ ୬୩୬ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଗ୍ରାଫ୍ କମୁଛି। ଗତ ୨୪ ଘଣ୍ଟାରେ ୧ଲକ୍ଷ ୬୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଦିନକରେ ୧,୦୦,୬୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ହଜାର ୪୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୯ହଜାର ୧୮୬ ପାର୍ କରିଛି ।

ସେହିପରି ଗୋଟିଏ ଦିନରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି ୧ ଲକ୍ଷ ୭୪ ହଜାର ୩୯୯ ଆକ୍ରାନ୍ତ। ନୂଆ ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫ ପାର୍ କରିଛି। ଏବେ ସୁଦ୍ଧା ସାରା ଦେଶରେ ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଲୋକଙ୍କୁ କରୋନା ଟିକା ଦିଆ ସରିଛି।

ଦିଲ୍ଲୀ ଏମ୍ସରେ ଆରମ୍ଭ ହେବ ପିଲାଙ୍କ ପାଇଁ କୋଭାକ୍ସିନ୍ ଟିକାର ପରୀକ୍ଷଣ: ଆରମ୍ଭ ହେଲା ସ୍କ୍ରିନିଂ

ନୂଆଦିଲ୍ଲୀ: ଆଜି ଠାରୁ ଛୋଟ ପିଲାଙ୍କ ଉପରେ ଟିକା ପରୀକ୍ଷଣ କରିବ କୋଭାକ୍ସିନ୍‌ । ଦିଲ୍ଲୀ ଏମ୍ସରେ ଏହି ପରୀକ୍ଷଣ ହେବାକୁ ଥିବା ବେଳେ ଏ ନେଇ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୨ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଉପରେ ଏହି ପରୀକ୍ଷଣ କରିବ କୋଭାକ୍ସିନ । ଏନେଇ ଡିସିଜିଆଇ ଅନୁମତି ମିଳିସାରିଛି । ପୂର୍ବରୁ ବିହାରର ପାଟନା ଏମ୍ସ, ପିଲାଙ୍କ ଉପରେ କୋଭାକ୍ସିନ ପରୀକ୍ଷଣ ଆରମ୍ଭ କରିଛି । ୧୨ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଏହି ଟେଷ୍ଟ କରାଯାଇଛି । ପରେ ୬ରୁ ୧୨ ଏବଂ ୨ ରୁ ୬ ବର୍ଷ ପିଲାଙ୍କର ଟେଷ୍ଟ କରାଯିବ । କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟ କରାଯିବ । ୫୨୫ ଜଣ ସୁସ୍ଥ ପିଲାଙ୍କ ଉପରେ ଏହି ଟେଷ୍ଟ କରାଯିବ । ଟିକା ପରୀକ୍ଷଣ ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଛି କି ନାହିଁ ତାର ନିରିକ୍ଷଣ କରାଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜର ପରୀକ୍ଷଣ ହେବ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୬ହଜାର ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ

 

ବାତ୍ୟାଞ୍ଚଳ ପରିଦର୍ଶନରେ ୭ ଜଣିଆ କେନ୍ଦ୍ରୀୟ ଟିମ୍: ୨ ଦିନ ଧରି ବୁଲି ଦେଖିବେ କ୍ଷୟକ୍ଷତି

ଭୁବନେଶ୍ୱର: ଆଜିଠାରୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍ ।  ଗୋଟିଏ ଟିମ ବାଲେଶ୍ବର ଜିଲ୍ଲା ଏବଂ ଆଉ ଗୋଟିଏ ଟିମ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଆସନ୍ତାକାଲି ବାଲେଶ୍ବର ଟିମ ମୟୂରଭଞ୍ଜ ଯିବାକୁ ଥିବା ବେଳେ, ଭଦ୍ରକ ଟିମ କେନ୍ଦ୍ରାପଡା ବାତ୍ୟାଞ୍ଚଳ ବୁଲି ଦେଖିବେ । ଜିଲ୍ଲା ଗସ୍ତ ଯିବା ପୂର୍ବରୁ କେନ୍ଦ୍ରୀୟ ଟିମ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ କ୍ଷୟକ୍ଷତି ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣାଲଙ୍କ ନେତୃତ୍ବରେ ଏହି ଟିମ୍ ଓଡ଼ିଶା ଆସିଛି । ଏହି କେନ୍ଦ୍ରୀୟ ଦଳରେ 7 ଜଣ ସଦସ୍ୟ ରହିଛନ୍ତି । ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ବାତ୍ୟା ୟାସ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା 4 ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରିବ ଏହି ଟିମ । ଦୁଇ ଟିମରେ ବିଭକ୍ତ ହୋଇ 4 ଜିଲ୍ଲା ଗସ୍ତ କରିବ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ । 2 ଦିନର ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଟିମ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ସମୀକ୍ଷା ବୈଠକ କରିଥିଲେ । ଦିଲ୍ଲୀ ଫେରି ଓଡ଼ିଶାକୁ 5 ଶହ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ରୀୟ ଟିମ ସମୀକ୍ଷା କରିବା ପରେ ବାକି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଦୀର୍ଘ ସ୍ଥାୟୀ ଯୋଜନା କରିବା ଲାଗି କେନ୍ଦ୍ର ନିକଟରେ ଦାବି ରଖିଛି ରାଜ୍ୟ । ଅନ୍ୟପଟେ ୟାସ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରାୟ 610 କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷା: ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

