ଅମରୁଲ୍ଲାହ ସାଲେହଙ୍କୁ ଡରାଉଛି ନରସଂହାର ଭୟ, ମାଗିଲେ ସହାୟତା

1 min read

କାବୁଲ: ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ କବଜା କରିଛି ତାଲିବାନ । ଏବେ ସରକାର ଗଠନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ତାଲିବାନୀ ନେତା । ହେଲେ ପଞ୍ଜଶୀର ଏବେବି ଏହି ଆତଙ୍କବାଦୀଙ୍କ ବିରୋଧରେ ସଂଗ୍ରାମ ଜାରି ରଖିଛି। ଖାଲି ଏତିକି ନୁହେଁ ଆଫଗାନିସ୍ତାନର ଉପ-ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ମଧ୍ୟ ତାଲିବାନକୁ ଲଗାତାର ବିରୋଧ କରିଆସୁଛନ୍ତି । ଏହା ମଧ୍ୟରେ ନରସଂହାର ଆଶଙ୍କା କରି ସେ ସଂଯୁକ୍ତ ରାଷ୍ଟ୍ରକୁ ଚିଠି ଲେଖି ସାହାଯ୍ୟ ଲୋଡିଛନ୍ତି।

Taliban To Form New Government In Afghanistan Today

ପଞ୍ଜଶୀରରେ ତାଲିବାନ ଓ ସୁରକ୍ଷା ବଳଙ୍କ ମଧ୍ୟରେ କଡ଼ା ଯୁଦ୍ଧ ଦେଖିବାକୁ ମିଳିଛି । ପଞ୍ଜଶୀରରେ ଚାଲୁଥିବା ଯୁଦ୍ଧରେ ତାଲିବାନୀ ଶକ୍ତିଶାଳୀ ହେଉଥିବା ମନେ କରି ଶୁକ୍ରବାର ଦିନ କାବୁଲରେ ଫାୟାରିଂ କରି ଉତ୍ସବ  ମନାଇଥିଲେ । ଯେଉଁଥିରେ ୧୭ ଜଣ ମୃତ୍ୟୁବରଣ କରିଥିବା ବେଳେ ୪୧ ଜଣ ଆହତ ହୋଇଥିଲେ ।

ସଂଯୁକ୍ତ ରାଷ୍ଟ୍ରକୁ ଚିଠି ଲେଖି ସାଲେହ କହିଛନ୍ତି ଯେ, କାବୁଲ ଓ ଅନ୍ୟ ବଡ଼ ସହରର ପତନ ପରେ ପଞ୍ଜଶୀରରେ ପହଞ୍ଚିଥିବା ସ୍ଥାନୀୟ ମହିଳା, ଶିଶୁ, ବୟସ୍କ ଓ ୧୦ ହଜାର ଆଇଡିପିଙ୍କ ସହିତ ପାଖାପାଖି ୨,୫୦,୦୦୦ ଲେକ ଏହି ଘାଟିରେ ଫସି ରହିଛନ୍ତି । ଆଉ ସେମାନେ ଏହି ଯୁଦ୍ଧର ଦୁସ୍ପରିଣାମରେ ଜୁଝୁଛନ୍ତି । ଯଦି ଏଥିପ୍ରତି ଧ୍ୟାନ ନଦିଆଯାଏ, ତାହେଲେ ବହୁ ମାତ୍ରାରେ ଦୁର୍ଭିକ୍ଷ ଓ ନରସଂହାରର ବିପଦ ରହିଛି ।

Afghanistan Crisis Taliban Violets Ceasefire Attack In Panjshir

ସେ ଆହୁରି କହିଛନ୍ତି ଯେ, ଦୁଇ  ଦଶକର ସଂଘର୍ଷ, ବାରମ୍ବାର ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ-୧୯ ମହାମାରୀ ଓ ତାଲିବାନର କବଜା ଆଫଗାନିସ୍ତାନକୁ ସବୁଠୁ ବଡ଼ ସଙ୍କଟରେ ପକାଇଛି । ତେଣୁ କରି ପଞ୍ଜଶୀର ପ୍ରାନ୍ତରେ ତାଲିବାନୀ ଆକ୍ରମଣ ରୋକିବା ଲାଗି ଆମେ ସଂଯୁକ୍ତ ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ସବୁ ପ୍ରକାର ଚେଷ୍ଟା କରିବା ଲାଗି ଆହ୍ୱାନ କରୁଛୁ ।

Leave a Reply