spot_img
Home Blog Page 5351

+୨ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ, SAMS ପୋର୍ଟାଲରେ ହେବ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ଇଚ୍ଛୁକ ଛାତ୍ର ଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହେଲା ଆଡ଼ମିଶନ ସଂକ୍ରାନ୍ତୀୟ ମାର୍ଗଦର୍ଶିକା। ଆଡ଼ମିଶନ ପାଇଁ କେବଳ ସାମସ ପୋର୍ଟାଲରେ ଅନଲାଇନରେ ଆବେଦନ ଗ୍ରହଣ ହେବ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି  ।

ଯେଉଁ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିଶନ କରିବା ପାଇଁ ଇଚ୍ଛୁକ ଥିବେ, ସେମାନେ ସାମ୍ସ ପୋର୍ଟଲରେ ହିଁ ନିଜ ଆବେଦନ ପତ୍ର ଦାଖଲ କରିପାରିବେ  ।  ଆବେଦନ ସମୟରେ କୌଣସି ଘରୋଇ ଏଜେଣ୍ଟ କିମ୍ବା ଏଜେନ୍ସିକୁ ଛାତ୍ରଛାତ୍ରୀମାନେ ଡକ୍ୟୁମେଣ୍ଟ ନଦେବା ଲାଗି ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

ଅନ୍ଧାରୁଆରେ ଭାରତ ବାୟୋଟେକ ଭ୍ୟାକ୍ସିନ୍ ପ୍ଲାଣ୍ଟ, ବୁଲି ଦେଖିଲେ କମ୍ପାନୀ ପ୍ରତିଷ୍ଠାତା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଚାଲିଛି ଭ୍ୟାକ୍ସିନ୍ ପ୍ଲାଣ୍ଟ । ଏହାର ତଦାରଖ କରିଛନ୍ତି ଭାରତ ବାୟୋଟେକର ପ୍ରତିଷ୍ଠାତା ଡକ୍ଟର କ୍ରିଶା ଇଲା । ଏଥିସହ ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ମନୋଜ ମିଶ୍ରଙ୍କୁ ମଧ୍ୟ ଲୋକସେବା ଭବନରେ ଭେଟିଛନ୍ତି । ଟିକା ପ୍ଲାଣ୍ଟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି । ଆସନ୍ତା ବର୍ଷ ଜୁନ ସୁଦ୍ଧା ପ୍ଲାଣ୍ଟରେ କାମ ସରିବା ସହ ଟିକା ପ୍ରସ୍ତୁତ ହେବ ବୋଲି ଜଣାପଡିଛି ।

ଭୁବନେଶ୍ୱରରେ ଭାରତ ବାୟୋଟେକର ପ୍ଲାଣ୍ଟ ନିର୍ମାଣ ଲାଗି ପୂର୍ବରୁ ରାଜ୍ୟ ସରକାର ସମସ୍ତ ସହଯୋଗ କରିଥିଲେ  । ସେପଟେ ଯଥା ଶୀଘ୍ର ପ୍ଲାଣ୍ଟ କାର୍ଯ୍ୟ ସରିବା ସହ କିପରି ଟିକା ପ୍ରସ୍ତୁତ ହେବ ସେନେଇ କମ୍ପାନୀ ଜୋରସର କାର୍ଯ୍ୟ ଚଳାଇଛି  ।

କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିଜେଡି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ସଂସଦରେ ଉତ୍ତର ରଖିଥିବା ବିଭାଗୀୟ ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଉତ୍ତରକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ମନ୍ତ୍ରୀଙ୍କ ଉତ୍ତର ଭୁଲ୍ ଓ ବିଭ୍ରାନ୍ତିକର ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ଗ୍ରାମ୍ୟ ପକ୍କାଘର ନିର୍ମାଣରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ ବଦନାମ କରିବା ଏବଂ ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବା ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ।

