spot_img
Home Blog Page 5554

ଭାରତରେ କରୋନା କଟକଣା କୋହଳ କରାଯିବାକୁ ନେଇ କିଛି ଏଭଳି କହିଲା ‘ହୁ’

ନୂଆଦିଲ୍ଲୀ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ । ଦେଶରେ କରୋନା କଟକଣାକୁ କୋହଳ କରାଯିବାକୁ ନେଇ ସତର୍କ କରାଇଛି ‘ହୁ’ । ବିପଜ୍ଜନକ ଡେଲ୍ଟା ଭ୍ୟାରିଆଣ୍ଟ ସହ ଦେଶ ଯୁଝୁଥିବା ବେଳେ ଏଭଳି କଟକଣା କୋହଳ ବିପଜ୍ଜନକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି ।

ସମ୍ପ୍ରତି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଗତ କିଛି ସପ୍ତାହ ପୂର୍ବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଏବେ ଏହା ୧ ଲକ୍ଷକୁ ଖସିଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ହଜାର ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ ଥର କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଲକ୍‌ଡାଉନ୍ କଟକଣା ଘୋଷଣା କରାଯାଇନଥିବା ବେଳେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟର ସ୍ଥିତି ଅନୁଯାୟୀ ଲକ୍‌ଡାଉନ୍ କଟକଣା ଲାଗୁ କରିଛନ୍ତି । ବର୍ତ୍ତମାନ ସ୍ଥିତି କ୍ରମଶଃ ସୁଧୁରିବାରୁ କୋହଳ ମଧ୍ୟ କରିଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟ କଟକଣାକୁ କୋହଳ କରିବାରେ ଲାଗିଛନ୍ତି । ଆଉ ଏହି କଟକଣା କୋହଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ଗେବ୍ରିୟେସସ୍  । ଲକ୍‌ଡାଉନ୍ କଟକଣା କୋହଳା କରାଯିବାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ।  ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଟିକାକରଣ ପ୍ରକ୍ରିୟା ପୂରା ହୋଇପାରିନି । ଯେଉଁମାନେ ଏଯାବତ୍ କରୋନା ଟିକା ଲଗାଇନାହାନ୍ତି ସେମାନଙ୍କ ପାଇଁ କଟକଣାକୁ କୋହଳ କରିବା ବିପଜ୍ଜନକ ହୋଇପାରେ । ଏହା ପୂର୍ବରୁ ‘ହୁ’ କରୋନା ଡେଲ୍ଟା ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । କରୋନାର ଏହି ଷ୍ଟ୍ରେନ୍ ସର୍ବ ପ୍ରଥମେ ଭାରତରେ ଦେଖିବାକୁ ମିଳିଥିଲା ବେଳେ ଏ ଷ୍ଟ୍ରେନ୍କୁ ଭ୍ୟାରିଆଣ୍ଟ ଅଫ୍ କନସର୍ନ ଭାବେ ଘୋଷଣା କରିଥିଲା ‘ହୁ’ । ତେବେ କରୋନା ତୃତୀୟ ପ୍ରବାହ ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିବା ବେଳେ ଏ ନେଇ ଏସବିଆଇ ପକ୍ଷରୁ କରାଯାଇଥିବା ଗବେଷଣାଲବ୍ଧ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ପ୍ରାୟ ୯୦ ଦିନରୁ ଅଧିକ ସମୟ ଧରି କରୋନା ତାଣ୍ଡବ ରଚିବ ବୋଲି ଉଲ୍ଲେଖ ରହିଛି । ଏଣୁ ଟିକାକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିନଥିବା ବେଳେ କେବଳ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଦୃଷ୍ଟିରୁ କଟକଣାରେ କୋହଳ କରାଯିବା ଆଲୋଚନାର ବିଷୟ । କିନ୍ତୁ ଲୋକଙ୍କ ସତର୍କତା ଓ ସଚେତନତା ହିଁ କରୋନା ମୁକାବିଲା ଦିଗରେ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଆଗ୍ରାର ପାରସ ହସ୍ପିଟାଲ ସିଲ୍, ମାଲିକଙ୍କ ବିରୋଧରେ ମାମଲା

