spot_img
Home Blog Page 5403

ବ୍ୟାଙ୍କ ଜାତୀୟ କରଣରୁ କଂଗ୍ରେସରେ ବିଦ୍ରୋହ, ବହିଷ୍କୃତ ହୋଇଥିଲେ ଇନ୍ଦିରା……

ନନ୍ଦିଘୋଷ ବ୍ୟୁରୋ: ୧୯୬୯ ମସିହା । ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାର ତିନି ବର୍ଷ ବିତି ସାରିଥାଏ । ସେତେବଳ ପର୍ଯ୍ୟନ୍ତ ମଧ୍ୟ ଗୁଙ୍ଗି ଗୁଡିା କୁହାଯାଉଥିବା ଇନ୍ଦିରାଙ୍କ ଛବି ଉପରେ କୈଣସି ପ୍ରଭାବ ପଡିନଥାଏ । ଅର୍ଥାତ ଲୋକପ୍ରିୟତା ସେହିଭଳି ଅକ୍ଷୁର୍ଣ୍ଣ ଥାଏ । ସେପଟେ ବିପକ୍ଷ ଦଳ ଗୁଡ଼ିକ ଇନ୍ଦିରା ଗାନ୍ଧୀଙ୍କୁ କଂଗ୍ରେସ ସିଣ୍ଡିକେଟର ଗୁଙ୍ଗି ଗୁଡିଆ ବୋଲି କହିବା ସହ ହାଲ୍ଲାବୋଲ ଜାରି ରଖିଥାନ୍ତି । ସେତେବେଳକୁ ଇନ୍ଦିରାଙ୍କ ସହ ପୁରୁଣା ନେତା ତଥା ପ୍ରତିଷ୍ଠାତା ନେତାଙ୍କ ମତ ପାର୍ଥକ୍ୟ ଆରମ୍ଭ ହୋଇଥାଏ । କିନ୍ତୁ ଏହି ସମୟରେ ଇନ୍ଦିରା ଖେଲିଥିଲେ ଏମିତି ଏକ ମାଷ୍ଟରଷ୍ଚ୍ରୋକ । ଯାହା ବିରୋଧିଙ୍କ ସମେତ ମତପାର୍ଥକ୍ୟରେ ଥିବା ନେତାଙ୍କୁ ଘାଇଲା କରିଦେଇଥିଲା । ଅର୍ଥାତ ଇନ୍ଦିରାଙ୍କୁ ଗରୀବିଙ୍କ ମସିହା ସଜାଇଦେଇଥିଲା ଏହି ନିଷ୍ପତ୍ତି ।

ଠିକ ଆଜିର ଦିନରେ ଅର୍ଥାତ ୧୯୬୯ ମସିହା ଜୁଲାଇ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ହଠାତ ନେଇଥିଲେ ଏକ ଡିସିସନ । ଦେଶରେ ଥିବା ୧୪ଟି ଘରୋଇ ବ୍ୟାଙ୍କକୁ ରାଷ୍ଟ୍ରୀୟକରଣ କରିବା ନେଇ ଘୋଷଣା କରିଥିଲେ । ଦେଶର ଅର୍ଥବ୍ୟବସ୍ଥାକୁ ଦୃଷ୍ଟିରେ ରଖି ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ନିଷ୍ପତ୍ତି ରାଜନୀତିର ପାଣିପାଗକୁ ବି ହଠାତ ଦୋହଲାଇ ଦେଇଥିଲା । ଇନ୍ଦିରା ଗାନ୍ଧୀ ନିଜର ଛବିକୁ ଚମକାଇବାକୁ ଯାଇ ବ୍ୟାଙ୍ଗ ଗୁଡ଼ିକ ଜାତୀକରଣ କରିବା ନେଇ ନିଷ୍ପତ୍ତି ନେଇଥିଲେ । ସେପଟେ ଏହି ନିଷ୍ପତିକୁ ସାଧାରଣରୁ ଅତି ସାଧାରଣ ଲୋକ ମଦ୍ୟ ସମର୍ଥନ କରିବା ଦେଖାଦେଇଥିଲା । ପଳରେ କଂଗ୍ରେସରେ ଗୁଙ୍ଗି ଗୁଡିଆ ହୋଇ ରହିଥିବା ଇନ୍ଦିରାଙ୍କ ତାକତ ଆହୁରି ବଢିବାରେ ଲାଗିଲା । ଏକଥା ମଧ୍ୟ ସତ କି ୧୯୬୦ ମସିହାରେ ଦେଶରେ ଥିବା ଘରୋଇ ବ୍ୟାଙ୍କ ଗୁଡ଼ିକର ପାରଦର୍ଶିତା ନିମ୍ନଗାମୀ ଘଟିଥିଲା  ।

