spot_img
Home Blog Page 5476

ବାଇକରେ ଚାଉଳ ଯୋଗାଣ ହୋଇଥିବା ରେକର୍ଡ ଦର୍ଶାଇବା ଘଟଣା, ବହିଷ୍କୃତ ହେଲେ ଦୁଇଜଣ ଯୋଗାଣ ସହାୟକ

ରାଉରକେଲା: ନନ୍ଦିଘୋଷ ଟିଭିର ମହାପ୍ରଭାଵ। ବାଇକରେ ୩୨୦ ବସ୍ତା ସରକାରୀ ଚାଉଳ ଯୋଗାଣ ହୋଇଥିବା ରେକର୍ଡ ଦର୍ଶାଇଵା ଘଟଣା। ଦୁଇ ଗ୍ରାମ ପଞ୍ଚାୟତର  ଦୁଇଜଣ ଯୋଗାଣ ସହାୟକ ଚାକିରିରୁ ବହିଷ୍କୃତ। ସୁନ୍ଦରଗଡ଼ ଜିଲ୍ଲା ପୁରୁଣାପାଣି ଗ୍ରାମ ପଞ୍ଚାୟତ ଓ ଜାହାଡିଟୋଲି ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଚାକିରିରୁ ବହିଷ୍କୃତ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୁଆଗାଁ ଵିଡିଓ ଦୂଇ ଯୋଗାଣ ସହାୟକଙ୍କୁ ଚାକିରୀରୁ ଵହିସ୍କୁତ କଲେ। ଦୁଇ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ନୁଆଗାଁ ବିଡିଓ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପୁର୍ବରୁ ପରିବହନ ଠିକାଦାର ଓ  ଗୋଦାମ ପିଆଇଙ୍କୁ ନିଲମ୍ବନ କରାଯାଇଛି।

ଏସଟିଆଇ ଯୋଗାଣ ବିଭାଗ ଗୋଦାମରୁ ପୁରୁଣାପାଣି ଗ୍ରାମ ପଞ୍ଚାୟତକୁ ବାଇକରେ ଚାଉଳ ଯାଇଥିବା ରେକର୍ଡ ଦର୍ଶାଯାଇଥିଲା। ଗତ ୧୯ ତାରିଖ  ଗାଡି ନମ୍ବର OR 14U 6429 ରେ ୩୨୦ ଵସ୍ତା ଚାଉଳ ଯାଇଥିବା ରେକର୍ଡ ଦର୍ଶାଯାଇଥିଲା, କିନ୍ତୁ ପରିବହନ ବିଭାଗ ରେକର୍ଡ ରେ OR 14U 6429 ପଲସର ବାଇକ ଥିବା ଜଣାପଡିଥିଲା। ଏସମ୍ପର୍କରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହୋଇଥିଲା।

ଦାଦନ ଶ୍ରମିକରୁ ସ୍ୱୀକୃତିପ୍ରାପ୍ତ ଏଣ୍ଟରପ୍ରାଇଜର, ନିଜସ୍ୱ କୌଶଳରେ ନିର୍ମାଣ କଲେ “ଅକ୍ସିଜନ କନସେଣ୍ଟଟେଟର”

କଳାହାଣ୍ଡି: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟତା। ଶିଶୁ ଶ୍ରମିକରୁ ସ୍ୱୀକୃତିପ୍ରାପ୍ତ ଉଦ୍ୟୋଗୀ। ଏବେ ଦୂର ହେବ ଅକ୍ସିଜେନ ସମସ୍ୟା। ନୂଆପଜା ଜିଲ୍ଲା କଣ୍ଟାମାଳର ଲକ୍ଷ୍ମଣ ଦୁଣ୍ଡି ନିର୍ମାଣ କରିଛନ୍ତି ଅକ୍ସିଜନ କନସେଣ୍ଟଟେଟର। ଯାହା ବଜାର ମୂଲ୍ୟର ୩ ଭାଗରୁ ଭାଗେ ହୋଇଥିବାବେଳେ ଏହାର ଡେମୋ ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି ଡାକ୍ତରୀ ଟିମ୍।

