ମାରାଥନ ଜେରାରେ ଘାଇଲା ହେଲେ DFO, କହିଲେ ବିଦ୍ୟାଙ୍କୁ ମୁଁ ପୂର୍ବରୁ ଜାଣିନଥିଲି…

1 min read

ସୋର: ଘନଉଛି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା। ଏହି ମାମଲରେ ଯୋଡ଼ି ହେଉଛନ୍ତି ଜଣଙ୍କ ପରେ ଜଣେ। ସେପଟେ ଏହି ଘଟଣାରେ ବିଦ୍ୟାଙ୍କ ପରେ ଟାଣି ହୋଇଥିବା ଚର୍ଚ୍ଚିତ ଡିଏଫଓ ମାରାଥନ ଜେରାର ସମ୍ମୁଖିନ ହୋଇଛନ୍ତି। ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛନ୍ତି ପୋଲିସ ତଦନ୍ତକାରୀ ଟିମ୍‌ ଓ କ୍ରାଇମବ୍ରାଞ୍ଚ ଟିମ୍।

ବିଭିନ୍ନ ଦିଗକୁ ନେଇ ଜେରା କରିଛି ତଦନ୍ତକାରୀ ଦଳ। ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିକି ଡିଏଫ୍‌ଓଙ୍କୁ ଘାଇଲା କରିଛି ଦଳ। ତଦନ୍ତ ସମୟରେ ବୟାନ ରେକର୍ଡ କରାଯାଇଛି। ତେବେ ଏହି ସମୟରେ କେଉଁଭଳି ପ୍ରଶ୍ନ ପଚରାଯାଇଥିଲା। ଡିଏଫ୍‌ଓଙ୍କୁ ସଲାସୁତୁରାରେ ପ୍ରଶ୍ନ କରାଯାଇନଥିଲା ତ ? ଡିଏଫ୍‌ଓଙ୍କୁ ସୁହାଇଲା ଭଳି ପ୍ରଶ୍ନ କରାଯାଇଥିଲା ନା ତାଙ୍କୁ ଘଟଣା ସମ୍ପର୍କରେ ଟେକନିକାଲ ପ୍ରଶ୍ନ କରାଯାଇଥିଲା। ଏମିତି କିଛି ପ୍ରଶ୍ନ ଏବେ ସାଧାରଣେ ଉଠିଛି।

ସେପଟେ ଏହି ଘଟଣାକୁ ନେଇ ସମସ୍ତଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ଦଳ। ଯେଉଁମାନେ ଏହି ଘଟଣାରେ ଯୋଡ଼ି ହୋଇଛନ୍ତି ସେ ସମସ୍ତଙ୍କୁ ଜେରା କରାଯିବ। ଡିଏଫ୍‌ଓ ବିଦ୍ୟାଙ୍କୁ ଆଗରୁ ଚିହ୍ନିଥିବା ଚର୍ଚ୍ଚା ହେଉଥିବା ବେଳେ ଜେରା ସମୟରେ ବିଦ୍ୟାଭାରତୀଙ୍କୁ ପୂର୍ବରୁ ଚିହ୍ନିନଥିବା କହିଛନ୍ତି ଡିଏଫ୍‌ଓ। ହସ୍ପିଟାଲରେ ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓଙ୍କର ପ୍ରଥମଥର ପାଇଁ ଦେଖା ହୋଇଥିବା ତଦନ୍ତକାରୀ ଅଧିକାରୀଙ୍କ ଆଗରେ କହିଛନ୍ତି ଡିଏଫଓ। ଯାହାକୁ ନେଇ ମାମଲା ଏବେ ନୂଆ ମୋଡ ନେଇଛି।

ସେପଟେ ଆଗକୁ ମମତା ପଣ୍ଡାଙ୍କୁ ଜେରା ହେବା ନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ। ଗୁରାଣ୍ଡି ଥାନା ଅଧିକାରୀ ହେଉଛନ୍ତି ମମତା ପଣ୍ଡା। ମମତା ପଣ୍ଡାଙ୍କ ନାଁରେ ରହିଛି ଆମ୍ବୁଲାନ୍ସ ଅଟକାଇବା ଅଭିଯୋଗ। ସୌମ୍ୟଙ୍କ ଆମ୍ବୁଲାନ୍ସକୁ ସେ ଘଣ୍ଟାଏରୁ ଅଧିକ ସମୟ ରାସ୍ତାରେ ଅଟକାଇଥିଲେ ବୋଲି ଅଭିଯୋଗ ହୋଇଛି। ସେବେ ବିଦ୍ୟାଭାରତୀଙ୍କ ସହ ତାଙ୍କର କି ସମ୍ପର୍କ ଅଛି। ତାଙ୍କ ଘରକୁ ବିଦ୍ୟାଭାରତୀ ଆସିଛନ୍ତି ନା ନାହିଁ ସେନେଇ ପଚରାଉଚରା କରାଯାଇଛି।

Leave a Reply