ପେଗାସସ୍ ମାମଲାର ତଦନ୍ତ କରିବ ଫ୍ରାନ୍ସ

1 min read

ନୂଆଦିଲ୍ଲୀ: ଭାରତ ସମେତ ଦୁନିଆର ବହୁ ଦେଶକୁ ଦୋହଲାଇ ଦେଇଥିବା ପେଗାସସ୍ ଫୋନ୍ ଟ୍ୟାପିଂ ମାମଲାରେ ଏବେ ଫ୍ରାନ୍ସ ତଦନ୍ତ ଆରମ୍ଭ କରିଦେଇଛି । ଖବର ସରବରାହ ସଂସ୍ଥା ଏଏଫ୍‌ପିର ସୂଚନା ମୁତାବକ ଫ୍ରାନ୍ସରେ ପେଗାସସ୍ ମିଡିଆ ଗୁଇନ୍ଦାଗିରି ମାମଲାରେ ତଦନ୍ତ ଆରମ୍ଭ କରିଦେଇଛି ।

ଅନ୍ତର୍ଜାତୀୟ ମିଡିଆ ସଂସ୍ଥା ସୂଚନା ଅନୁଯାୟୀ, ପେଗାସସ୍ ସଫ୍ୱଓ୍ୱେୟାରର ବ୍ୟବହାର କରି ପାଖାପାଖି ୧୦୦୦ ଫରାସୀ ଲୋକଙ୍କୁ ଟାର୍ଗେଟ କରାଯାଇ ଫୋନ୍ ଟ୍ୟାପ କରାଯାଇଛି । ସୂଚନା ମୁତାବକ ମର୍କୋ ଏଜେନ୍ସ ଦ୍ୱରା ପେଗାସେସ୍ ଜରିଆରେ ଯେଉଁ ୧୦୦୦ ଫରାସୀ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା ସେଥିରେ ୩୦ ଜଣ ସାମ୍ୱାଦିକ ଏବଂ ଅନ୍ୟ କିଛି ଲୋକ ସାମିଲ ଅଛନ୍ତି ।

ସୂଚନା ଯୋଗ୍ୟ ଯେ, ପେଗାସସ୍ ଗୁଇନ୍ଦାଗିରି ମାମଲାରେ ଭାରତ ସମେତ ବହୁ ଦେଶରେ ବିବାଦ ଦେଖାଯାଇଛି । ଭାରତରେ ପାଖାପାଖି ୪୦ରୁ ଅଧିକ ସାମ୍ୱାଦିକ, ରାହୁଲ ଗାନ୍ଧୀ ସମେତ ବିରୋଧୀ ଦଳ ନେତା କେନ୍ଦ୍ରୀୟ ମନ୍ତ୍ରୀ ସମେତ ଅନ୍ୟ ଲୋକଙ୍କ ଫୋନ୍ ହ୍ୟାକ୍ କରାଯାଇଇଥିବା ସୂଚନା ରହିଛି ।  ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହେବା ପରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ କୌଣସି ପ୍ରକାର ଗୁଇନ୍ଦାଗିରିରେ ସାମିଲ ନୁହଁନ୍ତି ଏହା କେବଳ ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଇମ୍ରାନ ଖାନ୍‌ଙ୍କ ଫୋନ ହ୍ୟାକ୍: ଭାରତ ଗୁଇନ୍ଦାଗିରି ଚଳାଇଥିବା ନେଇ ଅଭିଯୋଗ ଆଣିଲା ପାକିସ୍ତାନ

Leave a Reply