ଆଗ୍ରା: ଭାଇରାଲ ଭି଼ଡିଓକୁ ନେଇ ବିବାଦ ଘେରରେ ଥିବା ଆଗ୍ରାର ପାରସ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏହି ହସ୍ପିଟାଲରେ ମକ୍ ଡ୍ରିଲ୍ ନାମରେ ଅକ୍ସିଜେନ୍ ଯୋଗାଣ ବନ୍ଦ ଯୋଗୁ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ହସ୍ପିଟାଲର ସଂଚାଳକ ଏପ୍ରିଲ ୨୮ ତାରିଖ ଦିନ ୫ ମିନିଟ୍ ପାଇଁ ମକଡ୍ରିଲ କାଳରେ ଅକ୍ସିଜେନ୍ ଯୋଗାଣ ବନ୍ଦ କରାଯିବାରୁ ୨୨ ଜଣ ରୋଗୀ ପ୍ରାଣ ହରାଇଥିଲେ ବୋଲି କହିଥିବା ଶୁଣିବାକୁ ମିଳିଛି ।

ଭିଡିଓ ଭାଇରାଲ ହେବା ପରେ ଉତ୍ତର ପ୍ରଦେଶ ସରକାର ସମାଲୋଚନାର ଶିକାର ହୋଇଥିଲେ। କଂଗ୍ରେସ ସମେତ ଅନ୍ୟ ଦଳ ବିଜେପିକୁ ସମାଲୋଚନା କରିଥିଲେ। ଏବେ ଜିଲ୍ଲା ପ୍ରଶାସନ ହସ୍ପିଟାଲକୁ ସିଲ୍ କରିବା ସହିତ ଏହାର ସଂଚାଳକ ଅରିଂଜୟ ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଛି। ହସ୍ପିଟାଲରେ ଦୁଇ ଘଣ୍ଟା ତଦନ୍ତ କରିବା ପରେ ଜିଲ୍ଲାପାଳ ଏହି ଆଦେଶ ଦେଇଛନ୍ତି।

ମୋଦିନଗରରେ ଅକ୍ସିଜେନ ସରି ଯାଇଥିବା ମିଥ୍ୟା ଖବର ପ୍ରଚାର କରିଥିବାରୁ ଅରିଞ୍ଜେୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ହସ୍ପିଟାଲରେ ଥିବା ୫୫ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି।

ପୁରା ମାମଲା କ’ଣ ?
ଭାଇରାଲ ହେଉଥିବା ଭିଡିଓରେ ଅରିଞ୍ଜେୟ କହୁଛନ୍ତି ଯେ, ୨୬ ଏପ୍ରିଲରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅଚାନକ ବଢିଯାଇଥିଲା। ତେଣୁ ୨୮ ମାର୍ଚ୍ଚରେ ମକ୍ ଡ୍ରିଲ ନାମରେ ୫ ମିନିଟ୍ ପାଇଁ ଅକ୍ସିଜେନ୍ ଯୋଗାଣ ବନ୍ଦ କରି ଦିଆଯାଇଥିଲା। ଏହି ସମୟରେ ୨୨ ଜଣ ରୋଗୀ ପ୍ରାଣ ହରାଇଥିଲେ। ଅବଶ୍ୟ ପରେ ଅରିଞ୍ଜେୟ ନିଜ ବୟାନରୁ ଓହରି ଯାଇଥିଲେ। ଭାଇରାଲ ଭିଡିଓରେ ସେ ଏମିତି କହିନାହାନ୍ତି ବୋଲି ଏବେ ଦାବି କରୁଛନ୍ତି।

ଶୟ୍ୟାଶାୟୀ ଓ ଶାରୀରିକ ଅଚଳ ବ୍ୟକ୍ତିଙ୍କୁ ଟିକା ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ଭୁବନେଶ୍ୱର: ଶୟ୍ୟାଶାୟୀ ଓ ଶାରୀରିକ ଅଚଳ ବ୍ୟକ୍ତିଙ୍କ ପାଇଁ ବିଏମସିର ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା। ଆଜିଠାରୁ ୧୯୨୯ ଯୋଗେ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଟିକା ଦିଆଯିବ। ଏଯାବତ ୩୦ ଜଣ ପଞ୍ଜିକୃତ କରିଥିବା ବେଳେ ସେସବୁ ସଠିକ ଭାବେ ଜାଞ୍ଚ କରାଯାଉଛି। ପରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବା ପରେ ଘରେ କିମ୍ବା ନିକଟସ୍ଥ କେନ୍ଦ୍ରରେ ଟିକା ଦିଆଯିବ ତାହା ସ୍ଥିର ହେବ ବୋଲି ବିଏମସି କମିଶନର କହିଛନ୍ତି।

