ଏମିତି ନ୍ୟୁକମରଙ୍କୁ ଫସାଇ ପର୍ଣ୍ଣ ଫିଲ୍ମ ତିଆରି କରୁଥିଲେ ରାଜ୍ କୁନ୍ଦ୍ରା, କରୁଥିଲେ କୋଟି କୋଟି ଟଙ୍କା ରୋଜଗାର

ଭୁବନେଶ୍ୱର: ପତ୍ନୀ ବଲିଉଡର ଚର୍ଚ୍ଚିତ ନାୟିକ । ଫିଟନେସ୍ ଡିଭା । ବୟସ ବି ତାଙ୍କ ଆଗରେ ହାର ମାନିଛି । ସେ ହେଉଛନ୍ତି ଶିଳ୍ପ ସେଟ୍ଟି । ଏବେ କିନ୍ତୁ ଶିଳ୍ପା ତାଙ୍କ ଯୋଗ ପାଇଁ ରୂପ ପାଇଁ ଚର୍ଚ୍ଚାରେ ନାହାନ୍ତି । ଏବେ ଚର୍ଚ୍ଚାର କାରଣ ଏମିତି ଯେ, ଶିଳ୍ପା ଏହାକୁ ଭୁଲିବାକୁ ଚାହିଁବେ । ଶିଳ୍ପାଙ୍କୁ ନେଇ ଗତ ଦୁଇ ଦିନ ଧରି ଚର୍ଚ୍ଚାର କାରଣ ପଛରେ ଅଛନ୍ତି ସ୍ୱାମୀ ରାଜ୍ କୁନ୍ଦ୍ରା ।

ରାଜ୍ ପର୍ଣ୍ଣ ଫିଲ୍ମ କାରବାର ଅଭିଯୋଗରେ ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଂଚ୍ ଦ୍ୱାରା ଗିରଫ ହୋଇଛନ୍ତି । ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଆଇପିସି ଏବଂ ଆଇଟି ଆକ୍ଟ ବ୍ୟତୀତ, ଇନଡିସେଣ୍ଟ ରିପ୍ରେଜେଣ୍ଟେସନ ଅଫ୍ ଓମେନ ଆକ୍ଟରେ ବି ମାମଲା ରୁଜୁ ହୋଇଛି।

ତେବେ ରାଜ୍ କେମିତି କରୁଥିଲେ ପର୍ଣ୍ଣ ଫିଲ୍ମ କାରବାର? ବଲିଉଡକୁ ପ୍ରତିଦିନ ଆସିଥାନ୍ତି ନୂଆ ନୂଆ ଚେହେରା । ମାୟନଗରୀରେ ନିଜକୁ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟରେ ଆସନ୍ତି ନ୍ୟୁକମର । ଅଭିଯୋଗ ଅନୁସାରେ ରାଜ ଏହି ନ୍ୟୁକମରଙ୍କ ଫାଇଦା ଉଠାଉଥିଲେ । ସେମାନଙ୍କୁ ବଡ ବଡ଼ ବ୍ୟାନରରେ କାମ ଦେବା ଲୋଭ ଦେଖାଇ ପର୍ଣ୍ଣ ଫିଲ୍ମରେ ଅଭିନୟ ପାଇଁ ଫସାଉଥିଲେ ।

କୁହାଯାଉଛି ଯେ, ରାଜକୁନ୍ଦ୍ରା ମୁମ୍ବାଇରେ ଚଳାଇଥିବା ପର୍ଣ୍ଣ ଦୁନିଆର ଥିଲେ କିଙ୍ଗ୍। ବଡ଼ ବଡ଼ ଚଳଚିତ୍ରରେ ଅଭିନୟ କରାଇବା ପାଇଁ ଯୁବତୀଙ୍କୁ ପ୍ରଲୋଭିତ କରାଇ ତିଆରି କରୁଥିଲେ ଅଶ୍ଳୀଳ ଚଳଚିତ୍ର। ଏବଂ ତାକୁ ନେଇ ପର୍ଣ୍ଣ ସାଇଡିରେ କରୁଥିଲେ ଅପଲୋଡ଼। ଏଭଳି ଅଶ୍ଚର୍ଯ୍ୟପୂର୍ଣ୍ଣ ତଥ୍ୟ ଦେଇଛି ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍। ସେପଟେ ତଦନ୍ତ ଜାରି ରହିଥିବା ବେଳେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ପୋଲିସ ସ୍ପଷ୍ଟ କରିଛି।

ରାଜ କୁନ୍ଦ୍ରାଙ୍କର ‘ହଟିଟ୍ ମୁଭିସ୍’ ନାମକ ଏକ ଆପ୍ ରହିଛି। ଯେଉଁଥିରେ କେବଳ ଅଶ୍ଳୀଳ ଭିଡିଓ ହିଁ ଅପଲୋଡ୍ କରାଯାଇଛି। କୁହାଯାଉଛି ଯେ, ନ୍ୟୁକମରଙ୍କୁ ନେଇ ତିଆରି ଅଶ୍ଲୀଳ ଫିଲ୍ମ ଏହି ଆପରେ ଅପଲୋଡ୍ ହେଉଥିଲା । ଆଉ ଏଥିରୁ ରାଜ୍ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।