ଶିଶୁ ଶ୍ରମିକରୁ ସ୍ୱୀକୃତିପ୍ରାପ୍ତ ଏଣ୍ଟରପ୍ରାଇଜର। ଓଡ଼ିଶା ଯୁବକଙ୍କ ନିଆରା ସୃଷ୍ଟି। ନିଜସ୍ୱ କୌଶଳରେ ନିର୍ମାଣ କଲେ “ଅକ୍ସିଜନ କନସେଣ୍ଟଟେଟର”। ଦେଶରେ ଦୂର ହେବ ଅମ୍ଲଜାନ ସମସ୍ୟା। ନୂଆପଡ଼ା ଜିଲ୍ଲା କଣ୍ଟାମାଳର ଯୁବ ଏଣ୍ଟରପ୍ରାଇଜର ଲକ୍ଷ୍ମଣ ଦୁଣ୍ଡି ନିର୍ମାଣ କରିଛନ୍ତି ଅକ୍ସିଜନ କନସେଣ୍ଟଟେଟର”। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମେସିନ୍ ବଜାର ଦାମର ୩ ଭାଗରୁ ଭାଗେ ହେବ ବୋଲି ଲକ୍ଷ୍ମଣ କହିଛନ୍ତି। କମ୍ପ୍ରେସର ମାଧ୍ୟମରେ ନାଇଟ୍ରୋଜେନ ଗ୍ୟାସକୁ ବିଚ୍ଛିନ୍ନ କରି ଏହି ମେସିନ୍ ବିଶୁଦ୍ଧ ଅମ୍ଳଜାନ ଉତ୍ପାଦନ କରୁଛି। ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଏକ ଡାକ୍ତରୀ ଟିମକୁ ଏହାର ଡେମୋ ଦେଖାଇଛନ୍ତି ଲକ୍ଷ୍ମଣ। ମେସିନକୁ ନେଇ ଡାକ୍ତରୀ ଟିମ୍ ସନ୍ତୋଷ ପ୍ରକାଶ ହୋଇଥିବାବେଳେ ଭବାନୀପାଟଣା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି। ଯଦି ଏହାର ଅମ୍ଳଜାନ ସ୍ତର ଠିକ୍ ରହେ ତେବେ ଏହା ବଡ଼ ସଫଳତା ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ କହିଛନ୍ତି।

ଓଡ଼ିଶା ଷ୍ଟାଟଅପ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଦୁଣ୍ଡି ଇଲୋକ୍ଟୋଟ୍ରୋନିକସ ଆଣ୍ଡ ଇଲେକ୍ଟ୍ରିକାଲ ପ୍ରାଇଭେଟ୍ ଲିମିଟେଡର ଯୁବ ଏଣ୍ଟରପ୍ରାଇନର। ୧୦ ବର୍ଷ ତଳେ ନିଜ ବାପା ମା’ ସହ ସେ ଆନ୍ଧ୍ର ପ୍ରଦେଶରେ ଶିଶୁ ଶ୍ରମିକ ଭାବେ ଭାବେ କାମ କରୁଥିଲେ। ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଉଦ୍ଧାର ହୋଇ ସେ ଏବେ ବିଏସସି କରୁଛନ୍ତି।  ଭବିଷ୍ୟତରେ ନୂଆ ଉଦ୍ଭାବନ କରି ମଣିଷ କାମକୁ ସହଜ କରିବା ସହିତ ଲୋକଙ୍କୁ ରୋଜଗାର ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ମେସିନର ଯାଞ୍ଚ ପରେ ଏହାର ସଫଳତା ମିଳିପାରିବ। ଏହା ଉପରେ ଦୃଷ୍ଟି ଦେଇ ପରୀକ୍ଷାକୁ ତ୍ୱରାନ୍ୱିତ କଲେ ମାନବ କଲ୍ୟାଣରେ ଏହାର ଉପଯୋଗ ହୋଇପାରିବ।

ଘାସରୁ ବାହାରୁଛି ତେଲ ଆଉ ସେଥିରେ ତିଆରି ହେଉଛି ସୁଗନ୍ଧ ଅତର, ବାସନା ମଜା ସାବୁନ ଏବଂ ବିଭିନ୍ନ ଔଷଧ