ସେପଟେ ସରକାରକୁ ଏକଥା ମଧ୍ୟ ହୃଦବୋଧ ହୋଇଥିଲା କି, ଦେଶରେ ଥିବା ଘରୋଇ ବ୍ୟାଙ୍କ ଗୁଡ଼ିକ ଅର୍ଥନିତୀ ଅବିବୃଦ୍ଧିରେ ସଫଳ ଭୂମିକା ନିର୍ବାହ କରୁନାହାଁନ୍ତି । ଯେଉଁଠି ଅଧିକ ଲାଭ ଦେଖୁଛନ୍ତି ସେଠାରେ ପୁଞ୍ଜିନିବେଶ କରୁଛନ୍ତି । ଏହାଛଡ଼ା ସାଧାରଣ ଉପଭୋକ୍ତାଙ୍କୁ ମନଇଛା ଠକିବା ନେଇ ସେ ସମୟରେ ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ସରକାର ଚାହୁଁଥିଲେ ଏହି ପୁଞ୍ଜିକୁ ପ୍ରାଇଭେଟ ବ୍ୟାଙ୍କ ଗୁଡ଼ିକ ଅନ୍ୟ ସ୍ଥାନରେ ବିନିଯୋଗ କରିବା ପରିବର୍ତ୍ତେ କୃଷି, କ୍ଷୁଦ୍ର ଶିଲ୍ପ ଏବଂ ଲଘୁ ଉଦ୍ୟୋଗରେ ବିନିଯୋଗ କରନ୍ତୁ ବୋଲି । ଦେଶ ଗୋଟେପଟେ ଆର୍ଥିକ ସଂଙ୍କଟ ଦେଇ ଗତି କରୁଥିବାବେଳେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା କି ଦେଶର ୧୪ଟି ଘରୋଇ ବ୍ୟାଙ୍କ ନିକଟରେ ପାଖାପାଖି ୭୦ ପ୍ରତିଶତ ପୁଞ୍ଜି ରହିଥିଲା ।

ଅନ୍ୟପଟେ ୧୯୬୯ ମସିହା ଜୁଲାଇ ୧୨ ତାରିଖରେ ବେଙ୍ଗାଲୁରରେ କଂଗ୍ରେସର ଜାତୀୟ ଅଧିବେସନ ଚାଲିଥାଏ । ଆଉ ଏହି ଅଧିବେସନରେବ୍ୟାଙ୍କ ଗୁଡ଼ିକୁ ରାଷ୍ଚ୍ରାୟତୀକରଣ କରିବା ନେଇ ପ୍ରସ୍ତାବ ରଖିଥିଲେ ଇନ୍ଦିରା । କିନ୍ତୁ ଅଧିବେସନରେ ଉପସ୍ଥିତ କୈଣସି ନେତା ଏହି କଥାକୁ ଗୁରୁତ୍ୱ ଦେଇନଥିଲେ । କାରଣ ସେ ଭାବି ନେଇଥିଲେ ଯେ ଇନ୍ଦିରା କେବଳ ପ୍ରସ୍ତାବ ଦେଇଛନ୍ତି, ଯାହା କାର୍ଯ୍ୟକାରୀ ହେବାକୁ ଅନେକ ଦିନ ବାକି ରହିଛି । କିନ୍ତୁ ଇନ୍ଦିରାଙ୍କ ଉଦେଶ୍ୟ ଥିଲା ଆଉ କିଛି । କାରଣ ରାଷ୍ଟ୍ରପତି ଡକ୍ଚର ଜାକିର ହୁସେନଙ୍କ ଅଚାନକ ମୃତ୍ୟୁ ଘଟିଥାଏ । ଏବଂ କାର୍ଯ୍ୟକାରୀ ରାଷ୍ଚ୍ରପତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଭିଭି ଗିରି ମଧ୍ୟ ୨୦ ଜୁଲାଇରେ ଇସ୍ଥଫା ଦେବା ନେଇ ଘୋଷଣା କରିଥାନ୍ତି । ତେଣୁ ଏପରି ସ୍ଥିତିରେ ହଠାତ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ । ଶେଷରେ କମ କଥା କହୁଥିବା ଏହି ନେତା ଶେଷରେ ବିରୋଧିଙ୍କ ପାଟି ଚୁପ୍ କରିଦେଇଥିଲେ ।

