Pipili By-Election: ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୩୩୧୭ ଭୋଟରେ ବିଜେଡି ଆଗୁଆ

1 min read
Pipili By-Election BJD Candidate Rudra Leads By 6324 Votes

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ଅଧିକ ଭୋଟ୍ ପାଇଛି ବିଜେଡି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମୋଟ ୯ ହଜାର ୩୦ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୫ ହଜାର ୭୧୩ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ପାଇଛନ୍ତି ୯୮୧ ଭୋଟ୍ ।

ଏଥିସହ ପଢ଼ନ୍ତୁ: Pipili By-Election: ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆଗୁଆ

ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୩ ହଜାର ୩୧୭ ଭୋଟରେ ଆଗୁଆ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ରୁଦ୍ରଙ୍କୁ ୪,୯୭୫ ଭୋଟ୍ ମିଳଥିବା ବେଳେ ଆଶ୍ରିତ ୩,୦୬୪ ଭୋଟ୍ ପାଇଛନ୍ତି । କଂଗ୍ରେସ ଖାତାକୁ ଯାଇଛି ୨୧୫ଟି ଭୋଟ୍ । ସେହିଭଳି ନୋଟାରେ ମୋଟ ୯୦ ଖଣ୍ଡ ଭୋଟ୍ ପଡ଼ିଛି ।

ପୁରୀ ପେଣ୍ଠକଟା ଓ୍ବେୟାର ହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ୍ ଗଣତି । ୫ ଓ ୬ ନମ୍ବର ରୁମରେ ଇଭିଏମ ଭୋଟ୍‌ ଗଣତି ହେଉଛି । ଗଣତିରେ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ ।

Leave a Reply