ବୌଦ୍ଧ: ଘାସରୁ ପ୍ରସ୍ତୁତ ହେଉଛି ତେଲ। ପାମାରୋସା ଏବଂ ଲେମନଗ୍ରାସ୍ ପରି ଗନ୍ଧଯୁକ୍ତ ଘାସରୁ ବାହାରୁଛି ତେଲ। ପାତନ ପ୍ରକ୍ରିୟାରୁ ଉତ୍ପାଦିନ କରି ଏହାକୁ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ସୁଗନ୍ଧ ଅତର, ବାସନା ସାବୁନ ଏବଂ ବିଭିନ୍ନ ଔଷଧ ପାଇଁ ବ୍ୟବହାର କରାଯାଉଛି। ବୌଦ୍ଧ ଜିଲ୍ଲାର ବାଉଁଶୁଣି ଦିଗି ଅଞ୍ଚଳରେ ଏକର ଏକର ଚାଷଜମିରେ ପ୍ରସ୍ତୁତ ହେଉଛି ଏହି ତେଲ। ଆନ୍ଧ୍ରର କିଛି ଚାଷୀ ଏହି ଚାଷ ଆରମ୍ଭ କରିଥିବାବେଳେ କରୋନା କାଳରେ ଅଞ୍ଚଳର ଲୋକଙ୍କୁ ଯୋଗାଇଛନ୍ତି ରୋଜଗାର।

କ୍ଷେତରେ ହସୁଛି ପାମାରୋସା। ଫୁଟିଛି ଲେମନଗ୍ରାସର ଫୁଲ। ଭାରତର ମୂଲ୍ୟବାନ ଘାସ। ପ୍ରଥମକରି ବୌଦ୍ଧ ଜିଲ୍ଲା ମନୁପାଲ୍ଲୀ ଓ ବାଉଁଶୁଣି ପଞ୍ଚାୟତରେ ପ୍ରାୟ ୧୦୦ ଏକର ଜମିରେ ଲାଗିଛି ଏହି ଗନ୍ଧଯୁକ୍ତ ଘାସ। ଉଦ୍ଭିଦ ବିଜ୍ଞାନରେ ପାମାରୋସାକୁ ସିମ୍ବୋପୋଗୋନ ମାରଟିନି ମୋଟିଆ ଓ ଲେମନଗ୍ରାସକୁ ସିମ୍ବୋପୋଗୋନ କୁହାଯାଏ। ଏହି ଘାସକୁ ଚାଷକରି ପାତନ ପ୍ରକ୍ରିୟା ଦ୍ୱାରା ବାଷ୍ପଶୀଳ ତୈଳ ପ୍ରସ୍ତୁତ କରାଯାଏ। ଲେମନଗ୍ରାସରୁ ମୂଲ୍ୟବାନ ତୈଳ ବିଭିନ୍ନ ରୋଗର ନିରାକରଣ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥାଏ। ସେହିପରି ପାମୋରୋସାରୁ ପ୍ରସ୍ତୁତ ତୈଳ ସୁଗନ୍ଧଅତର, ବାସନା ସାବୁନ ତିଆରି ପାଇଁ ବ୍ୟବହାର କରାଯାଏ। ଯାହାକୁ ବେଶ ପସନ୍ଦ କରିଛନ୍ତି ଏଠାକାର ଚାଷୀ।

ଏହି ଘାସ ଚାଷର ଚାହିଦା ଓଡ଼ିଶାରେ ସେତେଟା ନଥିବାବେଳେ ଏହାକୁ ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇରେ ବିକ୍ରି କରାଯାଉଛି। ତେଣୁ କରି ଏହାର ମୂଲ୍ୟ ଆକାଶଛୁଆଁ। ବର୍ଷକୁ ୪ ଥର ଅମଳ ହୁଏ ଏହି ଘାସ। ଏକ ଏକର ଲେମନଗ୍ରାସରୁ ୯୦ଲିଟର ତେଲ ପ୍ରସ୍ତୁତ ହେଉଥିବାବେଳେ ପାମୋରୋସାରୁ ୫୦ ଲିଟର ବାହାରେ। ଆନ୍ଧ୍ରର କିଛି ଚାଷୀ ବୌଦ୍ଧକୁ ଆସି ଏହି ଚାଷୀ ଏହାକୁ ଆରମ୍ଭ କରିଛନ୍ତି। ଏଥିରୁ ତେଲ ପ୍ରସ୍ତୁତ କରି ବାହାରକୁ ପଠାଇବା ସହ ଅଞ୍ଚଳର ଅନେକଙ୍କ ଯୋଗାଇଛନ୍ତି ରୋଜଗାର ରାସ୍ତା। ସେପଟେ ଓଡ଼ିଶା ଚାଷୀଙ୍କ ଏଥିପ୍ରତି ଆଗ୍ରହ ଥିଲେ ସୁଦ୍ଧା ଏଠି ଚାହିଦା ନଥିବାରୁ ଚାଷ ହେଉ ନଥିବା କହିଛନ୍ତି ଉଦ୍ୟାନ ନିର୍ଦ୍ଦେଶକ। ଓଡ଼ିଶାରେ ଏହାର ଚାହିଦା ବଢିଲେ ଅନେକ ଚାଷୀ ଏହାଦ୍ୱାର ଉପକୃତ ହୋଇପାରନ୍ତ ବୋଲି କହିଛନ୍ତି ବୁଦ୍ଧିଜୀବୀ।