ସେପଟେ ଇନ୍ଦିରାଙ୍କ ଏହି ନିଷ୍ପତି ଉପରେ ନାରାଜ ଥିଲେ ଦଳର ଅନେକ ପୁରୁଖା ନେତା । ଯେମିତିକି ସେସମୟରେ ଇନ୍ଦିରାଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା ଥିବା ମୋରାରଜୀ ଦେଶାଇ ବ୍ୟାଙ୍କ ଗୁଡ଼ିକୁ ରାଷ୍ଟ୍ରାୟତିକରଣ କରିବା ନିଷ୍ପତିକୁ ବିରୋଧ କରିଥିଲେ । ଇନ୍ଦିରାଙ୍କୁ ଲଗାତର ମୋରରଜୀ ଦେଶାଇ ବିରୋଧକୁ ସାମ୍ନା କରୁଥିଲେ । କିନ୍ତୁ ଏହାରି ଭିତରେ ନାଟକୀୟ ଢଙ୍ଗରେ ବଦଳିଯାଇଥିଲା ଦେଶାଇଙ୍କ ମୁଦ୍ଦା । ମୋରରଜୀ ଦେଶାଇ ଏବଂ ପୁତ୍ର କ୍ରାନ୍ତୀ ଦେଶାଇଙ୍କ ନାମରେ ହଠାତ ଆସେ ଦେଶରେ ଆର୍ଥିକ ହେରଫେର ଅଭିଯୋଗ । କିଛି ସଂସ୍ଥା ଠାରୁ ଟଙ୍କା ନେବା ସହ ବ୍ୟକ୍ତିଗତ ଫାଇଦା ଉଠାଇଥିବା ନେଇ ଆରୋପ ମଧ୍ୟ ଆସେ । ଆଉ ଏସବୁ ଯାହା ଘଟେ ସବୁକିଛି ଥାଏ ନାଟକୀୟ ଢଙ୍ଗରେ । ଦେଶାଇଙ୍କ ଉପରେ ଅଭିଯୋଗ ଆସିବା ପରେ ଇନ୍ଦିରା ମନ୍ତ୍ରୀ ମଣ୍ଡଳରେ ତାଙ୍କୁ ପରିବର୍ତ୍ତନ କରିବା ନେଇ ଆଦେଶ ଦିଅନ୍ତି କିନ୍ତୁ ମୋରାରଜୀ କ୍ୟାବିନେଟ ପଦରୁ ଇସ୍ତଫା ଦେଇଦେଇଥିଲେ ।

ଆଉ ମୋରାରଜୀଙ୍କ ଇସ୍ତଫା ପରେ କଂଗ୍ରସର ପୁରୁଖା ନେତାଙ୍କ ଟାର୍ଗେଟରେ ଥାଆନ୍ତି ଇନ୍ଦିରା । କୌଣସି ମୂହୂର୍ତ୍ତରେ ପ୍ରତିଶୋଧ ନେବାକୁ ଏହି ଟିମ ପ୍ରସ୍ତୁତ ଥାଏ । ଆଉ ଏହାର ସୁଯୋଗ ରାଷ୍ଟ୍ରପତି ନିର୍ବାଚନରେ ହିଁ ଅବତୀର୍ଣ୍ଣ ହୋଇଥାଏ । ଯେତେବେଳେ କଂଗ୍ରେସରୁ ରାଷ୍ଚ୍ରପତି ପ୍ରାର୍ଥୀ ହୋଇଥିବା ନିଲମ ସଞ୍ଜୀବ ରେଡ୍ଡୀଙ୍କ ପରିବର୍ତ୍ତେ ଇନ୍ଦିରା ନିର୍ଦଳୀୟ ପ୍ରାଥୀ ହୋଇଥିବା ଭିଭି ଗିରିଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସହଯୋଗ କରନ୍ତି । ଆଉ ଏହା ପରେ ଇନ୍ଦିରାଙ୍କ ବିରୋଧରେ ତାତିକି ଥିବା ପୁରୁଣା କଂଗ୍ରେସ ଆଉ ଅପେକ୍ଷା କରିନଥିଲା । ଶେଷରେ ୧୨ ନଭେମ୍ବର ୧୯୬୯ରେ କଂଗ୍ରେସରୁ ହିଁ କଂଗ୍ରେସର ଫାୟାର ବିଗ୍ରେଡ ଇନ୍ଦିରା ଗାନ୍ଧୀଙ୍କୁ ବହିଷ୍କାର କରାଯାଇଥିଲା । ଆଉ ଏହା ପରେ ଦେଶରେ ଦୁଇ ଭାଗ ହୋଇଯାଇଥିଲା କଂଗ୍ରେସ ଦଳ  ।

ଅଶ୍ଲୀଳ ଫିଲ୍ମ ତିଆରି ଅଭିଯୋଗରେ ବନ୍ଧା ହେଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ  

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ । ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ ଏବଂ ସେସବୁକୁ ଆପ୍ଲିକେସନ୍ ଜରିଆରେ ରାଜ କୁନ୍ଦ୍ରା ଛାଡ଼ୁଥିଲେ । ଏହି ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ । ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ମୁମ୍ବାଇ ପୋଲିସ କମିଶନର କହିଛନ୍ତି ।

