କେରଳରେ ଚିନ୍ତା ବଢାଉଛି ନିପା ଭାଇରସ୍, ୧୨ ବର୍ଷୀୟ ବାଳକର ମୃତ୍ୟୁ

କୋଝିକୋଡ: କେରଳରେ ମାଡି ଚାଲିଛି ନିପା ଭାଇରସ୍। କେରଳ କୋଝିକୋଡରେ ନିପା ଭାଇରସରେ ସଂକ୍ରମିତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକ ଜଣକ ହେଉଛନ୍ତି ୧୨ ବର୍ଷୀୟ ବାଳକ। ଗତ ୩ ତାରିଖରେ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ପରେ ସବୁ ପ୍ରକାର ମୁକାବିଲା ଆରମ୍ଭ ହୋଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ମୃତକଙ୍କ ପରିବାରରୁ କୌଣସି ବ୍ୟକ୍ତି ସଂକ୍ରମିତ ହୋଇନଥିବା ଜଣାପଡିଛି । ଏଭଳି ଖବର ଜଣାପଡିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲର ଏକ ଟିମ୍ କେରଳକୁ ପଠାଯାଇଛି ।

ତେବେ ଏହି ଟିମ୍ ରାଜ୍ୟକୁ ଟେକନିକାଲ ସହାୟତା ଯୋଗାଇବାରେ ସହାୟକ ହେବ । ୨୦୧୮ରେ କେରଳ କୋଝିକୋଡ ଓ ମଲପୁରମରେ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରିପୋର୍ଟ ଅନୁଯାୟୀ ଏହି ଭାଇରସ୍ ବାଦୁଡି ଲାଳରୁ ସଂକ୍ରମିତ ହେଉଥିବା ଜଣାପଡିଛି।

 

Leave a Reply