spot_img
Home Blog Page 5445

ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ, ୨୪ ଘଣ୍ଟାରେ ୨୮୦୬ ପଜିଟିଭ୍

ଭୁବନେଶ୍ୱର: ସାମାନ୍ୟ ବଢ଼ିଲା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୦୬ ପଜିଟିଭ୍ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୬୧୩ଟି ମାମଲା ଆସିଥିବା ବେଳେ ୧୧୯୩ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଖୋର୍ଦ୍ଧାରୁ ସର୍ବାଧିକ ୫୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ଟି ପଜିଟିଭ୍ କେସ୍ ଆସିଛି ।

ଅନୁଗୁଳରୁ ୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୩, ବରଗଡ଼ରୁ ୩୩, ଭଦ୍ରକରୁ ୮୩, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୯, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୨୪, ଗଜପତିରୁ ୬, ଗଞ୍ଜାମରୁ ୧୯, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୫୭, କେନ୍ଦୁଝରରୁ ୭୨, କୋରାପୁଟରୁ ୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରିରୁ ୩୫, ମୟୂରଭଞ୍ଜରୁ ୧୦୯, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୮୬, ନୂଆପଡ଼ାରୁ ୭, ପୁରୀରୁ ୧୩୮, ରାୟଗଡ଼ାରୁ ୩୦, ସମ୍ବଲପୁରରୁ ୨୬, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟପୁଲରୁ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬କୁ ବୃଦ୍ଧି ପାଇଛି । ୨୭ ହଜାର ୪୨୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୯ ଲକ୍ଷ ୩ ହଜାର ୧୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂଆ ୬୧ଟି ମୃତ୍ୟୁ ମାମଲାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୪୭୬କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ତୃତୀୟ ଏନକାଉଣ୍ଟର, କୁଲଗାମରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ଏହି ଗୁଳି ବିନିମୟ କୁଲଗାମର ରେଡବାନି ଅଞ୍ଚଳରେ ଚାଲିଛି । ପୋଲିସ ସୂଚନା ଅନୁସାରେ ଦୁଇରୁ ତିନିଜଣ ଆତଙ୍କବାଦୀ ଛପିଥିବା ଆଶଙ୍କା କରାଯାଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହା ତୃତୀୟ ଗୁଳି ବିନିମୟ । ଗୁରୁବାର ଦକ୍ଷିଣ କାଶ୍ମୀରର ଦୁଇଟି ଅଲଗା ଅଲଗା ସ୍ଥାନରେ ଗୁଳି ବିନିମୟ ହୋଇଥିବା ବେଳେ ୪ ଆତଙ୍କବାଦୀ ନିହତ ହୋଇଥିଲେ ।

ଜାମ୍ମୁ-କାଶ୍ମୀର କୁଲଗାମ ଓ ପୁଲୱାମାରେ ଅଲଗା ଅଲଗା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ଆତଙ୍କବାଦୀ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ତାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଗୁଳି ବିନିମୟରେ ଲସ୍କର ଏ ତୋଇବାର ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ ମଧ୍ୟ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

Encounter Starts At Redwani Area Of Kulgam Two Three Terrorist Trapped

ବିଗତ କିଛିଦିନ ହେଲା ଜାମ୍ମୁ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଗତ ମାସରେ ତ୍ରାଲରେ ଆତଙ୍କବାଦୀ ଏସପିଓ ଫୈୟାଜ୍ ଅହମ୍ମଦ ଓ ତାଙ୍କ ପତ୍ନୀକୁ ହତ୍ୟା କରିଥିଲେ । ଏହା ପୂର୍ବରୁ ଜାମ୍ମୁରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ବହୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ଥିବା ହେଲିକପ୍ଟରକୁ କ୍ଷତି ପହଞ୍ଚାଇବାକୁ ଆତଙ୍କବାଦୀ ଲକ୍ଷ୍ୟ ରଖିଛନ୍ତି । ତେବେ ଆତଙ୍କବାଦୀ ଏଥିରେ ସଫଳ ହୋଇନଥିବା ବେଳେ ବଡ଼ ଦୁର୍ଘଟଣା ଟଳି ଯାଇଛି ।