ମନ୍ତ୍ରୀ ତାଙ୍କ ଉତ୍ତରରେ ବିଜେପି ସାଂସଦମାନଙ୍କ ଅଭିଯୋଗ ଦର୍ଶାଇବା ନିନ୍ଦନୀୟ । କୌଣସି ରାଜେନୖତିକ ଦଳର ଅଭିଯୋଗ ବାବଦରେ ଉତ୍ତରରେ କେବେ ଦିଆଯାଏ ନାହିଁ । ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସଂସଦକୁ ରାଜନୈତିକ ଡ୍ରାମାର ମଞ୍ଚ କରିବା ଏବଂ ଆବାସ ଯୋଜନା ବାବଦରେ ରାଜ୍ୟ ସରକାର ସମସ୍ତ ତଥ୍ୟ ଦେଇସାରିଥିବା ବେଳେ ବିଜେପିକୁ ସୁହାଇବା ଭଳି ମନ୍ତ୍ରୀଙ୍କ ଉତ୍ତର ଦୁଭାର୍ଗ୍ୟଜନକ ।

ଏଭଳି କରିବା ଦ୍ୱାରା ମନ୍ତ୍ରୀ ତାଙ୍କ ମର୍ଯ୍ୟାଦା ହାନି କରିଛନ୍ତି । ବିଜେଡି ଏହାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ପ୍ରଶ୍ନ ନମ୍ବର ୨ ହଜାର ୫୦୫ର ଉତ୍ତର ସଂଶୋଧନ କରିବାକୁ ଦାବି କରିଛି । ପୂର୍ବରୁ ଗ୍ରାମ୍ୟ ଗୃହ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ ମଧ୍ୟ କରିଛି । ଏବେ ରାଜ୍ୟ ସରକାରଙ୍କ ଭଲ କାମକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଭୁଲ ବୋଲି ଦର୍ଶାଇବା କେବେ ଗ୍ରହଣୀୟ ନୁହେଁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ବାଲେଶ୍ୱର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ ସ୍ଥଗିତ, ପୋଲିସ ବିରୁଦ୍ଧରେ ଚାଲିଥିଲା କାର୍ଯ୍ୟବନ୍ଦ ଆନ୍ଦୋଳନ

ବାଲେଶ୍ୱର: ସ୍ଥଗିତ ହେଲା ବାଲେଶ୍ୱର ଜିଲ୍ଲା ଓକିଲ ସଂଘର ପୋଲିସ ବିରୁଦ୍ଧରେ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ । ଅଭିଯୁକ୍ତ 2ଜଣ ପୋଲିସ ଅଫିସରଙ୍କୁ ବିଭାଗ ତରଫରୁ ନିଲମ୍ବନ କରାଯିବା ଓ ଅନ୍ୟ ଦୁଇଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରାଯାଇ ଥିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ବାଲେଶ୍ୱର ବାର୍‌ ଏସୋସିଏସନ୍‌ ତରଫରୁ ଘୋଷଣା କରାଯାଇଛି ।

ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁକରି ସେମାନଙ୍କୁ କୋର୍ଟକୁ ଆଣିବା ପର୍ଯ୍ୟନ୍ତ ଓକିଲ ସଂଘ ନିରବ ଆନ୍ଦୋଳନ ଚାଲୁ ରଖିବ ବୋଲି କୁହାଯାଇଛି । ଗତ ଜୁଲାଇ ମାସ 4 ତାରିଖରେ ସୋର ଥାନାରେ ଓକିଲ ଧୀରେନ୍ଦ୍ର ଦାସଙ୍କୁ ନୟାପଲ୍ଲୀ ଥାନାର ଏଏସ୍‌ଆଇ ଏ.କେ. ବଳ ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ଗତ ମାସେ ଧରି ପୋଲିସ-ଓକିଲ ବିବାଦ ଚାଲିଥିଲା । ଗତ ସପ୍ତାହେ ଧରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ପୋଲିସ ତଦନ୍ତକରି ନୟାପଲ୍ଲୀ ଥାନାର ଏଏସ୍‌ଆଇ ଏ.କେ.ବଳ ଓ ସୋର ଥାନାର ଏସ୍‌ଆଇ ସି.ଏସ୍‌. ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି । ସେହିପରି ସୋର ଥାନାର ତତ୍‌କାଳୀନ ଥାନା ଅଧିକାରୀ ମଧୁମିତା ମହାନ୍ତି ଓ ଏସ୍‌ଆଇ ଏ.କେ. ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ଓକିଲ ସଂଘ ଆନ୍ଦୋଳନକୁ ସ୍ଥଗିତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି

ସେଣ୍ଟ ଜୋସଫ୍ ଛାତ୍ରୀ ଶ୍ରୁତି କରଙ୍କୁ ରାଜ୍ୟସ୍ତରୀୟ ଶ୍ରୀସେବା ସମ୍ମାନ

ଭୁବନେଶ୍ୱର: ଦୀର୍ଘଦିନ ଧରି ନିଷ୍ପେସିତ ଜୀବଜନ୍ତୁ ଓ ବୁଲା କୁକୁରଙ୍କ ସେବାଯତ୍ନ ସହ ସେମାନଙ୍କ ଉପରେ ହେଉଥିବା ମାନବୀୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିବା ଭୁବନେଶ୍ୱରସ୍ଥିତ ସେଣ୍ଟ ଜୋସଫ୍ ହାଇସ୍କୁଲର ଛାତ୍ରୀ ଶ୍ରୁତି କରଙ୍କୁ ଚଳିତବର୍ଷର ‘ରାଜ୍ୟସ୍ତରୀୟ ଶ୍ରୀସେବା ସମ୍ମାନ’ ସମ୍ମାନିତ କରାଯାଇଛି। ସାମାଜିକ ଅନୁଷ୍ଠାନ ‘ହେଲପମେଟ୍‌’ ପକ୍ଷରୁ ଆଜି ଏହି ସମ୍ମାନ ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଅନେକ ବୁଲା ଜୀବଜନ୍ତୁଙ୍କ ସେବା ଯତ୍ନ ନେବା ସହ ଗତ ୨ବର୍ଷରୁ ଅଧିକ ସମୟ ଧରି ବୁଲା କୁକୁରକୁ ନିଜର ପୋଷା ଜନ୍ତୁଙ୍କ ଭଳି ରଖିଥିବା ନବମ ଶ୍ରେଣୀ ଛାତ୍ରୀ ଶ୍ରୁତି ଗତ ମାସରେ ଅନଲାଇନରେ ବୁଲା କୁକୁରଙ୍କ ପ୍ରତି ହେଉଥିବା ଆକ୍ରମଣ ବିରୁଦ୍ଧରେ ଏକ ଅଭିଯାନ ଚଳାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନଲାଇନରେ ତାଙ୍କର ଏହି ଅଭିଯାନକୁ ସମସ୍ତେ ପ୍ରଶଂସା କରିବା ସହ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କୁ ଏ ଦିଗରେ ସହଯୋଗର ହାତ ବଢ଼ାଇଥିଲା। ଏପରିକି ନିକଟରେ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ବୁଲା କୁକୁରକୁ ନିଜ ଘରେ ରଖି ତା’ର ସମସ୍ତ ଚିକିତ୍ସା ମଧ୍ୟ କରୁଛନ୍ତି।  ଏତେ କମ୍ ବୟସରେ ବୁଲା କୁକୁର ଓ ନିଷ୍ପେସିତ ଜୀବଜନ୍ତୁଙ୍କ ପ୍ରତି ତାଙ୍କର ଦୁର୍ବଳତା ଓ ଭଲପାଇବାକୁ ସମ୍ମାନ ଜଣାଇ ତଥା ଏହା ଅନ୍ୟ ପିଲାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଦର୍ଶାଇ ‘ହେଲପମେଟ୍‌’ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଅନୁଷ୍ଠାନର ସମ୍ପାଦିକା ନିବେଦିତା ଭଞ୍ଜ କହିଛନ୍ତି।

ନବମ ଶ୍ରେଣୀରେ ପଢ଼ୁଥିବା ଶ୍ରୁତି ଭୁବନେଶ୍ୱରର ଜଣେ ଆଗଧାଡ଼ିର ୟୁ-ଟ୍ୟୁବର ଭାବେ ମଧ୍ୟ ପରିଚିତ। ଏହି ଅବସରରେ ନୟାପଲ୍ଲୀ ଥାନା ଆଇଆଇସି ଶରତ କୁମାର ସାହୁଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ‘ରାଜ୍ୟସ୍ତରୀୟ କରୋନା ଯୋଦ୍ଧା’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ନିହାରିକା ପଟ୍ଟନାୟକ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଫୋକସ୍‌ରେ ପଶ୍ଚିମ ଓଡ଼ିଶା: ବଲାଙ୍ଗୀରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ 5T ସଚିବ

