ଆଜିଠାରୁ ଆରମ୍ଭ ମୌସୁମୀ ଅଧିବେଶନ, ଦରଦାମ ବୃଦ୍ଧି ଓ କୃଷି ଆଇନ ହେବ ମୁଖ୍ୟ ଅସ୍ତ୍ର

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ଏଥର ଅଧିବେଶନ ସରଗରମ ହେବା ସହ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଅଛନ୍ତି ବିରୋଧୀ। ଦରବୃଦ୍ଧି, କୋଭିଡ ପରିଚାଳନା, କୃଷି ଆଇନ ଭଳି ଅନେକ ପ୍ରସଙ୍ଗ ଏଥର ଅଧିବେଶନକୁ ସରଗରମ କରିବ। ସରକାର ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି। ସଂସଦରେ ୩୮ଟି ପ୍ରସ୍ତାବ ପଡ଼ିରହିଥିବା ବେଳେ ଏଥିରୁ ୯ଟି ପାରିତ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିସହ ଆଉ ୧୭ଟି ପ୍ରସ୍ତାବ ଆଗତ ସହ ପାରିତ କରିପାରନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜନସଂଖ୍ୟା ନିୟନ୍ତ୍ରଣ ଓ ୟୁନିଫର୍ମ ସିଭିଲ କୋଡ୍‌ ପ୍ରସଙ୍ଗ ଏଥର ସଂସଦକୁ ସରଗରମ କରିପାରେ। ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ଏଥର ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ସକାଳ ୧୧ରୁ ସନ୍ଧ୍ୟା ୬ ଯାଏଁ ଚାଲିବ। କୋଭିଡ ପାଇଁ ସଂସଦରେ ଯୋଗଦେବାକୁ ଏଥର କିଛି ନିୟମ କରାଯାଇଛି। ଗୋଟିଏ ଡୋଜ୍ ଟିକା ହେଲେ ବି ଟିକା ନେବାକୁ ପଡ଼ିବ। ତଥ୍ୟ ଅନୁସାରେ ଲୋକସଭାର ୪୪୪ ଏବଂ ରାଜ୍ୟସଭାର ୨୧୮ ସଦସ୍ୟ ଟିକା ନେଇସାରିଛନ୍ତି।

Leave a Reply