ଟ୍ରକକୁ ପଛରୁ ପିଟିଲା ଟ୍ରକ୍, କ୍ୟାବିନ୍ ଭିତରେ ଫସି ରହିଛନ୍ତି ଡ୍ରାଇଭର

ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ନିକଟ ସୁବୁଦ୍ଧି ପାଟଣାରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଛି ଆଉ ଏକ ଟ୍ରକ୍ । ଧକ୍କା ଦେଇଥିବା ଟ୍ରକର ଚାଳକ କ୍ୟାବିନ୍ ଭିତରେ ଗୁରୁତର ଅବସ୍ଥାରେ ଫସି ରହିଛନ୍ତି । ଭଙ୍ଗା କ୍ୟାବିନ୍ ଭିତରୁ ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପ୍ରୟାସ କରୁଛନ୍ତି । ଅନ୍ୟ ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି ।

Truck Accident In NH 16 Near Balugaon, Driver Injured 

ପାରାଦୀପରୁ ଏକ ଲୁହା ପଥର ବୋଝେଇ ଟ୍ରକ୍ ଗୋପାଳପୁର ଯାଉଥିଲା । ଟ୍ରକର ଟାୟାର ଫାଟି ଯିବାରୁ ଚାଳକ ରାସ୍ତା  କଡ଼ରେ ରଖି ଟାୟାର ବଦଳାଉ ଥିଲେ । ସେହି ସମୟରେ ପଛୁ ଆସୁଥିବା ଏକ ବାଲି ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ କ୍ୟାବିନ୍ ଭାଙ୍ଗିଯିବା ସହ ସେ ଭିତର ଚାଳକ ଫସି ଯାଇଛନ୍ତି । ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ଓ  ନାଭାଲ ଫାଣ୍ଡି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ମଝିରେ ଆଉ ଦୁଇ ଦିନ । ରଥ ଉପରେ ଦର୍ଶନ ଦେବେ ମହାବାହୁ । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୧୫ ଦିନର ଅଣବସରର ଗୁପ୍ତ ନୀତି ପରେ ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । କରୋନା କାରଣରୁ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ ।

Puri Snana Yatra Update

ସେପଟେ ତିନି ରଥର ଦ୍ୱାରବେଢ଼ାରେ କୋଠ ସୁଆଁସିଆ ସେବାୟତ ମାନେ କପଡ଼ା ଲଗାଇବା କାର୍ଯ୍ୟ ସମ୍ପାଦନ କରିଛନ୍ତି । ସେପଟେ ରଥଯାତ୍ରା ପାଇଁ ପୁରୀରେ ଲାଗୁ ହେବ କର୍ଫ୍ୟୁ । ୧୧ ତାରିଖ ରାତି ୮ଟାରୁ ସହରରେ କର୍ଫ୍ୟୁ ଜାରି ହେବ । କଟକଣାରେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ ।

ସକାଳୁ ଥରିଲା ମଣିପୁର, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୫

ଇମ୍ଫାଲ: ଉତ୍ତର ପୂର୍ବ ରାଜ୍ୟ ମଣିପୁରର ଉଖରୁଲରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୫ଟା ୫୬ରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଏହି ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ସିମୋସଲଜି । ତେବେ ଭୂମିକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତି ନେଇ ଏବେ ଯାଏଁ ସୂଚନା ମିଳିନାହିଁ ।

ଗତ ଜୁନ୍ ୨୦ରେ ମଧ୍ୟ ଉଖରୁଲ ଜିଲ୍ଲାରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଶିଋଇ ଠାରୁ ୨୦ କିଲୋମିଟରଦୂର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏହି ଭୂମିକମ୍ପ ଆସିଥିଲା । ତାର ଏକ ମାସ ପୂର୍ବରୁ ମେ ୨୩ରେ ମଧ୍ୟ ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ୪.୩ ଥିଲା ।

ଗତ ବୁଧବାର ସକାଳେ ଆସାମରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଯାହା ପଡ଼ୋଶୀ ମେଘାଳୟ ଓ ପଶ୍ଚିମବଙ୍ଗର ଉତ୍ତର ପାର୍ଶ୍ୱ ସହ ବାଂଲାଦେଶରେ ଅନୁଭୂତ ହୋଇଥିଲା ।

