spot_img
Home Blog Page 5275

ରାଜ୍ୟ କ୍ୟାବିନେଟ୍‌ର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ: ୯ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ୫ଟା ୩୦ ରେ କ୍ୟାବିନେଟ୍ ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ ନେଇ ପ୍ରସ୍ତାବ ଆସିବ । ଏହା ସହ ଇ-ଯାନ ପ୍ରସ୍ତାବ ଉପରେ ବି ବାଜିପାରେ ମୋହର । ଏଥିରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିପାରେ । ସେପଟେ, ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟୁଛି । ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ନେଇ ଆସନ୍ତା ବିଧାନସଭାରେ ସଂଶୋଧନ ଆସିବାକୁ ଯାଉଛି । ଏଥର ନିର୍ବାଚନ ପାଇଁ ସରଂକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ଏଥିପାଇଁ ସଂରକ୍ଷଣ ଆଇନ ଆସୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଆସନ୍ତା ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନର ଅବଧି ସରୁଛି । ଗୋଟିଏ ପଟେ ଆସନ ସଂରକ୍ଷଣ ଓ ସୀମା ପୁନନିର୍ଦ୍ଧାରଣ ନିର୍ବାଚନ ପାଇଁ ବାଧକ ସାଜିଥିଲା । କିଛି ଦିନ ପୂର୍ବରୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସ୍ପଷ୍ଟ କରିଥିଲା ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆଉ ସୀମା ପୁର୍ନଗଠନ ହେବନି, ୨୦୧୭ ନିର୍ବାଚନରେ ଅନେକ ବଡ ପଂଚାୟତକୁ ଭାଙ୍ଗି ଛୋଟ ପଞ୍ଚାୟତ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: କାବୁଲ ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟଣା: ‘ଆମେ ଖୋଜିବୁ ଆଉ ଶାସ୍ତି ଦେବୁ’

 

ଏସ୍‌ସିବିରେ ଆରମ୍ଭ ହେବ ପୂର୍ବ ଭାରତର ସବୁଠାରୁ ବଡ଼ ଏକମୋ ୟୁନିଟ୍: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ: ସ୍ୱାସ୍ଥ୍ୟ ବିଭାଗରେ ଯୋଡ଼ି ହେବ ନୂଆ ଅଧ୍ୟାୟ ।  ଆଉ ବ୍ୟୟବହୁଳ ହେବନି ଏକମୋ ଚିକିତ୍ସା । ବିନା ମୂଲ୍ୟରେ ଗୁରୁତର ରୋଗୀଙ୍କୁ ମିଳିବ ସୁବିଧା । ଏଣିକି ମାଗଣାରେ ମିଳିବ ଏକମୋ ଚିକିତ୍ସା । ଆଜି କଟକ ଏସସିବିରେ ଶୁଭାରମ୍ଭ ହେବ ଏକମୋ ୟୁନିଟ୍ ।  ପୂର୍ବ ଭାରତରେ ସରକାରୀ ଭାବେ ସବୁଠାରୁ ବଡ଼ ଏକମୋ ୟୁନିଟ କଟକ ବଡ଼ ଡାକ୍ତରଖାନାରେ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ଏହାର ଶୁଭାରମ୍ଭ କରିବେ ।  ଏଥିପାଇଁ ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇଛି । ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ । ପୂର୍ବରୁ ଏକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ ଏବେ କଟକରେ ବିନାମୂଲ୍ୟରେ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ମିଳିପାରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ  । ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନଜରରେ ରଖି ଏସସିବି ପରିସର ଓ ହେଲିପ୍ୟାଡ୍ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ସରିଛି ।