ତେବେ ସହହର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ବିଏମସିର ଟାର୍ଗେଟ ରହିଛି। ବିଶେଷ କରି ଯେଉଁମାନେ ଏଭଳି ସମ୍ବେଦନଶୀଳ ବ୍ୟକ୍ତି ସେମାନଙ୍କୁ ସ୍ୱଚ୍ଛତା ଓ ସୁରକ୍ଷା ରେ ଟିକା ଦେବା ଲାଗି ଏହି ବ୍ୟବସ୍ଥା ହୋଇଛି। ଅନ୍ୟପଟେ ୧୮ରୁ ୪୪ ବର୍ଗର ହିତାଧିକାରୀଙ୍କ ଦ୍ୱୀତିୟ ଡୋଜ ପାଇଁ ଓ୍ୱାକ୍ ଇନ୍ ଟିକାକରଣ କରାଯାଇଛି। ଅଗ୍ରାଧିକାରୀ ଭିତ୍ତିରେ ପ୍ରଥମ ଡୋଜ୍ ନେଇସାରିଥିବା ପ୍ରାୟ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଡ୍ୟୁ ଡେଟ୍ ଅନୁଯାଇ ଆସନ୍ତା ସୋମବାର ସୁଦ୍ଧା ଟିକାଦାନ ସରିବା ପରେ ବଳକା ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି।

କେନ୍ଦ୍ର ଜାରି କଲା ଟିକାକରଣ କାର୍ଯ୍ୟକ୍ରମ ପାଇଁ ନୂଆ ଗାଇଡ୍ ଲାଇନ୍, ଘରୋଇ ହସ୍ପିଟାଲରେ ମାଗଣା ଟିକା ପାଇଁ ଗରିବଙ୍କୁ ଇ-ଭାଉଚର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦେଶର ସବୁ ନାଗରିକଙ୍କୁ କେନ୍ଦ୍ର ସରକାର ମାଗଣା କରୋନା ଟିକା ଦେବେ ବୋଲି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ଗୋଟିଏ ଦିନ ପରେ ଅର୍ଥାତ ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଟିକାକରଣ କାର୍ଯ୍ୟକ୍ରମର ନୂଆ ଗାଇଡ୍ ଲାଇନ୍ ଜାରି କରିଛି । ଏହି ନୂଆ ଗାଇଡ୍ ଲାଇନ୍ ୨୧ ତାରିଖରୁ ଲାଗୁ ହେବ ।

ନୂଆ ଗାଇଡ୍ ଲାଇନ୍ ଅନୁସାରେ କେନ୍ଦ୍ର ସରକାର ଟିକା ତିଆରି କରୁଥିବା କମ୍ପାନିଙ୍କଠାରୁ ୭୫ ପ୍ରତିଶତ ଟିକା କିଣି ରାଜ୍ୟଙ୍କୁ ମାଗଣାରେ ଦେବେ । କିନ୍ତୁ ସର୍ତ୍ତ ହେଉଛି ରାଜ୍ୟଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଯେପରି ଟିକା ନଷ୍ଟ ନହୁଏ । ଟିକା ନଷ୍ଟ ହେଲେ ରାଜ୍ୟଙ୍କୁ ହେଉଥିବା ଯୋଗାଣ ପ୍ରଭାବିତ ହେବ । ଏହା ସହିତ ଗାଇଡଲାଇନରେ ଏହା କୁହଯାଇଛି ଯେ, ଘରୋଇ ଡାକ୍ତରଖାନା କିଣିବାକୁ ଥିବା ଟିକାର ଦାମ ଟିକା କମ୍ପାନୀ ନିର୍ଧାରିତ କରିବେ ।

କେନ୍ଦ୍ର ପକ୍ଷରୁ ରାଜ୍ୟ ଟିକା ପାଇଲା ପରେ କେଉଁମାନଙ୍କୁ ପ୍ରାଥମିକତା ଭିତିରେ ଟିକା ଦିଆଯିବ ତାହା ରାଜ୍ୟ ନିର୍ଧାରିତ କରିବେ । ପ୍ରାଥମିକତା ତାଲିକାର ଶୀର୍ଷରେ ସ୍ୱାସ୍ଥ୍ୟ କର୍ମୀ ରହିବେ । ଏହାପରେ ତାଲିକାରେ ୪୫ ବର୍ଷରୁ ଅଧିକ ବୟସ୍କ ରହିବେ । ତୃତୀୟରେ ଦ୍ୱିତୀୟ ଡୋଜ୍ ଟିକା ପାଇଁ ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବାକୁ ହେବ । ଏହାପରେ ୧୮ ବର୍ଷ ବୟସ୍କଙ୍କ ନମ୍ବର ଆସିବ ।