ତୈଳଦର ବୃଦ୍ଧି ନେଇ ଆଜି ଜିଲ୍ଲା ସ୍ତରରେ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର: ବ୍ଲକ ପରେ ଆଜି ଜିଲ୍ଲା ସ୍ତରରେ କଂଗ୍ରେସର ତୈଳ ଦର ବୃଦ୍ଧି ପ୍ରତିବାଦ । ଦେଶରେ ତୈଳ ଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଦର ବୃଦ୍ଧି ପ୍ରତିବାଦରେ ଆଜି ଜିଲ୍ଲା ସ୍ତରରେ ବିକ୍ଷୋଭ କରିବ ଦଳ । ସାରା ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବେଲଗାମ ହେଉଛି । ରାଜ୍ୟର ସମସ୍ତ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟପିଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିବାରେ ଲାଗିଛି ।

Congress To Protest In District Wise Against Fuel Price Hike

କରୋନା ସମୟରେ ଲୋକ ରୋଜଗାର ହରାଇଥିବା ବେଳେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସାଜିଛି । ଏହାର ପ୍ରତିବାଦରେ ଗତ ୭ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଆଜି ଜିଲ୍ଲା ସ୍ତରରେ ବିକ୍ଷୋଭ ହେଉଥିବା ବେଳେ ଆସନ୍ତା ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବ କଂଗ୍ରେସ । ପରେ  ୧୫ତାରିଖରେ ଲୋକଙ୍କୁ ତେଲ ନକିଣିବାକୁ ଦଳ ଅନୁରୋଧ କରିବ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରିବ କଂଗ୍ରେସ ।

ପୁଣି ଟିକା ଅଭାବ, ଆଜି ୫ ଜିଲ୍ଲାରେ ଦିଆଯିବନି କୋଭିଡ୍ ଟିକା

ଭୁବନେଶ୍ୱର: ଟିକା ସଂକଟରୁ ମୁକୁଳି ପାରୁନି ଓଡ଼ିଶା । କେନ୍ଦ୍ର କୋଭିସିଲ୍ଡ ଟିକା କମ୍ ଦେଉଥିବାରୁ ପୂରା ରାଜ୍ୟରେ ଟିକାକରଣ ହୋଇ ପାରୁନି । ପର୍ଯ୍ୟାପ୍ତ ଟିକା ନଥିବାରୁ ଆଜି ୫ ଜିଲ୍ଲାରେ କୋଭିଡ୍ ଟିକାକରଣ ବନ୍ଦ ରହିବ । ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଆଜି ଟିକା ଦିଆଯିବ ନାହିଁ । ଆଜି ରାଜ୍ୟର ମାତ୍ର ୫୨୦ଟି କେନ୍ଦ୍ରରେ ଟିକା ଦିଆଯିବ ।

Covid Vaccination Stopped In 5 District Of Odisha

ଗତକାଲି ୭୧୭ଟି କେନ୍ଦ୍ରରେ ୧ ଲକ୍ଷ ୩୬ ହଜାର ୯୬୪ ଡୋଜ୍ କୋଭିଡ୍ ଟିକା ଦିଆଯାଇଥିଲା । ଏବେ ଯାଏଁ ରାଜ୍ୟରେ ୧ କୋଟି ୩୧ ଲକ୍ଷ ୭୯ ହଜାର ୩୦୪ ଡୋଜ୍ ଟିକା ଦିଆଯାଇଛି । ଏବେ ରାଜ୍ୟ ପାଖରେ ୧ ଲକ୍ଷ ୯ ହଜାର ୫୯୦ ଡୋଜ୍ କୋଭିସିଲ୍ଡ ଟିକା ଥିବାବେଳେ ୨ ଲକ୍ଷ ୫୪ ହଜାର ୩୦ ଡୋଜ୍ କୋଭିସିଲ୍ଡ ଟିକା ରହିଛି ।