ଏଥିସହିତ ପଢ଼ନ୍ତୁ: ଦେଶରେ ଥମିନି କରୋନାର ଦ୍ୱିତୀୟ ଲହର, ‘ସେପ୍ଟେମ୍ବର ଓ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ’: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ରାଜ୍ୟରେ ଆଉ ୮୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ: ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ ଆଉ ୮୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ । ୪୭୫ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୩, ବାଲେଶ୍ୱରରୁ ୪୬, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗୀରରୁ ୩, କଟକ ୧୧୬, ଦେବଗଡ଼ ୧୩, ଢେଙ୍କାନାଳ ୧୯, ଗଞ୍ଜାମ ୯, ଜଗତସିଂହପୁର ୩୪, ଯାଜପୁର ୩୧, ଝାରସୁଗୁଡ଼ା ୧, କଳାହାଣ୍ଡି ୪, କନ୍ଧମାଳ ୩, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୧୬, ଖୋର୍ଦ୍ଧା ୨୯୧, କୋରାପୁଟ ୫, ମାଲକାନଗିରି ୪, ମୟୂରଭଞ୍ଜ ୨୭, ନୟାଗଡ଼ ୧୨, ନୂଆପଡ଼ା ୧, ପୁରୀ ୨୦, ରାୟଗଡ଼ା ୧, ସମ୍ୱଲପୁର୧୮, ସୁନ୍ଦରଗଡ଼ ୧୬ ଓ ଷ୍ଟେଟ୍ ପୁଲରୁ ୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କାବୁଲ ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟଣା: ‘ଆମେ ଖୋଜିବୁ ଆଉ ଶାସ୍ତି ଦେବୁ’

ୱାସିଂଟନ୍: ଆଫଗାନିସ୍ତାନ ବୋମା ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଘଟଣାକୁ ଆମେରିକା ଭୁଲିବ ନାହିଁ କି ସେମାନଙ୍କୁ କ୍ଷମା ଦେବନାହିଁ ବୋଲି କହିଛନ୍ତି ବାଇଡେନ୍ । ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଫଗାନିସ୍ତାନରେ ଘଟିଥିବା ପୃଥକ ପୃଥକ ବୋମା ବିସ୍ଫୋରଣ ଘଟଣାକୁ ନେଇ ସେ ନିଜ ବିବୃତିରେ କହିଛନ୍ତି, ଆମେ କ୍ଷମା ଦେବୁନାହିଁ କି, ଭୁଲିଯିବୁ ନାହିଁ। ଆମେ ତୁମକୁ ଖୋଜି ଧରିବୁ ଏବଂ ଶାସ୍ତି ଦେବୁ । ତେବେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନାନ୍ତରଣ ଅଭିଯାନ ଚାଲୁ ରହିବ। ଆସନ୍ତା ମଙ୍ଗଳବାର ଦିନ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବା ପ୍ରସଙ୍ଗରେ ସେ କୌଣସି ସୂଚନା ଦେଇନାହାନ୍ତି ।

ସୂଚନା ଯୋଗ୍ୟ ଯେ, କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନକ ରହିଛନ୍ତି । ଆହତଙ୍କୁ ଏମରଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି  । ପ୍ରଥମ ବିସ୍ଫୋରଣ ସଂଧ୍ୟା ୬ଟା ୪୫ରେ ବିମାନବନ୍ଦରର ଏକ ନମ୍ବର ଗେଟ୍‌ ପାଖରେ ହୋଇଥିବା ବେଳେ ଦ୍ୱିତୀୟଟି ରାତି ୮ଟା ବେଳେ ବାରୋନ ହୋଟେଲ ନିକଟରେ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁଇଟି ଯାକ ବିସ୍ଫୋରଣ ଅତି ଶକ୍ତିଶାଳୀ ଥିଲା । ବିସ୍ଫୋରଣ ସମୟରେ ଭୟଭୀତ ହୋଇ ଲୋକେ ଧାଁ ଦୌଡ କରିଥିଲେ । ତାଲିବାନ୍‌ କବ୍‌ଜା କରିବା ପରେ ଏବେ ଅଶାନ୍ତ ହୋଇପଡିଛି ଆଫଗାନିସ୍ତାନ । ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆଇଏସଆଇଏସ- କେ । ଏପଟେ ବିସ୍ଫୋରଣ ପରେ ଏହାକୁ ନେଇ ଚିନ୍ତା ଜାହିର କରିଛି ବିଶ୍ୱ । ବଡ ବଡ ଦେଶ ଘଟଣାକୁ ନେଇ ତୀବ୍ର ନିନ୍ଦା କରିବା ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  ।

