ଡିଏଫଓଙ୍କ କାର୍ଯ୍ୟାଳୟରେ ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜ୍ ଖୋଜୁଛି ପୋଲିସ

Police Searching Duty Document Of ACF Soumya In DFO Office

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଡିଏଫଓଙ୍କ କାର୍ଯ୍ୟାଳୟରେ ଛାନଭିନ୍‌ କରିଛି ପୋଲିସ । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଅଫିସରେ ଛାନଭିନ୍‌ କରାଯାଇଛି । ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜ୍ ନେଇ ଯାଞ୍ଚ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ସହକାରୀ ବନ ସଂରକ୍ଷକ ଗୌରିପ୍ରସାଦ ରଥଙ୍କୁ ତାଙ୍କ ଲଗ୍ ବୁକ୍, ଆଟେଣ୍ଡାନ୍ସ ଏବଂ ଟୁର୍ ଡାଏରୀ ସହ ଅନ୍ୟାନ୍ୟ ଦସ୍ତାବିଜ୍ ମାଗିଥିଲେ । ତେବେ ସେ ଏସବୁ ଦେବା ପାଇଁ ସମୟ ମାଗିଥିଲେ । ଫଳରେ ସେଠାରୁ ଖାଲି ହାତରେ ଫେରିଥିଲା ପୋଲିସ ।

 Police Searching Duty Document Of ACF Soumya In DFO Office

ଅଫିସ୍‌ କାମ ଆଳ ଦେଖାଇ ସୌମ୍ୟରଞ୍ଜନଙ୍କୁ ରାତି ଡ୍ୟୁଟି ଦିଆ ଯାଉଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଓ ଏଥିରେ ରୋଷେୟା ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରିପାରିନି ପୋଲିସ । କେବଳ ରୋଷେୟାକୁ ଜେରା ହୋଇଛି ।

 Police Searching Duty Document Of ACF Soumya In DFO Office

ଗତକାଲି ରାତିରେ ଗଜପତି ଏସପିଙ୍କୁ ପୂରା ଘଟଣାର ଡେମୋ ଦେଖାଇଛି ରୋଷେୟା । ପ୍ରାୟ ୫୦ ମିନିଟ୍‌ ଧରି ଘଟଣାସ୍ଥଳରେ ତନାଘନା କରିଛନ୍ତି । ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍ ବାଲେଶ୍ୱର ଆସିଛି । ସୌମ୍ୟଙ୍କ ପରିବାର ଓ ବିଦ୍ୟାଭାରତୀଙ୍କୁ ଜେରା କରିବ ଟିମ୍ । ସେପଟେ ସାଇଣ୍ଟିଫିକ୍ ଟିମ୍‌ ସୌମ୍ୟଙ୍କ ଘରୁ ଡାଏରୀ, ଚିଠି ଜବତ କରିଛି । ଏଥିରେ ମୃତ୍ୟୁ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ପୋଲିସ କହିଛି ।

Leave a Reply