spot_img
Home Blog Page 5503

ମୋର ନୁହେଁ ତ କାହାର ନୁହେଁ: ରାଜଧାନୀରେ ପରକିୟାପ୍ରୀତିକୁ ନେଇ ହାଇ ଡ୍ରାମା

ଭୁବନେଶ୍ୱର: ରାଜଧାନୀରେ ପରକିୟାପ୍ରୀତିକୁ ନେଇ ହାଇ ଡ୍ରାମା । ପ୍ରେମ ପାଇଁ ନର୍ସିଂ ହୋମରେ ଗଣ୍ଡଗୋଳ । ମୋର ନୁହଁ ତ କାହାର ନୁହଁ। ଯୁବତୀଙ୍କୁ ଉଠେଇ ନେବାକୁ ଯୋଜନା। ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣା । ଖବର ପାଇ ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ।

ପୋଲିସ ସୂଚନା ଅନୁସାରେ ପୂର୍ବରୁ ଯୁବତୀ ଜନଙ୍କ ଖୋର୍ଦ୍ଧାର ମାନସ କୁମାର ସାହୁଙ୍କ କ୍ଲିନିକରେ କାମ କରୁଥିଲେ । ସେହି ସମୟ ଯୁବତୀଙ୍କୁ ମାନସ ଭଲ ପାଉଥିଲେ। କିଛି ଦିନ ପରେ ମାନସଙ୍କ କ୍ଲିନିକ ବନ୍ଦ ହେବ ପରେ ଯୁବତୀ ଜଣକ ଭୁବନେଶ୍ୱରରେ ଏକ କ୍ଲିନିକ ରେ କାମ କରୁଥିଲେ। ହେଲେ ଆଜି ହଠାତ ମାନସ କୁମାର ସାହୁ ଯୁବତୀ କାମ କରୁଥିବା କ୍ଲିନିକ ଭିତରେ ପଶି ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ।

 

ଏମିତିକି ଯୁବତୀ ଜମଙ୍କୁ ସାଥିରେ ନେବାକୁ ଯୋଜନା କରିଥଲେ ମାନସ । ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ ଉପସ୍ଥିତିରେ ମଧ୍ୟ ମାନସ ଉକ୍ତ ଯୁବତୀଙ୍କୁ ମାଡ଼ ମାରି ଥିବା ଅଭିଯୋଗ ହୋଇଛି। ଏହାପରେ ପୋଲିସ ମାନସକୁ କାବୁ କରି ଥାନାକୁ ଆଣିଥିଲେ। ଉକ୍ତ ଯୁବତୀ ମଞ୍ଚେଶ୍ୱର ଥାନାରେ ମାନସଙ୍କ ନା’ ରେ ଲିଖିତ ଅଭିଯୋଗ କରିଛନ୍ତି। ସଂପର୍କ୍ତ ଯୁବକ ଅଟକ ରଖଛି ପୋଲିସ ।

ଜୁନ୍ ୨୮ରୁ ଏହି ଦେଶରେ ବାଧ୍ୟତାମୂଳକ ହେବ ନାହିଁ ମସ୍କ

ରୋମ: କମିଲା କରୋନା । କୋଭିଡ କଟକଣା କୋହଳ କଲେ ଇଟାଲି ସରକାର । ଆସନ୍ତା ୨୮ ତାରିଖରୁ ଦେଶରେ ମାସ୍କ ବାଧ୍ୟତାମୂଳକ ହେବ ନାହିଁ ବୋଲି କହିଛନ୍ତି ସରକାର । ଏକଦା ୟୁରୋପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତହୋଇଥିବା ଇଟାଲି ସରକାର କରୋନା କଟକଣାରେ ପରିବର୍ତ୍ତନ ଆଣିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି- ଦେଶରେ ସ୍ଥିତି ସୁଧୁରିବା ପରେ ମାସ୍କ କଟକଣା କୋହଳ କରାଯାଇଛି ।

