Pipili By-Election: ପଞ୍ଚମ ରାଉଣ୍ଡ ସୁଦ୍ଧା ୫,୭୮୭ ଭୋଟରେ ରୁଦ୍ର ଆଗୁଆ

1 min read
Pipili By-Election BJD Leads By 5787 Votes

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତିରେ ଆଗୁଆ ରହିଛି ବିଜେଡି । ପ୍ରଥମ ରାଉଣ୍ଡରୁ ଆଗୁଆ ଚାଲିଥିବା ବିଜେଡି ପଞ୍ଚମ ରାଉଣ୍ଡ ସୁଦ୍ଧା ୫ ହଜାର ୭୮୭ ଭୋଟରେ ଆଗରେ ରହିଛି । ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୨୦,୧୨୫ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୪,୩୩୮ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନଙ୍କୁ ମିଳିଛି ୧୫୪୫ ଭୋଟ୍ ।

ପଞ୍ଚମ ରାଉଣ୍ଡ ଫଳାଫଳ ଅନୁସାରେ ବିଜେଡି ୫୪.୫ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୩୮.୮୬ ପ୍ରତିଶତ ଭୋଟ୍ ପାଇଛି ବିଜେପି । ସେହିଭଳି କଂଗ୍ରେସ ୪.୧୯ ପ୍ରତିଶତ ଭୋଟ୍ ପାଇଛି । ନୋଟାରେ ପଡ଼ିଛି ୨୨୪ ଖଣ୍ଡ ଭୋଟ୍ ।

ପୁରୀ ପେଣ୍ଠକଟା ୱେୟାର ହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ୍ ଗଣତି । ୫ ଓ ୬ ନମ୍ବର ରୁମରେ ଇଭିଏମ ଭୋଟ୍‌ ଗଣତି ହେଉଛି । ଗଣତିରେ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ ।

Leave a Reply