ଦେଶରେ ହ୍ରାସ ପାଉଛି କରୋନା ମୃତ୍ୟୁ ସଂଖ୍ୟା, ୯୬. ୯ ପ୍ରତିଶତରେ ପହଞ୍ଚିଛି ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କମିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇବାରେ ଲାଗିଛି। ଯାହାଫଳରେ ଦେଶରେ ଏବେ ଆରୋଗ୍ୟ ହାର ୯୬. ୯ ପ୍ରତିଶତରେ ପହଞ୍ଚିଛି। ଦେଶରେ ମେ ୭ରୁ ରେକର୍ଡ ହୋଇଥିବା ପିକ ଏବେ ୯୧ ପ୍ରତିଶତ ହ୍ରାସ ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ସୁଦ୍ଧା ହୋଇଥିବା ଟିକାକରଣରେ ଆମେରିକାକୁ ପଛରେ ପକାଇଛି ଭାରତ। ୧୬୩ ଦିନରେ ଭାରତରେ ୩୨ କୋଟି ଲୋକ ଟିକା ନେଇ ସାରିଛନ୍ତି। ଏହି ୩୨ କୋଟି ଟିକା ଦେବା ପାଇଁ ଆମେରିକାକୁ ୧୯୩ ଦିନ ଲାଗିଥିଲା। ଗ୍ରାମାଞ୍ଚଳରେ ୫୬ ପ୍ରତିଶତ ଟିକାକରଣ ହୋଇଥିବାବେଳେ ସହରାଞ୍ଚଳରେ ୪୪ ପ୍ରତିଶତ ଟିକାକରଣ ହୋଇଛି। ଦେଶବାସୀଙ୍କୁ ଦିଆଯାଉଥିବା ଟିକା ସମ୍ପୂର୍ଣ୍ଣ ଭାବେ ନିରାପଦ ଓ କୋଭିଡ୍ ବିରୋଧରେ ଫଳପ୍ରଦ ସାବ୍ୟସ୍ତ ହେଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ। ସାରା ଦେଶରେ ୫୧ ଜଣ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାର ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କଲେ ସରକାର

ଭୁବନେଶ୍ୱର: ଏଣିକି ଦୋକାନୀ ବିକିବେ କେବଳ ହଲମାର୍କ ସୁନା। ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ହଲମାର୍କ ସୁନା ବିକ୍ରିକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି।

ଏହି ନିୟମ ଯୋଗୁ ଗ୍ରାହକ ୨୪ କ୍ୟାରେଟ୍‌ର ସୁନା ପାଇବା ସହିତ ବିକ୍ରି କରିବା ସମୟରେ କେବଳ ମେକିଂ ଚାର୍ଯ କାଟି ପାରିବ। ଦୋକାନୀମାନେ ମଧ୍ୟ ବ୍ୟବସାୟରେ ଗ୍ରାହକଙ୍କ ନିକଟରେ ବିଶ୍ୱାସ ଭାଜନ ହୋଇପାରିବେ। ରାଜ୍ୟର ୮ଟି ଜିଲ୍ଲାରେ ଏହି ନିୟମ ବାଧ୍ୟତାମୂଳକ କରାଯାଇଥିବା ବେଳେ ଗ୍ରାହକ ଓ ସୁନା ବ୍ୟବସାୟୀ ଏହାକୁ ସ୍ୱାଗତ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ବିପର୍ଯ୍ୟୟ ତାଲିକାରେ ନାହିଁ ବଜ୍ରପାତ

