ଟୋକିଓ ଅଲମ୍ପିକ୍ସ: ନଖରେ ଖେଳାଳି ଆଙ୍କିଲେ ତ୍ରୀରଙ୍ଗା ଓ ଅଲମ୍ପିକ ରିଙ୍ଗ୍ସ

1 min read

ନୂଆଦିଲ୍ଲୀ: ଖେଳର ମହାକୁମ୍ଭ ‘ଟୋକିଓ ଅଲମ୍ପିକ୍ସ’ ଆୟୋଜନକୁ ଆଉ ଦିନ କେଇଟା ବାକି ରହିଛି । ଏହା ପୂର୍ବରୁ ଖେଳାଳି ମାନେ ଧିରେ ଧିରେ ପହଞ୍ଚିବାରେ ଲାଗିଛନ୍ତି । ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଟୋକିଓ ଅଲମ୍ପିକ୍ସ ଅଗଷ୍ଟ ୮ ଯାଏଁ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ ଭାରତରୁ ୮୮ ଜଣ ସଦସ୍ୟ ଟୋକିଓ ପହଞ୍ଚିଥିବା ବେଳେ ସେଥିରେ ଟେବୁଲ୍ ଟେନିସରୁ ୪ ଜଣ ଖେଳାଳି ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରତିଯୋଗୀମାନଙ୍କ ମଧ୍ୟରେ ଅଭିଜ୍ଞ ଟେବୁଲ୍ ଟେନିସ୍ ଖେଳାଳି ଅଚନ୍ତ ଶରଥ କମଲ ଏବଂ ମନିକା ବତ୍ରା ପଦକ ଜିତିବାର ଆଶା ରହିଛି ।

ଟୋକିଓରେ ପହଞ୍ଚିବା ପରେ ମନିକା ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି । ତାଙ୍କ ନଖରେ ‘INDIA’ ଲେଖାଯାଇଥିବାବେଳେ ଦୁଇଟି ନଖରେ ତ୍ରୀରଙ୍ଗା ଏବଂ ଅଲିମ୍ପିକ୍ ରିଙ୍ଗ ଚିତ୍ରିତ ହୋଇଛି । ଏହି ଚିତ୍ରଟି ଖୁବ୍ ଭାଇରାଲ ହେବାରେ ଲାଗିଛି।

ମନିକା ତାଙ୍କ ର଼୍ୟାଙ୍କିଙ୍ଗ ପାଇଁ ରିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ମନିକା ମିକ୍ସଡ୍ ଡବଲରେ ଶରଥଙ୍କ ସହ ଯୋଡି କରିବେ। ୨୦୧୮ କମନୱେଲଥ ଗେମ୍ସରେ ମନିକା ୪ଟି ପଦକ ଜିତିଥିଲେ । ସେ ମହିଳା ସିଙ୍ଗଲ୍ସ ଏବଂ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଏବଂ ଡବଲ୍ସରେ ରୌପ୍ୟ ପଦକ ଜିତିଥିଲେ । ତେବେ ଏହା ମନିକାଙ୍କର ଦ୍ୱିତୀୟ ଅଲିମ୍ପିକ୍ସ ।

Leave a Reply