ବଲାଙ୍ଗୀର: ରାଜ୍ୟ ସରକାରଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା । ମୁଖ୍ୟ ଶାସନ ସଚିବ ଓ ୫-T ସଚିବ ଆଜି ବଲାଙ୍ଗୀରରେ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରିବା ସହ ୨୦୨୨ ଜୁନ ସୁଦ୍ଧା ଲୋୟର ସୁକତେଲ ସ୍ପିଲୱେ ନିର୍ମାଣ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗୀର ମେଡିକାଲ କଲେଜ ଓ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣର ମଧ୍ୟ ସମୀକ୍ଷା କରିଥିଲେ । ପ୍ରକଳ୍ପ ମାନରେ କୌଣସି ପ୍ରକାର ସାଲିସ ନକରିବାକୁ ୫-T ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୫-T କାର୍ଯ୍ୟକ୍ରମରେ ଜିଲ୍ଲାର ୨୪ଟି ହାଇସ୍କୁଲରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ ।

ଶିକ୍ଷା ଓ ସ୍ୱାସ୍ଥ୍ୟଠାରୁ ଜଳସେଚନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିକାଶର ଶୀର୍ଷରେ ପହଞ୍ଚିବ ବଲାଙ୍ଗୀର । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ । ଉଭୟ ଅଧିକାରୀ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ଓ ପିପି ଏକାଡେମୀକୁ ଗସ୍ତ କରିଥିଲେ । ସ୍କୁଲର ବିକାଶ ନେଇ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି଼। ଖୁବଶୀଘ୍ର 5-T କାର୍ଯ୍ୟକ୍ରମରେ ୨୪ଟି ହାଇସ୍କୁଲରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ ଓ ଆଧୁନିକ ବିଜ୍ଞାନ ଲାବରେଟୋରୀ ନିର୍ମାଣ କରାଯିବ ।

ବଲାଙ୍ଗୀର ମେଡିକାଲ କଲେଜରେ ନିର୍ମାଣାଧୀନ ତରଳ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସାଙ୍ଗକୁ କୋଭିଡ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତିର ମଧ୍ୟ ତଦାରଖ କରିଥିଲେ । ଅଗଷ୍ଟ ମାସ ଶେଷ ସୁଦ୍ଧା ଅକ୍ସିଜେନ ପ୍ଲାଣ୍ଟ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପକୁ ବୁଲି ଦେଖିବା ସହ ସ୍ପିଲୱେ ନିର୍ମାଣ କାର୍ଯ୍ୟ ୨୦୨୨ ଜୁନ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଅନେକ କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିଛି । ଗତ ମାର୍ଚ୍ଚରେ 5-T ସଚିବ ଓ ମୁଖ୍ୟ ଶାସନ ସଚିବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅନୁଧ୍ୟାନ କରି ଫେରିବା ପରେ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବା ସହ ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ ମଧ୍ୟ ହୋଇଥିଲା । ସେହିଭଳି ବଲାଙ୍ଗୀର ସାଇନ୍ସ ପାର୍କ, ପ୍ଲାନେଟାରିୟମ, ନୂଆ ବସ ଟର୍ମିନାଲ, ପାଟଣାଗଡ଼ ଉପଖଣ୍ଡସ୍ତରୀୟ ମେଡିକାଲନିର୍ମାଣ, ବାଇପାସ, ମହାରାଣୀ ସାଗର ଟ୍ୟାଙ୍କ, ବିଭିନ୍ନ ପାନୀୟ ଜଳ ଓ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5-T ସଚିବ ଭିକେ ପାଣ୍ଡିଆନ ।

ପୁଣି ଭକ୍ତ-ଭଗବାନ ମିଳନ, ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଭକ୍ତଙ୍କ ପାଇଁ ବଡ଼ ଖବର, ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର । ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମେ ପୁରୀ ସହରବାସୀ ପାଇବେ ଜଗା ଦର୍ଶନ । ୨୩ ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିର ପ୍ରବେଶ ପାଇଁ ପସ୍ତୁତ ହୋଇଛି ସ୍ବତନ୍ତ୍ର ଏସଓପି । ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟର ପରିଚୟ ପତ୍ର ସହ କୋଭିଡ ଆରଟିପିସିଆର ରିପୋର୍ଟ କିମ୍ବା ୨ଟି ଡୋଜ ଟିକା ରିପୋର୍ଟ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ସେହିଭଳି ସର୍ବସାଧାରଣଙ୍କ ପାଇଁ ୯୬ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ ସହ ୨ଟି ଡୋଜ ଟିକା ରିପୋର୍ଟ ଦେଖାଇବା ବାଧ୍ୟତା ମୁଳକ । ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ ମାନଙ୍କର ହାତ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯିବ। ଶ୍ରୀମନ୍ଦିରକୁ କୋଭିଡ ମୁକ୍ତ କରିବା ପାଇଁ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପୁଣିଥରେ କୋଭିଡ ଟେଷ୍ଟ କରାଯିବ।

ଏହି ରିପୋର୍ଟ ଆଧାରରେ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶର ସୁଯୋଗ ଦିଆଯିବ। ପୂର୍ବରୁ ଥିବା ଏସଓପିର ସମସ୍ତ ନିୟମାବଳୀକୁ ଅନୁପାଳନ କରାଯିବ। ଭକ୍ତ ମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ। ଆଜିର ଏହି ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଏ ସମସ୍ତ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ସିଡିଏମଓ ଓ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ: ରାଜ୍ୟ ଏବେ ଭଲ ସ୍ଥିତିରେ, ନିୟମ ନମାନିଲେ ଲକଡାଉନ୍

ଭୁବନେଶ୍ୱର:  ଉଦବୋଧନ କରି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ  । ରାଜ୍ୟରେ କୋଭିଡ ସ୍ଥିତି ଭଲ ରହିଛି  । ଏବେ ସଂକ୍ରମଣ କମିଛି କିନ୍ତୁ ବିପଦ ଯାଇନି  । ସ୍ବାସ୍ଥ୍ୟ କର୍ମୀ ଏବଂ ଡାକ୍ତରଙ୍କ ପାଇଁ ରାଜ୍ୟରେ ସଂକ୍ରମଣ କମିଛି  । ରାଜଧାନୀ ଭୁବନେଶ୍ୱର ମଧ୍ୟ ଅନ୍ୟ ରାଜ୍ୟର ସହର ମାନଙ୍କ ଠାରୁ ଖୁବ ଭଲ ସ୍ଥିତିରେ ଅଛି  । ତେଣୁ ଏପରି ପରିସ୍ଥିତିକୁ ଉଲ୍ଲେଖ କରି ରାଜ୍ୟ ସରକାର ଜୀବନ ଏବଂ ଜୀବୀକାକୁ ପ୍ରାଧାନ୍ୟ ଦେଇଛନ୍ତି  । ସରକାର ସାଧାରଣ ଲୋକଙ୍କ ପେଟ ପାଟଣା କଥା ଚିନ୍ତା କରିଛନ୍ତି  । ଯେଉଁଥିପାଇଁ ସରକାର ଅନେକ କଟକଣାକୁ ହ୍ରାସ କରିଛନ୍ତି  ।  ଆଜି ରାଜ୍ୟ ଅନଲକ ଆଡକୁ ଗତି କରୁଛି କିନ୍ତୁ ଆମକୁ କଟକଣା ଅନୁପାଳନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ ରାଜ୍ୟବାସୀ ଚେତାଇ ଦେଇଛନ୍ତି ଯେ, ଯଦି ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ କଟକଣାରେ ଖିଲାପ ହୁଏ  । ଅବା ଜନସାଧାରଣ  କୋଭିଡ ନିୟମ ନମାନନ୍ତି, ତେବେ ପୁନର୍ବାର ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ବାଧ୍ୟ ହେବେ   । ତେଣୁ ବର୍ତ୍ତମାନ ସମୟରେ  ଜୀବୀକାକୁ ନଜରରେ ରଖି ଜୀବନକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ  । ଅର୍ଥାତ ବର୍ତ୍ତମାନ ସ୍ଥିତିରେ ଅନେକ ରାଜ୍ୟରେ ତୃତୀୟ ଲହର ପ୍ରବାହ ଆରମ୍ଭ କଲାଣି  । ଆଗାମୀ ଦିନରେ ପୁଣି ସ୍ଥିତି ବିଗିଡ଼ିବା ନେଇ ବିଶେଷଜ୍ଞ ଆକଳନ କଲେଣି । ତେଣୁ ବେଳ ଥାଉ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି  ମୁଖ୍ୟମନ୍ତ୍ରୀ  ।