ବାଲେଶ୍ୱରର ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସଙ୍କ ପରଲୋକ

ବାଲେଶ୍ବର: ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସଙ୍କ ପରଲୋକ । ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହରି ପ୍ଲାଷ୍ଟ, ହରି ମେରାଇଲ, ହରି ପ୍ଲାଜା, ହରି ମୋଟର୍ସ ଭଳି ହରି ଉଦ୍ୟୋଗର ପ୍ରତିଷ୍ଠାତା ଥିଲେ ସ୍ବର୍ଗତ ହିମାଂଶୁ ଦାସ । ବାଲେଶ୍ବର ଚାମ୍ବର ଅଫ୍‌ ଇଣ୍ଡଷ୍ଟ୍ରି ଏଣ୍ଡ କମର୍ସର ଅଧ୍ୟକ୍ଷ ମଧ୍ୟ ଥିଲେ । ବାଲେଶ୍ବରରେ ହୋଇଆସୁଥିବା ଏକ୍ସପୋ ମେଳାକୁ ହିମାଂଶୁ ଦାସ ପରିଚାଳନା କରୁଥିଲେ । ଏହାସହ ସେ ଜଣେ ମେଳାପି, ସମୟାନୁବର୍ତ୍ତି ଶିଳ୍ପପତି ଭାବେ ସାରା ଓଡ଼ିଶାରେ ବେଶ୍‌ ପରିଚିତ ଥିଲେ । ତାଙ୍କ ବିୟୋଗରେ ବାଲେଶ୍ବର ଜିଲ୍ଲା ଜଣେ ମୁରବି ହରାଇବା ସହିତ ଜଣେ ଉତ୍ସାହି ଶିଳ୍ପଦ୍ୟୋଗୀଙ୍କୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶାଳୀକୁ ହତ୍ୟା ପରେ ଶାଶୂଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଜ୍ୟରେ ଆଉ ୬ହଜାର ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣରେ ଚିହ୍ନଟ ହୋଇଛନ୍ତି ଆଉ ୬ ହଜାର ୧୧୮ ପଜିଟିଭ୍ । କ୍ବାରେଣ୍ଟାଇନରୁ ୩ ହଜାର ୪୫୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୨ ହଜାର ୬୬୫ । ତେବେ ଗୋଟିଏ ଦିନରେ ଭାଇରସ ନେଇଛି ଆଉ ୪୧ ଜୀବନ । ଦୈନିକ ସଂକ୍ରମଣରେ କଟକରୁ ଚିହ୍ନଟ ହୋଇଥିବା ସର୍ବାଧିକ ୬୪୦ ଆକ୍ରାନ୍ତ । ସେହିପରି ଯାଜପୁରରୁ ୫୬୩, ଖୋର୍ଦ୍ଧାରୁ ୪୯୫, ଅନୁଗୁଳରୁ ୪୧୬, ପୁରୀରୁ ୩୯୮, ମୟୂରଭଞ୍ଜରୁ ୩୫୨, ସୁନ୍ଦରଗଡ଼ରୁ ୨୭୨, ଭଦ୍ରକରୁ ୨୨୮, କେନ୍ଦ୍ରାପଡ଼ାରୁ ୨୨୭, ଜଗତସିଂହପୁରରୁ ୨୧୮, ବାଲେଶ୍ବରରୁ ୧୯୫, କୋରାପୁଟରୁ ୧୮୦, ନବରଙ୍ଗପୁରରୁ ୧୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ ୧୬୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ନୟାଗଡରୁ ୧୬୧, କେନ୍ଦୁଝରରୁ ୧୫୫, କନ୍ଧମାଳରୁ ୧୪୩, ଢେଙ୍କାନାଳରୁ ୧୨୩, ବୌଦ୍ଧରୁ ୧୧୨, ରାୟଗଡ଼ାରୁ ୧୦୮, ମାଲକାନଗିରିରୁ ୧୦୭, ଷ୍ଟେଟ୍ ପୁଲରୁ ୧୦୩, ସମ୍ବଲପୁରରୁ ୧୦୩, ଗଞ୍ଜାମରୁ ୯୩, ଝାରସୁଗୁଡ଼ାରୁ ୮୬, ବଲାଙ୍ଗୀରରୁ ୮୩, କଳାହାଣ୍ଡିରୁ ୮୦, ସୋନପୁରରୁ ୫୨, ନୂଆପଡ଼ାରୁ ୩୬, ଗଜପତିରୁ ୩୦, ଦେବଗଡ଼ରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷା: ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷା: ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ବଢିବ କାଳବୈଶାଖି ବର୍ଷା । ଏଥିପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା ଜିଲ୍ଲାରେ କାଳବୈଶାଖି ଦେଖାଦେବ । ଏହା ସହିତ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ମଧ୍ୟ ଘଡଘଡି ବିଜୁଳି ସହିତ ବର୍ଷା ପବନ ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖି ବର୍ଷା ଜାରି ରହିଛି । ତେବେ ଆସନ୍ତା ୧୧ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ସକ୍ରିୟ ଥିବା ବେଳେ ଆସନ୍ତା ୧୧ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରାଯାଇଛି । ଆସନ୍ତା ୯ ତାରିଖରେ କାଳବୈଶାଖି ବର୍ଷା ପାଇଁ ୨୦ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସମୁଦ୍ର ଭିତରେ କ’ଣ ରହୁଛନ୍ତି ଏଲିୟନ୍ସ ? ଆମେରିକା ଗୁଇନ୍ଦା ରିପୋର୍ଟ ଲିକ୍ ପରେ ଚର୍ଚ୍ଚା