ବଙ୍ଗୋପସାଗରରେ ଦାନା ବାନ୍ଧିଛି ଆଉ ଏକ ଲଘୁଚାପ: ଦୂର ହୋଇପାରେ ମରୁଡ଼ି ଆଶଙ୍କା

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର  । ବଦଳିପାରେ ମରୁଡ଼ି ପରିସ୍ଥିତି  । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଆଜି ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହା ଘନୀଭୂତ ହୋଇ ଆସନ୍ତାକାଲି ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷାର ପରିମାଣ ବଢିପାରେ । ଏସବୁ ଜିଲ୍ଲା ସମେତ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ବୌଦ୍ଧ, ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏସବୁ ଜିଲ୍ଲାଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ରାଜ୍ୟରେ ଜୁନ୍ ପହିଲାରୁ ଏବେ ସୁଦ୍ଧା ମୋଟ ୫୯୮ ଦଶମିକ ୬ ମିଲିମିଟର ବର୍ଷା ହୋଇଛି । ଏହି ସମୟରେ ୮୬୯ ମିଲିମିଟର ବର୍ଷା ହେବା କଥା । ରାଜ୍ୟରେ ଏବେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେବେ ଆଗକୁ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଦ୍ୱାରା ନିଅଣ୍ଟିଆ ବର୍ଷା ପୂରଣ ହେବାର ଆଶା ରହିଛି ।

ଏଥିସହିତ ପଢ଼ନ୍ତୁ: ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ଛତିଶଗଡ଼ ହାଇକୋର୍ଟ

ଖୋଲୁଛି ନକଲି ବାବା ବିଜୟାନନ୍ଦଙ୍କ ଠକ ସାମ୍ରାଜ୍ୟର ଗୁମର

ଭୁବନେଶ୍ୱର: ୪୨୦ ବାବା ବିଜୟାନନ୍ଦ ଚୌଧୁରୀ ଓରଫ ବିଜୟାନନ୍ଦ ମହାରାଜ ଙ୍କ ଖୋଲୁଛି ଗୁମର। ପଦାକୁ ଆସିଲା ବାବାଙ୍କ ଆଳିସାନ ଲାଇଫ ସହ ଗ୍ଲାମର ଲିଙ୍କ। ଠକେଇ ଟଙ୍କାରେ ତିଆରି କରୁଥିଲେ ଓଡ଼ିଆ ଅଧ୍ୟାତ୍ମିକ  ଫିଲ୍ମ। ଫିଲ୍ମ ନାମ ଥିଲା ବାର ହାତ ଖଣ୍ଡା। ବାବା ଏ ଫିଲ୍ମି କୁ ପ୍ରଯୋଜନା କରୁଥିଲେ। ଏବେ ବାବା ଗିରଫ ହେବା ପରେ ବାର ହାତ ଖଣ୍ଡା ଚର୍ଚ୍ଚାକୁ ଆସିଛି। ଗତ ଫେବୁୟାରୀ ମାସ ଷୋହଳ ତାରିଖରେ ଯାହାକି ଭରତପୁର ଅନ୍ଧାରୁଆରେ ଅଧ୍ୟାତ୍ମିକ କାହାଣୀକୁ ନେଇ ଅଡିଓ ଭିଜୁଆଲର ଶୁଭମୁକ୍ତି ହୋଇଥିଲା। ଶୁଭମୁକ୍ତି ସମୟରେ ଅନେକ ସାଧୁସନ୍ଥ, ରାଜନେତା, ଯାତ୍ରା, ସିନେ କଳାକାର ଯୋଗ ଦେଇଥିଲେ। ଠକେଇ ଟଙ୍କାରେ ବାବା ରଙ୍ଗୀନ ଦୁନିଆରେ ପାଦ ଥାପି ଥିଲେ। ଶୁଭମୁକ୍ତି ସମୟରେ  ଠକ ବାବା ଡ଼ମି ଖଣ୍ଡାକୁ ଧରି ଥିଲେ। ଏବେ ଇଓଡବ୍ଲ୍ୟ ବାବାଙ୍କୁ ଗିରଫ କରିବା ଏହି ଫିଲ୍ମ କେତେ ଟଙ୍କା ଲାଗିଛି, ସେ ଦିଗରେ ଖୋଲ ତାଡ଼ କରୁଛି।