ବିଶ୍ୱର ଅନେକ ଦେଶରେ କୋଭିଡ ସଂକ୍ରମଣର ତୃତୀୟ ଲହର ଆସିବା ଆରମ୍ଭ କଲାଣି  । ବର୍ତ୍ତମାନ ବିଶେଷଜ୍ଞ ମାନେ ଏନେଇ ମତପ୍ରକାଶ କଲେଣି  । କିନ୍ତୁ ଓଡିଶା ସରକାର କଟକଣା କୋହଳ କରିବା ମାତ୍ରେ ଅନେକ ହାଟ ବଜାରରେ କୋଭିଡ ନିୟମ ଅନୁପାଳନ ହେଉନଥିବା ଦେଖିବାକୁ ମିଳିଛି  । ଭିଡ଼ ପରିଲିଖିତ ହେଉଛି, ଯାହା ବିପଦ ବଢାଇବାର ମୁଖ୍ୟ କାରକ ହେବ  । ତେବେ ଆମକୁ ଯଥେଷ୍ଟ ସଚେତନ ହେବାର ଆବଶ୍ୟକତା ଏବେ ମଧ୍ୟ ରହିଛି  । ସର୍ବଦା କୋଭିଡ କଟକଣାକୁ ମାନିବାର ଆବଶ୍ୟକତା ରହିଛି  । ଯଦି ରାଜ୍ୟବାସୀ ଅମାନିଆ ହେବେ ତେବେ ସରକାର ବାଧ୍ୟ ହୋଇ ପୁନର୍ବାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଜାରି କରିବେ  ବୋଲି ସତର୍କବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଦ୍ୱିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍ କାହାରିକୁ ଛାଡି ନାହିଁ । ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି । ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି । କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ୱିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ, ସେ ପରିସ୍ଥିତି ଓଡିଶାରେ ଘଟି ନାହିଁ । ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି । ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି । ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ ।

ଦ୍ୱିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ନିଷ୍ପତ୍ତି ଆପଣମାନଙ୍କ ହାତରେ । ଜୀବନ ଅମୂଲ୍ୟ । ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ । ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ ।’

‘ମହିଳା ହକି ଟିମର ପ୍ରତିଭା ସମସ୍ତଙ୍କ ପାଇଁ ପ୍ରେରଣା’

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମକୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଦେଶ ତୁମ ପାଇଁ ଗର୍ବିତ  । ବିଶ୍ୱସ୍ତରରେ ଆଜି ଦେଶର ନାମକୁ ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏହି ମହିଳା ମାନେ  । ଭାରତୀୟ ମହିଳା ହକି ଟିମ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିଛି  । ବିପକ୍ଷ ଦଳ ପ୍ରତି ଯେଉଁଭଳି ଆଭିମୁଖ୍ୟ ପୂର୍ଣ୍ଣ ମ୍ୟାଚ ଖେଳିଛନ୍ତି, ତାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ  । ଏବଂ ଆଗମୀ ଦିନରେ ଭାରତୀୟ ମହିଳା ହକି ଟିମ ନିଶ୍ଚେ ବ୍ରୋଞ୍ଜ ପଦକ ହାସଲ କରିବା ବୋଲି ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ହକି ଦଳକୁ ଶୁଭେଛା ଜଣାଇଛନ୍ତି  । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁଭଳି ପଦର୍ଶନ ଆଜି ଆପଣମାନେ କରିଛନ୍ତି । ତାହା ନିଶ୍ଚିତ ଭାବେ ଦେଶବାସୀଙ୍କୁ  ଗର୍ବିତ କରିଛି  । ଆଗାମୀ ମ୍ୟାଚ ନେଇ ମଧ୍ୟ ଶୁଭେଛା ଜଣାଇଛନ୍ତି ପ୍ରଦାନମନ୍ତ୍ରୀ ମୋଦି  ।

୭ରେ ସମ୍ବୋଧନ, କ’ଣ କହିବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୭ଟାରେ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ । କୋଭିଡ୍ ତୃତୀୟ ଲହର ମୁକାବିଲା ନେଇ କରିବେ ସମ୍ବୋଧନ । କୋଭିଡ୍ ମୁକାବିଲାରେ ଓଡ଼ିଶା ଆଗୁଆ ରହିଛି, ତଥାପି ଲୋକଙ୍କୁ ସଚେତନ ରହିବାକୁ ଆହ୍ୱାନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।