ଶାଳୀକୁ ହତ୍ୟା ପରେ ଶାଶୂଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: ଶାଳୀକୁ କୁରାଢ଼ୀରେ ହାଣି ହତ୍ୟା ଓ ଶାଶୂ ହାତ ବାନ୍ଧି ଦୁଷ୍କର୍ମ ଅଭିଯୋଗ । ଶବକୁ ୨୦୦ ଫୁଟ ଖାଲକୁ ଫିଙ୍ଗିଦେଲା ହତ୍ୟାକାରୀ । ଏଭଳି ଜଘନ୍ୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା କିରିବୁରରେ । ହତ୍ୟା ଅଭିଯୁକ୍ତ ହେଉଛନ୍ତି ରୂପ ସିଂ ସିଦ୍ଧୁ । ମୁର୍ଗାପଡାରେ ରହୁଥିବା ଶାଶୁ ଓ ଶାଳୀ ସହିତ ହତ୍ୟାକାରୀ ରୂପ ସିଂ ଜଙ୍ଗଲକୁ ଛତୁ ଓ କୁରକୁଟି ସଂଗ୍ରହ କରିବା ପାଇଁ ଯାଇଥିଲା । ତେବେ ଏହି ସମୟରେ ଶାଳୀ ସହିତ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ରୂପ ସିଂ ଶାଳୀର ବେକକୁ କୁରାଢ଼ୀରେ ହାଣି ଦେଇଥିଲା । ଏହାପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି ଦେଇଥିଲା । ପରେ ଶାଶୂକୁ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କୌଶଳ କ୍ରମେ ପୀଡ଼ିତା ଜଣକ ଖସି ଆସି କିରିବୁର ଥାନାରେ ଅଭିଯୋଗ କରିଥିଲେ । କିରିବୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଲାଣି ଥାନାକୁ ଖବର ଦେଇଥିଲେ । ୨୦୦ ଫୁଟ ତଳେ ଶବ ପଡ଼ିଥିବାରୁ ମୃତଦେହକୁ ଉଦ୍ଧାର କରାଯାଇପାରିନି । ଘଟଣା ପରେ ହତ୍ୟାକାରୀ ରୂପ ସିଂ ସିଦ୍ଧୁ ଫେରାର ହୋଇଯାଇଛି ।

ଏଥିସହିତ ପଢ଼ନ୍ତୁ: ସାମାନ୍ୟ ସେଲଫି ସାଜିଲା କାଳ, ଡ୍ୟାମକୁ ଖସିପଡିଲେ ଦୁଇ ସାଙ୍ଗ