ଏବେ ଆସନ୍ତୁ ଜାଣିବା ଏହି ହଟିଟ୍ ମୁଭିସ ଆପ୍ କେମିତି କାମ କରେ । ଏହା ଏକ ପେଡ୍ ଆପ୍ । ଏହାକୁ ସବସ୍କ୍ରାଇବ୍ କରିବାକୁ ହେଲେ ଉପଭୋକ୍ତାଙ୍କୁ ଟଙ୍କା ଦେବାକୁ ପଡ଼ୁଥିଲା। କେବଳ ହଟିଟ୍ ନୁହେଁ,ହଟିଟ୍ ଭଳି ଅନେକ ଆପ୍ ତାଙ୍କର ଅଛି ବୋଲି କୁହାଯାଉଛି । ରାଜଙ୍କ ବିରୋଧରେ ଫେବ୍ରୁଆରି ମାସରେ ଗୋଟିଏ ଏଫଆଇଆର ମଧ୍ୟ ହୋଇଥିଲା । ଅଶ୍ଲୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ମଧ୍ୟ ରାଜଙ୍କ ପାଇଁ କାମ କରୁଥିବା ସ୍ୱୀକାର କରୁଥିଲେ ।

କିଛି ଦିନ ତଳେ ଜଣେ ୨୪ ବର୍ଷିୟ ମଡେଲ ଅଲ୍ଟ ବାଲାଜୀର ପପୁଲାର ୱେବ ସିରିଜ୍ ଗନ୍ଦିବାତ୍ ଫେମ୍ ଅଭିନେତ୍ରୀ ଗହଣା ବଶିଷ୍ଟଙ୍କ ବିରୋଧରେ ୩ ଜଣ ପୁରୁଷଙ୍କ ସହିତ ତାଙ୍କର ନଗ୍ନ ଭିଡିଓ ସୁଟର ଅଭିଯୋଗ ଆଣିଥିଲେ । ସେହିଭଳି ଆଉ ଜଣେ ୨୧ ବର୍ଷୀୟ ମଡେଲ ତାଙ୍କୁ ସୁଟିଂ ପୂର୍ବରୁ ଏନର୍ଜି ଡ୍ରିଙ୍କ୍ ନାମରେ ନିଶା ଦେଇ ଅଶ୍ଲୀଳ ଭିଡିଓ ସୁଟ୍ କରାଯାଇଥିବା ଅଭିଯୋଗ ଆଣିଥିଲେ । ଗହଣା ବଶିଷ୍ଟଙ୍କ ତାର ଲଣ୍ଡନର ଯେଉଁ ଆପ୍ ସହ ଯୋଡି ହୋଇଛି ତା’ର ସମ୍ପର୍କ ରାଜ୍ କୁନ୍ଦ୍ରାଙ୍କ ସହିତ ଥିବା ଅଭିଯୋଗ ହେଉଛି ।
ଏବେ ଆସନ୍ତୁ ଜାଣିବା ଏଭଳି ଅଶ୍ଲୀଳ ଫିଲ୍ମ ସବୁ କେଉଁଠାରେ ସୁଟ୍ ହେଉଥିଲା ।

ଏହି ସବୁ ଅଶ୍ଲୀଳ ଭିଡିଓ ମୁମ୍ବାଇ ପାଖରେ ଥିବା ମଡ୍ ଆଇଲ୍ୟାଣ୍ଡରେ ସୁଟ୍ ହେଉଥିଲା । ମଡ଼୍ ଆଇଲାଣ୍ଡରେ ଅନେକ ବଲିଉଡ୍ ସେଲିବ୍ରିଟିଙ୍କ ବଙ୍ଗଳା ରହିଛି । ଏହି ସବୁ ବଙ୍ଗଳାକୁ ଲକ୍ଷାଧିକ ଟଙ୍କା ଦେଇ ଭଡାରେ ନେଇ ଫିଲ୍ମ ସୁଟ୍ ହେଉଥିଲା । ଫିଲ୍ମ ସୁଟ୍ ହେବା ପରେ ତାକୁ ଲଣ୍ଡନ ପଠା ଯାଉଥିଲା । ସେଠାରୁ ବିଭିନ୍ନ ଆପରେ ଅପଲୋଡ୍ କରାଯାଉଥିଲା । କେବଳ ଏତିକି ନୁହେଁ,ଆପ୍ ରେ ଫିଲ୍ମ ରିଲିଜ୍ ପୂର୍ବରୁ ସୋସିଆଲ ମିଡିଆରେ ଏହାର ଟ୍ରେଲର ମଧ୍ୟ ଜାରି କରାଯାଉଥିଲା ।

Leave a Reply