ନୂଆ ଗାଇଡଲାଇନରେ ଏହା ମଧ୍ୟ ରହିଛି

  • ରାଜ୍ୟଙ୍କୁ ସେମାନଙ୍କ ଜନସଂଖ୍ୟା,ସଂକ୍ରମିତଙ୍କ ସଂଖ୍ୟା ଓ ଟିକାକରଣରେ ପ୍ରଗତୀ ଆଧାରରେ କେନ୍ଦ୍ର ଡୋଜ୍ ଦେବ । ଟିକା ଯେମିତି ନଷ୍ଟ ନହେବ ତାହା ଦେଖିବା ରାଜ୍ୟଙ୍କ କାମ ରହିବ ।
  • ଗୋଟିଏ ରାଜ୍ୟକୁ କେତେ ଡୋଜ୍ ଟିକା ମିଳିବ ସେ ବାବଦରେ ରାଜ୍ୟକୁ ଆଗୁଆ କେନ୍ଦ୍ର ଜଣାଇବ । ଏହି ତଥ୍ୟ ଆଧାରେ ରାଜ୍ୟ ନିଜ ନିଜ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଚଳାଇବେ । ଜିଲ୍ଲା ଓ ଟିକାକରଣ କେନ୍ଦ୍ର ସେମାନଙ୍କ ପାଖରେ ଥିବା ଟିକା ଷ୍ଟକ ବାବଦରେ ଲୋକଙ୍କୁ ଜଣାଇବେ ।
  • ସରକାର ଛୋଟ ସହର,ଉପାନ୍ତ ଅଂଚଳରେ ଥିବା ଘରୋଇ ହସ୍ପିଟାଲକୁ ଟିକା ସପ୍ଲାଏରେ ସହଯୋଗ କରିବେ ଯେମିତି ଭୌଗଳିକ ଆଧାରରେ ଅସମାନତା ରହିବ ନାହିଁ ।
  • ରାଜ୍ୟ ସରକାର ଏଭଳି ଛୋଟ ହସ୍ପିଟାଲର ଟିକା ଚାହିଦା କେତେ ତାହାର ରିପୋର୍ଟ ତିଆରି କରିବେ ଓ କେନ୍ଦ୍ର ସରକାର ଏଭଳି ହସ୍ପିଟାଲକୁ ଟିକା ଯୋଗାଇ ଦେବାରେ ସାହାଯ୍ୟ କରିବେ । ଏଥିପାଇଁ ଦୁଇ ସରକାର ମିଳିତ ଭାବେ କାମ କରିବେ ।
  • ସମାଜର ସବୁ ବର୍ଗଙ୍କୁ ମାଗଣା ଟିକା ମିଳିବ କିନ୍ତୁ ସରକାରଙ୍କ ଅପିଲ ଯେ,ଯେଉଁମାନେ ଟିକା କିଣିବାକୁ ସକ୍ଷମ ସେମାନେ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନିଅନ୍ତୁ

ଆଉ ଗୋଟିଏ ଦିନ ପରେ ସାବିତ୍ରୀ, ବେପାର ନଥିବାରୁ ନଷ୍ଟ ହେଉଛି ଗଦାଗଦା ଫଳ

ଗଞ୍ଜାମ: ଆଉ ଗୋଟିଏ ଦିନ ପରେ ପରେ ସାବିତ୍ରୀ ଏବଂ ରଜ ପର୍ବ। ଓଡ଼ିଶର ଘରେ ଘରେ ଏହି ଦୁଇଟି ପର୍ବକୁ ଘରର ବୋହୁ ଏବଂ ଝିଅ ପାଳନ କରିଥାନ୍ତି। ସେଥିପାଇଁ କିଛି ଦିନ ପୂର୍ବରୁ ସାବିତ୍ରୀ ବା ରଜ ବଜାର ପୁରା ଚଳଚଞ୍ଚଳ ରହିଥାଏ। ଡ୍ରେସ୍‌ ଠାରୁ ଆରମ୍ଭ କରି ଫଳ ମୂଳ, ସବୁର ବେସ୍‌ ଚାହିଦା ମଧ୍ୟ ରହିଥାଏ। କିନ୍ତୁ ଏଥର କରୋନା ହଜାଇଛି ରଜ ଏବଂ ସାବିତ୍ରୀର ପରମ୍ପରାକୁ। ମଜା ମସ୍ତି ଠାରୁ ଆରମ୍ଭ କରି ସବୁ ଖୁସିକୁ କରୋନା ଲକ୍‌ଡାଉନ୍‌ରେ ଲକ୍‌ କରିଛି। ରାଜ୍ୟର ପ୍ରତ୍ୟକଟି ଅଞ୍ଚଳରେ ସାବିତ୍ରୀ ଏବଂ ରଜ ବେପାର ପୁରା ମାନ୍ଦାରେ ଚାଲିଛି।

କରୋନା ହଜାଇଛି ବ୍ୟବସାୟୀଙ୍କ ନିଦ। ବେପାର ନହେବା ଯୋଗୁ ଚିନ୍ତାରେ ବ୍ରହ୍ମପୁରର ବ୍ୟବସାୟୀ। କରୋନା ପାଇଁ ରାଜ୍ୟରେ ଲକଡାଉନ୍ ଓ ସଟ୍‌ଡାଉନ୍ କଟକଣା ଜାରି ରହିଥିବା ବେଳେ ଆଗୁ ଆସଛି ସାବିତ୍ରୀ। ଆଉ ସାବିତ୍ରୀ ଅମାବାସ୍ୟାରେ ଭଲ ବ୍ୟବସାୟ ହେବା ଆଶାରେ ଥିବା ଲୁଗା ବ୍ୟବସାୟୀ ଓ ଫଳ ବ୍ୟବସାୟୀ ମୁଣ୍ଡରେ ହାତଦେଇ ବସିଛି। ବ୍ୟବସାୟ ନହେବା ଫଳରେ ଦୋକାନର ଭଡା ବି ଦେଇପାରୁ ନାହାନ୍ତି। ଦକ୍ଷିଣ ଓଡ଼ିଶାର ବଡ ବଡ଼ ଆମ୍ବ ବଜାରରବି ସମାନ ଅବସ୍ତା। ବ୍ୟବସାୟର ସିମିତ ସମୟ ଥିବା ଯୋଗୁ ବ୍ୟବସାୟ ଠିକ୍‌ସେ ହେଇପାରୁନଥିବା ବେଳେ ଆମ୍ବ ଗୁଡ଼ିକ ପଚିଶଡି ନଷ୍ଟ ହୋଇଯାଉଥିବା ଅଭିଯୋଗ କରିଛନ୍ତି ଆମ୍ବ ବ୍ୟବସାୟୀ।

ଆସିକା ପୋଲିସକୁ ବଡ଼ ସଫଳତା, ପାଟ୍ରୋଲିଂ ବେଳେ ୧୦୨ କେଜି  ଗଞ୍ଜେଇ ଜବତ

ଆସିକା: କରେନା କାଳରେ ରାଜ୍ୟରେ ବଢ଼ି ଚାଲିଛି ନିଶା କାରବାର। କେତେବେଳେ ଧଳା ଜହର ଜବତ ହେଲାଣିତ ପୁଣି କେତିବି ଦେଶି ମଦ ଆଉ ଗଞ୍ଜେଇ। ବଡର ପାର ହୋଇ ଆସୁଛି ଏହି ସବୁ ନିଶା ଦ୍ରବ୍ୟ। ପୋଲିସ୍‌ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ସୁଧୁରୁ ନାହାନ୍ତି ମାଫିଆ।

ଗୋଟିଏ ପରେ ଗୋଟିଏ ଗଳିଆ ଉପାୟ ବାହାର କରି ବଢ଼ାଉ ଚାଲିଛନ୍ତି ନିଶା କାରବାରର ସାମ୍ରାଜ୍ୟ। ତେବେ ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଆଜି ସକାଳ ସମୟରେ ପାଟ୍ରୋଲିଂ କରୁଥିବା ବେଳେ ୧୦୨ କେଜି  ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଗଞ୍ଜେଇ ଭଞ୍ଜନଗରରୁ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିବା ସହ ଚାରି ଜଣକୁ ମଧ୍ୟ ଗିରଫ କରିଛି।

ଆହୁରି ତିନି ଜଣ ଫେରାର ହୋଇଯାଇଥିବା ବେଳେ ଏମାନଙ୍କ ନାମରେ ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଜଳରେ  ଅପରାଧିକ ମାମଲା ଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

କରୋନା କଟକଣାରୁ ବାଦ ପଡ଼ିଲାନି ମହାପ୍ରଭୁ ଲିଙ୍ଗରାଜଙ୍କ ବାହାଘର, ୭ଜଣ ସେବାୟତରେ ହେବ ଦେବ ବିବାହ

