ଜାତୀୟ ରାଜପଥରେ ହେବ ଭାରତୀୟ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ

1 min read

ଭାରତୀୟ ବାୟୁସେନାର ଏକ ବିମାନ ଚଳିତ ସପ୍ତାହରେ ରାଜସ୍ଥାନର ବାଡ଼ମେରାରେ ଏକ ଜାତୀୟ ରାଜପଥ ଉପରେ ଜରୁରୀକାଳୀନ ଅବତରଣର ଅଭ୍ୟାସ କରିବ । ଆଉ ଏହି ବିମାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଉପସ୍ଥିତ ରହିବେ । ସୂଚନା ମୁତାବକ ଦୁଇ ମନ୍ତ୍ରୀ ବାଡ଼ମେରାରେ ଜାତୀୟ ରାଜପଥ ଉପରେ ୩.୫ କିଲୋମିଟର ଲମ୍ୱ ପଥର ଉଦ୍‌ଘାଟନ କରିବେ ଯେଉଁଥିରେ ବାୟୁସେନାର ଯୁଦ୍ଧ ବିମାନ ଏବଂ ଅନ୍ୟ ବିମାନର ଜରୁରୀକାଳୀନ ଅବତରଣ କରାଯାଇପାରିବ ।

ଅକ୍ଟୋବର ୨୦୧୭ରେ ବୟୁସେନାର ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ଲକ୍ଷ୍ଣୌ-ଆଗ୍ରା ଏକ୍ସପ୍ରେସ ଓ୍ୱେ ଉପରେ ଅବତରଣର ଅଭ୍ୟାସ କରିଥିଲା । ନ୍ୟାସନାଲ ହାଇଓ୍ୱେ ଅଥରିଟି ଅଫ୍ ଇଣ୍ଡିଆ (ଏନ୍‌ଏଚ୍ଏଆଇ)ର ଅଧିକାରୀ ବାଡ଼ମେରରେ ହାଇଓ୍ୱେକୁ ରନ୍‌-ଓ୍ୱେ  ଶୈଳୀରେ ବିକାଶିତ କରିବା ପାଇଁ ବାୟୁସେନା ଅଧିକରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଏଥିସହିତ ଦେଶର ମୋଟ ୧୨ଟି ସ୍ଥାନରେ ଜାତୀୟ ରାଜପଥକୁ ରନ୍-ଓ୍ୱେ ଶୈଳୀରେ ବିକଶିତ କରାଯାଉଛି ଯାହା ଦ୍ୱାରା ଜରୁରୀକାଳୀନ ଅବତରଣ କରାଯାଇପାରିବ ।

ଏଥିସହିତ ପଢ଼ନ୍ତୁ: ମୁଲ୍ଲା ବରାଦର ନୁହେଁ ହସନ୍ ଆଖୁଁଦ ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି

Leave a Reply