ଭୁବନେଶ୍ୱର: ରାଜ୍ୟରେ ବଜ୍ରପାତରେ ବର୍ଷକୁ ପ୍ରାୟ ୩ଶହ ଜୀବନ ଯାଉଛି। ବଜ୍ରପାତରେ ମୃତ୍ୟୁ ହେଲେ ରାଜ୍ୟ ସରକାର ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେଉଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ବିପର୍ଯ୍ୟୟ ତାଲିକାରେ ବଜ୍ରପାତ ନାହିଁ। ତେଣୁ ମୃତକଙ୍କ ପରିବାର  କେନ୍ଦ୍ରୀୟ ଅନୁକମ୍ପା ରାଶି ପାଉ ନାହାନ୍ତି। ଓଡ଼ିଶା ଭଳି ରାଜ୍ୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କେନ୍ଦ୍ର ସରକାର ଗୁରୁତ୍ୱ ଦେବାକୁ ପୁଣି ସ୍ୱର ଉଠିଛି।…

୨୦୧୭ରେ ୪୭୫ଜଣ। ୨୦୧୮ରେ ୩୨୭ । ୨୦୧୯ରେ ୩୦୪ । ୨୦୨୦ରେ ରାଜ୍ୟରେ ୨୮୨ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ମଧ୍ୟରୁ ବଜ୍ରପାତ ମୃତ୍ୟୁ ୨୫ ପ୍ରତିଶତ। ୨୦୧୫ ମସିହାରୁ ରାଜ୍ୟ ବିପର୍ଯ୍ୟୟ ତାଲିକାରେ ଏହା ସାମିଲ ହୋଇଛି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି। ଓଡ଼ିଶା ସମେତ ଆଉ କିଛି ରାଜ୍ୟରେ ମଧ୍ୟ ବଜ୍ରପାତକୁ ବିପର୍ଯ୍ୟୟ ଘୋଷଣା କରାଯାଇଛି। ହେଲେ କେନ୍ଦ୍ର ସରକାର ଏଯାଏଁ ବିପର୍ଯ୍ୟୟ ତାଲିକାରେ ବଜ୍ରପାତକୁ ସ୍ଥାନ ଦେଇନାହାନ୍ତି। ଚିକିତ୍ସା ଓ ମୃତ୍ୟୁକାଳୀନ ସହାୟତା କେନ୍ଦ୍ରରୁ ମିଳୁନାହିଁ। ଏହାକୁ କେନ୍ଦ୍ର ସରକାର ତୁରନ୍ତ ବିଚାର କରିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି।

ଗତବର୍ଷ ଓଡ଼ିଶାରେ ୧୪ଲକ୍ଷ ୮୩ହଜାର ଥର ବଜ୍ରପାତ ହିଟ୍ କରିଥିଲା। ଏହା ଦେଶରେ ସର୍ବାଧିକ। ଓଡ଼ିଶା ସହିତ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଅଧିକ ବଜ୍ରପାତପ୍ରବଣ ରାଜ୍ୟ। ଓଡ଼ିଶାର ୬ଟି ସ୍ଥାନରେ ବଜ୍ରପାତର ଆଗୁଆ ସୂଚନା ପାଇଁ ସେନ୍ସର ଲଗାଯିବା ପରେ ମୃତ୍ୟୁସଂଖ୍ୟା କମୁଥିଲେ ମଧ୍ୟ ବଜ୍ରପାତକୁ ରାଜ୍ୟର ତୃତୀୟ ମୁଖ୍ୟ ବିପର୍ଯ୍ୟୟ ଭାବେ ଗଣାଯାଉଛି।

ବଜ୍ରପାତ ହେବାର ୪୫ ମିନିଟ୍ ପୂର୍ବରୁ ସେନ୍ସର ସୂଚନା ଦେଇଥାଏ। ଏହାପରେ ବିପର୍ଯ୍ୟୟ ପରିଚାଳନାର ଜରୁରୀ କେନ୍ଦ୍ରରୁ ତୁରନ୍ତ ବଜ୍ରପାତ ହେବାକୁ ଥିବା ଅଂଚଳରେ ଏସ୍‌ଏମ୍‌ଏସ୍ ଜରିଆରେ ସତର୍କ ସୂଚନା ଦିଆଯାଉଛି। ଏହାଦ୍ୱାରା ଯଦିଓ କାଜୁଆଲିଟି କମା ଯାଇ ପାରିଛି, ହେଲେ ବଜ୍ରପାତକୁ କେନ୍ଦ୍ର ବିପର୍ଯ୍ୟୟ ତାଲିକାରେ ସାମିଲ କଲେ ଅଧିକ ସୁବିଧା ହେବ। ଏପରିକି ବନ୍ୟା, ବାତ୍ୟା ପରି ବଜ୍ରପାତ ପ୍ରବଣ ଅଂଚଳ ଚିହ୍ନଟ କରି ସେସବୁ ଜାଗାରେ ବଜ୍ରପାତ ନିରୋଧ କେନ୍ଦ୍ର ସ୍ଥାପନ କରିବାକୁ ବିଶେଷଜ୍ଞ ଦାବି କରିଛନ୍ତି।