ଭୁବନଶ୍ୱରକୁ ବାଦ୍ ଦେଇ ସମଗ୍ର ରାଜ୍ୟରେ କୋଭିସିଲ୍ଡ ଟିକା ଦିଆଯାଉଛି । କେବଳ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ଦିଆଯାଉଛି କୋଭାକ୍ସିନ୍ ଟିକା । ୧୫ ତାରିଖରେ କେନ୍ଦ୍ର ସରକାର ୩ ଲକ୍ଷ ୧୬ ହଜାର ୪୭୦ ଡୋଜ୍ କୋଭିସିଲ୍ଡ ଟିକା ରାଜ୍ୟକୁ ପ୍ରଦାନ କରିବେ । ଜୁଲାଇ ମାସର କୋଟା ଅନୁସାରେ ରାଜ୍ୟକୁ ୨୫ ଲକ୍ଷ ୩୧ ହଜାର ୮୦୦ ଡୋଜ୍ କୋଭିସିଲ୍ଡ ଏବଂ ୫ ଲକ୍ଷ ୧୯ ହଜାର ୧୧୦ ଡୋଜ୍ କୋଭକ୍ସିନ୍ ଟିକା ମିଳିବ । ଜୁଲାଇ ମାସରେ କେନ୍ଦ୍ର ସରକାର ୧୦ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଏବଂ ୧ ଲକ୍ଷ ୭୦ ହଜାର ୨୫୦ ଡୋଜ୍ କୋଭକ୍ସିନ ଟିକା ପ୍ରଦାନ କରିଛନ୍ତି ।

ଟୋକିଓ ଅଲିମ୍ପିକ୍ସ ନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି, ଦର୍ଶକ ବସିବେନି କିନ୍ତୁ ଖେଳ ଚାଲିବ

ଟୋକିଓ: ବିନା ଦର୍ଶକରେ ଏଥର ଅଲିମ୍ପିକ୍ସ  । ଦର୍ଶକ ବସିବେନି କିନ୍ତୁ ଖେଳ ଚାଲିବ  । କୋଭିଡ ଜନିତ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଜାପାନରେ ବଢି ଚାଲିଥିବାବେଳେ ଜାପାନ ପ୍ରଧାନମନ୍ତ୍ରୀ ନେଇଛନ୍ତି ଏହି ନିଷ୍ପତ୍ତି  ।  ଚଳିତ ବର୍ଷ ଜୁଲାଇ 23 ରୁ ଅଗଷ୍ଟ 8 ଯାଏଁ ଅଲିମ୍ପିକ୍ସ ଜାପାନର ରାଜଧାନୀ ଟୋକିଓରେ ଖେଳାଯିବାକୁ ଥିବାବେଳେ ଏପରି କଠୋର କଟକଣା ଲଗାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା  ।

ଟୋକିଓ ଅଲମ୍ପିକ ଖେଳାଯିବା ପୂର୍ବରୁ ଅନେକ କ୍ରୀଡ଼ାବିତ୍ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଛନ୍ତି  । ସେପଟେ ସମଗ୍ର ଜାପାନରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି  ।  ତେବେ ଜାପାନ ସରକାର, ଟୋକିଓ ଅଲମ୍ପିକର ଆୟୋଜକ, ଅଲମ୍ପିକ ଏବଂ ପାରା ଅଲମ୍ପିକର କିଛି ସଦସ୍ୟଙ୍କୁ ନେଇ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

BDA ନୋଟିସ୍: ପ୍ଲଟ୍ ପାଇବାର 5 ବର୍ଷ ମଧ୍ୟରେ ଗୃହ ନିର୍ମାଣ ନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଆବଣ୍ଟନ ମାଧ୍ୟମରେ ଜମି ପାଇଥିବା ହିତାଧିକାରୀଙ୍କ ପାଇଁ ବିଡିଏର ନୋଟିସ୍ । ଜମି ବା ପ୍ଲଟ୍ ପାଇବାର 5 ବର୍ଷ ମଧ୍ୟରେ ଗୃହ ନିର୍ମାଣ ନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଜୋରିମାନା ଆଦାୟ ଏବଂ ଆବଶ୍ୟକ ସ୍ଥଳେ ଆଲଟମେଣ୍ଟକୁ ରଦ୍ଦ କରାଯିବ । ପ୍ଲଟ୍ ମାଲିକଙ୍କୁ ବିଡିଏ ପକ୍ଷରୁ ଏନଓସି ମଧ୍ୟ ଦିଆଯିବ ନାହିଁ । ବିଡିଏ ର 139ତମ ଅଥରୀଟି ବୈଠକରେ ଏଭଳି କଡା ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁ ।