ବ୍ରହ୍ମପୁରରେ ବିଜେପି କର୍ମୀଙ୍କ ଦାଦାଗିରି, ବିଜେଡି କହିଲା ଗଞ୍ଜାମରେ ବିକାଶ ଦେଖି ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେପି

ଗଞ୍ଜାମ: ବ୍ରହ୍ମପୁରରେ ବିଜେପିର ଦାଦାଗିରି। ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କରେ ବିଜେଡି ବିଧାୟକ ଓ ମନ୍ତ୍ରୀ ବିକାଶମୂଳକ କାର୍ଯ୍ୟର ତଦାରଖ ପାଇଁ ପହଞ୍ଚିଥିବାବେଳେ ଏଥିରେ ବାଧାଦେବା ପାଇଁ ଉଦ୍ୟମ କରିଥିଲେ ବିଜେପି କର୍ମୀ।

ଯାହାଫଳରେ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ। ସମଗ୍ର ଅଞ୍ଚଳ ଉପରେ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ। ଗତ ୨୧ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ବିଧାୟକ ଓ ମନ୍ତ୍ରୀମାନେ ଗଞ୍ଜାମ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ବୁଲି ଦେଖୁଛନ୍ତି।

ତେବେ ଏଭଳି ଘଟଣାକୁ ନିନ୍ଦା କରିଛି ବିଜେଡି। ବିଜେପି ବିକାଶ କାର୍ଯ୍ୟରେ ବାଧା ଦେଉଛି। ଏହା ବିଜେପିର ପିଲାଳିଆମି। ଗଞ୍ଜାମରେ ବିକାଶ ଦେଖି ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଥିବା କହିଛନ୍ତି ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା। ବିଜେପିର ଏଭଳି ଆଭିମୁଖ୍ୟକୁ ଅଶୋଭନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି। ଗତ ୨୧ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ବିଧାୟକ ଓ ମନ୍ତ୍ରୀମାନେ ଗଞ୍ଜାମ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ବୁଲି ଦେଖୁଛନ୍ତି।

ଓଡ଼ିଶା ହକି ପାଇଁ ନୟୋଜିତ ହୋଇପାରନ୍ତି ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା କୋଚ୍ ଜୁଡେ ଫେଲିକ୍ସ

ଭୁବନେଶ୍ୱର: ବଦଳି ଗଲାଣି ଓଡ଼ିଶାର ଚିତ୍ର। କ୍ରୀଡ଼ପାଇଁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପରିଚୟ। ଅଲିମ୍ପିକ୍ସରେ ଦୁଇ ଓଡ଼ିଆ ହକି ଖେଳାଳି ପଦକ ଜିତିବା ପରେ ଓଡ଼ିଶା ହକିର ମାହୋଲ ବଦଳି ଯାଇଛି। ଅଧିକରୁ ଅଧିକ ହକି ଖେଳାଳି ଓଡ଼ିଶାରେ ବାହାର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଅନ୍ତର୍ଜାତୀୟ ସ୍ତରର କୋଚ୍ ନିଯୁକ୍ତି କରିବାକୁ ପ୍ରୟାସ କରାଯାଉଛି। ସେପଟେ ହକି ବିଶ୍ୱକପ୍‌ର ପୂର୍ବରୁ ରାଉରକେଲାର ହକି ଷ୍ଟାଡିୟମ ନିର୍ମାଣ ଶେଷ କରିବାକୁ ଦିଆଯାଇଛି ଡେଡଲାଇନ୍।

କ୍ରିକେଟ୍ ଓ ଫୁଟବଲକୁ ଛାଡ଼ି ଏବେ ହକି ପଛରେ ବାୟା ରାଜ୍ୟବାସୀ। ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଏବେ ହକିର କ୍ରେଜ୍ କାହିଁରେ କଣ। ଏହାରି ଭିତରେ ଓଡ଼ିଶା ହକିକୁ ଆହୁରି ଶାଣିତ କରିବା ପାଇଁ ରାଜ୍ୟସରକାର ଅଣ୍ଟା ଭିଡ଼ିଛନ୍ତି। ଓଡ଼ିଶା ହକି ପାଇଁ ଏକ ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା କୋଚ୍ ନିଯୁକ୍ତି କରିବାକୁ ରାଜ୍ୟସରକାର ଚିନ୍ତା କରୁଛନ୍ତି। ମହାନ ହକି କିମ୍ବଦନ୍ତୀ ଜୁଡେ ଫେଲିକ୍ସ ଓଡ଼ିଶା ହକିର ମଙ୍ଗ ଧରିପାରନ୍ତି।

ଜୋରସୋର ଚାଲିଛି ଆଗମୀ ୨୦୨୩ ବିଶ୍ୱକପ୍‌ ପୂର୍ବରୁ ହକି ଷ୍ଟାଡିୟମର କାମ ଶେଷ ହେବ। ଏଥିପାଇଁ ଡେଡଲାଇନ୍ ରହିଛି ଜୁଲାଇ ୨୦୨୨। କାମର ଅଗ୍ରଗତି ନେଇ ବୈଠକ ଓ ସମୀକ୍ଷା ଜାରି ରହିଛି। ହକିକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଜାରି ରହିଛି। ଏଭଳି ସମୟରେ କ୍ରୀଡାରେ କ୍ୟାରିୟର କରିବାକୁ ଅଧିକରୁ ଅଧିକ ଯୁବକ ଆଗ୍ରହ ପ୍ରକାଶ କଲେଣି।

କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଘଟଣା, ଶିଶୁ ସମେତ ୧୩ ମୃତ

କାବୁଲ: କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ବାହାରେ ଗୁରୁବାର ଦିନ ଘଟିଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ସ୍ପଷ୍ଟ କରିଛି ତାଲିବାନ। ଏହି ଘଟଣାରେ ଅନେକ ତାଲିବାନୀ ଗାର୍ଡ ମାନେ ମଧ୍ୟ ଆହତ ହୋଇଛନ୍ତି।

ଜଣେ ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ ଆମେରିକୀୟ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ମୃତାହତ ତଥା ଆହତ ବ୍ୟକ୍ତି ମାନଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନଥିବା ବେଳେ ସେମାନେ କେଉଁଠିକାର ଲୋକ, ସେନେଇ ସ୍ପଷ୍ଟ ହୋଇପାରିନାହିଁ ।

ଆଇଏସ୍ ପକ୍ଷରୁ ଆକ୍ରମଣ ନେଇ ଧମକ ଦିଆଯାଇଥିଲା । ତେବେ ଏହି ଘଟଣା ପରେ ଜନସାଧାରଣଙ୍କୁ କାବୁଲ ଏୟାରପୋର୍ଟରୁ ଦୂରେଇ ରହିବା ପାଇଁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଘଣ୍ଟା ତଳେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲା । ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ଏୟାରପୋର୍ଟର ପୂର୍ବ ଓ ଉତ୍ତର ଦିଗରେ ଥିବା ଗେଟ ପାଖରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଆଗକୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ବଦଳିପାରେ ମରୁଡି ପରିସ୍ଥିତି। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୮ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଯାହା ଘନୀଭୂତ ହୋଇ ୨୮ତାରିଖ ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ।

ଏହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷାର ପରିମାଣ ବଢିପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲା ସମେତ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ବୌଦ୍ଧ, ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏସବୁ ଜିଲ୍ଲାଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ରାଜ୍ୟରେ ଜୁନ୍ ପହିଲାରୁ ଏବେ ସୁଦ୍ଧା ମୋଟ ୫୯୮ ଦଶମିକ ୬ମିଲିମିଟର ବର୍ଷା ହୋଇଛି। ଏହି ସମୟରେ ୮୬୯ମିଲିମିଟର ବର୍ଷା ହେବା କଥା। ରାଜ୍ୟରେ ଏବେ ୩୧ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଆଗକୁ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଦ୍ୱାରା ନିଅଣ୍ଟିଆ ବର୍ଷା ପୂରଣ ହେବାର ଆଶା ରହିଛି।