ଶିଳ୍ପା ଓ ରାଜ କୁନ୍ଦ୍ରା ୨୦୦୯ ମସିହାରେ ବିବାହ କରିଥିଲେ ।

ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲା ୪୮ଘଣ୍ଟିଆ କର୍ଫ୍ୟୁ

ପୁରୀ: ଆସନ୍ତାକାଲି ବାହୁଡ଼ା ଯାତ୍ରା । ଭାଇ-ଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ମଙ୍ଗଳବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ । ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସନ୍ଧ୍ୟା ଦର୍ଶନ ନୀତି ହୋଇଛି । କରୋନା କଟକଣା ଯୋଗୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କାଲି ବାହୁଡ଼ା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରବେଶ ହୋଇଛି । ଆସନ୍ତାକାଲି ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିର ପକ୍ଷରୁ ପୋଡ଼ପିଠା ଲାଗି ହେବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ପୋଡ଼ପିଠା ପ୍ରସ୍ତୁତ କରାଯାଇଛି ।
ସେପଟେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । କ’ଣ ବ୍ୟବସ୍ଥା କରାଯାଇଛି, ଆଉ କ’ଣ କରାଯିବ ସେନେଇ ସମୀକ୍ଷା ହୋଇଛି । ଆଜି ରାତି ୮ଟାରୁ ପୁରୀରେ ଲାଗୁ ହୋଇଛି କର୍ଫ୍ୟୁ । ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଜାରି ରହିବ । ତଦାରଖ ପାଇଁ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଭିଡିଓଗ୍ରାଫର ରହିବେ ।

Bahuda Yatra 48 Hours Curfew Imposed In Puri

ତିନି ରଥ ପାଇଁ ମଧ୍ୟ ତିନୋଟି ଟିମ୍‌ ହୋଇଛି । ବିନା ପାସ୍‌ରେ ପ୍ରବେଶ କରୁଥିବା ଲୋକଙ୍କ ଉପରେ ନଜର ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ପରି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାହୁଡ଼ା ଓ ସୁନାବେଶ ପାଇଁ ଲାଇଭ୍ ଟେଲିକାଷ୍ଟ କରାଯିବ । ବାହୁଡ଼ା ଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳ ସିଞ୍ଚନ ହେବ, ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ, ଏସପିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

ଅନ୍ୟପଟେ ଜେଇଇ ମେନ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କ ଲାଗି କର୍ଫ୍ୟୁ କୋହଳ କରାଯାଇଛି । ପରୀକ୍ଷାର୍ଥୀ ଚେକିଂ ପଏଣ୍ଟରେ ନିଜର ଆଡମିଟ୍ କାର୍ଡ ଦେଖାଇ ଯାଇପାରିବେ ।

ଅଗଷ୍ଟ ୨୭ରେ ଓପିଏସସି ପ୍ରିଲିମ୍ ୨୦୨୦ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୭ରେ ଓପିଏସସି ପ୍ରିଲିମ୍ ୨୦୨୦ ଅନୁଷ୍ଠିତ ହେବ । ଦୁଇଟି ସିଟିଂରେ ପରୀକ୍ଷା ହେବ । ସକାଳ ୧୦ଟାରୁ ୩ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ୧୦ଟାରୁ ୧୨ ପର୍ଯ୍ୟନ୍ତ ସୋସିଆଲ ଷ୍ଟଡିଜ ପାର୍ଟ ୱାନ୍ ଏବଂ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ ପାର୍ଟ ୨ର ପରୀକ୍ଷା ହେବ ।

ଭିନ୍ନକ୍ଷମଙ୍କ ପାଇଁ ଏଥର ୪୦ ମିନିଟ୍ ଅଧିକା ସମୟ ମିଳିବ । ପରୀକ୍ଷା ପାଇଁ ପ୍ରବେଶ ପତ୍ର ଓପିଏସସି ୱେବସାଇଟରେ ମିଳିବ । ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁରରେ ପ୍ରିଲିମ୍ ଅନୁଷ୍ଠିତ ହେବ । ଏଥିସହ ସେପ୍ଟେମ୍ବରରେ ୨୦୧୯ର ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ ।

