କରୋନା କଟକଣା ସହ ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି: ଦୀର୍ଘ ୪ ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଭକ୍ତଙ୍କ ଦର୍ଶନ ନେଇ ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ। ସ୍ୱତନ୍ତ୍ର ବ୍ୟାରିକେଡରେ ମନ୍ଦିର ମଧ୍ୟକୁ ପ୍ରବେଶ କରି ବାବାଙ୍କୁ ଦର୍ଶନ କରିପାରିବେ ଭକ୍ତ। ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ମନା ହୋଇଛି। ସେହିପରି ମନ୍ଦିର ମଧ୍ୟକୁ ଭୋଗ କିମ୍ବା କୌଣସି ପୂଜା ସାମଗ୍ରୀ ନେବାକୁ ବାରଣ କରାଯାଇଛି। ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଅବଲମ୍ବନ କରି ବାବାଙ୍କୁ ଦର୍ଶନ କରିବେ। ପ୍ରତି ଶନିବାର ସାଧାରଣ ଦର୍ଶନ ବନ୍ଦ ରହିବ। ଏହିଦିନ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ। ପୂର୍ବରୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ଶ୍ରାବଣ ମାସକୁ ଲକ୍ଷ୍ୟରେ ରଖି ମନ୍ଦିର ବନ୍ଦ ରହିଥିଲା। ଆଜିଠୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ସେବାୟତଙ୍କ ସହଯୋଗ ଲୋଡାଯାଇଛି।

Leave a Reply