କିନ୍ନରଙ୍କୁ ନୂଆ ଅଧିକାର ଦେଲା ଓଡ଼ିଶା

ଭୁବନେଶ୍ୱର: ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କିନ୍ନରଙ୍କୁ ପ୍ରଦାନ କଲା ସମାନତା ଅଧିକାର । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ମଧ୍ୟ କିନ୍ନରଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଇଥିଲେ ରାଜ୍ୟ ସରକାର । ସରକାରଙ୍କ ଏଭଳି ପଦକ୍ଷେପକୁ କିନ୍ନର ସଂଘ ସ୍ୱାଗତ କରିଛି ।

Odisha Gives Equality Rights To Transgender`

ବଦଳିବ ଲୋକଙ୍କ ଦୃଷ୍ଟିଭଙ୍ଗୀ । କିନ୍ନରଙ୍କୁ ମିଳିଲା ସମାନତା ଅଧିକାର । ଗଠନ ହେବ କିନ୍ନର ପରାମର୍ଶଦାତା ପରିଷଦ । ପୂର୍ବରୁ କିନ୍ନରଙ୍କୁ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ କରିବା ସହ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ଦେଇଥିଲେ ରାଜ୍ୟ ସରକାର । ଏବେ କିନ୍ନରଙ୍କୁ ସମାନତା ଅଧିକାର ସୁନିଶ୍ଚିତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ରାଜ୍ୟରେ ଖୁବ୍‌ଶୀଘ୍ର ଟ୍ରାନ୍ସଜେଣ୍ଡର ଆଡଭାଇଜରୀ କାଉନ୍‌ସିଲ ଗଠନ କରାଯିବ । ସେହିଭଳି ୩୦ ଜିଲ୍ଲାରେ ୨୫ରୁ ୩୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସରେ ମଧ୍ୟ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯୋଜନା ରହିଛି ।

 Odisha Gives Equality Rights To Transgender

୨୦୧୪ରେ ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିବା ପରେ ରାଜ୍ୟ ସରକାର ସେମାନେ ଆତ୍ମନିର୍ଭରଶୀଳ ହେବାର ସମ୍ଭାବନା ସୃଷ୍ଟି କରିଛନ୍ତି । ଏବେ ପୁଣି ସମାନତା ଅଧିକାର ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛି କିନ୍ନର ମହାସଂଘ । ରାଜ୍ୟରେ ଟ୍ରାନ୍ସଜେଣ୍ଡର ୱେଲଫର ବୋର୍ଡ ପ୍ରତିଷ୍ଠା କରିବାକୁ ସଂଘ ସରକାରଙ୍କୁ ନିବେଦନ କରିଛି । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସମାନ ସୁଯୋଗ ଟ୍ରାନ୍ସଜେଣ୍ଡର ପର୍ସନ ଅଧିନିୟମ ୨୦୧୯ ଏବଂ କେନ୍ଦ୍ରୀୟ ନିୟମ ୨୦୨୦ ଅନୁଯାୟୀ ଟ୍ରାନ୍ସଜେଣ୍ଡର ଏଣିକି ଭେଦଭାବରୁ ମୁକ୍ତ ହୋଇପାରିବେ ।

Leave a Reply