ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ: କହିଲେ, ଯୁବପିଢ଼ିଙ୍କ ଉପରେ ନିବେଶ, ଭବିଷ୍ୟତ ଉପରେ ନିବେଶ

1 min read

ଭୁବନେଶ୍ୱର: ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏବଂ ରାଜ୍ୟବାସୀଙ୍କୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଜାତିର ପିତା ମାହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ମରି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌୁଧୁରୀ, ମାଆ ରମାଦେବୀ, ମାଳତି ଚୌଧୁରୀ, ପାର୍ବତୀ ଗିରି, ଶହୀଦ ଲକ୍ଷ୍ମର ନାୟକ, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପ୍ରତି ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଶାନ୍ତି ସୁରକ୍ଷା ନେଇ ସଂଗ୍ରାମ କରି ଶହୀଦ ହୋଇଥିବା ଆମର ବୀର ଯବନାମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି  । ଏଥିସହିତ କରୋନା ଲଢ଼େଇରେ ଶହୀଦ ହୋଇଥିବା କରୋନା ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଭାରତର ଗଣତନ୍ତ୍ର ଭାରତର ସବୁଠାରୁ ବଡ଼ ସଫଳତା । ଆମ ଗଣତନ୍ତ୍ର ହିଁ ଆମ ବିକାଶକୁ ଅଧିକ ସୁଗମ କରିଛି । ଦେଶକୁ ମଜବୁତ୍ କରିଛି । ଇନ୍‌ଭେଷ୍ଟମେଣ୍ଟ ଇନ୍ ୟୁଥ୍‌ ଇଜ୍ ଇନ୍‌ଭେଷ୍ଟମେଣ୍ଟ ଇନ୍ ଫୁ୍ଚର ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ୪୦ ବର୍ଷ ପରେ ଭାରତୀୟ ହକି ଦଳ ପଦକ ବିଜୟୀ ହୋଇଛି । ୨୦୧୮ରେ ଆମେ ହକି ବିଶ୍ୱକପ୍ ଆୟୋଜନର ଏକ ମାତ୍ର ଲକ୍ଷ୍ୟ ଥିଲା ପୁଣିଥରେ ହକିକୁ ଲୋକପ୍ରିୟ କରିବା । ଭାରତୀୟ ଦଳକୁ ପୁଣ ଥରେ ଶ୍ରେଷ୍ଠ କରି ଗଢ଼ିତୋଳିବ । ଟୋକିଓ ଅଲିମ୍ପିକ୍ସ ସାରା ଦେଶରେ ଖୁସିର ମାହୋଲ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଛି ରୂପାନ୍ତର । ୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୦୭୨ ସ୍କୁଲର ରୂପାନ୍ତର କରାଯାଇଛି । ସେହିପରି ମୋ ସ୍କୁଲ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ କୋଭିଡ ମହାମାରୀକୁ ବିଶ୍ବ ଇତିହାସର ସବୁଠାରୁ ବଡ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ବର୍ଣ୍ଣନା କରି ଏହାର ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍‌ସିଜେନ ନିରନ୍ତର ଭାବରେ ଯୋଗାଇ ଓଡିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।

Leave a Reply