କେବଳ ସେତିକି ନୁହେଁ ବିଭିନ୍ନ ଅଞ୍ଚଳରେ ମଧ୍ୟ କରୋନା କଟକଣା କମିବାରେ ଲାଗିଛି । ତେଣୁ ଯେଉଁ ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣ ଶୂନ ସ୍ଥିତିକୁ ଆସିଛି ସେହି ସବୁ ଅଞ୍ଚଳକୁ ଶ୍ବେତ ଅଞ୍ଚଳ ବୋଲି ଚିହ୍ନଟ କରାଯାଇଛି । ଏବଂ ସେହି ସବୁ ଅଞ୍ଚଳରେ ମାସ୍କ ପିନ୍ଧିବା ଉପରେ ଥିବା କଟକଣାକୁ କୋହଳ କରାଯାଇଛି ।

ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଜୁନ୍ ୨୮ ସୁଦ୍ଧା,  ସମସ୍ତ ଇଟାଲୀକୁ ଏକ “ଶ୍ୱେତ” ଜୋନ୍ ଶ୍ରେଣୀଭୁକ୍ତ କରାଯିବ, ତେବେ ସୋମବାର ଦିନ ସାରା ଦେଶରେ ୨୧ ଟି ମୃତ୍ୟୁ  ହେବା ସହ ୪୯୫ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି। ଯଦିଓ ୨୦୨୦ ଆରମ୍ଭରେ ଏପର୍ଯ୍ୟନ୍ତ ସୁଦ୍ଧା ଦେଶରେ ୧୨୭,୨୯୧ ମୃତ୍ୟୁ ରେକର୍ଡ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ରୁ ଅଧିକ ବୟସର ୩୦ ପ୍ରତିଶତ ଲୋକଙ୍କର ଟୀକାକରଣ କରାଯାଇଛି । ଅର୍ଥାତ୍ ୬ କୋଟି ଜନସଂଖ୍ୟାରୁ ପ୍ରାୟ ୧.୬କୋଟି ଲୋକଙ୍କୁ ଟିକା ଦିଆଯାଇଛି।

ଟିଆରପି ସ୍କାମ: ମୁମ୍ବାଇ ପୋଲିସର ଚାର୍ଜସିଟରେ ଅର୍ଣ୍ଣବ ଗୋସ୍ୱାମୀ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟେଲିଭିଜନ ରେଟିଂ ପଏଣ୍ଟସ ଦୁର୍ନୀତି ମାମଲା । ମୁମ୍ବାଇ ପୋଲିସ ପକ୍ଷରୁ ଦାଖଲ ଚାର୍ଜସିଟରେ ରିପବ୍ଲିକ ଟିଭିର ଏଡିଟର ଇନ ଚିଫ ଅର୍ଣ୍ଣବ ଗୋସ୍ବାମୀଙ୍କ ନାମ ସ୍ଥାନ ପାଇଛି । ଟିଆରପି ସ୍କାମ ନେଇ ଏଫଆଇଆର ଦାୟରର ୯ ମାସ ପରେ ଏହି ଚାର୍ଜସିଟ ପ୍ରସ୍ତୁତ ହୋଇଛି । ଟିଆରପି ସ୍କାମରେ ଏହି ଚାନେଲ ରହିଛି ବୋଲି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ କ୍ରମେ ମାମଲା ଦାୟର ହୋଇଥିଲା ।

ଏହି ଘଟଣାରେ ପୋଲିସ ଅର୍ଣ୍ଣବ ଗୋସ୍ବାମୀ ଓ ଏଆରଜି ଆଉଟଲିୟର ମିଡିଆର ୪ ଜଣଙ୍କ ନାଁ ସ୍ଥାନ ପାଇଛି । ରିପବ୍ଲିକ ଟିଭିର ମାଲିକାନା ଏଆରଜି ଆଉଟଲିୟର ମିଡିଆ ହାତରେ ରହିଛି । ଆଜି ଏସପ୍ଲାନେଡ ମେଟ୍ରୋପଲିଟାନ କୋର୍ଟରେ ୧୮୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି- ସିଓଓ ପ୍ରିୟା ମୁଖାର୍ଜୀ, ଶିବେନ୍ଦୁ ମୁଲେଲକର ଓ ଶିବ ସୁନ୍ଦରନ ।

ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ମାମଲାରେ ବ୍ରଡକାଷ୍ଟ ଅଡିଏନସ ରିସର୍ଚ୍ଚ କାଉନସିଲ ବା ବାର୍କର ସିଇଓ ପାର୍ଥ ଦାସଗୁପ୍ତା ଓ ରିପବ୍ଲିକ ଟିଭି ସିଇଓ ବିକାଶ ଖାନଚନ୍ଦାନିଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଚାର୍ଜସିଟ କରିଛି । ସେମାନଙ୍କ ବିରୋଧରେ ଠକେଇ, ଜାଲିଆତି, ଅପରାଧ ଷଡଯନ୍ତ୍ର ଆଦି ଅଭିଯୋଗ ରହିଛି । ଗତ ମାର୍ଚ୍ଚ ୨୪ରେ ଗିରଫଦାରୀରୁ ଅର୍ଣ୍ଣବଙ୍କୁ ବମ୍ବେ ହାଇକୋର୍ଟ ସୀମିତ ସୁରକ୍ଷା ଦେଇଥିଲେ ।

ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: ତେଲ ଦରରେ ନିଆଁ । ପୂର୍ବର ସବୁ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଡିଜେଲ ଦାମ୍ । ମାତ୍ର ଗୋଟିଏ ଦିନର ବ୍ରେକ୍ ପରେ ତେଲ ଦରରେ ପୁଣଇ ବୃଦ୍ଧି ଯୋଗୁ ଦେଶରେ ପେଟ୍ରୋଲ, ଡିଜେଲ ଦର ଐତିହାସିକ ରେକର୍ଡ କରିଛି । ଦେଶର ବିଭିନ୍ନ ସହରରେ ସେଞ୍ଚୁରୀ ପାର କରିଛି ପେଟ୍ରୋଲ । ଆଜି ପେଟ୍ରୋଲ ଦର ୨୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦର ୨୮ ପଇସା ମହଙ୍ଗା ହୋଇଛି । ଆଜିର ବର୍ଦ୍ଧିତ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୩.୬୩ ଟଙ୍କା ହୋଇଛି । ସେହିପରି ଡିଜେଲ ଲିଟର ପିଛା ୨୮ ପଇସା ବଢ଼ି ୯୫.୭୨ ଟଙ୍କା ହୋଇଛି । ସେହିପରି ରାଜଧାନୀ ଦିଲ୍ଲୀରେ  ପେଟ୍ରୋଲ ଲିଟର ୯୭ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପ୍ରତି ୮୮ଟଙ୍କା ୨୩ ପଇସା ହୋଇଛି ।

ପେଟ୍ରୋଲ ମୂଲ୍ୟ ସାରା ଦେଶରେ ସେଞ୍ଚୁରୀ ମାରିବାକୁ ବସିଲାଣି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କେତେକ ସହର ଏବଂ ସହରରେ ଲିଟର ପିଛା ତେଲ ୧୦୦ଟଙ୍କା ଅତିକ୍ରମ କରିସାରିଛି । ଯଦିଓ ସୋମବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସିପାରିନାହିଁ । ଗତ ସପ୍ତାହରେ ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାରରେ ତୈଳ ଦର ବୃଦ୍ଧି ହୋଇଛି । ଗତ ସପ୍ତାହର ଚାରି ଦିନ ପୂର୍ବରୁ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଥିଲା।

ମେ ୧ ଠାରୁ ଏପର୍ଯ୍ୟନ୍ତ ୨୮ ଦିନ ହେବ ତେଲ ଦର ବୃଦ୍ଧି ପାଇବାର ଲାଗିଛି । ୨୫ ଦିନ କୌଣସି ପରିବର୍ତ୍ତନ ହୋଇ ନାହିଁ । ଏହି ସମୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭.୧୮ ଟଙ୍କା ବୃଦ୍ଧି ପାଇଛି । ଏଥି ସହିତ ଡିଜେଲ ୭.୪୫ ଟଙ୍କାକୁ ବୃଦ୍ଧି ପାଇଛି ।

ସୁରକ୍ଷା ବଳୟ ଭାଙ୍ଗି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଲା ଗାଡ଼ି

ପୁରୀ: ଶ୍ରୀମନ୍ଦିର ସୁରକ୍ଷା କରିଡର ମଧ୍ୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ | ସୁରକ୍ଷା ବଳୟ ଭାଙ୍ଗି ଆଜି ଏକ ଗାଡ଼ି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ସମ୍ପୃକ୍ତ ଗାଡ଼ିରେ କେହି ଜଣେ ଅଧିକାରୀ ତାଙ୍କ ପରିବାରକୁ ନେଇ ଆସିଥିବା ବେଳେ 75ମିଟର କରିଡର ମଧ୍ୟରେ ଗାଡି ପାର୍କିଂ କରି ଦର୍ଶନ କରି ଫେରିଛନ୍ତି ।

ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ଏହା ଦେଖି ମଧ୍ୟ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଅରୁଣ ସ୍ତମ୍ଭ ନିକଟକୁ ଭିଆଇପି ଓ ଭିଭିଆଇପି ଗାଡି ଆସୁ ନଥିବା ବେଳେ ଏହି ଗାଡିଟି କିଭଳି ପହଞ୍ଚିଲା ତାହାର ତଦନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଘଟଣାରେ ଏସପି କେ.ଵିଶାଲ ସିଂହ କହିଛନ୍ତି କେଉଁ ପରିସ୍ଥିତିରେ ଗାଡିଟି ଗଲା,ସୁରକ୍ଷା ଜୋନ କଟକଣା ଉଲ୍ଲଘଂନ ହୋଇଛି କି ନାହିଁ ତାର ତଦନ୍ତ ହେବ।

ସରକାର ପ୍ରଥମେ ପାକିସ୍ତାନ ସହ କଥା ହୁଅନ୍ତୁ : ମେହବୁବା ମୁଫତି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ନେଇ ପୁଣି ଥରେ ରାଜନୈତିକ ଉତ୍ତେଜନା ବଢିବାରେ ଲାଗିଛି । ଜୁନ୍ ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଡକାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଣି ପାକିସ୍ତାନକୁ ନେଇ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି । ମେହବୁବା କହିଛନ୍ତି ଯେ ଜାମ୍ମୁ କାଶ୍ମୀର ବିଷୟରେ ପାକିସ୍ତାନ ସହ ଆଲୋଚନା ହେବା ଉଚିତ ।

ସୂଚନା ଅନୁସାରେ, ମେହବୁବା ମୁଫତି କହିଛନ୍ତି ଯେ ସମ୍ବିଧାନ ଦ୍ୱାରା ଆମକୁ ଦିଆଯାଇଥିବା ଅଧିକାର ଆମଠାରୁ ଛଡ଼ାଯାଇଛି, ତାହା ବ୍ୟତୀତ ମଧ୍ୟ ଜାମ୍ମୁ କାଶ୍ମୀରରେ ଆଉ ଏକ ସମସ୍ୟା ରହିଛି। ସମଗ୍ର ଅଞ୍ଚଳରେ ଶାନ୍ତି ରହିବା ଉଚିତ୍ । ଏହାସହ ସେ କହିଛନ୍ତି ଯେ, ସେମାନେ ଆମ ସହ କଥାବାର୍ତ୍ତା କରୁଛନ୍ତି, ଏହି ଲୋକମାନେ ତାଲିବାନ ସହିତ ମଧ୍ୟ କଥାବାର୍ତ୍ତା କରୁଛନ୍ତି । ଜାମ୍ମୁ କାଶ୍ମୀରର଼ ସମସ୍ତଙ୍କ ସହ କଥାବାର୍ତ୍ତା ହେବା ସହ ପାକିସ୍ତାନ ସହ ମଧ୍ୟ କଥାବାର୍ତ୍ତା କରାଯିବା ଉଚିତ୍ ।

ସୂଚନା ଯୋଗ୍ୟ ଯେ, ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସବୁ ବେଳେ ଚାହାଁନ୍ତି ଯେ, ପାକିସ୍ତାନ ଏବଂ ପାକିସ୍ତାନ ସମର୍ଥିତ ନେତାଙ୍କ ସହ କୌଣସି ଆଲୋଚନା ନ କରିବାକୁ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀରର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଏକ ବୈଠକ ଡକାଯିବା ମଧ୍ୟରେ ମେହବୁବାଙ୍କ ଏହି ବିବୃତ୍ତି ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି।

ରାଜଧାନୀରେ ‘ଆତ୍ମା’ କରିବ ଟିକେଟ ଚେକିଂ

ଭୁବନେଶ୍ୱର: ରେଳ ଷ୍ଟେସନରେ ଟଚ୍- ଫ୍ରି ହେବ ଟିକେଟ୍ ଚେକିଂ । ଭୁବନେଶ୍ବରରେ ‘ଆତ୍ମା’ କରିବ ଟିକେଟ ଚେକିଂ । କରୋନାରୁ ସୁରକ୍ଷିତ ରହିବେ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଟିଟିଇ । ଆତ୍ମା ହେଉଛି ଅଟୋମେଟିକ ଚେକିଂ ଆକ୍ସେସ୍ । କରୋନା କଟକଣାକୁ ନଜରରେ ରଖି ଭୁବନେଶ୍ବର ରେଳ ଷ୍ଟେସନ ପକ୍ଷରୁ ଏଭଳି ଏକ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ ଲଗାଯାଇଛି ।

କୋଭିଡ୍‌ ସମୟରେ ସାମାଜିକ ଦୂରତା ରକ୍ଷା କରି, ବିନା ସ୍ପର୍ଶରେ କିପରି ଯାତ୍ରୀଙ୍କ ଟିକେଟ ଚେକିଂ ହୋଇପାରିବ, ତାହା ହିଁ ଏହି ମେସିନର ମୂଳ ଲକ୍ଷ୍ୟ। ବିଶେଷକରି ଯେଉଁମାନେ E-Ticket- ଧାରୀ ସେମାନଙ୍କ ପାଇଁ ମୁଖ୍ୟତଃ କାମ କରିବ ୪ଟି ମେସିନ । ଟିକେଟର ବାରକୋଡକୁ ଏହି ମେସିନ କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ଡିଟେଲ ଜାଣିବ ।

 

ଉକ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବ । ଯାତ୍ରୀ ଜଣଙ୍କ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ମେସିନ ସ୍କାନ କରିବ । ଏହା ସମ୍ପୂର୍ଣ୍ଣ ଟଚ୍‌ ଫ୍ରି ସିଷ୍ଟମ । ଆସନ୍ତାକାଲି ପୁରୀ ରେଳ ଷ୍ଟେସନରେ ମଧ୍ୟ ଏହିଭଳି ଆଉ ଏକ ମେସିନ ସ୍ଥାପନ କରାଯିବ । ଏଥିପାଇଁ PPL ପକ୍ଷରୁ ୫ ଲକ୍ଷ ଟଙ୍କା ଵ୍ୟୟ କରାଯାଇଛି । ଏହି ମେସିନ ଯୋଗୁଁ ରେଳ କର୍ମଚାରୀ, ବିଶେଷକରି ଯେଉଁମାନେ ଟିକେଟ ଚେକିଂ ପାଇଁ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନେ ସଂକ୍ରମଣରୁ ସୁରକ୍ଷିତ ରହିବେ ।

ଅନାଥ ଆଶ୍ରମ ସହ ଜରାଶ୍ରମର ମିଶ୍ରଣ ପାଇଁ ପ୍ରସ୍ତାବ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: କୋଭିଡରେ ଅନାଥ ଶିଶୁ କେମିତି ପାଇବେ ବାପାମାଆଙ୍କ ସ୍ନେହ ? ଏଥିପାଇଁ ଅନାଥ ଆଶ୍ରମ ସହ ଜରାଶ୍ରମର ମିଶ୍ରଣ ପ୍ରସ୍ତାବ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଅମର ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି । କୋଭିଡରେ ଅନାଥ ଶିଶୁଙ୍କ ଦାୟିତ୍ୱ ନେଇଛନ୍ତି ସରକାର । କିନ୍ତୁ ଏହି ଶିଶୁଙ୍କ ବାପାମାଆଙ୍କ ସ୍ନେହ ମିଳିପାରିବନି । ଅନାଥ ଆଶ୍ରମ ସହ ଜରାଶ୍ରମର ମିଶ୍ରଣ ଦ୍ୱାରା ଅନାଥ ଶିଶୁମାନେ ବୟସ୍କଙ୍କ ସ୍ନେହ ପାଇପାରିବେ । ଜରାଶ୍ରମର ଅନ୍ତେବାସୀ ମଧ୍ୟ ପିଲାଙ୍କ ସ୍ନେହ ପାଇବେ ।

