ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା: ୪୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଖାତାକୁ ଯାଇଥିଲା ୩ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: କୃଷକଙ୍କ ସୁବିଧା ନେଇ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ ସାରା ଦେଶର କୃଷକଙ୍କୁ ୬୦୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଥାଏ । କିନ୍ତୁ କିଛି କୃଷକ ଏହି ଯୋଜନା ଅନୁଯାୟୀ ସହୟତା ପାଇବାକୁ ଯୋଗ୍ୟ ନ ଥାଇ ମଧ୍ୟ ଚଞ୍ଚକତା କରି ଏହି ଅର୍ଥ ହାତେଇଥାନ୍ତି । ଏଭଳି ଘଟଣା ପଦାକୁ ଆସିବା ପରେ ଏ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କୃଷକ ଯୋଜନା ଅନୁଯାୟୀ ୪୨ ଲକ୍ଷରୁ ଅଧିକ ଅଯୋଗ୍ୟ କୃଷକଙ୍କ ଠାରୁ ୩ହଜାର କୋଟି ଟଙ୍କା ଆଦାୟ କରାଯାଇଛି । ଏନେଇ ସରକାର ସଂସଦରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଅନୁଯାୟୀ ସରକାର ଦେଶ ସାରା କୃଷକଙ୍କୁ ପ୍ରତି ବର୍ଷ ୩ଟି ସମାନ କିସ୍ତିରେ ୬ହଜାର ଟଙ୍କା ଟ୍ରାନ୍ସଫର କରିଥାନ୍ତି । କିନ୍ତୁ ଏହି ସହାୟତା ପାଇଁ କିଛି ମାନଦଣ୍ଡ ପୂରା କରିବାକୁ ପଡ଼ିଥାଏ । ଯେମିତିକି ଇନ୍‌କମ୍ ଟ୍ୟାକ୍ସ ପେୟର ହୋଇନଥିବେ ।

ମଙ୍ଗଳବାର ସଂସଦକୁ ଦିଆଯାଇଥିବା ଉତ୍ତରରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଅନୁଯାୟୀ ଟଙ୍କା ପାଉଥିବା ୪୨.୧୬ ଲକ୍ଷ ଅଯୋଗ୍ୟ କୃଷକଙ୍କ ଠାରୁ ୨ହଜାର ୯୯୨ କୋଟି ଟଙ୍କା ଆଦାୟ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଏମିତି ନ୍ୟୁକମରଙ୍କୁ ଫସାଇ ପର୍ଣ୍ଣ ଫିଲ୍ମ ତିଆରି କରୁଥିଲେ ରାଜ୍ କୁନ୍ଦ୍ରା, କରୁଥିଲେ କୋଟି କୋଟି ଟଙ୍କା ରୋଜଗାର

ତେବେ ଲାଭ ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅଧିକାଂଶ ଆସାମର । ଆସାମରେ ୮.୩୫ ଲକ୍ଷ ଅଯୋଗ୍ୟ କୃଷକ ଏହାର ଫାଇଦା ନେଇଛନ୍ତି । ଏହା ପରେ ତାମିଲନାଡ଼ୁରେ ୭.୨୨ଲକ୍ଷ କୃଷକ, ପଞ୍ଜାବରୁ ୫.୬୨ ଲକ୍ଷ କୃଷକ, ମହାରାଷ୍ଟ୍ରରୁ ୪.୪୫ ଲକ୍ଷ କୃଷକ, ଉତ୍ତରପ୍ରଦେଶରେ ୨.୬୫ ଲକ୍ଷ କୃଷକ ଗୁଜୁରାଟରେ ୨.୩୬ ଲକ୍ଷ ଫାଇଦା ନେଇଛନ୍ତି ।

Leave a Reply