ଭୁବନେଶ୍ୱର: ବିନା ଭକ୍ତ ଏବଂ ରୋଷଣୀରେ ହେବ ଶୀତଳଷଷ୍ଠୀ ପର୍ବ। ୭ଜଣ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ସଂକ୍ରମଣ କମିଛି, ତଥାପି  କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟକୁ ବିଏମସି ପକ୍ଷରୁ ଦିଆଯାଇଛି ସର୍ତ୍ତମୂଳକ ଅନୁମତି। ୭ଜଣ ସେବାୟତଙ୍କ ଦ୍ୱାରା କେଦାରଗୌରୀ ମନ୍ଦିର ପରିସରରେ ହେବ ଦେବ ବିବାହ। ଏଥିରେ ସାମିଲ ହେବାକୁ ଥିବା ସେବାୟତ ଓ ପାଳିଆ ସେବାୟତଙ୍କର ଆଗୁଆ କରାଯିବ କୋଭିଡ ଟେଷ୍ଟ।

ପରମ୍ପରା କ୍ରମେ ଲିଙ୍ଗରାଜଙ୍କ ଶୋଭାଯାତ୍ରା ମନ୍ଦିରରୁ ବାହାରି କେଦାରଗୌରୀ ମନ୍ଦିରକୁ ଯିବ। ଚଳିତ ବର୍ଷ ରଜ ସଂକ୍ରାନ୍ତି ଅର୍ଥାତ ୧୫ତାରିଖ ରାତି ୧୧ଟା ରେ ଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ବାହାରି କେଦାରଗୌରୀ ମନ୍ଦିରରେ ୧୧ଟା ୪୫ସୁଦ୍ଧା ପହଁଚିବ। ୭ଜଣ ସେବାୟତଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ତା ପରଦିନ ଅର୍ଥାତ ୧୬ତାରିଖ ରାତି ସାଢ଼େ ୧୦ଟା ସମୟରେ ପଟୁଆର ବାହାରି ୧୧ଟା୪୫ସୁଦ୍ଧା ଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ଦେବା ଦେବୀ।  ପରମ୍ପରା ଅନୁଯାୟୀ ଦେବ ବିବାହ କାର୍ଯ୍ୟରେ ବାସୁଦେବ ଓ କପିଳନାଥ ଦେବ ଉପସ୍ଥିତ ରହିବା କଥା। ତେବେ ଗତ କିଛି ବର୍ଷ ଧରି କୌଣସି କାରଣରୁ କପିଳନାଥ ଅନୁପସ୍ଥିତ ରହିବାରୁ ପରମ୍ପରା ଭଙ୍ଗ ହେଉଛି।

ତେବେ ଶୀତଳଷଷ୍ଠୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ କମିଶନରେଟ ପୋଲିସର ସହାୟତା ଲୋଡ଼ାଯାଇଛି।

ଆୟକର ବିଭାଗର ନୂଆ ୱେବସାଇଟ ଖୋଲିବାରୁ ଇନଫୋସିସ୍ କମ୍ପାନୀକୁ ଏମିତି କହିଲେ ସୀତାରମଣ

ନୂଆଦିଲ୍ଲୀ: ଆୟକର ବିଭାଗର ନୂଆ ୱେବସାଇଟ୍ ଲଞ୍ଚ ହେବାର କିଛି ସମୟ ପରେ ସମସ୍ୟାର ଦେଖାଦେଇଛି । ଏହାକୁ ନେଇ ଅନେକ ଉପଭୋକ୍ତା ଅଭିଯୋଗ ମଧ୍ୟ କରିଛନ୍ତି। ଏବେ ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆକ୍ଟିଭି ହୋଇଛନ୍ତି। ସେ ମଧ୍ୟ ଏ ବିଷୟରେ ଟୁଇଟ୍ କରିଛନ୍ତି।

ଅର୍ଥମନ୍ତ୍ରୀ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଅଭିଯୋଗ ଉପରେ କହିଛନ୍ତି ଯେ, ନୂଆ ଆୟକର ପୋର୍ଟାଲକୁ ଗତକାଲି ୨୦.୪୫ରେ ଲଞ୍ଚ କରାଯାଇଥିଲା। ଏହାକୁ ଖୋଲିବାକୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାଙ୍କ ଟାଇମଲାଇନରେ ଏହାକୁ ନେଇ ଅନେକ ଟୁଇଟ୍ ମଧ୍ୟ ଆସୁଛି ।