ସୌମ୍ୟରଞ୍ଜନ ଓ ବିଦ୍ୟା ଭାରତୀଙ୍କ ମୋବାଇଲ୍ ଜବତ କଲା ପୋଲିସ

ବାଲେଶ୍ୱର: କେମିତି ପୋଡ଼ି ହେଲେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ । ସୌମ୍ୟଙ୍କ ମୃତ୍ୟୁ ଶହ ଶହ ପ୍ରଶ୍ନ ଛିଡ଼ା କରିଛି । ମ୍ୟାରେଜ୍ ଏଗ୍ରିମେଣ୍ଟ ଠାରୁ ନେଇ ସୌମ୍ୟଙ୍କ ବାପା,ମାଆଙ୍କ ବୟାନରୁ ବୁଝା ପଡ଼ୁଛି ବିଦ୍ୟାଙ୍କ ସହ ସୌମ୍ୟଙ୍କ ଭଲ ପଡ଼ୁ ନଥିଲା । ଆଜି ପାରଳାଖେମୁଣ୍ଡି ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ କପ୍ତିପଦା ସ୍ଥିତ ସୌମ୍ୟଙ୍କ ଶ୍ୱଶୁର ଘରେ ବିଦ୍ୟାଙ୍କୁ ମାରାଥନ୍ ଜେରା କରିଥିଲା ।

Police Seized ACF Soumyaranjan And Bidyabharatee Mobile

ଜେରା ପରେ ପୋଲିସ ବିଦ୍ୟା ଭାରତୀ ଓ ସୌମ୍ୟରଞ୍ଜନଙ୍କ ମୋବାଇଲ ଜବତ କରିଛି । ଜବତ ମୋବାଇଲକୁ ଟେକ୍ନିକାଲ ଟିମ୍ ଯାଞ୍ଚ କରିବ । ମୋବାଇଲରୁ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ବୁଢ଼ିଆଣୀ ଜାଲ ଉପରୁ ପରଦା ହଟିପାରେ । ଆଜି ପୋଲିସ ବିଦ୍ୟା ଭାରତୀଙ୍କୁ ପଚରାଉଚରା କରିଥିବା ବେଳେ ଆସନ୍ତାକାଲି ବିଦ୍ୟା ଓ ତାଙ୍କ ବାପା, ମାଆଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି ।

କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ? କେମିତି ପୋଡ଼ିହେଲେ ? ସୋମବାର କାଳ ରାତିରେ କଣ ହୋଇଥିଲା ? ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କେମିତି ଥିଲା ? ପାରିବାରିକ କଳହ, ପରକୀୟା ପ୍ରୀତି, ବଲାଙ୍ଗିରରେ ବ୍ୟାଚଲର ପାର୍ଟି ନେଇ ପୋଲିସ ବିଦ୍ୟାଙ୍କୁ ପଚାରିଛି । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର । ଡିଏଫଓଙ୍କ ସହ ବିଦ୍ୟାଙ୍କ ଅନୈତିକ ସମ୍ପର୍କ ଯୋଗୁଁ ସୌମ୍ୟ ମାନସିକ ଚାପରେ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Police Seized ACF Soumyaranjan And Bidyabharatee Mobile

ଘଟଣାର ୬ଦିନ ପରେ ଆଜି ବିଦ୍ୟାଙ୍କୁ ପଚରାଉଚରା କରିଛି ପୋଲିସ । ହତ୍ୟା, ଆତ୍ମହତ୍ୟା ନା ଅଘଟଣ, ଅନେକ ପ୍ରଶ୍ନର ଅଡୁଆ ସୂତାରେ ଛନ୍ଦି ହୋଇଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା । ସମସ୍ତ ଅଭିଯୋଗ ନେଇ ବିଦ୍ୟାଙ୍କୁ ଜେରା କରୁଛି ପୋଲିସ ।

୩୫ ହଜାର ହେକ୍ଟର ଜମି ହେବ ଜଳସେଚିତ, ସୁଜଳା ସୁଫଳା ହେବ ମୟୂରଭଞ୍ଜ

ବାରିପଦା: ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡ଼ା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡ଼ା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡ଼ିଶା ପାଇଁ ଏକ ଆନନ୍ଦର ଦିନ । ଏହା ଦ୍ଵାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୂରଭଞ୍ଜ ଓ ବାଲେଶ୍ଵରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

CM Inagurated Additional Lower Irrigation Project In Subarnarekha Mayurbhanj

ମୟୂରଭଞ୍ଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନଶକ୍ତି କାର୍ଯ୍ୟର ସଫଳ ରୂପାୟନ ହେଉ ବା ଜନଜାତି ମାନଙ୍କର ବିକାଶ ସବୁ କ୍ଷେତ୍ରରେ ମୟୂରଭଞ୍ଜ ଆଜି ଉନ୍ନତି କରୁଛି । ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଦେଶର ପ୍ରଥମ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୟୂରଭଞ୍ଜରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଜଳସେଚସନ ରାଜ୍ୟ ସରକାରଙ୍କର ଏକ ପ୍ରାଥମିକତା କ୍ଷେତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆଗାମୀ ଖରିଫ ଋତୁରୁ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । ଆଗାମୀ ୨-୩ ବର୍ଷ ମଧ୍ୟରେ ପ୍ରାୟ ୧୫ ଟି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବ ।

