ସାମୁଦ୍ରିକ ଜୀବ ବିଜ୍ଞାନ ଉପରେ ଗବେଷଣା ପାଇଁ ଗୋବର୍ଦ୍ଧନଙ୍କୁ ପୁରସ୍କାର

1 min read
Odisha Man Received Award From National Institute of Marine Sciences 2020 For Marine Biology

ଯାଜପୁର: ଦୃଢ ଇଚ୍ଛାଶକ୍ତି ଥିଲେ ଅସମ୍ଭବକୁ ବି ସମ୍ଭବ କରିପାରେ ମଣିଷ । ଅନ୍ତରୀକ୍ଷ ହେଉ କି ଗଭୀର ଜଳ, ଅତି ସୂକ୍ଷ୍ମ ଜୀବର କରିପାରେ ସନ୍ଧାନ । ଏମିତି ଏକ ଗବେଷଣା କରି ରାଜ୍ୟର ନାଁ ରଖିଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ମର୍ଜିତାପୁର ପଞ୍ଚାୟତର ଗୋବର୍ଦ୍ଧନ ସାହୁ । ସାମୁଦ୍ରିକ ଜୀବ ବିଜ୍ଞାନରେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ମିଳିଛି ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାର ସର୍ବୋଚ୍ଚତମ ପୁରସ୍କାର । ଏବେ ଦେଶରେ ରହି ସମୁଦ୍ର ଗର୍ଭରେ ଥିବା ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

Odisha Man Received Award From National Institute of Marine Sciences 2020 For Marine Biology

ସମୁଦ୍ରର ଅଥଳ ଗର୍ଭରେ ଲୁଚିଛି ଅନେକ ବିସ୍ମୟ । ମଣିଷ ଆଖିକୁ ଏସବୁ ଦେଖାଯାଉ ନଥିଲେ ସୁଦ୍ଧା ଜଳରେ ଥିବା ଏହି ସୂକ୍ଷ୍ମ ଅଣୁଜୀବଙ୍କ ଭୂମିକା ପରିବେଶ ଓ ଜଳବାୟୁ ଉପରେ ଅନେକ ପ୍ରଭାବ ପକାଇଥାଏ । ଏମିତି ଏକ ତଥ୍ୟକୁ ଉପସ୍ଥାପନ କରି ଦେଶ ପାଇଁ ଗୌରବ ଆଣିଛନ୍ତି ଗୋବର୍ଦ୍ଧନ ସାହୁ । ସାମୁଦ୍ରିକ ଜୀବ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଡକ୍ଟରେଟ ଥେସିସ ସଂସ୍ଥାରେ ମନୋନୀତ ହେବା ସହ ୨୦୨୦ ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାର ସର୍ବୋଚ୍ଚତମ ପୁରସ୍କାର ପାଇଛନ୍ତି । ଇସ୍ରାଏଲରୁ ଜୀବ ବିଜ୍ଞାନ ଉପରେ ଗବେଷଣା କରି ଏବେ ଗାଁକୁ ଫେରିଛନ୍ତି ଗୋବର୍ଦ୍ଧନ ।

Odisha Man Received Award From National Institute of Marine Sciences 2020 For Marine Biology

ପିଲା ଦିନରୁ ଜୀବ ବିଜ୍ଞାନ ଉପରେ ରୁଚି ରଖିଥିଲେ ଗୋବର୍ଦ୍ଧନ । ରେଭେନ୍ସା କଲେଜରୁ ବିଏସସି ପରେ ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ସ୍ନାତୋକତ୍ତର ସାରି ୨୦୧୮ରେ ଗୋଆ ସ୍ଥିତ ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନରୁ ଡକ୍ଟରେଟ ଡିଗ୍ରୀ ଲାଭ କରିଥିଲେ । ଇସ୍ରାଏଲ ସରକାରଙ୍କ ଦିଆ ଯାଇଥିବା ପୋଷ୍ଟ ଡକ୍ଟରେଟ ଫିଲୋସଫି ପ୍ରାପ୍ତ କରିବା ପରେ ସମୁଦ୍ର ଭିତରେ ଥିବା ଛୋଟ ଛୋଟ ଅଣୁଜୀବଙ୍କ ଉପରେ କରିଛନ୍ତି ଗବେଷଣା । ତାଙ୍କର ଏହି ଉଦ୍ୟମ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇଛି ।

https://youtu.be/RaCu5b2iibs

Leave a Reply