ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୧୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏହା ସହିତ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ନୂଆପଡା , ବଲାଙ୍ଗୀର ଓ ଦେବଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡା କେନ୍ଦୁଝର , ମୟୁରଭଞ୍ଜ, ନବରଙ୍ଗପୁର, କଲାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବରକୁ ୟେଲୋ ଆଲର୍ଟ ଜାରିକରାଯାଇଛି । କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଟ୍ୱିନ୍ସିଟିରେ ଆକାଶ ମେଘାଚ୍ଛନ ରହିବା ସହିତ ବଜ୍ରପାତର ସମ୍ବାବନା ରହିଛି । ଏଥିପାଇଁ କଟକ ଓ ଭୁବନେଶ୍ବରକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୨୪ପ୍ରତିଶତ କମ୍ ବର୍ଷା ହୋଇଛି । ୧୧ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଲଘୁଚାପ ପ୍ରଭାବରେ ଆଗାମୀ ଆଗାମୀ ୫ଦିନ ଯାଏଁ ଅନେକ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।
ବାଲିଯାତ୍ରା ପଡିଆ ନିକଟରୁ ମୃତଦେହ ଉଦ୍ଧାର; ସମ୍ପୂର୍ଣ୍ଣ ବିବରଣୀ ଦେଲା ପୋଲିସ
ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ବାଲିଯାତ୍ରା ପଡିଆ ନିକଟରୁ ଉଦ୍ଧାର ମୃତଦେହର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛି ପୋଲିସ୍ । ମୃତ ଯୁବକଙ୍କ ବୟସ ୧୮ରୁ ୨୫ ମଧ୍ୟରେ ହୋଇଥିବାବେଳେ ତାଙ୍କ ଉଚ୍ଚତା ୫ ଫୁଟ ୮ ଇଞ୍ଚ ଓ ଓଜନ ୪୬ କିଲୋଗ୍ରାମ।
ପୋଲିସର ସୂଚନା ଅନୁଯାୟୀ, ରଙ୍ଗ କଳା ଓ ସେ ଏକ କଳା ରଙ୍ଗର ଟ୍ରାକ୍ ସୁଟ୍ ଓ ଧଳା ରଙ୍ଗର ପ୍ରିଣ୍ଟେଡ୍ ଫୁଲ ସାର୍ଟ ପିନ୍ଧିଛନ୍ତି । ସେ ନିଜ ଡାହାଣ ପଟ କାନରେ ଏକ କୁଣ୍ଡଳ ପିନ୍ଧିଛନ୍ତି । ମୃତଦେହ ନିକଟରୁ ଗୋଟିଏ ନାଲି ଓ ନେଳିଆ ରଙ୍ଗର ଗୋଟିଏ ସ୍ଲିପର ଚପଲ ଉଦ୍ଧାର ହୋଇଛି । ତାଙ୍କ ବିଷୟରେ କାହାରି ନିକଟରେ ସୂଚନା ଥିଲେ ମଞ୍ଚେଶ୍ୱର ଥାନାକୁ ଫୋନ ନମ୍ବର 8280338321 କିମ୍ବା ପୋଲିସ୍ କମିଶନରଙ୍କ ଅଫିସ ଲ୍ୟାଣ୍ଡ ଲାଇନ ନମ୍ବର 0674-254055କୁ ଜଣାଇବାକୁ କୁହାଯାଇଛି ।
ଅଧିକ ପଢନ୍ତୁ- ମଞ୍ଚେଶ୍ୱରରେ ଚାଞ୍ଚଲ୍ୟ, ବାଲିରେ ଅଧାପୋତା ମୃତଦେହ
ମଞ୍ଚେଶ୍ୱର ଥାନା ବରିମୁଣ୍ଡ ବାଲିଯାତ୍ରା ପଡ଼ିଆରେ ପୋତା ମୃତଦେହକୁ ସାଇଂଟିଫିକ୍ ଟିମ୍ ଉପସ୍ଥିତିରେ ଆଜି ଉଦ୍ଧାର କରିଥିଲା ପୋଲିସ୍ । ପରେ ଏମ୍ସରେ ମୃଦେହର ବ୍ୟବଚ୍ଛେଦ କରାଯାଇଛି । କ୍ରାଇମପ୍ଲଟର କରାଯାଇଛି ଥ୍ରୀ-ଡି ସ୍କାନ୍ । ପରବର୍ତ୍ତୀ ସମୟରେ ସ୍ପଟ ନଷ୍ଟ ହୋଇଗଲେ ମଧ୍ୟ ଏହି ସ୍କାନର ଆଧାରରେ ତଦନ୍ତକୁ ଆଗେଇ ନିଆଯାଇପାରିବ । ସେପଟେ ଆଖପାଖ ଥାନାରେ ହୋଇଥିବା ମିସିଂ ରିପୋର୍ଟ ଅନୁସାରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ସେଫ୍ଟିକ୍ ଟ୍ୟାଙ୍କରେ ଶ୍ୱାସରୁଦ୍ଧ ହୋଇ ୩ ମୃତ