ବିଡିଏ ରୁ ପ୍ଲଟ ହାତେଇବା ପରେ ଗୃହ ନିର୍ମାଣ ନକରି ପରବର୍ତ୍ତୀ ସମୟରେ ଅଧିକ ମୂଲ୍ୟରେ ବିଲଡରଙ୍କୁ ଉକ୍ତ ପ୍ଲଟ୍ ବିକ୍ରି ହେଉଥିବା ଘଟଣା ବିଡିଏ ର ନଜରକୁ ଆସିଛି । ୨୦୧୨ ରୁ ଅନେକ ବ୍ୟକ୍ତି ବିଡିଏ ଠାରୁ ଆବଣ୍ଟନରେ ପ୍ଲଟ ପାଇବା ପରେ ବାରମ୍ବାର ନୋଟିସ୍ ପାଇ ମଧ୍ୟ ବେଖାତିର କରିଛନ୍ତି । ପ୍ରପର୍ଟି ମେନେଜମେଣ୍ଟ ଆଲଟମେଣ୍ଟ ରେଗୁଲେସନ 2015 ଏବଂ ବିଡିଏ ଲ୍ୟାଣ୍ଡ ଡିସପୋଜାଲ ଆଣ୍ଡ ଆଲଟମେଣ୍ଟ ରେଗୁଲସନ 2015 ଆଧାରରେ ବିଡିଏ ଏଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବ ।

ଆସନ୍ତା ମାର୍ଚ୍ଚ 31ତାରିଖ 2022 ସୁଦ୍ଧା ଆବଣ୍ଟନ ଜରିଆରେ ବିଡିଏ ରୁ ହାତେଇଥିବା ଜମି ବା ପ୍ଲଟ୍ ମାଲିକଙ୍କୁ ଗୃହ ନିର୍ମାଣ ପାଇଁ ସମୟ ଧାର୍ଯ୍ୟ କରିଛି ବିଡିଏ । ତେବେ କୋଭିଡ କଟକଣା ଯୋଗୁଁ ଆଲଟମେଣ୍ଟ ପାଇ ବିଦେଶରେ ଥିବା ବ୍ୟକ୍ତିଙ୍କ ପାଇଁ ବିଡିଏ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଏକ ବର୍ଷ ସମୟ ଦିଆଯାଇଛି ।

କେନ୍ଦ୍ର କ୍ୟାବିନେଟ ନିଷ୍ପତି: ମଣ୍ଡି ମାଧ୍ୟମରେ ଚାଷୀ ପାଇବେ ଏକ ଲକ୍ଷ କୋଟି

ନୂଆଦିଲୀ: ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ର ପାଇଁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏପିଏମସି ଜାରି ରହିବା ସହ ମଣ୍ଡି ମାଧ୍ୟମରେ ଏକ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ଆତ୍ମନିର୍ଭର ଭାରତ ଯୋଜନା ମଧ୍ୟ ଲାଭ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି । ଯେଉଁ ଚାଷୀ ମାନେ ଆନ୍ଦୋଳନରତ ଅଛନ୍ତି ସେମାନଙ୍କୁ ମଧ୍ୟ ଏପିଏମସି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଛି । ଏଥିସହ ନଡିଆ ଚାଷୀଙ୍କୁ ଲାଭ ପହଞ୍ଚଇବା ପାଇଁ ନଡିଆ ବୋର୍ଡରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି ।

ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ମଧ୍ୟ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୩ ହଜାର ୧୦୦ କୋଟି ଟଙ୍କା ଏମର୍ଜେନ୍ସି ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ଏହି ଅର୍ଥ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଦିଆଯିବ । ଏଥିରେ କୋଭିଡ ହସ୍ପିଟାଲ ଓ ଆବଶ୍ୟକ ଭିତ୍ତିଭୂମିରେ ଆବଶ୍ୟକ ବ୍ୟବସ୍ଥା କରାଯିବ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରାଯିବା ପରେ ନୂଆ ଦାୟିତ୍ବ ନେଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି ।