ମୁଲ୍ଲା ବରାଦର ନୁହେଁ ହସନ୍ ଆଖୁଁଦ ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି

କାବୁଲ: କିଏ ହେବ ଆଫଗାନିସ୍ତାନର ରାଷ୍ଟ୍ରପତି ? ଦେଶ ଉପରେ ତାଲିବାନ କବଜାର ୧୫ ଦିନ ପରେ ଲାଗୁଛି ଏହାର ଉତ୍ତର ମିଳିଯାଇଛି । ଆଗରୁ ଯେଉଁ ମୁଲ୍ଲା ବରାଦରଙ୍କ ନାମ ରାଷ୍ଟ୍ରପତି ପଦ ପାଇଁ ଉଠୁଥିଲା ସେ ରାଷ୍ଟ୍ରପତି ହେଉ ନାହାନ୍ତି । ତାଙ୍କ ବଦଳରେ ହସନ ଅଖୁଁଦ ରାଷ୍ଟ୍ରପତି ହେବେ ବୋଲି ଖବର ଆସୁଛି । ଅଖୁଁଦ ବୁଧବାର ଦିନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି ।
ପାକିସ୍ତାନୀ ୱେବସାଇଟ୍ ଦ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ଏଭଳି ଦାବି କରିଛନ୍ତି ଜଣେ ଟପ୍ ତାଲିବାନ କମାଣ୍ଡର । ଏହି କମାଣ୍ଡରଙ୍କ ଅନୁସାରେ ମୋମିନିନ୍ ଶେଖ ହୈବତୁଲ୍ଲା ଅଖୁଁଜାଦା ନିଜେ ମୁଲ୍ଲା ମହମ୍ମଦ ହସନ ଅଖୁଁଦର ନାମକୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ସୁପାରିସ କରିଥିଲେ । ମୁଲ୍ଲା ବରାଦ ଓ ମୁଲ୍ଲା ଅବ୍ଦୁସ ସଲାମା,ଅଖୁଁଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ ।
କାନ୍ଦାହରରେ ଜନ୍ମ
ଅଖୁଁଦର ଜନ୍ମ କାନ୍ଦାହାର ନିକଟରେ ଥିବା ଏକ ଗ୍ରାମରେ ହୋଇଥିଲା । ଏବେ ଅଖୁଁଦ ତାଲିବାନର ରହବାରୀ ଶୂରା ବା ନେତୃତ୍ୱ ପରିଷଦର ମୁଖ୍ୟ ଅଛି ।ଅଖୁଁଦ ତାଲିବାନର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ । ରହବାରୀ ଶୁରାର ପ୍ରମ୍ମୁଖ ଭାବେ ୨୦ ବର୍ଷ କାମ କରି ସାରିଥିବା ଅଖୁଁଦର ତାଲିବାନ ପ୍ରମ୍ମୁଖ ଅଖୁଁଦଜାଦା ସହିତ ଭଲ ସମ୍ପର୍କ ରହଛି । ସାମରିକ ପୃଷ୍ଟଭୂମିରୁ ଆସିନଥିବା ଅଖୁଁଦଙ୍କୁ ମୁଲ୍ଲା ୟାକୁବଙ୍କ ସାହାଯ୍ୟ ମିଳିବ ବୋଲି ଆଶା କରାଯାଉଛି । ମୁଲ୍ଲା ୟାକୁବ,ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ । ମୁଲ୍ଲା ୟାକୁବକୁ ତାଲିବାନ ପ୍ରତିରକ୍ଷା ବିଭାଗର ମୁଖ୍ୟ କରାଯିବା ଏକାରକମ ସୁନଶ୍ଟିତ ବୋଲି କୁହାଯାଉଛି ।

ଏଥିସହିତ ପଢ଼ନ୍ତୁ: ପଞ୍ଜଶୀରରେ ନରସଂହାର ଆଶଙ୍କା: ତାଲିବାନ, ପାକିସ୍ତାନକୁ ଇରାନର ଚେତାବନୀ, ଲକ୍ଷ୍ମଣରେଖା ପାର ହୁଅନି

Leave a Reply