CM Inagurated Additional Lower Irrigation Project In Subarnarekha Mayurbhanj

ଜଳ ଏକ ଅମୂଲ୍ୟ ସମ୍ପଦ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହାକୁ ନଷ୍ଟ ନ କରି ଠିକ ଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କ ସରକାର ସବୁବେଳେ ଚାଷୀଙ୍କ ସାଥିରେ ଅଛି ଓ ସେମାନଙ୍କ ଉନ୍ନତି ପାଇଁ କାମ କରୁଛି । କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ପରିବାର ଉପକାର ପାଉଛନ୍ତି ବୋଲି ପ୍ରକାଶ କରି ସେ କହିଛନ୍ତି, ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ କାର୍ଯ୍ୟକ୍ରମ ଯୋଗୁ ଚାଷୀ ଆଜି ସମ୍ମାନର ସହ ବଞ୍ଚି ପାରୁଛି । ଚାଷୀକୁ ତାର ହକ ଦେବା ଆମର ଲକ୍ଷ୍ୟ ଏବଂ ଚାଷୀର ହକ୍ ମିଳିଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ୍, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ମୟୂରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଉଛନ୍ତି । ଆଜିର ପ୍ରକଳ୍ପ ଦ୍ଵାରା ୨୦୨୪ ଜାନୁଆରୀ ସୁଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟରେ ଜଳସେଚନ ପାଇଁ ବିଭାଗ ର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।

CM Inagurated Additional Lower Irrigation Project In Subarnarekha Mayurbhanj

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା ଏବଂ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।

କାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା, ଅପରାହ୍ଣ ୪ ଟାରୁ ରଥ ଟଣା ନେଇ ନୀତି ନିର୍ଘଣ୍ଟ

ପୁରୀ: ନଅ ଦିନର ଲୀଳାଖେଳା ସାରି ବାହୁଡ଼ିବେ ମହାବାହୁ । ଆଜି ନୀତି ଅନୁସାରେ ସନ୍ଧ୍ୟା ଦର୍ଶନ ଚାଲିଛି । କରୋନା କଟକଣା ପାଇଁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ମଙ୍ଗଳବାର ହରିଶୟନ ଏକାଦଶୀରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ମଙ୍ଗଳ ଆଳତି ପ୍ରାତଃ ୪ଟାରେ ହେବାକୁ ଥିବା ବେଳେ ମଇଲମ ୪ଟା ୧୫, ତଡ଼ପଲାଗି ୪ଟା ୩୦, ଅବକାଶ ୫ଟା, ସୂର୍ଯ୍ୟପୂଜା ସକାଳ ୫ଟା ୧୫, ଦ୍ୱାରପାଳ ପୂଜା ୫ଟା ୩୦, ବେଶ ଶେଷ ୫ଟା ୩୦ ସୁଦ୍ଧା ସରିବ ।

Bahuda Yatra Rituals Time Table Puri

ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ହେବ । ସେନାପଟା ଲାଗି ୭ଟାରୁ ୧୧ଟା ୩୦ ମଧ୍ୟରେ ହେବାକୁ ଥିବାବେଳେ ମଙ୍ଗଳାର୍ପଣ ଦିନ ୧୧ଟା ୪୫, ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି । ସେହିଭଳି ବେଶ ଶେଷ ୧ଟାରୁ ୨ଟା ୩୦ ମଧ୍ୟରେ, ଛେରା ପହଁରା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ ।

Bahuda Yatra Rituals Time Table Puri

ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟା ମଧ୍ୟରେ ସରିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ. ନୀତିକାନ୍ତି କରାଯିବ । ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ ।

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ରକ୍ତଦାନ କଲେ ମହିଳା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । କୋଭିଡ୍‌-୧୯ ଗାଇଡଲାଇନକୁ ପାଳନ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ସହଯୋଗରେ ଆଜି ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କେବଳ ମହିଳାମାନେ ରକ୍ତଦାନ କରିଛନ୍ତି । ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

ରାଜ୍ୟରେ ରକ୍ତଦାନ ଅଭାବକୁ ଦୂର କରିବା ନିମନ୍ତେ ୨୦୧୫ ମସିହାରେ ବିଜେଡି ସଭାପତିଙ୍କ ସାମାଜିକ ପ୍ରତିବଦ୍ଧତା ଓ ଦୂରଗାମୀ ନିଷ୍ପତ୍ତି ଏବେ ଏହି ରକ୍ତଦାନ କାର୍ଯ୍ୟକ୍ରମ ‘ଜୀବନ ବିନ୍ଦୁ’କୁ ଏକ ସାମାଜିକ ଅଭିଯାନରେ ପରିଣତ କରିପାରିଛି । ସାଧାରଣତଃ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତାର ସମସ୍ୟା ଲାଗି ରହୁଥିବା ବେଳେ ଆଜି ଏତେ ସଂଖ୍ୟକ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ନିଶ୍ଚିତ ଭାବେ ସମାଜ ଓ ଅନ୍ୟ ମହିଳାଙ୍କ ନିମନ୍ତେ ପ୍ରେରଣାଦାୟୀ ହେବ । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ମାନବ୍ୟର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏବେ ରାଜ୍ୟବ୍ୟାପୀ ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହେଉଥିବା ବେଳେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାପକ ଭାବେ କେବଳ ମହିଳାଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି ।

 Blood Donation Camp Organised By Biju Mahila Janata Dal

ଏହି କାର୍ଯ୍ୟକ୍ରମରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଜେଡି ଉପସଭାପତି ଉଷା ଦେବୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,  ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ‘ଓଡ଼ିଶା-ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମିଶନଶକ୍ତି ଉପଦେଷ୍ଟା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା (ମହିଳା ସଶକ୍ତିକରଣ) ଡଃ ଲୋପାମୁଦ୍ରା ବକ୍ସିପାତ୍ର, ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଓ ମୁଖପାତ୍ର ଶ୍ରୀମୟୀ ମିଶ୍ର, ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସୁଲତା ଦେଓ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଗୀତାଞ୍ଜଳି ବସ୍ତିଆ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ସୁମିତ୍ରା ଜେନା, ବିଜୁ ମହିଳା ଜନତା ଦଳର ମହାସଚିବ କସ୍ତୁରୀ ମହାପାତ୍ରଙ୍କ ସମେତ ବିଜୁ ମହିଳା ଜନତା ଦଳର ଅଧିକାଂଶ ରାଜ୍ୟ କର୍ମକର୍ତ୍ତା ଓ ବିଜେଡି ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

କରୋନାର ତୃତୀୟ ପ୍ରବାହ ସହ ଲଢ଼ିବାକୁ ପ୍ରସ୍ତୁତି, ୬ରୁ ୧୨ ବର୍ଷର ଛୁଆଙ୍କୁ ଦିଆଯିବ କୋଭାକ୍ସିନର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣର ତୃତୀୟ ପ୍ରବାହ ଆଶଙ୍କା ଭିତରେ ଛୁଆଙ୍କୁ କୋଭିଡ୍ ଟିକା ଦେବା କାମ ଆଗେଇ ଚାଲିଛି । ଭାରତ ବାୟୋଟେକ୍ ଛୁଆଙ୍କ ଉପରେ ଜୁନରେ ଟିକାର ପରୀକ୍ଷଣ ଆରମ୍ଭ କରିଥିଲା । ଏବେ ମିଳିଥିବା ସୂଚନା ଅନୁସାରେ, ପରୀକ୍ଷଣରେ ଭାଗ ନେଇଥିବା ଛୁଆଙ୍କୁ ଖୁବଶୀଘ୍ର ଦ୍ୱିତୀୟ ଡୋଜ୍ ଦେବା ପାଇଁ ପ୍ରସ୍ତୁତି ଚାଲିଛି ।

 Bharat Biotech Covaxin Trial On Children Second Dose Administered In 6 To 12 Years

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଏମ୍ସରେ ପରୀକ୍ଷଣରେ ସାମିଲ୍ ହୋଇଥିବା ଛୁଆ ୬ରୁ ୧୨ ବର୍ଷ ବୟସ୍କଙ୍କୁ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଦିଆଯିବ । ଦ୍ୱିତୀୟ ଡୋଜ୍ ଦେବା କାମ ଆସନ୍ତା ସପ୍ତାହରୁ ଆରମ୍ଭ ହୋଇପାରେ । ଚଳିତ ମାସର ଶେଷ ସୁଦ୍ଧା ଅନ୍ତରୀଣ ରିପୋର୍ଟ ଆସିବା ନେଇ ଆଶା କରାଯାଉଛି । ଯେଉଁଥିରୁ ଜଣାପଡ଼ିବ ପିଲାଙ୍କ ଉପରେ କେତେ ପ୍ରଭାବଶାଳୀ ହେଉଛି ଟିକା ।

ତୃତୀୟ ଲହର ଆଶଙ୍କା ଭିତରେ ମେ ୧୨ରେ ସବଜେକ୍ଟ ଏକ୍ସପର୍ଟ କମିଟି ଛୁଆଙ୍କ ଉପରେ କୋଭାକ୍ସିନ୍ ଟ୍ରାଏଲ୍ ପାଇଁ ସୁପାରିସ୍ କରିଥିଲେ । ଏହାପରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପରୀକ୍ଷଣକୁ ମଞ୍ଜୁରୀ ଦେଇଥିଲେ ।