୨୦୧୭ରେ ସାରା ଦେଶରେ ୨ହଜାର ୯୯୧ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ତାହା ୧୭୭୧ରେ ପହଂଚିଛି। ସେହିପରି ଗତ ୫ବର୍ଷରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୧୦ ଜଣ ବଜ୍ରପାତ ଜନିତ ଅନୁକମ୍ପା ରାଶି ପାଇଥିବା ବେଳେ କେନ୍ଦୁଝରରେ ୧୫୧ ଏବଂ ଗଞ୍ଜାମରେ ୧୪୪ଜଣ ସହାୟା ପାଇଛନ୍ତି।

ଜ୍ୱରରେ ପୀଡ଼ିତ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

ପୁରୀ: ଆଜି ଅନବସରର ପଞ୍ଚମୀ ତିଥି। ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯାଇଛି। ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ମିଶ୍ରିତ ଫୁଲୁରୀ ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ କରାଯାଇଛି। ପୁରୀ ବଡ଼ ଓଡ଼ିଆ ମଠରେ ଏହା ପ୍ରସ୍ତୁତ କରାଯାଇଛି। ହେରା ପଞ୍ଚମୀ ତିଥିରେ ଏକ ମାଟିପାତ୍ରରେ ଏହାକୁ ପ୍ରାୟ ବର୍ଷେ କାଳ ମାଟି ତଳେ ପୋତି ରଖାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ବାହାର କରି ପଞ୍ଚମୀ ଦିନ ତେଲକୁ ଛାଣି ଅମୁଣିଆ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠା ଯାଇଥିଲା। ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲକୁ ସଂସ୍କାର କରିବା

Puri Sri Jew Fuluri Oil Snana Yatra

ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ କରିଛନ୍ତି। ଏହି ତେଲ ମଖାଯିବା ପରେ ମହାପ୍ରଭୁଙ୍କ ପୀଡ଼ା ଲାଘବ ସହ ସୁସ୍ଥତାର ସୂଚନା ମିଳିଥାଏ ବୋଲି ବିଶ୍ୱସ ରହିଛି। ସେପଟେ ଶ୍ରୀଜିଉଙ୍କ ପାଇଁ ପୁରୀ ଜିଲ୍ଲା ପ୍ରାଚୀନଦୀ ତଟ କାକଟପୁର ଅଞ୍ଚଳର ମାଧବ ମନ୍ଦିର, ଦେଉଳି ମଠ, ବିଶ୍ଵାମିତ୍ର ଆଶ୍ରମ, ବିଭିନ୍ନ ଭକ୍ତ ଏବଂ କଟକ ନିଆଳି ଅଞ୍ଚଳର ମାଧବାନନ୍ଦ ଜୀଉ ମନ୍ଦିରରୁ ଶ୍ରୀମନ୍ଦିରକୁ ଫଳଭାର ପଠାଯାଇଛି। ଖଜୁରୀ, ଆମ୍ବ, ପଣସ, କଦଳୀ, ସପୁରୀ, ନଡିଆ, ପଇଡ, ଡାଳିମ୍ବ, ପିଜୁଳି ଆଦି ଫଳଭାର ଶ୍ରୀମନ୍ଦିରରେ ପହଞ୍ଚିଛି।

ତଥ୍ୟ ନଥାଇ ବିଜେପି ସଭାପତି ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି: ବିଜେଡି

