କରୋନାରେ ମୃତ ୧୭ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି, ଧନ୍ୟବାଦ ଜଣାଇଲେ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ

1 min read

ଭୁବନେଶ୍ୱର: କୋଭିଡରେ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା। ମୃତ ୧୭ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀରର ୩ ଜଣ ସାମ୍ବାଦିକ, ଗଞ୍ଜାମର ୭ ଜଣ, ଯାଜପୁରର ୨ ଜଣ ଏବଂ କଳାହାଣ୍ଡିର ଜଣେ ସାମ୍ବାଦିକଙ୍କ ପରିବାକୁ ସହାୟତା ରାଶି ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅନୁକମ୍ପା ରାଶି ଏହି ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରାଯିବ।

ସେପଟେ ମୃତ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସହାୟତାର ହାତ ବଢାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ କୁମାର ମଙ୍ଗରାଜ।

ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଥିଲେ ରାଜ୍ୟ ସରକାର। କୋଭିଡରେ ଯଦି କୈଣସି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟେ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଅନେତକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି। ଆଜି ୧୭ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ନେଇ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

‘ଜି-ଓଡ଼ିଶାର ଭୁବନେଶ୍ୱରରେ କାର୍ଯ୍ୟକରୁଥିବା ସ୍ୱର୍ଗତ ମାନସ ଜୟପୁରିଆ, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ‘ଆଜିକାଲି’ର ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତି, ‘ଟାଇମସ୍‌ ଅଫ୍‌ ଇଣ୍ଡିଆ’ର ସ୍ୱର୍ଗତ ପ୍ରୀତିମାନ୍‌ ମହାପାତ୍ରଙ୍କ ପରିବାରବର୍ଗ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପାଇବେ। ସେହିପରି ଗଞ୍ଜାମ ଜିଲ୍ଲାର ‘ଟିଭି ନ୍ୟୁଜ୍‌ ୬(ଓ୍ୱେବ୍‌)’ର ସାମ୍ବାଦିକ ଗୋବିନ୍ଦ ବେହେରା, ’ସମ୍ବାଦ’ର ପ୍ରଦୀପ କିଶୋର ସାହୁ, ‘ସମାଜ’ର କିଶୋର ଚନ୍ଦ୍ର ଦାଶ, ‘ଓଡ଼ିଶା ଫାଇଲସ୍‌’ର ନରେଶ କୁମାର ବେହେରା, ‘କଳିଙ୍ଗ ଜ୍ୟୋତି, ନନ୍ଦିନୀ’ର ସାମ୍ବାଦିକ ରନିକର ମହାରଣା, ବ୍ଲକ୍‌ କରେସ୍‌ପଣ୍ଡେଣ୍ଟ ନିଳୟ ରଞ୍ଜନ ପଟ୍ଟନାୟକ, ‘ଅନୁପମ ଭାରତ’ର କରୁଣାକର ସାହୁ, ବଲାଙ୍ଗୀର ଜିଲ୍ଲାର ‘ସମ୍ବାଦ’ର ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଜତୀଶ ଚନ୍ଦ୍ର ଖମାରୀ, ‘ପ୍ରଗତିବାଦୀ’ର କୈଳାଶ ଚନ୍ଦ୍ର ସାହୁ, ‘ନକ୍ଷତ୍ର ଟିଭି’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାନୁପ୍ରକାଶ ରଥ, ଯାଜପୁର ଜିଲ୍ଲାର ‘ମନ୍ଥନ’ର ସାମ୍ବାଦିକ ଅଶୋକ କୁମାର ସାହୁ, ‘ଲୋକସଂପର୍କ’ର ସାମ୍ବାଦିକ ପ୍ରଭାତ କୁମାର ରାଉତରାୟଙ୍କ ନିକଟତମ ସଂପର୍କୀୟଙ୍କୁ ଏହି ଅନୁକମ୍ପାମୂଳକ ସହାୟତା ମିଳିବ।

 

Leave a Reply