ଗୋପାଳପୁର: ସେଫ୍ଟିକ୍ ଟ୍ୟାଙ୍କର ସେଣ୍ଟ୍ରି କାମ ବେଳେ ବେଳେ ତିନି ଶ୍ରମିକଙ୍କ ମୃତ୍ୟୁ । ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁରରେ ଘଟିଛି ଅଭାବନୀୟ ଘଟଣା । ମୃତକ ମାନେ ଏମ୍.ସଦନନ୍ଦମ୍ପି , କ୍ରିଷ୍ଣା ରେଡ୍ଡୀ ଓ ପି.ତରେନେୟା ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଗାଁର ଟି. ସିଧେଶୁଙ୍କ ନୂତନ ଭାବେ ତିଆରି ହୋଇଥିବା ଲେଟିନ ଟ୍ୟାଙ୍କିର ସେଣ୍ଟ୍ରିଂଙ୍ଗ ଖୋଲିବା ପାଇଁ ପ୍ରଥମେ ମିସ୍ତ୍ରୀ ଏମ୍. ସଦାନନ୍ଦମ ଭିତରକୁ ଯାଇଥିଲେ । କିଛି ସମୟ ପରେ ନ ଆସିବାରୁ ପରେ କ୍ରିଷ୍ଣା ଭିତରକୁ ଯାଇଥିଲେ । କିଛି ସମୟ ପରେ ସେ ମଧ୍ୟ ନ ଫେରିବାରୁ ପି. ତାରେନେୟା ଭିତରକୁ ଯାଇଥିଲେ । ହେଲେ ତିନି ଜଣଙ୍କ ଟ୍ୟାଙ୍କ ଭିତରେ ଶ୍ବାସ ରୁଦ୍ଧ ହୋଇ ଚେତାସୁନ୍ୟ ହୋଇ ପଡିଥିଲେ ।
ତେବେ ସେମାନଙ୍କୁ ଗ୍ରାମବସୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ ପଠାଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।
ଶେଷ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି
ପୁରୀ: ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହୋଇଛି। ରଥରେ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି ଚାମଣ୍ଡାଙ୍କୁ ତୃପ୍ତ କରିବା ପାଇଁ ରଥ ଉପରେ ଅଧରପଣା ନୀତି କରିବାର ପରମ୍ପରା ରହିଛି । ମଧ୍ୟାହ୍ନ ଧୂପ ପରେ ରଥ ଉପରେ ଅନୁଷ୍ଠିତ ହୋଇଥାଏ ଏହି ଅଧର ପଣା ନୀତି ।

ଶ୍ରୀଜୀଉମାନଙ୍କ ଅଧର ପର୍ଯ୍ୟନ୍ତ ଉଚ୍ଚ ମାଟିହାଣ୍ତିର ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଥାଏ । ପାଣିଆ ଆପଟ ସେବାୟତମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ତ ଇତ୍ୟାଦି ମିଶାଇ ସୁଆର ସବାୟତମାନେ ପଣା ପ୍ରସ୍ତୁତ କରିଥାନ୍ତି।

ପୂଜାପଣ୍ତାମାନେ ଏହି ପଣାକୁ ଶ୍ରୀଜିଉମାନଙ୍କୁ ସମର୍ପଣ କରିବା ପରେ ହାଣ୍ତିଗୁଡ଼ିକ ରଥ ଉପରେ ଭାଙ୍ଗି ଦିଆଯାଇଥାଏ । ଆସନ୍ତାକାଲି ନୀଳାଦ୍ରିବିଜେ । ବଡ଼ଦାଣ୍ଡରୁ ଲୀଳାଖେଳା ସାରି ଭାଇ ଭଉଣୀଙ୍କ ସହ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି ।

ତେବେ ଅଧରପଣା ନୀତି ଶୃଙ୍ଖଳିତ ଭାବେ ଆଜି ଶେଷ ହୋଇଥିବା ବେଳେ ଆସନ୍ତାକାଲି ନୀଳାଦ୍ରୀ ବିଜେ ନୀତି ମଧ୍ୟ ଶୃଙ୍ଖଳିତ ଭାବେ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।
ଗୋପାଳପୁରରେ ଟାଟା ଚା’ ପ୍ୟାକେଜିଂ ୟୁନିଟ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଗୋପାଳପୁର: ଗୋପାଳପୁରରେ ଟାଟା ଚା’ ପ୍ୟାକେଜିଂ ୟୁନିଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୧୦୦ କୋଟିର ପୁଞ୍ଜି ନିବେଶ କରାଯାଇଛି ।
