ବନ୍ଧୁକ ଛାଡ଼ି ବିକାଶର ରାସ୍ତାରେ ସାମିଲ୍ ହେଉଛନ୍ତି ମାଓବାଦୀ, ୨ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀଙ୍କ ଆତ୍ମସମର୍ପଣ

ଜୟପୁର: ୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ପୋଲିସ ଡିଜି ଅଭୟ ଓ ଆଇଜି ଅପରେସନଙ୍କ ନକିଟରେ କୋରାପୁଟ ଏସ୍‌ପି ଅଫିସ୍‌ରେ ଆତ୍ମସମର୍ପଣ କରିଛନ୍ତି ଦୁଇ ମହିଳା ମାଓବାଦୀ । ଦୁଇ ମହିଳା ମାଓବାଦୀ ହେଲେ ଦେବେ ପୋଡ଼ାମି ଓରଫ ଗାଙ୍ଗୀ ଓ ଗୀତା ପୋଡାମୀ ଓରଫ ରଜିତା । ଦେବେ ପୋଡାମୀ ଗୁମ୍ମା ଏରିଆ କମିଟିର ମେମ୍ବର ଥିଲା । ସେହିପରି ଗୀତା ପୋଡାମୀ ଏଓବି ମିଲିଟାରୀ ପ୍ଲାଟୁନର ସଦସ୍ୟ ଥିଲା । ଦୁଇ ଜଣ ପୋଲିସର ମୋଷ୍ଟୱାଣ୍ଟେଡ ଲିଷ୍ଟରେ ରହିଥିଲେ ।

Two Most Wanted Women Mao Cadre Surrender On DGP Koraput

ଦେବେ ପୋଡାମୀର ଘର କାଲିମେଳା କୁରାବରେ । ସେ ୨୦୦୫ ମସିହାରେ ମାଓ ସଂଗଠନର କାଲିମେଳା ଏରିଆ କମିଟିରେ ଯୋଗ ଦେଇଥିଲା । ୭ଟି ମାଓ ହମଲାରେ ଦେବେର ସମ୍ପୃକ୍ତି ରହିଛି । ସେହିଭଳି ଗୀତା ପୋଡାମୀର ଘର ଛତିଶଗଡ଼ ବିଜାପୁରର ମାଙ୍କିରିରେ । ସେ ୨୦୧୮ରେ ଦଣ୍ଡକାରଣ୍ୟ ଜୋନାଲ କମିଟିରେ ଯୋଗ ଦେଇଥିଲା । ୨୦୧୯ରେ ଏଓବି ମିଲିଟାରୀ ପ୍ଳାଟୁନରେ ଯୋଗଦେଇଥିଲା । କଛି ମାସ ହେଲା କୋରାପୁଟ ଜିଲ୍ଲା ବୈପାରୀଗୁଡା ଓ ମାଛକୁଣ୍ଡରେ ସକ୍ରିୟ ଥିଲା ଗୀତା । ସେ ୪ଟି ବଡ଼ ମାଓ ହମଲାରେ ସମ୍ପୃକ୍ତ ଅଛି ।

Two Most Wanted Women Mao Cadre Surrender On DGP Koraput

ମାଓ ଉପଦ୍ରୁତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଜାରି ରହିଛି । ତେଣୁ ମାଓବାଦୀମାନେ ବନ୍ଧୁକ ଛାଡ଼ି ବିକାଶର ରାସ୍ତାରେ ସାମିଲ ହେବାକୁ ପୋଲିସ ନିକଟରେ ଆତ୍ମସମର୍ପଣ ହେଉଛନ୍ତି । କୋରାପୁଟ ଓ ମାଲକାନଗିରି ଗସ୍ତରେ ଅଛନ୍ତି ଡିଜିପି ଅଭୟ । ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ଅପରେସନ ବି ଗସ୍ତରେ ସାମିଲ ଅଛନ୍ତି । ମାଓ ସ୍ଥିତି ଓ ଆଇନ୍ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବେ । ବିଏସଏଫ, ଏସଓଜି ଓ ରାଜ୍ୟ ପୋଲିସଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଜୋଡ଼ାମ୍ବ ଥାନା ଉଦଘାଟନ ଓ ମାଓ ଗତିବିଧିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply