କଲମ୍ବିଆରେ ମିଳିଲା କରୋନାର ନୂଆ ଭାରିଆଣ୍ଟ, ଡେଲ୍ଟାଠୁ ଅଧିକ ବିପଜ୍ଜନକ କହିଲା WHO

1 min read
Coronavirus Mu Variant Case Found In Colombia More Dangerous Than Delta

ଜିନେଭା: କରୋନା ଆତଙ୍କ ଭିତରେ ବିଶ୍ୱବ୍ୟାପୀ ଟିକାକରଣ ଜୋରଦାର ଭାବେ ଜାରି ରହିଛି । ତଥାପି ଭୂତାଣୁର ଅଲଗା ଅଲଗା ଭାରିଆଣ୍ଟ ଆସୁଛି । ଏବେ ମିଳିଥିବା ଆଉ ଏକ ନୂଆ କରୋନା ଭାରିଆଣ୍ଟ ଉପରେ ନଜର ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କଲମ୍ବିଆରୁ କରୋନାର ‘ମୁ’ ଭାରିଆଣ୍ଟ ମାମଲା ସାମ୍ନାକୁ ଆସିଛି । ଏହା B.1.621 ଭାରିଆଣ୍ଟର ଦ୍ୱିତୀୟ ନାମ । ଏହି ଭାରିଆଣ୍ଟ ଚଳିତବର୍ଷ ଜାନୁଆରୀରେ ପ୍ରଥମ ଥର ପାଇଁ ମିଳିଥିଲା । ଏହି ଭାରିଆଣ୍ଟ ଦ୍ୱାରା ୪ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୪୦ରୁ ଅଧିକ ଦେଶରେ ମାମଲା ସାମ୍ନାକୁ ଆସିଛି ।

 Coronavirus Mu Variant Case Found In Colombia More Dangerous Than Delta

ତେବେ କରୋନାର ‘ମୁ’ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାବ୍ୟକ୍ତ କରିଛି । ଡବ୍ଲୁଏଚଓର ଆଶଙ୍କା ଅନୁଯାୟୀ ଏହି ଭାରିଆଣ୍ଟ ଭ୍ୟାକ୍ସିନକୁ ପ୍ରଭାବହୀନ କରିବା ସହିତ ଅଧିକ ସଂକ୍ରାମକ ହୋଇପାରେ । ଏହି ଭାରିଆଣ୍ଟକୁ ଅଧିକ ଜାଣିବା ପାଇଁ ଅଧ୍ୟୟନର ଆବଶ୍ୟକତା ଥିବା ଡବ୍ଲୁଏଚଓ କହିଛି । ‘ହୁ’ ଏହି ଭାରିଆଣ୍ଟକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣରେ ରଖିଛି ।

୨୦୨୧ ଜାନୁଆରୀରେ କଲମ୍ବିଆରେ କରୋନାର ‘ମୁ’ ଭାରିଆଣ୍ଟ ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା । ପରେ ପରେ ଏହି ଭାରିଆଣ୍ଟ ଦକ୍ଷିଣ ଆମେରିକା, ୟୁରୋପ ସହ ଅନ୍ୟ ଦେଶକୁ ବ୍ୟାପିଛି । ବୈଶ୍ୱିକ ସ୍ତରରେ ଏହି ଭାରିଆଣ୍ଟ ସଂକ୍ରମଣ ୦.୧ ପ୍ରତିଶତରୁ କମ୍ ରହିଛି ।

Leave a Reply