ସୂଚନା ଅନୁଯାୟୀ, ଏହା ଦେଶର ସର୍ବବୃହତ ପ୍ୟାକେଜିଂ ୟୁନିଟ୍ ହେବ । ଏଥିରେ ଗଞ୍ଜାମ ଜିଲ୍ଲାର ୯ଶହରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଆଗକୁ ଏହା ଦେଶର ସର୍ବବୃହତ ପ୍ୟାକେଜିଂ ୟୁନିଟ୍ ଭାବେ ନିର୍ମାଣ କରାଯିବ । ଚା’ ପ୍ୟାକେଜିଂ ୟୁନିଟ୍ରେ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯାଇଛି ।
ଏବେ ଏହାର ଉତ୍ପାଦନ କ୍ଷମତା ୧୫ ମିଲିୟନ୍ କେଜି ଥିବା ବେଳେ ଆଗକୁ ଏହାକୁ ୫୦ ମିଲିୟନ କେଜିକୁ ବଢାଯିବ । ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ଓ କେନ୍ଦ୍ରୀୟ ଭାରତକୁ ସପ୍ଲାଏ କରାଯିବ। ଦକ୍ଷିଣ ଓ କେନ୍ଦ୍ର ଭାରତକୁ ସୃଷ୍ଟି ହେବ ସପ୍ଲାଏ ଚେନ୍ । ଶିଳ୍ପ ବିକେନ୍ଦ୍ରୀକରଣରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଟାଟା ଗ୍ରୁପର ଭୂମିକାକୁ ପ୍ରଶଂସା କରିଥିଲେ । ଏପରିକି ରାଜ୍ୟର ଶିଳ୍ପ ବିକାଶ କ୍ଷେତ୍ରରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।
ରାଜ୍ୟରେ ଆଗାମୀ ୨ଦିନ ଧରି ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲୋପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ଦିନ ଧରି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ର ପକ୍ଷରୁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ୧୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କଟକ ଓ ଭୁବନେଶ୍ୱରକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ରାୟଗଡା, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ସହିତ କେନ୍ଦୁଝର, ଝାରସୁଗୁଡା, ବରଗଡ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୋନପୁର, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ଯାଜପୁରକୁ ମଧ୍ୟ ସତର୍କ କରାଯାଇଛି। ବରଗଡ, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ଦେବଗଡ, କେନ୍ଦୁଝର, ନବରଙ୍ଗପୁର, ସୋନପୁର, ବୌଦ୍ଧ, ଅନୁଗୁଳ ଓ ଯାଜପୁରରେରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି ।

ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ୨୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ୧୧ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଲଘୁଚାପ ପ୍ରଭାବରେ ଆଗାମୀ ୫ଦିନ ଯାଏଁ ଅନେକ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।