ଏହି ପରୀକ୍ଷଣ ଦେଶର ପ୍ରାୟ ୫୨୫ ଜଣ ଛୁଆଙ୍କ ଉପରେ ହୋଇଥିଲା । ଯେଉଁଥିରେ ୧୭୫-୧୭୫ ଲେଖାଏଁ ଛୁଆଙ୍କୁ ନେଇ ଗ୍ରୁପ୍ କରାଯାଇଥିଲା । ପ୍ରଥମ ଗ୍ରୁପରେ ୧୨ରୁ ୧୮ ବର୍ଷ ବୟସ୍କ ମଧ୍ୟରେ ୧୭୫ ଜଣ ସାମିଲ୍ ହୋଇଥିଲେ । ସେହିଭଳି ଦ୍ୱିତୀୟ ଗ୍ରୁପରେ ୬ରୁ ୧୨ ବର୍ଷ ବୟସ୍କ ମଧ୍ୟରେ ୧୭୫ ଜଣ ଓ ତୃତୀୟ ଗ୍ରୁପରେ ୨ରୁ ୬ ବର୍ଷ ବୟସ ମଧ୍ୟରେ ୧୭୫ ଜଣଙ୍କୁ ସାମିଲ୍ କରାଯାଇଥିଲା ।

 Bharat Biotech Covaxin Trial On Children Second Dose Administered In 6 To 12 Years

ପ୍ରଥମ ଡୋଜ୍ ନେଇଥିବା ଛୁଆଙ୍କୁ ୨୮ ଦିନର ଅନ୍ତରରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଏହାପରେ ପରୀକ୍ଷଣରୁ ମିଳିଥିବା ଫଳାଫଳ ଅନୁସାରେ ଛୁଆଙ୍କୁ ଟିକା ଦେବାକୁ ଅନୁମତି ମିଳିବ । ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ପାଇଁ ଟିକା ଆସିବା ନେଇ ଆଶା ପ୍ରକାଶ କରିଥିଲେ । ଭାରତ ବାୟୋଟେକ୍ ବ୍ୟତୀତ ଜାୟଡସ୍ କାଡିଲା ମଧ୍ୟ ଛୁଆଙ୍କ ଉପରେ ଟିକାର ପରୀକ୍ଷଣ କରୁଛି ।

ଫୋନ୍ ଟ୍ୟାପିଂ ରିପୋର୍ଟକୁ ଭୁଲ୍ କହିଲେ କେନ୍ଦ୍ର ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଆଜି ହଟ୍ଟଗୋଳରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲି ଯାଏଁ ସ୍ଥଗିତ ରହିଛି । ଅନ୍ୟପଟେ ଫୋନ୍ ଟ୍ୟାପିଂ ବିବାଦକୁ ନେଇ ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ବିବୃତି ରଖିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ହ୍ୟାକିଂ ସହ ତଥ୍ୟ ଚୋରିର କୌଣସି ସମ୍ପର୍କ ନାହିଁ ।

ଲିକ୍ ହୋଇଥିବା ତଥ୍ୟରୁ ଜଣାପଡ଼ୁନି ତଥ୍ୟ ହ୍ୟାକିଂ ହୋଇଛି । ଫୋନ୍ ଟ୍ୟାପିଂକୁ ନେଇ ସରକାରଙ୍କ ନିୟମ ବେଶ କଠୋର ବୋଲି କହିଛନ୍ତି ବୈଷ୍ଣବ । ରିପୋର୍ଟରେ ଦିଆଯାଇଥିବା ତଥ୍ୟ କେବଳ ଭୂତେଇବା ଲାଗି ଏଥିରେ କୌଣସି ଦମ୍ ନାହିଁ ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଥିଲା ଭାରତ ସରକାର କେତେକ ସାମ୍ବାଦିକ, ନେତାଙ୍କ ଫୋନ୍ ହ୍ୟାକ୍ କରିଛନ୍ତି । ୪୦ରୁ ଅଧିକ ସାମ୍ବାଦିକ ଫୋନ୍ ହ୍ୟା କରାଯାଇଥିବା ଦାବି କରାଯାଇଥିଲା । କେତେକ ମୋବାଇଲର ଫରେନ୍ସିକ ଯାଞ୍ଚ ହୋଇଥିବା ନେଇ ‘ଦ ପେଗାସସ ପ୍ରୋଜେକ୍ଟ’ ନାମରେ ଏହି ଖବର ପ୍ରକାଶିତ ହୋଇଥିଲା । ଯେଉଁଥିରେ କେବଳ ଭାରତ ନୁହେଁ ଦୁନିଆର ଅନେକ ଦେଶରେ ହଜାର ହଜାର ଲୋକଙ୍କ ଫୋନ୍ ହ୍ୟାକ୍ ହୋଇଥିବା କୁହାଯାଇଛି ।