‘କରୋନା’ ନେଇ ସର୍ବଦଳୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ: କଂଗ୍ରେସ ଓ ଶିରୋମଣି ଅକାଳୀ ଯୋଗଦେବେନି

1 min read

ନୂଆଦିଲ୍ଲୀ: କରୋନା ସ୍ଥିତି ସମ୍ପର୍କରେ ଆଲୋଚନା ନେଇ ଆଜି ସନ୍ଧ୍ୟା ୬ଟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଏଥତରେ ସାମିଲ ହେବାକୁ ପ୍ରମୁଖ ବିରୋଧୀ କଂଗ୍ରେସ ସମେତ ଶିରୋମଣି ଅକାଳୀ ଦଳ ମଧ୍ୟ ମନା କରିଦେଇଛି । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି ଯେ, ଆମକୁ ପ୍ରଥମେ ଏଥିରେ କେବଳ ଫ୍ଳୋନ୍ ଲିଡର ଯୋଗଦେବା ନେଇ ସୂଚନା ଦିଆଯାଇଥିଲା । ଏବେ କିନ୍ତୁ ସମସ୍ତ ସାଂସଦଙ୍କ ଡକାଯାଇଛି ।  ଏଣୁ ଆମେ ଏହି ବୈଠକକୁ ୨ଟି ସ୍ଳଟ୍‌ରେ କରିବାକୁ ଅନୁରୋଧ କରିଥୁଲୁ । ବୈଠକରେ ସମସ୍ତଙ୍କୁ କହିବାର ସୁଯୋଗ ମିଳିବା କଥା, ଏଣୁ ଆମେ ବୈଠକରେ ଯୋଗଦେବୁ ନାହିଁ  । ଅପରପକ୍ଷରେ ଶିରୋମଣି ଆକାଳୀ ଦଳ ମଧ୍ୟ ଏଥିରେ ଯୋଗଦେବାକୁ ମନା କରିଦେଇଛି । ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂହ ବାଦଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କହିଛନ୍ତି ଯେ, ଆମେ ଏହି ବୈଠକକୁ ବୟକଟ୍ କରୁଛୁ । ଯେତେବେଳେ ଯାଏଁ ପ୍ରଧାନମନ୍ତ୍ରୀ ଆନ୍ଦୋଳନରତ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା ନ କରିନ୍ତୁ ଆମେ ବୈଠକରେ ଯୋଗେଦେବୁ ନାହିଁ ବୋଲି କହିଛନ୍ତି  ।

ଅପରପକ୍ଷରେ ତୃଣମୂଳ କଂଗ୍ରେସ କିନ୍ତୁ ଏହି ବୈଠକରେ ଯୋଗଦେବାକୁ ରାଜି ହୋଇଛି । ଦଳୀୟ ସାଂସଦ ଡେରେକ ଓବ୍ରେୟନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ କୋଭିଡ -୧୯ ଉପରେ ସଂସଦରେ ରାଜନୈତିକ ଦଳର ନେତାଙ୍କୁ ସମ୍ୱୋଧନ କରିବେ । ବ୍ରାଏନ୍ ଏହାକୁ ବିପକ୍ଷଙ୍କ ବିଜୟ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଏମିତି ନ୍ୟୁକମରଙ୍କୁ ଫସାଇ ପର୍ଣ୍ଣ ଫିଲ୍ମ ତିଆରି କରୁଥିଲେ ରାଜ୍ କୁନ୍ଦ୍ରା, କରୁଥିଲେ କୋଟି କୋଟି ଟଙ୍କା ରୋଜଗାର

Leave a Reply