ଏହା ପରେ ସେ ଟେକ୍ନୋଲୋଜି କମ୍ପାନୀ ଇନଫୋସିସ୍ ଏବଂ ଏହାର ସହ-ପ୍ରତିଷ୍ଠାତା ନନ୍ଦନ ନୀଲେକାନିଙ୍କୁ ଟ୍ୟାଗ୍ କରି କହିଛନ୍ତି ଯେ, ଟିକସଦାତାମାନଙ୍କ ସେବାର ଗୁଣବତ୍ତା ଯେମିତି ହ୍ରାସ ନହେବା ଦରକାର । ଆପଣଙ୍କୁ କହିରଖୁଛୁ ଯେ, ନୂଆ ଆୟକର ପୋର୍ଟାଲକୁ  ଇନଫୋସିସ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଗତକାଲି ଅର୍ଥାତ୍ ସୋମବାର ଦିନ ଏହି ନୂତନ ପୋର୍ଟାଲ୍ ଲଞ୍ଚ କରାଯାଇଥିଲା। ଅନେକ ଲୋକ ଏହି ବିଷୟରେ ଅଭିଯୋଗ କରୁଛନ୍ତି ଯେ ସେମାନେ ସାଇଟକୁ ଖୋଲି ପାରୁନାହଁନ୍ତି । ଅର୍ଥମନ୍ତ୍ରୀଙ୍କ କହିବାନୁସାରେ, ସେ ସୋସିଆଲ ମିଡିଆରେ ଅନେକ ଲୋକଙ୍କ ଅଭିଯୋଗ ଦେଖୁଛନ୍ତି।

Infosys GSTN ର IT ଭିତ୍ତିଭୂମି ପରିଚାଳନା କରୁଛି । ନୂତନ ସାଇଟ୍ ବିଷୟରେ, କୁହାଯାଇଛି ଯେ ସମସ୍ତ ପ୍ରକାରର ପାରସ୍ପରିକ ବୁଝାବଣା ଏବଂ ଅପଲୋଡ୍ କିମ୍ବା ବିଚାରାଧୀନ କାର୍ଯ୍ୟଗୁଡ଼ିକ ଗୋଟିଏ ଡ୍ୟାସବୋର୍ଡରେ ପ୍ରଦର୍ଶିତ ହେବ । ଯାହା ସହିତ ଟିକସଦାତା ସବୁକିଛି ଜାଣିବାକୁ ସମର୍ଥ ହେବେ ।

ନୂଆ ପୋର୍ଟାଲ ମାଧ୍ୟମରେ ଟିକସଦାତାମାନେ ଆୟକର ଫର୍ମ ପୂରଣ, ଟିକସ ପ୍ରଫେସନାଲ୍ସଙ୍କୁ ନିୟୋଜିତ କରିବା ଏବଂ କୌଣସି ନୋଟିସର ଉତ୍ତର ଦାଖଲ କରିବାର ସୁଯୋଗ ନେଇପାରିବେ । ଯଦିଓ ବର୍ତ୍ତମାନ, ଲୋକମାନେ ଏହି ନୂଆ ପୋର୍ଟାଲକୁ ଖୋଲିବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଧିମା ଗତିରେ ଚାଲିଛି ବରମୁଣ୍ଡା ବସ୍‌ ଟର୍ମିନାଲର କାର୍ଯ୍ୟ, ଠିକା ସଂସ୍ଥାକୁ ତାଗିଦ କଲେ ବିଏମ୍‌ସି କମିଶନର ସଂଜୟ ସିଂ

ଭୁବନେଶ୍ୱର: ଆନ୍ତଃରାଷ୍ଟ୍ରୀୟ ବରମୁଣ୍ଡା ବସଷ୍ଟାଣ୍ଡ ର କାମ କେତେ ଆଗେଇଲା ? କେତେ ପ୍ରତିଶତ କାମ ସରିଛି ? ଆଉ କେତେ ବାକି ଅଛି ? ଲକଡାଉନରେ କାମ ପ୍ରଭାବିତ ହୋଇଛି କି ? ନିର୍ଦ୍ଧାରିତ ସମୟରେ ବସଷ୍ଟାଣ୍ଡ ସଂପୂର୍ଣ୍ଣ ପ୍ରସ୍ତୁତ ହେବ ତ ? ଠିକା ସଂସ୍ଥା ସଠିକ ଭାବରେ କାମ କରୁଛି କି ନାହିଁ ? ଏସବୁର ସମୀକ୍ଷା କରିଛନ୍ତି ବିଏମ୍ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ସଂଜୟ ସିଂ। ବରମୁଣ୍ଡା ରେ ନିର୍ମାଣ ହେଉଥିବା ନୂଆ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିବା ସହ ତର୍ଜମା କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀ ଏବଂ ଇଂଜିନିୟର ମାନଙ୍କ ସହ ଆଲୋଚନା କରିଛନ୍ତି। ଲକଡାଉନ ରେ କାମ ଟିକିଏ ଧିମେଇ ଯାଇଥିବାରୁ ଠିକା ସଂସ୍ଥା ବ୍ରିଜ୍ ଆଣ୍ଡ ରୁଫକୁ ତାଗିଦ କରିଛନ୍ତି ସଂଜୟ। ତୁରନ୍ତ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ସହ ୨୦୨୨ ଜୁନ୍ ମାସ ସୁଦ୍ଧା ସଂପୂର୍ଣ୍ଣ କାମ ସାରି ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଟର୍ମିନାଲ କାମ ଜୋରଦାର କରିଛି ଠିକାସଂସ୍ଥା। ଏବେ ୨ଶହରୁ ଅଧିକ ଶ୍ରମିକ ଦିନରାତି କାମରେ ଲାଗିଛନ୍ତି। ମୋଟ ୬ଟି ବ୍ଳକ ମଧ୍ୟରୁ ୩ଟି ବ୍ଳକର  କାର୍ଯ୍ୟ ଆରମ୍ଭ ହୋଇଛି। ୬ଟିଯାକ ବ୍ଳକର ବେସମେଣ୍ଟ କାମ ସରିଛି। ବାକି ଟର୍ମିନାଲରୁ ମାଟିଉଠା କାମ ଶେଷ ହୋଇଛି। ଲକଡାଉନ ଖୋଲିବା ପରେ ଦୁଇ ହଜାର ଶ୍ରମିକ କାମରେ ଲାଗିବେ ବୋଲି ଠିକାସଂସ୍ଥା ଡିଜିଏମ୍ ସୂଚନା ଦେଇଛନ୍ତି। ସବୁ ବିଭାଗର ସହଯୋଗ ଏବଂ ସମନ୍ୱୟ ଭଲ ରହିଛି। ୨୦୨୨ ସୁଦ୍ଧା କାମ ସଂପୂର୍ଣ୍ଣ ହୋଇ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଡିଜିଏମ୍। ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିବା ସହ ନିର୍ଦ୍ଧାରିତ ସମୟ ରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

5ଟି ଅଧିନରେ ଟର୍ମିନାଲ କାମ କରାଯାଉଛି। ୧୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଅତ୍ୟାଧୁନିକ ଟର୍ମିନାଲ ସୌରଶକ୍ତି ରେ ପରିଚାଳିତ ହେବ। ଫୁଡ୍ କୋର୍ଟ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା ଏବଂ ଏସ୍କାଲାଟର ଲାଗିବ। ଟର୍ମିନାଲ ନିର୍ମାଣ ପରେ ଭୁବନେଶ୍ୱରରୁ ରାଞ୍ଚି, ହାଇଦ୍ରାବାଦ, ବାଙ୍ଗାଲୋର, ବିଶାଖାପାଟଣା, ରାୟପୁର ଏବଂ କୋଲକାତା କୁ ପ୍ରତିଦିନ ବସ ଚଳାଚଳ କରି।

ଠକେଇ ଓ ଜାଲିଆତି ମାମଲାରେ ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷର ଦଣ୍ଡାଦେଶ

ଠକେଇ ଓ ଜାଲିଆତି ମାମଲାରେ ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି । ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ (୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା)ର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମହାତ୍ମା ଗାନ୍ଧିଙ୍କୁ ଅଣନାତୁଣୀଙ୍କ ଉପରେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏସଆର୍ ମହାରାଜ ଭାରତରୁ ନନ୍-ଏକଜିଷ୍ଟେଣ୍ଟ କନସାଇନମେଣ୍ଟ ଆମଦାନୀ ଶୁଳ୍କକୁ କ୍ଲିୟର୍ କରାଇବା ପାଇଁ ଲତା ରାମଗୋବିନଙ୍କୁ ୬.୨ ମିଲିୟନ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ ଆଡଭାନ୍ସ ଦେଇଥିଲେ। ସେଥିରୁ ତାଙ୍କୁ ଲାଭର ଏକ ଅଂଶ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଜଣାଶୁଣା ରାଇଟ୍ସ ଆକ୍ଟିଭିଷ୍ଟ ଇଲା ଗାନ୍ଧି ଓ ଦିବଗଂତ ମେଓ୍ବା ରାମଗୋବିନଙ୍କ ଝିଅ ଲତା ରାମଗୋବିନଙ୍କୁ ଡର୍ବାନ ସ୍ପେଶାଲାଇଜଡ୍ କର୍ମଶିଆଲ୍ କ୍ରାଇମ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ଓ ଦଣ୍ଡବିଧାନ ବିରୋଧରେ ଅପିଲ୍ କରିବାର ଅନୁମତିକୁ ଖାରଜ କରିଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା: ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