ମୁମ୍ବାଇରେ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ପ୍ରଥମ ରୋଗୀ ମୃତ

ମୁମ୍ବାଇ: ମୁମ୍ବାଇରେ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ପ୍ରଥମ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ବୟସ ୬୩ ବର୍ଷ ବୋଲି ଜଣାପଡିଛି। ନିକଟରେ ଜେନମ ସିକ୍ବେନ୍ସି ରିପୋର୍ଟରେ ମହିଳା ଜଣଙ୍କ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

୨୧ ଜୁଲାଇରେ ମହିଳା ଜଣକ କରୋନା ସଂକ୍ରମିତ ହୋଇଥିଲେ । ପରେ ୨୭ ଜୁଲାଇରେ ସଂକ୍ରମିତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି। ମହିଳାଙ୍କ ପରିବାରର ୬ ସଦସ୍ୟ ଏବେ ବି କରୋନା ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ଡେଲଟା ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ରିପୋର୍ଟ ଆସିଥିବା ବେଳେ ଅନ୍ୟ ୪ଜଣଙ୍କ ଜେନମ ସିକ୍ବେନ୍ସି ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Corona Lambda Variant Is More Dangerous Than Delta Malaysia Warns

ଏବେସୁଦ୍ଧା ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଆକ୍ରାନ୍ତ ୨ଜଣଙ୍କ ମୃତ୍ୟୁ ହୋଇଥିବା ବିଏମସି ରିପୋର୍ଟ ଦେଇଛି । ପୂର୍ବରୁ ୮୦ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ରାଜ୍ୟରେ ଡେଲଟା ପ୍ଲସ ଆକ୍ରାନ୍ତ ୬୫ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ ମୁମ୍ବାଇର ।

Leave a Reply