ଭୁବନେଶ୍ୱର: ସମୀର ମହାନ୍ତିଙ୍କ ପ୍ରେସମିଟ୍‌ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ମୁଖପାତ୍ର ଲେନିନ ମହାନ୍ତି ଏ ନେଇ ପ୍ରେସମିଟ କରିଛନ୍ତି। ଜଣେ ସଭାପତି ହିସାବରେ ନିରୁତ୍ସାହିତ କର୍ମୀଙ୍କ ଭିତରେ ସେ ଉତ୍ସାହ ଭରିଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ପରାଜୟ ଓ ସଂଗଠନ ଦୁର୍ବଳ ଥିବା ପରିଲକ୍ଷିତ ହୋଇଛି। କୌଣସି ତଥ୍ୟ ନଥାଇ ଅମୂଳକ ଭାବେ ପ୍ରେସମିଟ କରିଛି ବିଜେପି। କୃଷକଙ୍କ ଦାବି କଥା କହିବାକୁ ଯାଇ ସେ ଭୁଲିଯାଇଛନ୍ତି ଯେ ଉତ୍ତର ପ୍ରଦେଶ ଓ ପଞ୍ଜାବ ଚାଷୀ ଆନ୍ଦୋଳନ କଥା। କେନ୍ଦ୍ର ବିଜେପି ସରକାର ଚାଷୀ ମାରଣ ସରକାର। ଓଡ଼ିଶାର ଲୋକ ଜାଣିଛନ୍ତି, ଏମ.ଏସ୍. ସ୍ୱାମୀନାଥନ ରିପୋର୍ଟ ଲାଗୁ ହୋଇନାହିଁ।

ଧାନକୁ ନେଇ କେନ୍ଦ୍ରୀୟ ସବସିଡି ୬ ହଜାର ୬ ଶହ ୨୦ କୋଟି ଟଙ୍କା ଏଯାଏଁ ଓଡ଼ିଶାକୁ ମିଳିନାହିଁ। ୧୦ ଲକ୍ଷ ମେଟ୍ରିକ ଟନ ଚାଉଳ କେନ୍ଦ୍ର ଉଠାଇନାହିଁ। ଗ୍ରାମ୍ୟ ଗୃହ ନିର୍ମାଣ ଉପରେ କହିବାକୁ ଯାଇ କେନ୍ଦ୍ର ସରକାର ଓଡ଼ିଶାକୁ ଯେ ଅନେକ ଥର ପ୍ରଶଂସା କରିଛନ୍ତି, ସେ କଥା ବୋଧେ ଭୁଲି ଯାଇଛନ୍ତି ବିଜେପି ରାଜ୍ୟ ସଭାପତି। ତଥ୍ୟ ନଥାଇ ବିଜେପି ସଭାପତି ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଲେଲିନ୍ । ଓଡିଶା ଲୋକେ ବିଜେପିକୁ ଭଲ ଭାବେ ଜାଣିଛନ୍ତି । ଏଣୁ ଭୋକ ବିକଳରେ ତାଟିଆ କାମୁଡୁଥିବା ରାଜ୍ୟ ବିଜେପି ନେତାଙ୍କୁ ଠିକଣା ସମୟରେ ଓଡିଶାବାସୀ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି ।

ଭଲ ଖବର: ଜରୁରିକାଳୀନ ପରିସ୍ଥିତିରେ ଭାରତରେ ମଡେର୍ଣ୍ଣା ଟିକା ଦେବାକୁ DCGIର ଅନୁମତି

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ମିଳିବ ଚତୁର୍ଥ କରୋନା ଟିକା। ମଡେର୍ଣ୍ଣା ଟିକା ଆମଦାନୀ ପାଇଁ ମିଳିଲା ଅନୁମତି। ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଲା । ସିପଲାକୁ ଅନୁମତି ଦେଲା DCGI। ଆମେରିକୀୟ କମ୍ପାନୀ ମୋଡେର୍ଣ୍ଣା କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ DCGIର ଅନୁମୋଦନ। ସିପଲା ବର୍ତ୍ତମାନ ଏହି ଟିକାକୁ ଭାରତରେ ଆମଦାନୀ କରିପାରିବ।

କୋଭିଶିଲ୍ଡ, କୋଭାକ୍ସିନ୍ ଏବଂ ସ୍ପୁଟ୍ନିକ୍ ଭି ଭଳି ମଡେର୍ଣ୍ଣା ହେଉଛି ଚତୁର୍ଥ ଟିକା ଯାହାକୁ ଭାରତରେ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି। ଏହି ଟିକା ଆମଦାନି କରିବାକୁ ଅନୁମତି ମାଗି ସିପଲା ସୋମବାର ଏକ ଆବେଦନ ଦାଖଲ କରିଥିଲା। DCGI ନିଜେ ବିଦେଶୀ ଟିକା ପାଇଁ ନିୟମକୁ ୧ ଜୁନ୍ ରେ ଘୋଷଣା କରିଥିଲା। DCGI କହିଥିଲା ଯେ ଯଦି ଆମେରିକା, ୟୁରୋପ, ବ୍ରିଟେନ, ଜାପାନ କିମ୍ବା WHO ଦ୍ୱାରା ଏକ ଟିକା ଅନୁମୋଦନ ହୋଇଛି, ତେବେ ଏହା ଭାରତରେ ପରୀକ୍ଷା କରିବାର ଆବଶ୍ୟକ ନାହିଁ।

ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ଗଛ ଉପରେ ଘର କଲେ ଶିକ୍ଷକ

ବାଙ୍ଗାଲୋର: ଶିକ୍ଷକଙ୍କ ନିଆଁର ପ୍ରୟାସ । କରୋନା ସମୟରେ ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ ନ ରଖିବାକୁ ଗଛରେ ଘର କରିଛନ୍ତି  ଶିକ୍ଷକ । ଏମିତି ଏକ ଘଟଣା କୋଡଗୁ ଜିଲ୍ଲାର ମୁଲୁର ଗାଁରେ ଦେଖିବାକୁ ମିଳିଛି । ଜଣେ ସ୍କୁଲ ଶିକ୍ଷକ ତାଙ୍କ ଛାତ୍ରମାନଙ୍କ ସହିତ ଡିଜିଟାଲ୍ ସଂଯୋଗ କରିବା ଏବଂ COVID-19 ମହାମାରୀ ସମୟରେ ସେମାନଙ୍କ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ଏକ ବୃକ୍ଷର ସାହାରା ନେଇଛନ୍ତି ।

ବିଦ୍ୟାଳୟ ଶିକ୍ଷକ ବାଉଁଶ ଏବଂ ଘାସ ସମେତ ବର୍ଜ୍ୟବସ୍ତୁ ବ୍ୟବହାର କରି ଆମ୍ବ ଗଛରେ ଏକ ଘର ତିଆରି କରିଛନ୍ତି । ଭୂମିରୁ ୨୦ ଫୁଟ ଉଚ୍ଚରେ ନିର୍ମିତ ଏହି ଘରଟିରେ ବର୍ତ୍ତମାନ ନେଟୱର୍କର କୌଣସି ସମସ୍ୟା ନାହିଁ ।

ସିଏସ୍ ସତୀଶ ଲୋଅର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ

ସିଏସ୍ ସତୀଶ ସରକାରୀ ଲୋୟର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ସେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥାନ୍ତି । COVID-19 ମହାମାରୀରେ ଲକଡାଉନ ଯୋଗୁଁ ପିଲାମାନଙ୍କର ଶିକ୍ଷା ଯେପରି ବ୍ୟାହତ ନ ହୁଏ ସେଥିପାଇଁ ଆଦିବାସୀ ତଥା ପ୍ରଥମ ପିଢିର ପିଲାଙ୍କ ଅଧ୍ୟୟନ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏମିତି ଏକ ପନ୍ଥା ବାଛିଛନ୍ତି । ସତୀଶ ପିଲାମାନଙ୍କୁ ଇଂରାଜୀ, ଗଣିତ ଏବଂ କାନାଡା ଶିକ୍ଷା ଦିଅନ୍ତ । ପିଲାମାନଙ୍କୁ ଶିକ୍ଷା ଦେବାର ଉତ୍ସାହ ତାଙ୍କୁ ଏମିତି ନିଆରା ପ୍ରୟାସ କରିବାକୁ ପ୍ରୋତ୍ସାହନ ଦେଇଛି ।

ସତୀଶ କେବଳ ଗଛ ଉପରେ ଏହି ଶ୍ରେଣୀଗୃହରେ ଏକ ମୋବାଇଲ୍ ଷ୍ଟାଣ୍ଡ ଏବଂ ଏକ ଫୋକସ୍ ଲାଇଟ୍ ମଧ୍ୟ ରଖିଛନ୍ତି । ଫୋକସ୍ ଲାଇଟ୍ ମାଧ୍ୟମରେ ସେ ନିଶ୍ଚିତ କରନ୍ତି ଯେ ତାଙ୍କ ଶ୍ରେଣୀରେ ଥିବା ପିଲାମାନେ ଯେମିତି ସବୁକିଛି ସ୍ପଷ୍ଟ ଭାବରେ ଦେଖିପାରିବେ ।