କେରଳରେ ଏହିଭଳି ମଡେଲ ଗ୍ରହଣ କରାଯାଇଥିବା ଦର୍ଶାଇ ଅମର ଓଡ଼ିଶାରେ ମଡେଲ ଲାଗୁ କରିବାକୁ ପ୍ରସ୍ତାବ ରଖିଛନ୍ତି । ସେହିପରି ବୁଣାକାର ଓ ହସ୍ତଶିଳ୍ପୀଙ୍କ ଜୀବନଜୀବିକା ପାଇଁ ସହାୟତା ଦାବି କରିଛନ୍ତି ଅମର । କହିଛନ୍ତି, ବୁଣାକାର ଓ ହସ୍ତଶିଳ୍ପୀଙ୍କୁ କାଳିଆ ଯୋଜନା ଭଳି ସହାୟତା ମିଳୁ । କୋଭିଡ ପାଇଁ ୨୦୨୦ ମାର୍ଚ୍ଚରୁ ବୁଣାକାରମାନେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ।

ଲକଡାଉନ ଯୋଗୁଁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିପାରୁନାହାନ୍ତି ବୁଣାକାର । ରାଜ୍ୟକୁ ବିଦେଶୀ ମୁଦ୍ରା ଆଣିବାରେ ସହାୟକ ହୋଇଥାନ୍ତି ବୁଣାକାର । ମନରେଗାରେ ଏହି ଗୋଷ୍ଠୀ କାର୍ଯ୍ୟ କରିପାରିବେ ନାହିଁ । ସରକାରୀ କାର୍ଯ୍ୟକ୍ରମ କେବଳ ସମବାୟ କ୍ଷେତ୍ର ସହ ଜଡିତ ବୁଣାକାରଙ୍କୁ ମିଳୁଛି । ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୁଣାକାର ସୁବିଧା ପାଉନାହାନ୍ତି । କାଳିଆ ଯୋଜନା ଭଳି ବର୍ଷେ ଦୁଇବର୍ଷ ପାଇଁ ସହାୟତା ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ୧୬୯୦କୋଟିର କୋଭିଡ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

ଓଡ଼ିଶା ପୋଲିସର ୪୭୭ ଏସ୍‌ଆଇ ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡିଶା ପୋଲିସର ୪୭୭ଟି ଏସ୍‌ଆଇ ପୋଷ୍ଟ ପାଇଁ ଆଜିଠୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଉଛି । ୨୮୩୧ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିସାରିଛନ୍ତି । ୭୭୨ଜଣ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ଼ କରିସାରିଛନ୍ତି । ଏହି ପ୍ରୋସେସ ୧୫ ଜୁଲାଇ୨୧ ଯାଏଁ ଚାଲିବ । କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପରୀକ୍ଷାର ସମୟ ନିର୍ଘଣ୍ଟ ମଧ୍ୟ ଦିଆସରିଛି । ପ୍ରଥମ ଥର ପାଇଁ ଓଡିଶା ପୋଲିସ ପକ୍ଷରୁ କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରାଯାଉଛି । ୬ ଅଗଷ୍ଟ ରୁ ୧୬ ଅଗଷ୍ଟ ଯାଏଁ ଏହି ପରୀକ୍ଷା କରାଯିବ । ଏହି ପରୀକ୍ଷାକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି । ଆଗରୁ ପ୍ରିଲିମ ଓ ମେନ ପରୀକ୍ଷା ହୋଉଥିଲା,ଏବେ ଏହାକୁ ସରଳିକରଣ କରାଯାଇଛି । ଏବେ ସିଙ୍ଗଲ ପରୀକ୍ଷା ହେବ,ଦୁଇଟି ପେପର ବିଶିଷ୍ଟ ପରୀକ୍ଷା ହବ,ଅବଜେକ୍ଟିଭ ଟାଇପ ପ୍ରଶ୍ନ ପଡିବ । କମ୍ପ୍ୟୁଟର ମାଧ୍ୟମରେ ଉତ୍ତର ଚେକ କରାଯିବ । ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦିଷ୍ଟ ସମୟ ସୀମା ରଖାଯାଇଛି । ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡର ମାନଙ୍କୁ  ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଇଛି । ତାମିଲନାଡୁ ପରେ ଓଡିଶା ଦ୍ଵିତୀୟ ରାଜ୍ୟ ଯିଏ ତୃତୀୟ ଲିଙ୍ଗୀ ଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ପାହାଡ଼ ଉପରୁ ପାଣି ଆଣିଲେ ଝରଣ ଗ୍ରାମବାସୀ

ନୁସରତଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ବିଦେପି ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ଦାବି ନୁସରତ ଜାହାନଙ୍କ ରଦ୍ଦ ହେଉ ଲୋକସଭା ସଦସ୍ୟତା । ବଦାୟୁଂର ଭାଜପା ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ଅଧ୍ୟକ୍ଷ ପଶ୍ଚିମବଙ୍ଗର ବାସିରହାଟ ଲୋକସଭା ଆସନରୁ ଟିଏମସି ସାଂସଦ ନୁସରତ ଜାହାନଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି। ନିଖିଲ ଜୈନଙ୍କ ସହ ହୋଇଥିବା ବିବାହ ବିଚ୍ଛେଦକୁ ନେଇ ନୁସରତ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ।

ଲୋକସଭା ବାଚସ୍ପତିଙ୍କୁ ପଠାଯାଇଥିବା ଚିଠିରେ ବଦାୟୁଂ ସାଂସଦ ନୁସରତ ଜାହାନଙ୍କୁ ଖରାପ ଆଚରଣ କରିଥିବା ଅଭିଯୋଗ କରିଛନ୍ତି । କୁହାଯାଉଛି ଯେ, ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ ସମୟରେ ନୁସରତ ଜାହାନ ତାଙ୍କ ନାମ ନୁସରତ ଜାହାନ ରୁହି ଜୈନ ବୋଲି କହିଥିଲେ । ଲୋକସଭା ୱେବସାଇଟରେ ନୁସରତ ଜାହାନଙ୍କ ସ୍ୱାମୀଙ୍କ ନାମ ନିଖିଲ ଜୈନ ଲେଖାଯାଇଛି। କିନ୍ତୁ ବର୍ତ୍ତମାନ ସେ ତାଙ୍କ ସ୍ୱାମ ନୁହଁନ୍ତି ବୋଲି କହୁଛନ୍ତି ନୁସରତ ।

ସୂଚନା ଅନୁସାରେ, ନିକଟରେ ନୁସରତ ତାଙ୍କ ବିବାହକୁ ଏକ ବିବାଦିୟ ବୟାନ ଦେଇଥିଲେ । ତାଙ୍କ ବିବାହ ୧୯ଜୁନ ୨୦୧୯ରେ ତୁର୍କୀରେ ହୋଇଥିଲା । ବୟାନ ଅନୁସାରେ ତାଙ୍କ ବିବାହ ତୁର୍କୀ ରିତିନୀତି ଅନୁସାରେ ହୋଇଛି । ଯାହା ଭାରତରେ ଗ୍ରହଣୀୟ ନୁହେଁ । ତେଣୁ ସେ ଏହି ବିବାହକୁ ମାନନ୍ତି ନାହିଁ ଏହାସହ ସେ ଏହି ବିବାହର ନାମ ଲିଭ୍ ଇନ୍ ରିଲେସନସିପ ଦେଇଛନ୍ତି । ଯଦିଓ ଗତ ବର୍ଷ ସେ ଏହି ବିବାହର ପ୍ରଥମ ବାର୍ଷିକି ଅବସରରେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଯଦିଓ ଏହି ବିବାହ ଦୁଇ ବର୍ଷ ମଧ୍ୟ ଚାଲିପାରିଲାନି । ଏବଂ ନୁସରତ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ସବୁ ଫଟୋଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ।

କେବଳ ସେତିକି ନୁହେଁ ସେ ନିଖିଲ ଜୈନଙ୍କ ନାଁରେ ଅନେକ ଅଭିଯୋଗ ମଧ୍ୟ କରିଛନ୍ତି ନୁସରତ । ନିଖିଲ ଜୈନ ନୁସରତଙ୍କ ଫାଇଦା ଉଠାଇ ଥିବା ଏବଂ ତାଙ୍କ ଆକାଉଣ୍ଟରୁ ଅନେକ ଟଙ୍କା ହେରଫେର କଥା ମଧ୍ୟ ନୁସରତ କହିଛନ୍ତି । ତେବେ ନିକଟରେ ନୁସରତ ଗର୍ଭବତୀ ଥିବା ଜଣାପଡ଼ିବା ପରେ ନିଖିଲ ଏହି ସନ୍ତାନଙ୍କୁ ଅସ୍ୱୀକାର କରିଛନ୍ତି ।