ମଝି ସମୁଦ୍ରରେ ନିଶା ଆସର, ଡ୍ରଗ୍ସ ପାର୍ଟିରେ ଥିଲେ ଶାହରୁଖ ଖାନଙ୍କ ପୁଅ

1 min read
Drugs Rave Party In Cruise Mumbai Shahrukh Khan Son Aryan Detained

ମୁମ୍ବାଇ: ମାୟା ନଗରୀରେ ବଢ଼ୁଛି ନିଶା କାରବାର । କ୍ରୁଜରେ ମଝି ସମୁଦ୍ରରେ ଚାଲିଛି ନିଶା ଆସର । ମୁମ୍ବାଇରୁ ଗୋଆ ଯାଉଥିବା ଲକଜୁରୀ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ରେଡ୍ କରିଛି ଏନସିବି । ପାର୍ଟିରେ ବଲିଉଡ୍ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଥିଲେ । ଆର୍ଯ୍ୟନଙ୍କୁ ପଚରାଉଚରା କରୁଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ମାମଲାରେ ଏନସିବି ୮ ଜଣଙ୍କୁ ଗିରଫ କରିଛି ।

ଜେରା ବେଳେ ଆର୍ଯ୍ୟନ କହିଛି, ତାଙ୍କ ନାମ ନେଇ ଲୋକଙ୍କୁ ପାର୍ଟିକୁ ଡକା ଯାଇଥିଲା । କ୍ରୁଜରେ ଚାଲିଥିବା ପାର୍ଟିର ଭିଡିଓ ମଧ୍ୟ ଏନସିବି ପାଇଛି । ଯେଉଁ ଭିଡିଓରେ ଆର୍ଯ୍ୟନ ରହିଛନ୍ତି । ପାର୍ଟିରେ ଆର୍ଯ୍ୟନ ଧଳା ରଙ୍ଗର ସାର୍ଟ ସହ ବ୍ଲୁ ଜିନ୍ସ ପିନ୍ଧିଛନ୍ତି ଏବଂ ମୁଣ୍ଡରେ ଟୋପି ଲଗାଇଛନ୍ତି । ଏହାବାଦ୍ ଗିରଫ ୮ ଜଣଙ୍କ ଠାରୁ ରୋଲିଂ ପେପର୍ ମିଳିଛି ।

ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ମୋବାଇଲ୍ ଜବତ କରିଛି ଏନସିବି । ତାଙ୍କ ମୋବାଇଲ୍ ଫୋନର ଚାଟର ଯାଞ୍ଚ କରାଯାଉଛି । ଅନ୍ୟ ଗିରଫଙ୍କ ମୋବାଇଲ୍ ଜବତ ପରେ ଛାନଭିନ୍ ଚାଲିଛି । ମାମଲାରେ ତିନିଜଣ ଯୁବତୀଙ୍କୁ ମଧ୍ୟ ଗିରଫ କରି ଜେରା କରୁଛି ଏନସିବି । ଏହି ତିନିଜଣ ଯୁବତୀ ବଡ଼ବଡ଼ ଶିଳ୍ପପତିଙ୍କ ଝିଅ ବୋଲି କୁହାଯାଉଛି ।

କିଛି ମାସ ତଳେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ଭାଇ ସୌଭିକକୁ ଗିରଫ କରିଥିଲା । ଏହାପରେ ଅନେକ ବଲିଉଡ୍ ତାରକା ଏନସିବି ସ୍କାନରକୁ ଆସି ଜେରାର ସମ୍ମୁଖୀନ ହୋଇଥିଲେ । ଏବେ ପୁଣି ମାୟା ନଗରୀରେ ଡ୍ରଗ୍ସ କାରବାର ତା’ପୁଣି କ୍ରୁଜରେ । ଏଥିରେ ବି-ଟାଉନ୍ ଲିଙ୍କ୍ ସାମ୍ନାକୁ ଆସିଛି ।

Leave a Reply