ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ପତାକା ଉତ୍ତୋଳନ: ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ପ୍ରୟାସ ପାଇଁ ଆହ୍ୱାନ

1 min read

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଥରଭଳି ଚଳିତ ଥର ମଧ୍ୟ କରୋନା କଟକଣା ମଧ୍ୟରେ ଦେଶ ପାଳୁଛି ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ୩ ସେନା ମୁଖ୍ୟଙ୍କ ସମେତ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି ।

Image

ଏହି ଅବସରରେ ଦେଶର ସମସ୍ତ ସ୍ୱାଧୀନତା ସଂଗ୍ରମାୀଙ୍କ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।  ଏବଂ ସେମାନଙ୍କୁ ପ୍ରଣାମ କରିବା ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହିତ କରୋନା କାଳରେ ଲୋକଙ୍କ ସେବାରେ ଜଡ଼ିତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ସଫେଇ କର୍ମଚାରୀ, ଭ୍ୟାକ୍ସିନେସନ୍ କାର୍ଯ୍ୟକ୍ରମରେ ଜଡ଼ିତ କର୍ମଚାରୀ, ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବାର ସମୟ । ଏଥିସହିତ ନୂଆଦିଲ୍ଳୀରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ଅବସରରେ ଉପସ୍ଥିତ ଅଲମ୍ପିଆନ୍‌ଙ୍କୁ ଉତ୍ସାହିତ କରିବା ନେଇ ସମ୍ମିଳୀତ ଭାବେ କରତାଳି ଦେବାକୁ ଆହ୍ୱାନ ଦେଇଥିଲେ ।

Image

ଆସନ୍ତା ବର୍ଷଠାରୁ ଅଗଷ୍ଟ ୧୪କୁ ବିଭାଜନ ବିଭିଷୀକ ସ୍ମୃତି ଦିବସ ଭାବେ ପାଳନ କରାଯିବ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ,“ଅମୃତ କାଳକୁ ୨୫ବର୍ଷ ବାକି ଅଛି, କିନ୍ତୁ ସେ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ ନାହିଁ । ସ୍ୱାଧୀନତାର ୧୦୦ ବର୍ଷ ପାଳନ ଅବସରରେ ଆମକୁ ଏକ ନୂତନ ଭାରତ ଗଠନ ଆରମ୍ଭ କରିବା ଆବଶ୍ୟକ | “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ସହିତ “ସବକା ପ୍ରୟାସ” ଦ୍ୱାରା ଆମେ ଆମର ଲକ୍ଷ୍ୟ ହାସଲ କରିପାରିବା । ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା ପୂର୍ବରୁ ଆମକୁ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣର ଲକ୍ଷ୍ୟକୁ ପୂରଣ କରିବାକୁ ପଡିବ ।

ଜମ୍ମୁ-କଶ୍ମୀରରେ ହେଉଥିବା ବଡ଼ ପରିବର୍ତ୍ତନ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜମ୍ମୁ-କଶ୍ମୀରର ବିକାଶ ଏବେ ସମସ୍ତେ ଦେଖିପାରୁଛନ୍ତି | ଜମ୍ମୁ-କଶ୍ମୀର ଏବେ ଅନ୍ୟ ରାଜ୍ୟ ଭଳି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି |

ଏହା ସହ କ୍ଷୁଦ୍ର ଚାଷୀଙ୍କୁ ଧ୍ୟାନରେ ରଖି ସରକାର ନୀତି ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ | ତାଙ୍କ କହିବା ମୁତାବକ, କ୍ଷୁଦ୍ର କୃଷକମାନେ ଦେଶର ଗର୍ବ | ଆଗାମୀ ବର୍ଷରେ ଆମକୁ ଦେଶର କ୍ଷୁଦ୍ର ଚାଷୀଙ୍କ ସାମୂହିକ ଶକ୍ତି ବୃଦ୍ଧି କରିବାକୁ ପଡିବ। ସେମାନଙ୍କୁ ନୂତନ ସୁବିଧା ଦିଆଯିବାକୁ ପଡିବ | ଦେଶର ୮୦% ରୁ ଅଧିକ ଏମିତି କୃଷକ ଅଛନ୍ତି, ଯେଉଁମାନଙ୍କର ୨ ହେକ୍ଟରରୁ କମ୍ ଜମି ଅଛି | ଦେଶରେ ପୂର୍ବରୁ କରାଯାଇଥିବା ନୀତିଗୁଡିକରେ ଏହି ଛୋଟ ଚାଷୀଙ୍କ ଉପରେ ଧ୍ୟାନ ଦିଆଯାଇନଥିଲା, ବର୍ତ୍ତମାନ ଏହି କ୍ଷୁଦ୍ର ଚାଷୀଙ୍କୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Image

Image

Image

https://www.youtube.com/watch?v=7wonpuHCQeI

Leave a Reply