ଦୂତୀଙ୍କୁ ନେଇ ମିଥ୍ୟା ଖବର ପ୍ରସାରଣ ମାମଲା: ରିମାଣ୍ଡରେ ଗଲେ ସୁଧାଂଶୁ ଓ ସ୍ମୃତି ରଞ୍ଜନ

ଭୁବନେଶ୍ୱର: ଦୂତୀ ଚାନ୍ଦଙ୍କୁ ନେଇ ମିଥ୍ୟା ଖବର ପ୍ରସାରଣ ମାମଲା । ୱେବ ପୋର୍ଟାଲ ଫୋକସ ପ୍ଲସର ସମ୍ପାଦକ ସୁଧାଂଶୁ ରାଉତ ଓ ପୂର୍ବତନ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ଦିନିକିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ମହିଳା ଥାନା ପୋଲିସ । ଗତ ଶନିବାର କୋର୍ଟରେ ହାଜର ବେଳେ ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା ପୋଲିସ ।

କିନ୍ତୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଫଳରେ ସୁଧାଂଶୁ ଓ ସ୍ମୃତି ରଞ୍ଜନକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେହିପରି ଝାରପଡ଼ାରେ ଥିବା ଅଫିସକୁ ସିଲ୍ କରିଥିଲା ପୋଲିସ । କମ୍ପ୍ୟୁଟର, ଲାପଟପ୍ ସହ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଥିଲା ପୋଲିସ । ଅନ୍ୟପଟେ ଏବେ ବି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଟେର ପାଉନି ପୋଲିସ ।

Leave a Reply