ପୁଣି ଜମ୍ମୁ ଓ କାଶ୍ମୀରରେ ଡ୍ରୋନ ଖସାଇଲେ ଯବାନ

1 min read

ଶ୍ରୀନଗର: ଶତ୍ରୁର ହୀନ ଉଦ୍ୟମକୁ ପଣ୍ଡ କଲା ପୋଲିସ । ଜମ୍ମୁ ଓ କାଶ୍ମୀରର କଣାଚକ ଇଲାକା ଅନ୍ତର୍ଗତ ଭାରତୀୟ ସୀମାର ପ୍ରାୟ ୬ କିଲୋମିଟର ଭିତରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି । ତାହା ଏକ ହେକ୍ସାକପ୍ଟର ହୋଇଥିବାବେଳେ ତନ୍ମଧ୍ୟରୁ ୫ କେଜି ବିସ୍ଫୋରକ ଜବତ ହୋଇଛି ।

ବୁଧବାର ସ୍ଥାନୀୟ ସତଓ୍ବାରୀ ଇଲାକାରେ ଏକ ଡ୍ରୋନ ଠାବ ହୋଇଥିଲା । ମାତ୍ର ତାହା କିଛି ସମୟ ପରେ ଫେରି ଯାଇଥିଲା । ଜାମ୍ମୁ ଏୟାରବେସ ନିକଟରେ ଉଡୁଥିବା ଏହି ଡ୍ରୋନକୁ ଏନଏସଜି ଦ୍ବାରା ଲଗାଯାଇଥିବା ରାଡାରରୁ ଠାବ କରାଯାଇଥିଲା ।

ଗତ ମାସରେ ଜାମ୍ମୁ ଏୟାରଫୋର୍ସ ବେସ ଉପରେ ହାମଲା ପରେ ଏନଏସଜି ପକ୍ଷରୁ ବିଭିନ୍ନ ସ୍ଥାନରେ ହାଇଫ୍ରିକ୍ବେନ୍ସି ରାଡାର ଲଗାଯାଇଛି । ଗତ କିଛି ଦିନ ଧରି ବାରମ୍ବାର ଭାରତୀୟ ସୀମାରେ ସନ୍ଦିଗ୍ଧ ଡ୍ରୋନ ଠାବ ହେଉଥିବାବେଳେ ଶତ୍ରୁର ଗତିବିଧି ଉପରେ କଡା ନଜର ରଖାଯାଇଛି । ସୀମାରେ ଏବେ ସଶସ୍ତ୍ର ସୀମା ବଳ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି ।

Leave a Reply